ଜେଲରେ ବିବାହ କରିବେ ୱିକିଲିକ୍ସର ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜ

ଲଣ୍ଡନ: ବାହାହେବେ ୱିକିଲିକ୍ସର ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜ । ଦୀର୍ଘଦିନର ବାନ୍ଧବୀ ଷ୍ଟେଲା ମୋରିସଙ୍କୁ ଲଣ୍ଡନର ଏକ ହାଇସିକ୍ୟୁରିଟି ଜେଲରେ ବାହା ହେବେ ଆସେଞ୍ଜ । ଏହି ଉତ୍ସବରେ ୪ଜଣ ଅତିଥି, ଦୁଇ ଜଣ ସରକାରୀ ସାକ୍ଷୀ, ଦୁଇ ଜଣ ସିକ୍ୟୁରିଟି ଗାର୍ଡ ଯୋଗଦେବେ । ଆମେରିକାର ବହୁ ଗୁଇନ୍ଦା ତଥ୍ୟ ରେକର୍ଡ ଓ ଗୋପନୀୟ କୂଟନୈତିକ କେବଲ ଲିକ୍ ଅଭିଯୋଗରେ ଆମେରିକା ଲାଗି ସେ ଓ୍ବାଣ୍ଟେଡ ଘୋଷିତ ହୋଇଛନ୍ତି ।

୫୦ ବର୍ଷ ବୟସ୍କ ଆସେଞ୍ଜ ଲଣ୍ଡନର ବେଲମାର୍ସ କାରାଗାରରେ ୨୦୧୯ରୁ ବନ୍ଦୀ ହୋଇ ରହିଛନ୍ତି ।  ଆସେଞ୍ଜ ଓ ମୋରିସଙ୍କ ମଧ୍ୟରେ ୨୦୧୧ରେ ସାକ୍ଷାତ ହୋଇଥିବାବେଳେ ୨୦୧୫ରେ ସେମାନଙ୍କ ସମ୍ପର୍କ ଗଢ଼ିଉଠିଥିଲା । ସେମାନଙ୍କର ଦୁଇ ଜଣ ସନ୍ତାନ ମଧ୍ୟ ରହିଛନ୍ତି । ତେବେ ସେମାନେ ବିବାହ କରି ନଥିଲେ ।

ତେବେ ଆସେଞ୍ଜ ଲଣ୍ଡନର ବେଲମାର୍ସ କାରାଗାରରେ ୨୦୧୯ରୁ ବନ୍ଦୀ ହୋଇ ରହିଛନ୍ତି । ତଥ୍ୟ ଲିକ୍ ଅଭିଯୋଗ କ୍ରମେ ବ୍ରିଟେନରେ ଆସେଞ୍ଜଙ୍କୁ ଗିରଫ କରାଯିବା ପରେ ସେ ଜେଲରେ ରହିଛନ୍ତି । ସେପଟେ ଆମେରିକା ହାତରେ ପ୍ରତ୍ୟର୍ପଣ କରିବା ନିଷ୍ପତ୍ତି ବିରୋଧରେ ବ୍ରିଟେନ ସୁପ୍ରିମ କୋର୍ଟରେ ଆବେଦନ କରିବା ଲାଗି ଆସେଞ୍ଜଙ୍କୁ ଅନୁମତି ଦିଆଯାଇ ନାହିଁ ।