ପଶ୍ଚିମବଙ୍ଗରେ ୮ଜଣଙ୍କୁ ଜୀବନ୍ତ ଦଗ୍ଧ ଘଟଣାରେ କଲିକତା ହାଇକୋର୍ଟଙ୍କ ହସ୍ତକ୍ଷେପ

1 min read

କୋଲକାତା: ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲାରେ ଘଟିଥିବା ହିଂସାକାଣ୍ଡ ଘଟଣାରେ କଲିକତା ହାଇକୋର୍ଟଙ୍କ ହସ୍ତକ୍ଷେପ । ଆଜି ହେବ ଶୁଣାଣି । ରାମପୁରହାଟରେ ଘଟିଥିବା ହିଂସା ଘଟଣାରେ ୮ ଜଣ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ତୃଣମୂଳ କଂଗ୍ରେସ ନେତା ଭାଦୁ ଶେଖଙ୍କ ହତ୍ୟା ପରେ ଏହି ହିଂସାକାଣ୍ଡ ଘଟିବା ସହ ୮ଜଣଙ୍କୁ ଜିଅନ୍ତା ଜାଳି ଦିଆଯାଇଥିଲା ।

ତେବେ ଏହି ଘଟଣାରେ ହାଇକୋର୍ଟ ନିଜ ଆଡୁ ମାମଲାକୁ ରୁଜୁ କରି ବିଚାର କରିବା ଲାଗି ନିଷ୍ପତ୍ତି ନେଇଥିଲେ । ଏହି ଘଟଣାରେ ୨୦ ଜଣଙ୍କୁ ଗିରଫ କରାଯାଇଛି । ଗତକାଲି ବଡ଼ସାଲ ଗ୍ରାମ ଉପ-ପଞ୍ଚାୟତ ପ୍ରଧାନ ଭାଦୁ ଶେଖ ତାଙ୍କ ଘର ନିକଟ ଏକ ଦୋକାନରେ ଚା’ ପିଉ ଥିବା ବେଳେ ଦୁଇଟି ମୋଟର ସାଇକେଲରେ ୪ ଜଣ ଦୁର୍ବୃତ୍ତ ଅଚାନକ ଆସି ବୋମାମାଡ଼ କରିଥିଲେ । ଫଳରେ ଘଟଣାସ୍ଥଳରେ ଭାଦୁ ଶେଖଙ୍କ ମୃତ୍ୟୁ ହୋଇଥିଲା । ଘଟଣାରେ ଉତ୍ତ୍ୟକ୍ତ ହୋଇ ମୃତ ଉପ-ପଞ୍ଚାୟତ ପ୍ରଧାନଙ୍କ ସମର୍ଥକମାନେ ଗାଁରେ ଅନ୍ୟମାନଙ୍କ ଘର ପୋଡ଼ି ଦେଇଥିଲେ ।