spot_img
Home Blog Page 4620

ଭୁବନେଶ୍ୱରରୁ ଲିଫ୍ଟ ଦେଇ ଛତିଆରେ ଫିଙ୍ଗିଦେଲେ, ନେଇଗଲେ ୭୫ ହଜାର ଟଙ୍କା

ଭୁବନେଶ୍ୱର: ଲିଫ୍ଟ ଦେଇ ଲୁଟ୍ । ବେଙ୍ଗଳୁରୁ ଫେରନ୍ତା ଯୁବକଙ୍କୁ ନିଶା ଦେଇ ଲୁଟିଲେ ଲୁଟେରା । ୭୫ ହଜାର ଟଙ୍କା ଲୁଟିବା ପରେ ଛତିଆ ନିକଟରେ ଯୁବକଙ୍କୁ ଫିଙ୍ଗି ଦେଇ ଚାଲିଗଲେ । ବେଙ୍ଗଳୁରୁରେ କାମ କରନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ବିରେନ ପରିଡ଼ା । ଗତ ୧ ତାରିଖରେ ବେଙ୍ଗଳୁରୁରୁ ଫେରି ରାଜକନିକା ଯିବା ପାଇଁ ଭୁବନେଶ୍ୱର ସତସଙ୍ଗ ବିହାର ନିକଟରେ ଗାଡ଼ିକୁ ଅପେକ୍ଷା କରିଥିଲେ । ସେହି ସମୟରେ ଏକ କାରରେ କିଛି ଲୋକ ଆସି ତାଙ୍କୁ ଲିଫ୍ଟ ଦେଇଥିଲେ ।

କାରରେ କିଛି ବାଟ ଯିବା ପରେ ଲୁଟେରା ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଜଣେ ପରେ ଜଣେ ଗାଡ଼ିରେ ବସିଥିଲେ । ବାଟରେ ଅମୁଲ୍ କୁଲରେ ନିଶା ଦ୍ରବ୍ୟ ଦେଇ ଲୁଟି ନେଇ ଛତିଆ ନିକଟରେ ଫିଙ୍ଗି ଦେଇ ଫେରାର ହୋଇ ଯାଇଥିଲେ । ହୋସ୍ ଆସିବା ପରେ ବିରେନ ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ପାଣି ମାଗିବାରୁ ଡ୍ରାଇଭର ଜଣଙ୍କ ତାଙ୍କୁ ଚୋର ଭାବି ମାଡ଼ ମାରିଥିବା ସହ ସୋସିଆଲ ମିଡିଆରେ ଭିଡିଓ ଛାଡ଼ିଥିଲେ ।

ପରେ ବିରେନ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି । ସମାନ ଢଙ୍ଗରେ ଢେଙ୍କାନାଳର ଜଣେ ଶିକ୍ଷକଙ୍କୁ ଲିଫ୍ଟ ଦେବା ନାଁରେ ନିଶା ଦେଇ ଲୁଟିଛନ୍ତି ଲୁଟେରା । ଟଙ୍କା ଲୁଟ ସହ ଏଟିଏମରୁ ୪୬ ହଜାର ଟଙ୍କା ଉଠାଇ ନେଇ ଯାଇଥିବା ଅଭିଯୋଗ ହୋଇଛି । ଏନେଇ ଶିକ୍ଷକ ଜଣଙ୍କ ସହିଦନଗର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

PMAYରେ ଓଡ଼ିଶାକୁ ମିଳୁ ୬ ଲକ୍ଷ ଘର, ସଂସଦରେ ତେଜିଲା ଦାବି

ନୂଆଦିଲ୍ଲୀ: ଓଡ଼ିଶାକୁ କେନ୍ଦ୍ର କରୁଛି ଅଣଦେଖା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଓଡ଼ିଶାକୁ ଘର ଦେଉ କେନ୍ଦ୍ର । ଖୋଲାଯାଉ ଆବାସ ପ୍ଲସ୍ ପୋର୍ଟାଲ୍ । ରାଜ୍ୟସଭାର ଶୂନ୍ୟକାଳରେ ପିଏମୱାଇ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ଡ. ସସ୍ମିତା ପାତ୍ରା, ଡ. ଅମର ପଟ୍ଟନାୟକ ଓ ସୁଜିତ କୁମାର । ଓଡ଼ିଶାର ୬ ଲକ୍ଷ ହିତାଧିକାରୀଙ୍କୁ ପିଏମୱାଇରେ ସାମିଲ୍ ଲାଗି ଆବାସ ପ୍ଲସ୍ ପୋର୍ଟାଲ ଖୋଲିବାକୁ ଦାବି କରିଛନ୍ତି ।

BJD MP Raised PMAY Matter In Rajya Sabha

ଆବାସରୁ ବଞ୍ଚିତ ହିତାଧିକାରୀ ମୁଖ୍ୟତ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର । ପଶ୍ଚିମ, ଦକ୍ଷିଣ ସହ କେବିକେ ଜିଲ୍ଲାର ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ୬ ଲକ୍ଷ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ୍ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଚିଠି ଲେଖି ଆସୁଥିବା ବେଳେ କେନ୍ଦ୍ର କର୍ଣ୍ଣପାତ କରୁନାହିଁ ।

BJD MP Raised PMAY Matter In Rajya Sabha

ଅଥଚ ଜାନୁଆରୀ ୧୩ ତାରିଖରେ କର୍ଣ୍ଣାଟକର ୨୫ ଲକ୍ଷ ହିତାଧିକାରୀଙ୍କୁ ପିଏମୱାଇରେ ସାମିଲ୍ ଲାଗି ଆବାସ ପ୍ଲସ୍ ପୋର୍ଟାଲ ଖୋଲାଯାଇଛି । ଯେତେବେଳେ କି ଓଡ଼ିଶାର ୬ ଲକ୍ଷ ହିତାଧିକାରୀ ମୁଖ୍ୟତଃ ଆଦିବାସୀ ଏଥିରୁ ବଞ୍ଚିତ ହେଉଛନ୍ତି । ଶୀଘ୍ର ଆବାସ ପ୍ଲସ୍ ପୋର୍ଟାଲ ଖୋଲିଲେ ଓଡ଼ିଶାର ଆଦିବାସୀ ହିତାଧିକାରୀ ଉପକୃତ ହୋଇପାରିବେ ।

ରାଜ୍ୟରେ ରହିଛି ଡେଲଟା ଭାରିଆଣ୍ଟ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ତଳ ଉପର ହେଉଛି । କିନ୍ତୁ ଯେଉଁ ଟ୍ରେଣ୍ଡ ଦେଖାଯାଉଛି ସଂକ୍ରମଣ କମୁଛି । ତେବେ ରାଜ୍ୟରେ ଡେଲଟା ଭାରିଆଣ୍ଟ ରହିଛି । ସେଥିପାଇଁ ମୃତ୍ୟୁସଂଖ୍ୟା ବଢୁଥିବା କହିଛନ୍ତି ଜନସ୍ୱାର୍ଥ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେପଟେ ସ୍କୁଲ ଖୋଲିବା ନେଇ ସରକାର ତର୍ଜମା କରୁଛନ୍ତି । ସାମଗ୍ରିକ ଭାବରେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ । ହାଇକୋର୍ଟ ଯାହା ନିର୍ଦେଶ ଦେଇଛନ୍ତି ସେହି ଅନୁସାରେ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଏଥିସହ ପଢ଼ନ୍ତୁ: ରାଜ୍ୟରୁ ଆଉ ୩,୬୨୯ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ

ଓମିସିୟର କିଟରେ ହାରାହାରି ୩୧ ହଜାର ୬୬୬ ଜଣଙ୍କର ସାମ୍ପୁଲ ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରୁ ୧୭ ଶହ ୨୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭଙ୍କ ମଧ୍ୟରୁ ୫୭୬ ଜଣ ଓମିକ୍ରନ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି । ୩୩ ପ୍ରତିଶତ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କେତେ ତାହା ଜିନୋମ ସିକ୍ୟୁନ୍ସିଂ ଡାଟା ଏବଂ ଓମିସିୟର କିଟର ଡାଟାକୁ ମିଳିତ ଭାବରେ ଅନୁଧ୍ୟାନ କରିବା ପରେ ଜଣାପଡ଼ିବ ।

କୁଖ୍ୟାତ ନକ୍ସଲ ନେତା ମାଣ୍ଡଭି ହିଡ଼ମାର ଆତ୍ମସମର୍ପଣ

ମାଲକାନଗିରି: ତେଲଙ୍ଗାନା ପୋଲିସ ଓ ସିଆରପିଏଫ ନିକଟରେ ବନ୍ଧୁକ ସହ ଆତ୍ମସମର୍ପଣ କଲା ଛତିଶଗଡ଼ର କୁଖ୍ୟାତ ନକ୍ସଲ ନେତା ମାଣ୍ଡଭି ହିଡ଼ମା । ଛତିଶଗଡ଼ ସୁକମା ଜିଲ୍ଲା କିସ୍ତାରାମ ଥାନା ଅନ୍ତର୍ଗତ ତଣ୍ଡାମାର୍କା ଗାଁର ହିଡ଼ମା ୯ ବର୍ଷ ପୂର୍ବରୁ ମାଓ ସଙ୍ଗଠନରେ ସାମିଲ୍ ହୋଇଥିଲା । ପ୍ରଥମେ ଜନ ନାଟ୍ୟ ମଣ୍ଡଳୀରେ ଜଣେ ସକ୍ରିୟ ସଦସ୍ୟ ଥିଲା ହିଡ଼ମା ।

ପରେ ସେ ମିଲିସିଆ ମେମ୍ବର ଭାବେ କାର୍ଯ୍ୟ କରି ମାଓଗଡ଼କୁ ସୁଦୃଢ଼ କରିବାକୁ ଚେଷ୍ଟା କରିଥିଲା । ହେଲେ ମାଓ ସଙ୍ଗଠନରେ କୌଣସି ନୀତି ଓ ଆଦର୍ଶ ନଥିବାରୁ ସେ ମାଓ ସଙ୍ଗଠନ ଛାଡ଼ିଥିବା ତେଲଙ୍ଗାନା ପୋଲିସକୁ କହିଛି । ଆତ୍ମସମର୍ପଣ ପରେ ସରକାରଙ୍କ ପକ୍ଷରୁ ସମସ୍ତ ସୁଵିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ତେଲଙ୍ଗାନା ପୋଲିସ କହିଛି ।

୨୦୨୦ ଗଲୱାନ ସଂଘର୍ଷରେ ନଦୀରେ ଭାସି ଯାଇଥିଲେ ୩୮ ଚୀନ ଯବାନ: ରିପୋର୍ଟ

ନୂଆଦିଲ୍ଲୀ: ପଦାକୁ ଆସୁଛି ଗଲୱାନ ସତ । ଧରା ପଡ଼ୁଛି ଚାଇନାର ମିଛ । ଗଲୱାନ ସଂଘର୍ଷରେ ଚୀନର କେତେ ଯବାନ ମରିଥିଲେ ? ପ୍ରଥମେ ବେଜିଂ କୌଣସି ଯବାନଙ୍କ ମୃତ୍ୟୁ ହୋଇନଥିବା କହିଥିଲା । ପରେ ୨୦୨୧ ଫେବ୍ରୁଆରୀରେ ୪ ଜଣଙ୍କୁ ମରଣୋତ୍ତର ଭାବେ ମେଡାଲ ଦେଇଥିଲା ଚୀନ । ଏବେ ଚୀନର ସେହି ମିଛକୁ ଧରା ପକାଇଛି ଅଷ୍ଟ୍ରେଲିଆର ନ୍ୟୁଜ୍ ପେପର ଦ କ୍ଲାକ୍ସନ୍ ।

ଗଲୱାନ ହିଂସାରେ ପିଏଲ୍ଏର ୩୮ ଜଣ ସୈନିକ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିବା ସଂସ୍ଥା ଦାବି କରିଛି । ଜୁନ୍ ୧୫ ଓ ୧୬ ତାରିଖର ଅନ୍ଧାର ରାତିରେ ଗଲୱାନ ନଦୀ ପାର ବେଳେ ୩୮ ଜଣ ଚୀନ ସୈନିକ ଭାସି ଯାଇଥିବା ନେଇ ଅନୁସନ୍ଧାନ ମୂଳକ ଖବର ଚାପିଛି ଅଷ୍ଟ୍ରେଲିଆର ଖବରକାଗଜ । ସୋସିଆଲ୍ ମିଡିଆ ରିସର୍ଚ୍ଚ ଏବଂ କିଛି ଚାଇନିଜ୍ ବ୍ଲଗରଙ୍କୁ ଆଧାର କରି ସଂସ୍ଥା ଏଭଳି ରିପୋର୍ଟ ଦେଇଛି ।

୧୫ ଜୁନରେ କଣ ହୋଇଥିଲା ?

ଜୁନ୍ ୧୫ ରାତିରେ ଗଲୱାନ ଭ୍ୟାଲିରେ ଚୀନ-ଭାରତ ସୈନିକ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ । ସେବେଠୁ ଚୀନ ଯବାନ ମୃତାହତକୁ ଅସ୍ୱୀକାର କରି ଆସୁଥିଲା ।

ଖେଳିବାକୁ ଡାକି ନେଇ ୫ ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗ

ସମ୍ବଲପୁର: ସମ୍ବଲପୁରରେ ଚାଞ୍ଚଲ୍ୟ । ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୧୭ ବର୍ଷର ନାବାଳକ ଅଟକ । ନାବାଳିକାର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମ୍ବଲପୁର ସହର ଖେତରାତପୁର ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା ।

Allegation Of 5 Year Old Girl Child Rape In Sambalpur

ସୂଚନା ଅନୁସାରେ, ନାବାଳିକାଙ୍କ ବାପାଙ୍କ ଏକ ଦୋକାନ ଅଛି । ଅଭିଯୁକ୍ତ ନାବାଳକ ପ୍ରତିଦିନ ଯିବା ଆସିବା କରି ଅତି ଘନିଷ୍ଠ ହୋଇଥିଲା । ପରେ ନାବାଳକ ଜଣକ ନାବାଳିକା ଓ ତାଙ୍କ ଭାଇଙ୍କୁ ଖେଳିବାକୁ ଯିବାକୁ କହି ଡାକିଥିଲେ । ଏକୁଟିଆର ସୁଯୋଗ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ପୂର୍ବତନ ମୋହନା ବିଧାୟକଙ୍କ ପରଲୋକ, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଦିଗପହଣ୍ଡି: ସାନଖେମୁଣ୍ଡି ରାଜାସାହେବ ଡକ୍ଟର ଉଦୟ ନାରାୟଣ ସିଂହ ଦେଓଙ୍କ ପରଲୋକ । ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ରାଜାସାହେବ ମୋହନା ନିର୍ବାଚନ ମଣ୍ଡଳୀରୁ ଥରୁଟିଏ ବିଧାୟକ ହୋଇଥିଲେ । ସେ ପକ୍ଷୀ ବିଷାରଦ ଭାବେ ସମଗ୍ର ବିଶ୍ୱରେ ସୁନାମ ଅର୍ଜନ କରିଛନ୍ତି । ବନ୍ୟପ୍ରାଣୀ ସହିତ ପକ୍ଷୀଙ୍କ ସଂକ୍ରାନ୍ତରେ ଅନେକ ପୁସ୍ତକ ତାଙ୍କର ପ୍ରକାଶିତ ହୋଇଛି ।

ନିକଟରେ ବିହଙ୍ଗ ସଂହିତା ନାମରେ ଏକ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ତାଙ୍କ ବିୟୋଗରେ ସାନଖେମୁଣ୍ଡି ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଶୋକବ୍ୟକ୍ତ କରିଛନ୍ତି । ଅମର ଆତ୍ମାର ସଦଗତି କାମନା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।

ରାଜ୍ୟରୁ ଆଉ ୩,୬୨୯ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୩,୬୨୯ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୫୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୧୧୫ଟି ସଂକ୍ରମଣ ମାମଲା ଆସିଥିବା ବେଳେ ୧୫୧୪ଟି ମାମଲା ସ୍ଥାନୀୟ ସଂକ୍ରମଣ । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୫୯ ହଜାର ୪୦୫କୁ ବୃଦ୍ଧି ପାଇଛି ।

ଦୈନିକ କୋଭିଡ୍ ସଂକ୍ରମଣରେ ଏବେବି ଶୀର୍ଷରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୫୯, ବାଲେଶ୍ୱରରୁ ୧୧୧, ବରଗଡ଼ରୁ ୭୧, ଭଦ୍ରକରୁ ୪୫, ବଲାଙ୍ଗିରରୁ ୯୧, ବୌଦ୍ଧରୁ ୮୦, କଟକରୁ ୩୨୯, ଦେବଗଡ଼ରୁ ୬୮, ଢେଙ୍କାନାଳରୁ ୫୫, ଗଜପତିରୁ ୫୬, ଗଞ୍ଜାମରୁ ୪୬, ଜଗତସିଂହପୁରରୁ ୮୯, ଯାଜପୁରରୁ ୧୩୭, ଝାରସୁଗୁଡ଼ାରୁ ୫୧, କଳାହାଣ୍ଡିରୁ ୮୫ ଜଣ ଆକ୍ରାନ୍ତ ରହିଛନ୍ତି ।

ସେହିଭଳି କନ୍ଧମାଳରୁ ୪୭, କେନ୍ଦ୍ରାପଡ଼ାରୁ ୧୪୯, କେନ୍ଦୁଝରରୁ ୪୪, କୋରାପୁଟରୁ ୩୧, ମାଲକାନଗିରିରୁ ୨୩, ମୟୂରଭଞ୍ଜରୁ ୧୪୨, ନବରଙ୍ଗପୁରରୁ ୯୦, ନୟାଗଡ଼ରୁ ୧୧୮, ନୂଆପଡ଼ାରୁ ୭୦, ପୁରୀରୁ ୫୩, ରାୟଗଡ଼ାରୁ ୧୦୧, ସମ୍ବଲପୁରରୁ ୧୦୧, ସୋନପୁରରୁ ୩୫, ସୁନ୍ଦରଗଡ଼ରୁ ୩୪୬ ଓ ଷ୍ଟେଟପୁଲରୁ ୧୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ୩୫ ହଜାର ୩୦୬ ସକ୍ରିୟ ସଂକ୍ରମିତ ରହିଛନ୍ତି ।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ପୂର୍ବରୁ ୪ ଭାରତୀୟ ଖେଳାଳିଙ୍କୁ କରୋନା

ଅହମଦାବାଦ: ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟ୍‌କା । ୪ ଭାରତୀୟ କ୍ରିକେଟର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାୱନ, ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାୟକୱାଡ, ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର ଓ ଫାଷ୍ଟ ବୋଲର ନବଦୀପ ସାଇନିଙ୍କ ସମେତ ୩ ଜଣ ସହଯୋଗୀ ଷ୍ଟାଫ୍ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅହମଦାବାଦରେ ପହଞ୍ଚିବା ପରେ ଆରଟିପିସିଆର ଟେଷ୍ଟରୁ ପଜିଟିଭ୍ ଥିବା ଜଣାପଡ଼ିଥଲେ । କୋଭିଡ୍ ଗାଇଡଲାଇନ ଅନୁସାରେ ସମସ୍ତଙ୍କୁ ୭ ଦିନିଆ ସଙ୍ଗରୋଧରେ ରଖାଯିବ । ସେପଟେ ଦିନିକିଆ ସ୍କ୍ୱାଡରେ ସାମିଲ୍ ହୋଇଛନ୍ତି ମୟଙ୍କ ଅଗ୍ରୱାଲ । ଫେବ୍ରୁଆରୀ ୬ ତାରିଖରୁ ଆରମ୍ଭ ହେବ ଦିନିକିଆ ମ୍ୟାଚ୍ । ଅହମଦାବାଦରେ ୩ଟି ଯାକ ଦିନିକିଆ ଖେଳାଯିବ । ପ୍ରଥମ ଦିନିକିଆ ଖେଳିବେନି ଏହି ୪ ଖେଳାଳି ।

ପୁସିଂ କାର୍ଡ ଛପାଇବାକୁ ଯାଇ ପ୍ରାର୍ଥୀ ନିଖୋଜ, ପୋଖରୀ ନିକଟରୁ ମିଳିଲା ବାଇକ୍

ଢେଙ୍କାନାଳ: ପଞ୍ଚାୟତ ନିର୍ବାଚନ ପାରା ବଢ଼ୁଛି । ଗାଁ ଗାଁରେ ପ୍ରଚାର ବି ଜମୁଛି । ଭୋଟରଙ୍କୁ ଆକୃଷ୍ଟ କରାଇବା ଲାଗି ରଣନୀତି ଆପଣାଉଛନ୍ତି ପ୍ରାର୍ଥୀ । ହେଲେ ଢେଙ୍କାନାଳରେ ଭୋଟ୍ ପ୍ରଚାର ପାଇଁ ପୁସିଂ କାର୍ଡ ଛପାଇବାକୁ ଯାଇଥିବା ସମିତିସଭ୍ୟ ପ୍ରାର୍ଥୀ ନିଖୋଜ ହୋଇ ଯାଇଥିବା ଅଭିଯୋଗ ହୋଇଛି । ଏନେଇ କଣ୍ଟାବଣିଆ ଥାନାରେ ଏତଲା ଦେଇଛନ୍ତି ନିଖୋଜ ସମିତିସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରାଙ୍କ ପରିବାର ଲୋକ ।

ଅଭିଯୋଗ କ୍ରମେ ପୋଲିସ ତଦନ୍ତ କରୁଛି । ମୋବାଇଲ୍ ଟ୍ରାକିଂ ଓ ପୋଲିସ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚାଲିଛି । ଚିନ୍ତା ପୋଖରୀ ନିକଟରୁ ସୁବ୍ରତଙ୍କ ଚପଲ ଓ ବାଇକ୍ ମିଳିଛି । ହେଲେ ସୁବ୍ରତଙ୍କ ପତ୍ତା ମିଳିନି । ଭୋଟ୍ ପୂର୍ବରୁ ସୁବ୍ରତଙ୍କୁ କେହି ପ୍ରତିଦ୍ୱନ୍ଦ୍ୱୀ ଅପହରଣ କରି ନେଇଯାଇଥିବା ଆଲୋଚନା ହେଉଛି ।

ଅଭିଯୋଗ ଅନୁସାରେ, ୧ ତାରିଖ ଦିନ ୨ଟା ୩୦ରେ ପୁସିଂ କାର୍ଡ ଛପାଇବା ଲାଗି ଘରୁ ବାହାରି ଯାଇଥିଲେ ସୁବ୍ରତ । ହେଲେ ଦିନ ୪ଟା ଯାଏ ଘରକୁ ଫେରି ନଥିଲେ । ଘର ଲୋକ ଫୋନ୍ କରିବାରୁ ନମ୍ବର ସ୍ୱିଚ୍ ଅଫ୍ ଥିଲା । ଘର ଲୋକ ସାଙ୍ଗସାଥୀଙ୍କୁ ପଚାରିଲେ, ଖୋଜୋଖୋଜି କଲେ ବି ସୁବ୍ରତଙ୍କୁ ପାଇନଥିଲେ । ଶେଷରେ ପରିବାର ଲୋକ ଥାନାରେ ସୁବ୍ରତଙ୍କୁ ଅପହରଣ କରା ଯାଇଥିବା ନେଇ ଏତଲା ଦେଇଥିଲେ ।