ବିଦ୍ୟୁତ ଉପଭୋକ୍ତା ଆଶ୍ୱସ୍ତ, ୨୦୨୨-୨୩ ଆର୍ଥିକ ବର୍ଷରେ ବଢିବନି ବିଦ୍ୟୁତ ଦର

1 min read

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ୨୦୨୨-୨୩ ଆର୍ଥିକ ବର୍ଷରେ ବଢିବନି ବିଦ୍ୟୁତ ଦର । ଅପରିବତ୍ତିତ ରହିବ ରିଟେଲ ଦର । ସେହିପରି ଚାଷୀ,ଶିଳ୍ପ ଏବଂ ସାଧାରଣ ଲୋକଙ୍କ ପାଇଁ ଅନେକ ରିହାତି ବ୍ୟବସ୍ଥା ଘୋଷଣା କରିଛି ଓଇଆରସି । ଏହାସହ ଡ଼ିଜିଟାଲ ପେମେଣ୍ଟ କଲେ ଉପଭୋକ୍ତାଙ୍କୁ ୩ ପ୍ରତିଶତ ସବସିଡ଼ି ମିଳିବ ବୋଲି ଓଇଆାରସି ପକ୍ଷରୁ ସୂଚନା ଦିଆଯାଇଛି । କ୍ଷୁଦ୍ରଶିଳ୍ପ ପାଇଁ ୧୦ ପଇସା ରିହାତି ଘୋଷଣା କରାଯାଇଛି । ଅକ୍ଷୟଶକ୍ତିର ବିକାଶ ପାଇଁ ଗ୍ରାହକକୁ ଅଧିକ ୫୦ ପଇସା ଦେବାକୁ ପଡ଼ିବ ।

ବିଦ୍ୟୁତ ବିତରଣ କମ୍ପାନୀ ଓ ଉପାଦନ କମ୍ପାନୀଙ୍କ ସହ ଜନ ଶୁଣାଣୀରେ ଆଲୋଚନା କରିବା ପରେ ରାଜ୍ୟ ସରକାର ଏପରି ନିଷ୍ପତି ନେଇଛନ୍ତି । ବିଦ୍ୟୁତ ଦର ବୃଦ୍ଧି ନକରିବା ପାଇଁ ରାଜ୍ୟ ସରକାର ଶକ୍ତି ବିଭାଗକୁ ଚିଠି ଲେଖି ଓଇଆରସିକୁ ଅନୁରୋଧ କରିଥିଲେ । ମହାମାରୀ ଯୋଗୁଁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଥିବାରୁ ଦର ବୃଦ୍ଧି ନକରିବା ପାଇଁ ସରକାର ଚିଠିରେ କମିଶନଙ୍କୁ ଅନୁରୋଧ କରିଥିଲେ ।

୫୦ ପଇସା ୟୁନିଟ ପିଛା ୩ଟଙ୍କା ଲେଖାଏ ବିଦ୍ୟୁତ ଶୁକ୍କ ଦେବାକୁ ପଡ଼ିବ । ୫୦ରୁ ୨୦୦ ଯୁନିଟ ପାଇଁ ୟୁନିଟ ପିଛା ୪ଟଙ୍କା ୮୦ ପଇସା , ୨୦୦ରୁ ୪୦୦ ୟୁନିଟ ପାଇଁ ୟୁନିଟ ପିଛା ୫ଟଙ୍କା ୮୦ ପଇସା । ସେହିପରି ୪୦୦ରୁ ଅ୍ରଧିକ ୟୁନିଟ ହେଲେ ୟୁନିଟ ପିଛା ୬ଟଙ୍କା ୨୦ ପଇସା ଦେବାକୁ ପଡ଼ିବ ।