ବିଲେଇ ପାଇଁ ୧୦୦ କୋଟି କ୍ଷତି, ୮ ଘଣ୍ଟା ଅନ୍ଧାର      

ପୁନେ: ବିଲେଇ ପାଇଁ ୮ ଘଣ୍ଟା ଅନ୍ଧାର । କ୍ଷତି ହେଲା ୧୦୦ କୋଟିରୁ ଅଧିକ ଟଙ୍କା । ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗୁଥିଲେ ବି ଏଭଳି କିଛି ଘଟିଛି ମହାରାଷ୍ଟ୍ରର ପୁନେକୁ ଲାଗିଥିବା ଚିଞ୍ଚୱାଡ଼ରେ । କୁହାଯାଉଛି ଯେଉଁଠି ବିଲେଇ ପାଇଁ ୮ ଘଣ୍ଟା ଅନ୍ଧାର ହୋଇଯିବା ସହ ୧୦୦ କୋଟି ଟଙ୍କା କ୍ଷତି ହୋଇଛି । ବିଲେଇଟି ପିମ୍ପରି ଚିଞ୍ଚୱାଡ଼ର ମହାପରେଶନ ପାୱାର ଟ୍ରାନ୍ସଫର ଭିତରେ ଫସି ଯାଇଥିଲା । ଯେଉଁଥପାଇଁ ଭୀଷଣ ଗରମରେ ଲୋକ ବିଦ୍ୟୁତ୍ ବିନା ୮ ଘଣ୍ଟା କାଟିଥିଲେ ।

Pimpri Chinchwad Electricity Issue Automobile Sector Loss 100 Crore For Cat

ପିମ୍ପରିକୁ ଦେଶର ସବୁଠୁ ବଡ଼ ଅଟୋମୋବାଇଲ୍ ହବ୍ କୁହାଯାଏ । ଅନେକ ବଡ଼ ଶିଳ୍ପ ମଧ୍ୟ ଉକ୍ତ ଅଞ୍ଚଳରେ ରହିଛି । ପ୍ରାୟ ୭ ହଜାର ୫ ଶହ ଉତ୍ପାଦନକାରୀ ୟୁନିଟ୍ ପିମ୍ପରି ଚିଞ୍ଚୱାଡ଼ ମହାନଗର ନିଗମ ଅଞ୍ଚଳରେ ରହିଛି । ବିଦ୍ୟୁତ୍ କାଟ ଯୋଗୁଁ ଅଧିକାଂଶ ୟୁନିଟରେ ୮ ଘଣ୍ଟା ଯାଏ ଉତ୍ପାଦନ ଠପ୍ ହୋଇ ଯାଇଥିଲା । ଅନୁମାନ କରାଯାଉଛି ଏଥିପାଇଁ ଅଟୋମୋବାଇଲ୍ ଶିଳ୍ପର ୧୦୦ କୋଟରୁ ଅଧିକ ଟଙ୍କା କ୍ଷତି ହୋଇଛି ।

Pimpri Chinchwad Electricity Issue Automobile Sector Loss 100 Crore For Cat

ତେବେ ବିଦ୍ୟୁତ୍ ଝଟକାରେ ବିଲେଇର ମୃତ୍ୟୁ ହୋଇଛି । କିନ୍ତୁ ବିଲେଇକୁ ଟ୍ରାନ୍ସଫର୍ମରରୁ ବାହାର କରିବା ପରେ ବିଦ୍ୟୁତ୍ ସରବରାହ କରିବା ପାଇଁ ନାକେଦମ୍ ହୋଇଛନ୍ତି ଅଧିକାରୀ । ପିମ୍ପରିରେ ୨୨୦ କେଭି ସବଷ୍ଟେସନରେ ୧୦୦ ଏମଭିଏ କ୍ଷମତାର ବିଦ୍ୟୁତ୍ ଟ୍ରାନ୍ସଫର୍ମର ବୁଧବାର ସକାଳୁ ଖରାପ ହୋଇ ଯାଇଥିଲା । ଫଳରେ ବିଦ୍ୟୁତ୍ କାଟି ଦିଆଯାଇଥିଲା ।