ପୌର ଭୋଟରେ ହିଂସା: କେଉଁଠି ମାରପିଟ, କେଉଁଠି ଉତ୍ତେଜନା

ଭୁବନେଶ୍ୱର / ଢେଙ୍କାନାଳ : ପୌର ଭୋଟରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଥାନା ଭିତରେ ପଶି ବିଜେଡ଼ି କର୍ମୀଙ୍କୁ ବିଜେପି କର୍ମୀ ଆକ୍ରମଣ କରିଥିବା ଦେଖିବାକୁ ଢେଙ୍କାନାଳରେ ମିଳିଛି । ଏହି ଘଟଣାରେ ବିଜେଡିର 15ନମ୍ବର କାଉନସିଲରଙ୍କ ସହ 2 ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ  ବୁଥ୍‌ ଭିତରେ ବିଜେପି କର୍ମୀ ଟଙ୍କା ବାଣ୍ଟୁଥିବା ଦେଖି ବିଜେଡି କର୍ମୀ ବିରୋଧ କରିଥିଲେ  । ଫଳରେ ବିଜେପି କର୍ମୀ ଗଣ୍ଡଗୋଳ କରିଥିଲେ  ।   ପରେ ମାମଲା ଥାନାକୁ ଆସିଥିଲେ ମଧ୍ୟ ପୋଲିସ ଉପସ୍ଥିତିରେ ବିଜେଡି କର୍ମୀଙ୍କୁ ଆକ୍ରମଣ କରିଥିଲେ ବିଜେପି କର୍ମୀ ।

ସେପଟେ 34 ନମ୍ବର ୱାର୍ଡରେ ଭୋଟ ପରେ ବୁଥ ସାମ୍ନାରେ ଉତେଜନା । ସତ୍ୟନଗର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବୁଥ ନ ୩୬୧, ୩୬୨ରେ ଭୋଟ ସରିବ ପରେ ଉତ୍ତେଜନା ଦେଖାଦେଇଛି । ଭୋଟ ସରିବା ପରେ ଷ୍ଟ୍ରଙ୍ଗରୁମ ପରିବର୍ତ୍ତେ ବୁଥ ଭିତରେ ରହିଥିଲା ଇଭିଏମ । ଇଭିଏମ୍ ଯିବା ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଥିଲେ । ଜଣେ ପୋଲିଙ୍ଗ ଏଜେଣ୍ଟ, ପୋଲିସ ଅଧିକାରୀ ଓ ଭୋଟ ହେଉଥିବା ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଭୋଟ କେନ୍ଦ୍ରରେ ଉପସ୍ଥିତିକୁ ନେଇ ସ୍ଥାନୀୟ ଲୋକେ ତାତିଥିଲେ । ଲୋକଙ୍କ ଅଭିଯୋଗ ଭୋଟ ସରିଲା ପରେ ଏମାନେ କାହିଁକି ଭୋଟ କେନ୍ଦ୍ରକୁ ପଶିଥିଲେ । ପୋଲିସ ଉପସ୍ଥିତିରେ ଇଭିଏମକୁ ଷ୍ଟ୍ରଙ୍ଗ ରୁମକୁ ନିଆଯାଇଛି । ଅନ୍ୟପଟେ ପୁରା ଅଭିଯୋଗ ର ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନଶିକ୍ଷୟତ୍ରୀ ଓ ପୋଲିଂ ଏଜେଣ୍ଟ ।