ଦ୍ୱିତୀୟ ପାଳି ପାଇଁ ଯୋଗୀଙ୍କ ସଜବାଜ, ଆଜି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

1 min read

ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ । ଏହି ଅବସରରେ ଏକ ବିରାଟ ଶପଥ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଦିତ୍ୟନାଥଙ୍କ ସହ କିଛି ବିଧାୟକ ମଧ୍ୟ ମନ୍ତ୍ରୀ ପଦର ଶପଥ ନେବେ । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ରହିବେ ।

ଗତକାଲି ନବନିର୍ବାଚିତ ବିଜେପି ବିଧାୟକ ଦଳର ନୂଆ ନେତା ଭାବରେ ନିର୍ବାଚିତ ହୋଇଥିଲେ ନରେନ୍ଦ୍ର ମୋଦି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଲକ୍ଷ୍ନୌରେ ବସିଥିବା ବିଧାୟକ ଦଳ ବୈଠକରେ ଯୋଗୀଙ୍କୁ ସର୍ବସମ୍ମତ ଭାବେ ନେତା ନିର୍ବାଚିତ କରଯାଇଥିଲା । ନେତା ନିର୍ବାଚିତ ହେଲା ପରେ ଯୋଗୀ ଆଦିତ୍ୟନାଥ ରାଜଭବନରେ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ । ଚଳିତ ବିଧାନସଭା ନିର୍ବାଚନରେ ୪୦୩ ଆସନ ମଧ୍ୟରୁ ବିଜେପି ୨୭୩ ଆସନରେ ବିଜୟ ଲାଭ କରିଥିଲା । ବିଜେପି ୨୭୩ ଆସନ ଜିତିଥିବାବେଳେ ବିରୋଧୀ ସମାଜବାଦୀ ପାର୍ଟି ୧୨୫ ଆସନରେ ବିଜୟ ଲାଭ କରିଛି ।