spot_img
Home Blog Page 4567

ଆସନ୍ତାକାଲି ୟୁପିରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍, ୫୯ ଆସନ ପାଇଁ ହେବ ଭୋଟିଂ

ଲକ୍ଷ୍ନୌ: ଆସନ୍ତାକାଲି ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ଭୋଟ । ୯ ଜିଲ୍ଲାର ୫୯ ଆସନଲାଗି ହେବ ଭୋଟ । ପିଲିଭିଟ୍, ଲଖିମପୁର-ଖେରି, ସୀତାପୁର, ହାରଦୋଇ, ଉନ୍ନାଓ, ଲକ୍ଷ୍ନୌ, ରାଇବରେଲି, ବାନ୍ଦା ଓ ଫତେହପୁର ଜିଲ୍ଲାର ୫୯ ଆସନରେ ଭୋଟଗ୍ରହଣ ହେବ। ୫୯ ଆସନ ପାଇଁ ମଇଦାନରେ ବିଭିନ୍ନ ଦଳର ୬୨୪ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ସେମାନଙ୍କ ମଧ୍ୟରେ ୯୧ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।

ସେହିପରି ଚତୁର୍ଥ ପର୍ଯ୍ୟାୟରେ ନିର୍ଦ୍ଧାରଣ ହେବ ଚାରି ମନ୍ତ୍ରୀଙ୍କ ଭାଗ୍ୟ । ରାୟବରେଲୀ ସଦରରେ ବିଜେପିର ଆଦିତି ସିଂ ଲଢୁଥିବାବେଳେ, ସମାଜବାଦୀ ପାର୍ଟି ପକ୍ଷରୁ ଲଢୁଛନ୍ତି ଆର.ପି ଯାଦବ । ଲକ୍ଷ୍ନୌ ସରୋଜିନୀ ନଗରରେ ପୂର୍ବତନ ଇଡି ଅଫିସର ରାଜେଶ୍ୱର ସିଂ ବିଜେପି ପ୍ରାର୍ଥୀ ହୋଇଥିବାବେଳେ ତାଙ୍କୁ ଟକ୍କର ଦେବେ ସମାଜବାଦୀ ପାର୍ଟିର ପୂର୍ବତନ ମନ୍ତ୍ରୀ ଅଭିଷେକ ମିଶ୍ରା । ତେବେ ବହୁଚର୍ଚ୍ଚିତ ଲଖିମପୁରରେ ଲଢ଼ୁଛନ୍ତି ବିଜେପିର ଯୋଗେଶ ଶର୍ମା । ତାଙ୍କୁ ଟକ୍କର ଦେବେ ସମାଜବାଦୀ ପାର୍ଟିର ଉତ୍କର୍ଷ ବର୍ମା ମଧୁର । ଉନ୍ନାଓ ଆସନରେ ଦୁଷ୍କର୍ମ ପୀଡ଼ିତାଙ୍କ ମା’ ଆଶା ସିଂ କଂଗ୍ରେସ ପକ୍ଷରୁ ଲଢୁଛନ୍ତି । ସେହିପରି ଆୟାସାହା ଆସନରେ ଲଢ଼ୁଛନ୍ତି ସମାଜବାଦୀ ପାର୍ଟି ରାଜ୍ୟସଭା ସାଂସଦ ବିଶ୍ୱମ୍ବର ପ୍ରସାଦ ନିଶାଦ । ଗତ ତିନୋଟି ପର୍ଯ୍ୟାୟରେ ୧୭୨ଟି ସିଟରେ ନିର୍ବାଚନ ସରିଥିବାବେଳେ ବିଜେପି ଆଉ ଥରେ ଡବଲ ଇଞ୍ଜିନ୍ ସରକାର ଗଢ଼ିବ ବୋଲି ଦାବି କରିଛି ।

ସୀମା ଟପିଗଲେ ବିଜେପି କର୍ମୀ, ରାଜନୈତିକ ଆକ୍ରୋଶରୁ ବିଜେଡି କର୍ମୀଙ୍କୁ ପିଟି ପିଟି କଲେ ହତ୍ୟା

ଭଦ୍ରକ: ଭଦ୍ରକରେ ସବୁ ସୀମା ଟପିଗଲେ ବିଜେପି କର୍ମୀ । ରାଜନୈତିକ ଆକ୍ରୋଶରୁ ଜଣେ ବିଜେଡି କର୍ମୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ବିଜେପି କର୍ମୀ । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରୁ । ଧାମନଗର ଥାନା ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିର ଅଞ୍ଚଳରେ ରାଜନୈତିକ ଆକ୍ରୋଶ ଯୋଗୁଁ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ମୃତକ ଜଣକ ହେଲେ ଜାହାଙ୍ଗିର ଅଞ୍ଚଳର ପ୍ରତାପ ଚନ୍ଦ୍ର ରାଉତ ।

ପ୍ରତାପ ରାତିରେ ଘରକୁ ଯାଉଥିବାବେଳେ କିଛି ବିଜେପି କର୍ମୀ ତାଙ୍କୁ ଆକ୍ରମଣ କରିଥିଲେ । ଘଟଣା ବିଷୟରେ ଜାଣି ତାଙ୍କ ଭାଇ ଓ ଗାଁର କିଛି ଲୋକ ବାହାରକୁ ବାହାରିବାରୁ ତାଙ୍କୁ ମଧ୍ୟ ଧମକ ଦେବା ସହ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ପ୍ରତାପଙ୍କୁ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବାବେଳେ, ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପ୍ରତାପଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି ।

ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର, ୨୪ରେ ଭୋଟିଂ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ତିନୋଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ସରିଥିବାବେଳେ ଆଜି ଜାରି ରହିଛି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ । ସେପଟେ ଆଉ ଦିନକ ପରେ ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୨୪ ତାରିଖରେ ପଞ୍ଚମ ପର୍ଯ୍ୟାୟରେ ନେତା ବାଛିବ ଗାଁ । ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ସରିବ ପ୍ରଚାର । ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଜୋରସୋରରେ ହେଉଛି । ଶେଷ ପର୍ଯ୍ୟାୟ ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପାଇଁ ଜୋରସୋରରେ ଚାଲିଛି ପ୍ରଚାର ।

ଗାଁ ଦାଣ୍ଡରେ ବୁଲୁଛନ୍ତି ହେଭିଓ୍ବେଟ୍ ସାଙ୍ଗକୁ ଷ୍ଟାର ପ୍ରଚାରକ । ଘରକୁ ଘର ବୁଲି ଭୋଟ୍ ହାତେଇବାକୁ ଅନ୍ତିମ ଚେଷ୍ଟା କରୁଛନ୍ତି ପ୍ରାର୍ଥୀ । ସବୁ ଦଳ ଜିଲ୍ଲା ପରିଷଦ ଆସନ ଉପରେ ଫୋକସ କରିଛନ୍ତି । ପଞ୍ଚମ ପର୍ଯ୍ୟାୟରେ ରାଜ୍ୟରେ ୪୯ ବ୍ଲକର ୧୩୧ଟି ଜିଲ୍ଲାପରିଷଦ ଜୋନରେ ହେବ ନିର୍ବାଚନ । ୯୭୫ ସରପଞ୍ଚ, ସମିତି ସଭ୍ୟ ଏବଂ ୧୩ହଜାର ୫୧୪ ଓ୍ବାର୍ଡରେ ହେବ ଭୋଟିଂ । ୪୧ଲକ୍ଷରୁ ଅଧିକ ଭୋଟର ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ନିଜର ମତଦାନ ସାବ୍ୟସ୍ତ କରିବେ । ଲୋକପ୍ରିୟ ଯୋଜନା ଓ ବିକାଶ ପାଇଁ ବିଜେଡି ସପକ୍ଷରେ ହାଓ୍ବା ବହୁଥିବାବେଳେ ଶାସକ ଦଳକୁ ଟକ୍କର ଦେବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ।

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ, ୨୭ ଜିଲ୍ଲାର ୧୬୩ ଜିଲ୍ଲା ପରିଷଦ ଜୋନରେ ଭୋଟିଂ

ଭୁବନେଶ୍ୱର: ଆଜି ରାଜ୍ୟରେ ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ । ୨୭ ଜିଲ୍ଲାର ୬୪ ବ୍ଲକରେ ୧୬୩ ଜିଲ୍ଲା ପରିଷଦ ଜୋନରେ ହେଉଛି ମତଦାନ । ସେହିପରି ‌୧୨୫୪ ପଞ୍ଚାୟତ ଓ ୧୭୮୯ ଓ୍ବାର୍ଡରେ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର । ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ମୋଟ ୫୧ ଲକ୍ଷରୁ ଅଧିକ ଭୋଟର ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ଭୋଟ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଭୋଟ କାର୍ଡ ନଥିଲେ ନିର୍ବାଚନ କମିଶନଙ୍କ ଦ୍ୱାରା ଅନୁମୋଦିତ ଅନ୍ୟ ୧୩ଟି କାର୍ଡ ଦେଖାଇ ଭୋଟର ମତାଧିକାର ସାବ୍ୟସ୍ତ କରିପାରିବେ ଭୋଟର । ସେହିପରି ମହିଳା ମାନଙ୍କ ପାଇଁ ବୁଥରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ଯେଉଁ ବୁଥ୍ ସମ୍ବେଦନଶୀଳ ରହିଛି ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ।ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପାଇଁ ୨୫୭ ପ୍ଲାଟନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସେହିପରି ୧୪୭୩ ମୋବାଇଲ ପେଟ୍ରୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ସୂଚନା ଅନୁସାରେ ରାଜ୍ୟରେ ତିନୋଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଆଜି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି । ଫେବ୍ରୁଆରୀ ୨୪ରେ ପଞ୍ଚମ ପର୍ଯ୍ୟାୟ ଭୋଟ ଶେଷ ହେବା ପରେ ଫେବ୍ରୁଆରୀ ୨୬ରୁ ୨୮ ପର୍ଯ୍ୟନ୍ତ ଭୋଟ ଗଣତି ହେବ ।

 

ସରପଞ୍ଚ ପ୍ରାର୍ଥୀଙ୍କୁ ମାଡ଼ ମାରି ନାଳରେ ଫୋପାଡି ଦେଲେ

କେନ୍ଦ୍ରାପଡା: ପାଟକୁରାରେ ଉଗ୍ରରୂପ ନେଇଛି ନିର୍ବାଚନୀ ହିଂସା  । ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାତ୍ମକ ଆକ୍ରମଣ । ଗରଦପୁର ବ୍ଲକ ସାନ ଅଢଙ୍ଗା ସରପଞ୍ଚ ପ୍ରାର୍ଥୀ ଅମୀୟ ରଞ୍ଜନ ସାହୁଙ୍କୁ ଆକ୍ରମଣ କରି ବ୍ୟାଙ୍କ ଗଡା ଛକ ନାଳରେ ଫୋପାଡ଼ି ଦେଇଥିଲେ କିଛି ଦୁର୍ବୃତ୍ତ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଅମୀୟଙ୍କୁ ଉଦ୍ଧାର କରି ଏକ ଘରୋଇ ହସପିଟାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ସୂଚନା ମୁତାବକ ଦଶରୁ ପନ୍ଦର ଜଣ ଦୁର୍ବୁତ୍ତ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଅମୀୟ ରଞ୍ଜନ ଅଚେତ ହୋଇଯିବା ପରେ ତାଙ୍କୁ ଦୁର୍ବୁତ୍ତମାନେ ନାଳରେ ଫୋପାଡି ଦେଇଥିଲେ । କେବଳ ସେତିକି ନୁହେଁ ଅମୀୟଙ୍କ ଫୋନରୁ କଲ କରି ଏ ସଂପର୍କରେ ଦୁର୍ବୃତ୍ତମାନେ ହିଁ ଜଣାଇ ଥିଲେ । ପୋଲିସ୍ ପହଞ୍ଚିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତ ସୃଷ୍ଟି ହୋଇଥିଲା । ଏପରିକି ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ତେବେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ନକଲେ ଆସନ୍ତାକାଲି ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ପୌର ନିର୍ବାଚନରେ ଭୋଟିଂ ବେଳେ ଇଭିଏମରେ ରହିବ NOTA

ଭୁବନେଶ୍ୱର: ଆଗାମୀ ପୌରସଂସ୍ଥା ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟର ୧୦୭ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମର ମୋଟ ୪୫୮୪ଟି ବୁଥରେ ଇଭିଏମ୍ ମାଧ୍ୟମରେ ଭୋଟ ଗ୍ରହଣ କରାଯିବା ସହ ପ୍ରଥମ ଥର ପାଇଁ ପୌରସଂସ୍ଥା ନିର୍ବାଚନରେ ନୋଟା(NOTA (Non of the above)) ବ୍ୟବହାର ହେବ । ବାଲାଟ୍ ପେପରର ସବାଶେଷରେ ନୋଟା ବଟନ୍ ରହିବ । ନିର୍ବାଚନ ମଇଦାନରେ ଭୋଟରଙ୍କ ମନ ପସନ୍ଦର ପ୍ରାର୍ଥୀ ନଥିଲେ ଭୋଟରମାନେ ନୋଟା ବ୍ୟବହାର କରିପାରିବେ ।

ପୌର ନିର୍ବାଚନ ପାଇଁ ପ୍ରତ୍ୟେକ ବୁଥରେ ଦୁଇଟି ଲେଖାଏଁ ଇଭିଏମ୍ ରହିବ । ସେଥିରୁ ଗୋଟିଏ କର୍ପୋରେଟର / କାଉନ୍‌ସିଲର ନିର୍ବାଚନ ପାଇଁ ଓ ଅନ୍ୟଟି ଅଧ୍ୟକ୍ଷ । ମେୟର ନିର୍ବାଚନ ପାଇଁ ବ୍ୟବହୃତ ହେବ । କର୍ପୋରେଟର / କାଉନ୍ସିଲର ପ୍ରାର୍ଥୀମାନଙ୍କ ପାଇଁ ଗୋଲାପି ରଙ୍ଗର ବାଲାଟ୍ ପେପର ଓ ଅଧକ୍ଷ  । ମେୟର ପ୍ରାର୍ଥୀମାନଙ୍କ ପାଇଁ ହଳଦିଆ ରଙ୍ଗର ବାଲାଟ୍ ପେପର ନିର୍ବାଚନରେ ବ୍ୟବସ୍ଥା କରାଯିବ । ଏତଦ୍‌ବ୍ୟତୀତ ଭୋଟରମାନଙ୍କ ସୁବିଧା ନିମନ୍ତେ କର୍ପୋରେଟର / କାଉନ୍‌ସିଲର ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ
ଇଭିଏମ୍ ଉପରେ ଗୋଲାପି ରଙ୍ଗର ଗୋଲ ଷ୍ଟିକର ଓ ଅଧକ୍ଷ ମେୟର ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ଉପରେ ହଳଦିଆ ରଙ୍ଗର ଗୋଲ ଷ୍ଟିକର ଲଗାଯିବ ।

ଏହା ଦ୍ଵାରା କେଉଁ ପ୍ରାର୍ଥୀଙ୍କୁ କେଉଁ ଇଭିଏରେ ଭୋଟ ଦେବାକୁ ହେବ, ତାହା ସହଜରେ ଭୋଟରମାନେ ଜାଣିପାରିବେ । ପ୍ରତ୍ୟେକ ବୁଥ ମଧ୍ୟରେ ମତଦାନ କରିବା ନିମନ୍ତେ ଦୁଇଟି ମତଦାନ ପ୍ରକୋଷ୍ଠ ରହିଛି । ପ୍ରଥମେ ଭୋଟରମାନେ ପ୍ରଥମ ପ୍ରକୋଷ୍ଠକୁ ଯାଇ ଆଗ ଅଧ୍ୟକ୍ଷ | ମେୟର ପଦବୀ ନିମନ୍ତେ ଥିବା ପ୍ରାର୍ଥୀଙ୍କୁ ମତଦାନ କରିସାରି ଦ୍ବିତୀୟ
ପ୍ରକୋଷ୍ଠକୁ ଯିବେ ଓ ସେଠାରେ କର୍ପୋରେଟର / କାଉନ୍ସିଲର ପଦବୀ ନିମନ୍ତେ ଥିବା ପ୍ରାର୍ଥୀଙ୍କୁ ମତଦାନ କରିବେ ବୋଲି ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ସେହିପରି ପୌର ନିର୍ବାଚନରେ ଦୃଷ୍ଟିହୀନ ଭୋଟରମାନଙ

ନବୀନଙ୍କ ଉଦାରତା, ଆଘାତପ୍ରାପ୍ତ ଖେଳାଳୀଙ୍କୁ ଭେଟିଲେ

ଭୁବନେଶ୍ୱର: ମନୀଷା ନାୟକ । ସ୍ପୋର୍ଟସ ଓଡିଶା ଟିମ୍‌ର ୧୮ ବର୍ଷ ବୟସ୍କା ଫୁଟବଲ ଖେଳାଳୀ। ଅନେକ ସ୍ୱପ୍ନ ନେଇ ଓଡିଶା ମହିଳା ଲିଗ୍‌ ମ୍ୟାଚରେ ଖେଳିବାର ଆଶା ରଖି ଆସିଥିଲେ । କିନ୍ତୁ ରାଇଜିଂ ଷ୍ଟୁଡେଣ୍ଟସ ଟିମ୍‌ ସହିତ ଥିବା ମ୍ୟାଚ ପୂର୍ବରୁ ତାଙ୍କ ଆଣ୍ଠୁରେ ଆଘାତ ଲାଗିଲା । ଖେଳିବାର ସୁଯୋଗ ହରାଇଲେ। ମନ ଦୁଃଖରେ ଏକ ଚୌକିରେ ବସି ତାଙ୍କ ଟିମ୍‌ର ମ୍ୟାଚକୁ ଦେଖୁଥାନ୍ତି । ସେ ଜାଣି ନ ଥିଲେ ଯେ ତାଙ୍କର ଏହି ସାମୟିକ ଆଘାତ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା ହେବାର ଏକ ଅପୂର୍ବ ସୁଯୋଗ ଆଣିଦେବ ।

ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧା, ଆଶ୍ୱାସନା ସହିତ ତାଙ୍କ ଠାରୁ ପ୍ରେରଣାଦାୟୀ ଶଦ୍ଦ ଶୁଣିବାକୁ ମିଳିବ । ବାସ୍ତବରେ ମନୀଷାଙ୍କ ଏହି ସାମୟିକ ଦୁଃଖ ତାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ଏକ ଭାବବିହ୍ୱଳ ମୁହୂର୍ତ୍ତର ସୁଯୋଗ ଆଣି ଦେଇଥିଲା । ମନୀଷାଙ୍କ ସବୁ ଦୁଃଖ ମିଳେଇ ଯାଇଥିଲା ଏବଂ ଖୁସିରେ ସେ ଆଗାମୀ ମ୍ୟାଚ ଖେଳିବା ପାଇଁ ଦୃଢ ମନୋବଳ ରଖି ଆଗକୁ ବଢିବା ପାଇଁ ପ୍ରସ୍ତୁତ ହୋଇଥିଲେ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମରେ ବିଭିନ୍ନ କ୍ରୀଡା ପ୍ରକଳ୍ପ ନିର୍ମାଣର ଅଗ୍ରଗତି ସମୀକ୍ଷା ପାଇଁ ଆସିଥିବା ବେଳେ, ସେଠାରେ ଚାଲିଥିବା ମହିଳା ଫୁଟବଲ ଲିଗ୍‌ ମ୍ୟାଚ ଦେଖିବା ପାଇଁ କିଛି ସମୟ ରହିଥିଲେ ଏବଂ ଖେଳାଳୀ ମାନଙ୍କ ସହିତ ମଧ୍ୟ କଥାବାର୍ତ୍ତା ହୋଇଥିଲେ।

ଯେତେବେଳେ ମୁଖ୍ୟମନ୍ତ୍ରୀ ଦୁଃଖରେ ଭାଙ୍ଗି ପଡିଥିବା ମନୀଷାକୁ ଦେଖିଲେ, ସେ ତାଙ୍କ ପାଖକୁ ଯାଇ ତାଙ୍କୁ ଆଶ୍ୱାସନା ଦେଇଥିଲେ ଏବଂ ମନ ଦୁଃଖ ନ କରି ତାଙ୍କର ଚିକିତ୍ସା ଓ ପ୍ରସ୍ତୁତି ଜାରି ରଖି ଆଗାମୀ ମ୍ୟାଚ ଖେଳିବା ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ନେହ ଓ ଶ୍ରଦ୍ଧାରେ ମନୀଷା ଆତ୍ମହରା ହୋଇପଡିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣାରେ ସେ ଆଗକୁ ଦୃଢ ଉଦ୍ୟମ ଜାରି ରଖିବେ ବୋଲି କହିଥିଲେ । ସୁନ୍ଦରଗଡ ସ୍ପୋର୍ଟସ ହଷ୍ଟେଲର ଏହି  ଛାତ୍ରୀ ବର୍ତ୍ତମାନ ୧୮ ବର୍ଷରୁ କମ୍‌ ଖେଲୋ ଇଣ୍ଡିଆ ଫୁଟବଲ କ୍ୟାମ୍ପରେ ରହି ଖେଳ ଅଭ୍ୟାସ ଜାରି ରଖିଛନ୍ତି ।

ରକ୍ତରେ ଥିବା ଖରାପ କୋଲେଷ୍ଟ୍ରୋଲକୁ ବାହାର କରି ଦେବ ଏହି ଜଡିବୁଟି

ଭୁବନେଶ୍ୱର: ଶରୀରକୁ ଦରକାର କୋଲେଷ୍ଟ୍ରୋଲ୍ । ଯାହାକି ଶରୀରରେ ସୁସ୍ଥ କଣିକା ସୃଷ୍ଟିରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥାଏ । ଏବଂ ଏହା ବିନା ଶରୀର କାମ କରେ ନାହିଁ । ଯାହାକି ଭଲ କୋଲେଷ୍ଟୋଲ୍ ଅଟେ, ଶରୀର ପାଇଁ ଜରୁରୀ ଅଟେ । ଏହା ଛଡ଼ା ଖରାପ କୋଲେଷ୍ଟ୍ରୋଲ୍ ରହିଛି, ଯାହା ଶରୀର ପାଇଁ କ୍ଷତିକାରକ । ରକ୍ତରେ ଖରାପ କୋଲେଷ୍ଟ୍ରୋଲ୍ ବଢ଼ିଲେ ହୃଦରୋଗର ବିପଦ ଘନେଇ ଆସେ ।

Herbs And Spices Can Manage Cholesterol Level Naturally

ଖରାପ କୋଲେଷ୍ଟ୍ରୋଲ୍ ଆପଣଙ୍କ ଧମନୀରେ ଜମାଟ ବାନ୍ଧି ବ୍ଲକ କରି ଦେଇଥାଏ । ଯାହାଦ୍ୱାରା ହୃଦରୋଗ, ସ୍ନାୟୁରୋଗ ଓ ଅନ୍ୟ ରୋଗର ବିପଦ ବଢ଼ିଯାଏ । ଯଦି ଥରେ ଆପଣଙ୍କ ଧମନୀରେ ବ୍ଲକେଜ୍ ହୋଇଯିବ ତ ହୃଦଘାତ ହେବାର ଆଶଙ୍କା ବଢ଼ିଯିବ । ୨୦ ବର୍ଷରୁ ଅଧିକ ବୟସର ମହିଳାଙ୍କ କ୍ଷେତ୍ରରେ ଖରାପ କୋଲେଷ୍ଟ୍ରୋଲ୍ର ମାତ୍ରା ୧୦୦ ମିଲିଗ୍ରାମରୁ କମ୍ ହେବା ଉଚିତ୍ । ସେହିଭଳି ୨୦ ବର୍ଷରୁ ଅଧିକ ବୟସ୍କ ପୁରୁଷଙ୍କ କ୍ଷେତ୍ରରେ ଏହି ମାତ୍ରା ୧୦୦ ମିଲିଗ୍ରାମରୁ କମ୍ ହେବା ଦରକାର ।

Herbs And Spices Can Manage Cholesterol Level Naturally

ଆୟୁର୍ବେଦ ଚିକିତ୍ସକଙ୍କ ଅନୁସାରେ, ଖରାପ କୋଲେଷ୍ଟ୍ରୋଲରୁ ମୁକ୍ତି ପାଇବା ଲାଗି ହଳଦୀ ସେବନ ସହ ବ୍ୟାୟାମ ଜରୁରୀ । ଅଁଳା ଓ ଜିରା ଭଳି କେତେକ ଆୟୁର୍ବେଦିକ ଜଡିବୁଟି ବ୍ୟବହାର କରି ଶରୀରରେ କୋଲେଷ୍ଟ୍ରୋଲ୍ ସ୍ତରକୁ ନିୟନ୍ତ୍ରଣ କରାଯାଇ ପାରିବ । ଜିରା, ଧନିଆ, ରସୁଣ, ଲେମ୍ବୁ, ଅଦା, ଅର୍ଜୁନ ଜଡ଼ି ବୁଟି, ଗୁଗ୍ଗୁଲ, ତ୍ରିଫଳା, ଆଦି ସେବନ କରି ପାରିବେ ।

ପୌର ନିର୍ବାଚନରେ ଇଭିଏମ୍ ସହ ବ୍ୟବହାର ହେବ ୨ଟି ରଙ୍ଗର ବାଲାଟ୍

ଭୁବନେଶ୍ୱର: ଆଗାମୀ ପୌରସଂସ୍ଥା ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟର ୧୦୭ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମର ମୋଟ ୪ ହଜାର ୫୮୪ଟି ବୁଥରେ ଇଭିଏମ୍ ମାଧ୍ୟମରେ ଭୋଟ ଗ୍ରହଣ କରାଯିବ । ପ୍ରଥମ ଥର ପାଇଁ ପୌରସଂସ୍ଥା ନିର୍ବାଚନରେ ନୋଟା ବିକଳ୍ପ ରହିବ । ବାଲାଟ୍ ପେପରର ସବାଶେଷରେ ନୋଟା ବଟନ୍ ରହିବ । ନିର୍ବାଚନ ମଇଦାନରେ ଭୋଟରଙ୍କ ମନ ପସନ୍ଦର ପ୍ରାର୍ଥୀ ନଥିଲେ ଭୋଟରମାନେ ନୋଟା ବ୍ୟବହାର କରିପାରିବେ । ପୌର ନିର୍ବାଚନ ପାଇଁ ପ୍ରତ୍ୟେକ ବୁଥରେ ଦୁଇଟି ଲେଖାଏ ଇଭିଏମ୍ ରହିବ ।

ସେଥିରୁ ଗୋଟିଏ କର୍ପୋରେଟର/କାଉନସିଲର ନିର୍ବାଚନ ପାଇଁ ଓ ଅନ୍ୟଟି ଅଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ବ୍ୟବହୃତ ହେବ । କର୍ପୋରେଟର/କାଉନସିଲର ପ୍ରାର୍ଥୀମାନଙ୍କ ପାଇଁ ଗୋଲାପି ରଙ୍ଗର ବାଲାଟ୍ ପେପର ଓ ଅଧକ୍ଷ/ମେୟର ପ୍ରାର୍ଥୀମାନଙ୍କ ପାଇଁ ହଳଦିଆ ରଙ୍ଗର ବାଲାଟ୍ ପେପର ବ୍ୟବସ୍ଥା କରାଯିବ । ଏତଦବ୍ୟତୀତ ଭୋଟରମାନଙ୍କ ସୁବିଧା ନିମନ୍ତେ କର୍ପୋରେଟର/କାଉନ୍‌ସିଲର ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ଉପରେ ଗୋଲାପି ରଙ୍ଗର ଗୋଲ ଷ୍ଟିକର ଓ ଅଧକ୍ଷ/ମେୟର ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ଉପରେ ହଳଦିଆ ରଙ୍ଗର ଗୋଲ ଷ୍ଟିକର ଲଗାଯିବ ।

Yellow And Pink Ballot To Be Use In Odisha Municipal Elections Along EVM

ଏହା ଦ୍ଵାରା କେଉଁ ପ୍ରାର୍ଥୀଙ୍କୁ କେଉଁ ଇଭିଏରେ ଭୋଟ ଦେବାକୁ ହେବ ତାହା ସହଜରେ ଭୋଟରମାନେ ଜାଣିପାରିବେ । ପ୍ରତ୍ୟେକ ବୁଥ୍ ମଧ୍ୟରେ ମତଦାନ କରିବା ନିମନ୍ତେ ୨ଟି ମତଦାନ ପ୍ରକୋଷ୍ଠ ରହିବ । ପ୍ରଥମେ ଭୋଟରମାନେ ପ୍ରଥମ ପ୍ରକୋଷ୍ଠକୁ ଯାଇ ଆଗ ଅଧ୍ୟକ୍ଷ/ମେୟର ପଦବୀ ନିମନ୍ତେ ଥିବା ପ୍ରାର୍ଥୀଙ୍କୁ ମତଦାନ କରିବେ । ଦ୍ୱିତୀୟ ପ୍ରକୋଷ୍ଠରେ କର୍ପୋରେଟର/କାଉନସିଲର ପଦବୀ ନିମନ୍ତେ ପ୍ରାର୍ଥୀଙ୍କୁ ମତଦାନ କରିବେ ବୋଲି ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି ।

ସେହିପରି ପୌର ନିର୍ବାଚନରେ ଦୃଷ୍ଟିହୀନ ଭୋଟରମାନଙ୍କ ପାଇଁ ବ୍ରେଲି ବାଲାଟ ପେପର ସୁବିଧା କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାରୁ ବଛାବଛା ମାଷ୍ଟର ଟ୍ରେନରମାନଙ୍କର ଦୁଇଦିନିଆ ଇଭିଏମ୍‌ ତାଲିମ କାର୍ଯ୍ୟକ୍ରମ ନିର୍ବାଚନ କମିଶନଙ୍କ ଦ୍ୱାରା ରାଜ୍ୟସ୍ତରରେ ଶେଷ ହୋଇଛି । ପୌର ନିର୍ବାଚନ ପାଇଁ ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ ୱାର୍ଡ ପୁନର୍ଗଠନ, ବୁଥ ଓ ଭୋଟର ତାଲିକା ପ୍ରସ୍ତୁତି ଇତ୍ୟାଦି କାର୍ଯ୍ୟକୁ ଅନୁମୋଦନ କରିସାରିଛନ୍ତି ।

କିଏ ହେବ ବିଜେପିର ବିକଳ୍ପ ? ପୁଣି ଆରମ୍ଭ ହେଲା ଆଞ୍ଚଳିକ ଦଳଙ୍କ କସରତ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିରୋଧରେ ପୁଣି ଏକାଠି ହେଉଛନ୍ତି ଆଞ୍ଚଳିକ ଦଳ । ବିକଳ୍ପ ଶକ୍ତି ସୃଷ୍ଟି ପାଇଁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଚଳାଇଛନ୍ତି ଜୋରଦାର ପ୍ରୟାସ । ଶରଦ ପାୱାର ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କେସିଆର୍ ଭେଟିବା ପରେ ଜାତୀୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ଜାତୀୟ ସ୍ତରରେ ସମ୍ଭାବ୍ୟ ସମୀକରଣ ନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ । ୨୦୨୪ ପୂର୍ବରୁ ଏକାଠି ହେଉଛନ୍ତି ବିରୋଧୀ । କେନ୍ଦ୍ର ବିରୋଧରେ ବିକଳ୍ପ ରାଜନୈତିକ ଶକ୍ତି ସୃଷ୍ଟି ପାଇଁ ଚାଲିଛି ଉଦ୍ୟମ । ଏଥିପାଇଁ ବିରୋଧୀ ଅଣ୍ଟା ଭିଡ଼ି ଥିବା ବେଳେ ସମଦୂରତା କଥା ଦୋହରାଇଛି ବିଜେଡି ।

 Who Will Be Alternative Of BJP In Centre, 2024 General Elections

ଜାତୀୟ ସ୍ତରରେ ଆରମ୍ଭ ହୋଇଥିବା ଏହି ଚର୍ଚ୍ଚା ଧିରେ ଧିରେ ଦାନା ବାନ୍ଧିଛି । କିଛିଦିନ ତଳେ ୩୭ଟି ଆଞ୍ଚଳିକ ଦଳଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ ଚିଠି ଲେଖି ବିକଳ୍ପ ଶକ୍ତି ଗଠନ ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଭେଟିବା ପରେ ଏ ଚର୍ଚ୍ଚା ଜୋର୍ ଧରିଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଆଞ୍ଚଳିକ ଦଳ ଏକାଠି ହେବା ବିଜେପିକୁ ଚିନ୍ତାରେ ପକାଇଛି ।

 Who Will Be Alternative Of BJP In Centre, 2024 General Elections

ଓଡ଼ିଶା ରାଜନୈତିକ ପାଣିପାଗରେ ଜାତୀୟ ସ୍ତରରେ ଏହି ନୂଆ ସମୀକରଣକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି । ରାଜ୍ୟରେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେପି । କେନ୍ଦ୍ର ସରକାର ସଂଘୀୟ ବ୍ୟବସ୍ଥା ଧୂଳିସାତ କରିବା ଓ ରାଜ୍ୟଗୁଡ଼ିକର କ୍ଷମତା କମାଇବା ସହ ଦେଶର ସମ୍ପତ୍ତି ବିକ୍ରି କରୁଥିବାରୁ ଦଳମତ ନିର୍ବିଶେଷରେ ସମସ୍ତେ କେନ୍ଦ୍ର ବିରୋଧରେ ଏକାଠି ହେବାକୁ କଂଗ୍ରେସ ଆହ୍ୱାନ ଦେଇଛି । ଅନ୍ୟପଟେ ୨୦୧୪ରୁ କେନ୍ଦ୍ର ବିରୋଧରେ ଆଞ୍ଚଳିକ ଦଳଗୁଡ଼ିକ ଏକାଠି ହେବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନଥିବା ବିଜେପି କହିଛି ।

 Who Will Be Alternative Of BJP In Centre, 2024 General Elections

ସାରା ଦେଶରେ ଏବେ ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ ବିଜେଡି ଉଭା ହୋଇଛି । ଜାତୀୟ ସ୍ତରରେ ନୂଆ ସମୀକରଣ ନେଇ ବିଜେଡିର ମତ ମଧ୍ୟ ସ୍ପଷ୍ଟ। ଦଳ ସମଦୂରତା କଥା ଦୋହରାଇଛି । ରାଜନୈତିକ ସମୀକ୍ଷକମାନେ କିନ୍ତୁ ଏ ପ୍ରସଙ୍ଗରେ ଭିନ୍ନ ମତ ରଖିଛନ୍ତି । ଆଗକୁ ରାଷ୍ଟ୍ରପତି ନିର୍ବାଚନ । ଏହା ପୂର୍ବରୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବିରୋଧର ଆଞ୍ଚଳିକ ଦଳଗୁଡ଼ିକ ବିକଳ୍ପ ରାଜନୈତିକ ଶକ୍ତି ଛିଡ଼ା କରିବାରେ କେତେ ସଫଳ ହେଉଛନ୍ତି ତା’ ଉପରେ ପୂରା ଦେଶର ନଜର ।