spot_img
Home Blog Page 4566

ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ଜୀବନ୍ତ ଜଳିଗଲେ ୭ ମହିଳା

ଶିମଲା: ହିମାଚଳ ପ୍ରଦେଶ ଉନାର ଏକ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୭ ଜଣ ଜୀବନ୍ତ ଜଳି ଯାଇଥିବା ବେଳେ ୧୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାଣ କାରଖାନାରେ ହୋଇଥିବା ବିସ୍ଫୋରଣରେ ୭ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି ।

ଏଥିସହ ପଢ଼ନ୍ତୁ: ‘ପୃଥିବୀ ବି ଜ୍ଞାନୀ, ବୁଝି ବିଚାରି କରେ କାମ’

ସୂଚନା ଅନୁସାରେ, ଉନାର ହରୋଲି ଟାହଲିବାଲ ବାଥର ଶିଳ୍ପାଞ୍ଚଳରେ ଥିବା ବାଣ କାରଖାନାରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ ନିଆଁ ଲାଗି କାମ କରୁଥିବା ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏବେ ନିଆଁ ଲିଭି ଯାଇଥିବା ବେଳେ ଆହାତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୭ ଜଣ ମୃତକଙ୍କ ମଧ୍ୟରେ ଏକ ୩ ବର୍ଷର ଝିଅ ଥିବା ଜଣାପଡ଼ିଛି । ପ୍ରାଥମିକ ସୂଚନାରେ ମୃତ୍ୟୁବରଣ କରିଥିବା ମହିଳା ୟୁପିର ।

ଏଥିସହ ପଢ଼ନ୍ତୁ: କେଉଁ ଅକ୍ଷର ନାମ ଥିବା ଯୁବତୀଙ୍କୁ ମିଳେ ସ୍ୱାମୀଙ୍କ ଅଧିକ ଭଲ ପାଇବା ?

ଆହାତ ଜଣେ ମହିଳାଙ୍କ ସୂଚନା ଅନୁସାରେ, ବିସ୍ଫୋରଣ ହୋଇଥିବା ସ୍ଥାନରେ ପ୍ରାୟ ୩୦ରୁ ୩୫ ଜଣ କାମ କରୁଥିଲେ । ପ୍ରଶାସନର ବିନା ଅନୁମତିରେ ବାଣ କାରଖାନା ଚାଲିଥିବା ପଞ୍ଚାୟତ ଅଧିକାରୀ କହିଛନ୍ତି ।

ତପସ୍ୱିନୀଙ୍କୁ ନେଇ ଭଡ଼ା ଘରେ ରହିବେ ସୁମିତ, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ: ବ୍ରହ୍ମପୁରର ବହୁଚର୍ଚ୍ଚିତ ତପସ୍ୱିନୀ ଏବଂ ସୁମିତଙ୍କ ପାରିବାରିକ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ବ୍ରହ୍ମପୁର ଦୌରାଜଜ୍ କୋର୍ଟଙ୍କ ଆଦେଶ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଯେଉଁ ଘରେ ତପସ୍ୱିନୀ ଏବେ ରହୁଛନ୍ତି, ଏକ ମାସ ପର୍ଯ୍ୟନ୍ତ ସେହି ଘରେ ରହିବାକୁ କୋର୍ଟ ଅନୁମତି ଦେଇଛନ୍ତି । ଏକ ମାସ ମଧ୍ୟରେ ବାହାରେ ଘରଭଡ଼ା ନେଇ ସ୍ତ୍ରୀ ତପସ୍ୱିନୀଙ୍କ ସହିତ ରହିବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଭରଣପୋଷଣ ନେଇ ତଳକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ମଧ୍ୟ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । ତପସ୍ୱିନୀଙ୍କୁ ସୁମିତ ମାସିକ ୧୭ ହଜାର ଟଙ୍କା ପରିବର୍ତ୍ତେ ୧୦ ହଜାର ଟଙ୍କା ଦେବେ । ପ୍ରତ୍ୟେକ ମାସ ୧୦ ତାରିଖ ସୁଦ୍ଧା ଏହି ଟଙ୍କା ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୨୮ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ବ୍ରହ୍ମପୁର ଜିଲ୍ଲା ଦୌରାଜଜ ଗତ ଜାନୁଆରୀ ୪ ତାରିଖରେ ଦେଇଥିବା ନିର୍ଦ୍ଦେଶ ବିରୋଧରେ ଡାକ୍ତର ସୁମିତ ସାହୁ ହାଇକୋର୍ଟରେ ଅପିଲ କରିଥିଲେ । ସୁମିତଙ୍କ ବାପା ପ୍ରମୋଦ ସାହୁ ମଧ୍ୟ ହାଇକୋର୍ଟରେ ଅନ୍ୟ ଏକ ମାମଲା ରୁଜୁ କରିଛନ୍ତି । ଗତ ଡିସେମ୍ବର ୨୦ ତାରିଖରେ ୩୦ରୁ ଅଧିକ ମହିଳା ତାଙ୍କ ଘରର ଗେଟ ଘରେ ଭାଙ୍ଗି ପ୍ରବେଶ କରିବା ସହ ଗାଳିଗୁଲଜ କରିଥିବା ସେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୋଲିସର ନିଷ୍କ୍ରିୟତା  ଓ ତାଙ୍କ ପରିବାର ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପ୍ରମୋଦ ସାହୁ । ସେପଟେ ଡାକ୍ତର ସୁମିତ ସାହୁଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ମନୋମାଳିନ୍ୟ ଥିବା ବେଳେ ବ୍ରହ୍ମପୁର ଜିଲା ଦୌରାଜଜ୍ ଗୋଟିଏ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ବିଶୃଙ୍ଖଳା ସୃଷ୍ଟି ହେବ । ପୁଣି ସେହି ଘର ସୁମିତଙ୍କର ମଧ୍ୟ ନୁହେଁ ।

ଏହା ସହ ସୁମିତ ଓ ତାଙ୍କ ପରିବାରର ସାମାଜିକ ସମ୍ମାନ କ୍ଷୁଣ୍ଣ ହୋଇଛି ବୋଲି ଅଦାଲତଙ୍କୁ ଦର୍ଶାଯାଇଥିଲେ ସୁମିତ । ହାଇକୋର୍ଟ ଆଜି ବ୍ରହ୍ମପୁର ଜିଲ୍ଲା ଦୌରାଜଜ୍‌ଙ୍କ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି । ହାଇକୋର୍ଟରେ ତପସ୍ୱିନୀଙ୍କ ପକ୍ଷରୁ ଓକିଲ ମାନସ ଚାନ୍ଦ ଓ ସୁମିତଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି ।

‘ପୃଥିବୀ ବି ଜ୍ଞାନୀ, ବୁଝି ବିଚାରି କରେ କାମ’

ନୂଆଦିଲ୍ଲୀ: ପୃଥିବୀ ଏକ ଗ୍ରହ । ଆମେ ଏକଥା ପିଲା ଦିନୁ ଜାଣିଛେ । ଆଉ ଖାଲି ପୃଥିବୀ କାହିଁକି ସୌର ଜଗତରେ ଥିବା ସମସ୍ତ ଗ୍ରହ ଓ ଉପଗ୍ରହ ନିର୍ଜୀବ ବୋଲି ବି ପଢ଼ିଛେ । ହେଲେ ଏହି ଭାବନା ଓ ଧାରଣା ଏବେ ଭୁଲ୍ ପ୍ରମାଣିତ ହେବାକୁ ଯାଉଛି । କାରଣ ପୃଥିବୀର ନିଜ ବୁଦ୍ଧି ରହିଛି । ପୃଥିବୀ ନିଜ ଇଚ୍ଛା ଅନୁସାରେ କାମ କରେ । ପୃଥିବୀ ଏକ ବୁଦ୍ଧିଆ ଗ୍ରହ । ଇଣ୍ଟରନ୍ୟାସନାଲ୍ ଜର୍ଣ୍ଣାଲ୍ ଅଫ୍ ଆଷ୍ଟ୍ରୋବାୟୋଲଜିରେ ପ୍ରକାଶିତ ହୋଇଛି ଏହି ଅଧ୍ୟୟନ ରିପୋର୍ଟ ।

Earth Has Its Own Brain Mind And Planetary Intelligence

ରିପୋର୍ଟ ଅନୁସାରେ, ପୃଥିବୀର ନିଜସ୍ୱ ବୁଦ୍ଧି ଥିବା ବେଳେ ବୁଝି ବିଚାରି କାମ କରେ । ଯାହା ପ୍ରମାଣ କରିବାକୁ ଯାଇ ବୈଜ୍ଞାନିକ କୁହନ୍ତି, ମାଟି ତଳେ ଫଙ୍ଗସର ଏକ ବିଶାଳକାୟ ସ୍ତର ରହିଛି । ଯାହାକି ପୃଥିବୀ ସାରା ପରିବ୍ୟାପ୍ତ । ଆଉ ଏମାନେ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରିଥାନ୍ତି । ଏମାନଙ୍କର ଏକ ବଡ଼ ନେଟୱର୍କ ଥିବାବେଳେ ଅଦୃଶ୍ୟ ବୁଦ୍ଧିମତା ପ୍ରଦର୍ଶନ କରିଥାନ୍ତି ।

Earth Has Its Own Brain Mind And Planetary Intelligence

ଯେଉଁଥିପାଇଁ ପୂରା ପୃଥିବୀର ସ୍ଥିତି ବଦଳି ଥାଏ । ଯଦି ଏଭଳି ପ୍ରକ୍ରିୟାକୁ ଗଭୀରତାର ସହ ଅଧ୍ୟୟନ କଲେ ଆମକୁ ଜଳବାୟୁ ପରିବର୍ତ୍ତନ, ବିଶ୍ୱ ତାପନ ଭଳି ଧରିତ୍ରୀରେ ହେଉଥିବା ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ପୃଥିବୀ ପୃଷ୍ଠରେ ଫଙ୍ଗସଙ୍କ ଠାରୁ ନେଇ ମଣିଷ ଭଳି ଜଟିଳ ଜୀବ ବାସ କରୁଛନ୍ତି । ପରିବେଶ ପ୍ରଦୂଷଣରୁ ନେଇ ପ୍ଲାଷ୍ଟିକ ସଂକଟ ଯାଏ ମଣିଷଙ୍କ ସବୁ କାର୍ଯ୍ୟର ନିରବ ସାକ୍ଷୀ ହେଉଛି ପୃଥିବୀ ।

Earth Has Its Own Brain Mind And Planetary Intelligence

ପୃଥିବୀ ନିୟମିତ ଭାବେ କୌଣସି ନା କୌଣସି ପ୍ରକାରେ ସନ୍ତୁଳନ ରକ୍ଷା ପାଇଁ ଏକ ପ୍ରକ୍ରିୟାକୁ ଜନ୍ମ ଦେଇଥାଏ । ଯେମିତିକି ଗଛ-ଉଦ୍ଭିଦ ଏକ ସମୁଦାୟ ଭାବେ ନିଜକୁ ଜୀବିତ ରଖିବା ପାଇଁ ବିଶ୍ୱସ୍ତରରେ ଏକ ପ୍ରକ୍ରିୟା କରନ୍ତି । ଯାହାକୁ ଫଟୋସିନ୍ଥେସିସ୍ କୁହାଯାଏ । ଆଉ ଧରିତ୍ରୀରେ ହେଉଥିବା ପ୍ରକ୍ରିୟାରୁ ମିଳେ ଅମ୍ଲଜାନ । ଆଉ ସେହି ଅମ୍ଲଜାନ ଧରିତ୍ରୀର ପୂରା ପ୍ରକ୍ରିୟାକୁ ହିଁ ବଦଳାଇ ଦେଇଛି । ଯଦିଓ ଗଛ-ଉଦ୍ଭିଦ ନିଜ ପାଇଁ କାମ କରନ୍ତି ତଥାପି ସେମାନେ ପୃଥିବୀ ବୁଦ୍ଧିମତାର ଏକ ଅଂଶ ।

Earth Has Its Own Brain Mind And Planetary Intelligence

ପୃଥିବୀରେ ଥିବା ଜୀବନକୁ ସାମୁହିକ ସ୍ତରରେ ବାଓସ୍ଫିୟର କୁହନ୍ତି । ବାୟୋସ୍ଫିୟରର ଜନ୍ମ ଫଳରେ ଧରିତ୍ରୀକୁ ଏକ ନୂଆ ଜୀବନ ମିଳିଛି । ପୃଥିବୀ ନିଜ ବାବଦରେ ଚିନ୍ତା କରିବା ସହ ସନ୍ତୁଳନ ରକ୍ଷା କରୁଛି । ଧରିତ୍ରୀର ଗୋଟିଏ ପାର୍ଶ୍ୱରେ କିଛି ଗଡ଼ବଡ଼ ହେଲେ ଅନ୍ୟ ପାର୍ଶ୍ୱରେ କିଛି କରି ସନ୍ତୁଳନ ରକ୍ଷା କରୁଛି ପୃଥିବୀ ।

Earth Has Its Own Brain Mind And Planetary Intelligence

କୋଟି କୋଟି ବର୍ଷ ତଳେ ପୃଥିବୀରେ ଜୀବନ କି କୌଣସି ଟେକ୍ନୋଲୋଜି ନଥିଲା । ସୂକ୍ଷ୍ମଜୀବ ଅର୍ଥାତ୍ ମାଇକ୍ରୋବ୍ସ ଥିଲେ କିନ୍ତୁ ଗଛ-ଲତା ନଥିଲା । ସେତେବେଳେ ପୃଥିବୀରେ ଏମିତି କୌଣସି ଜୀବନ ନଥିଲା ଯାହା ବାୟୁ ମଣ୍ଡଳ, ଜଳ ମଣ୍ଡଳ କିମ୍ବ ଅନ୍ୟ ଗ୍ରହ ଉପରେ ପ୍ରଭାବ ପକାଇ ପାରିବ । ସେତେବେଳର ସମୟକୁ ଅପରିପକ୍ୱ ଜୀବମଣ୍ଡଳ କୁହା ଯାଉଥିଲା ।

Earth Has Its Own Brain Mind And Planetary Intelligence

ଆଉ ଆଜି ଆମେ ବଞ୍ଚୁଥିବା ସମାଜ ହେଉଛି ପୃଥିବୀର ଅସଲ ଚେହେରା । ଆଜିର ପୃଥିବୀରେ ଜୈବିକ ଓ ଟେକ୍ନୋଲୋଜି ମହଯୁଦ୍ ରହିଛି । ଯାହାର ଆରମ୍ଭ ୨୫୦ କୋଟି ବର୍ଷରୁ ନେଇ ୫୪ କୋଟି ବର୍ଷ ପୂର୍ବେ ହୋଇଥିଲା । ଧରିତ୍ରୀର ଅପରିପକ୍ୱ ଜୀବ ମଣ୍ଡଳ ଭଳି ଆମେ ଟେକ୍ନୋଲୋଜିର ଅପରିପକ୍ୱ କାଳରେ ରହିଛେ । ଅର୍ଥାତ୍ ପୃଥିବୀ ପୃଷ୍ଠରେ ଯୋଗାଯୋଗ, ଯାତାୟତ, ଟେକ୍ନୋଲୋଜି, ବିଦ୍ୟୁତ୍, କମ୍ପ୍ୟୁଟର୍ସ ରହିଛି । ତଥାପି ଏହା ଅପରିପକ୍ୱ । କାରଣ ଏମାନେ କୌଣସି ନା କୌଣସି ପ୍ରକାରେ ପୃଥିବୀ ଠାରୁ ଶକ୍ତି ନେଉଥିବା ବେଳେ ଧରିତ୍ରୀର କୌଣସି ଉପକାର କରୁନାହାନ୍ତି । ବରଂ ପୃଥିବୀକୁ କ୍ଷତି ପହଞ୍ଚାଉଛନ୍ତି । ଯଦି ଏସବୁ ପୃଥିବୀ ପାଇଁ ଲାଭ ଦାୟକ ହେବେ ନାହିଁ ତ ଭବିଷ୍ୟତରେ ନିଜେ ନିଜର କ୍ଷତି କରିବେ ।

Earth Has Its Own Brain Mind And Planetary Intelligence

ବୈଜ୍ଞାନିକଙ୍କ ଅନୁସାରେ, ସମସ୍ତ ଜଟିଳ ପ୍ରକ୍ରିୟା ଏକାଠି ହେଲେ ପୃଥିବୀ ଆହୁରି ସ୍ମାର୍ଟ ହୋଇଯିବ । ଏହାଦ୍ୱାରା ଆଗାମୀ ଦିନରେ ପୃଥିବୀକୁ ହେବାକୁ ଥିବା କ୍ଷତି ଦ୍ୱାରା ସମସ୍ତ କ୍ଷତିରେ ପଡ଼ିବେ । ସେତେବେଳେ ଧରିତ୍ରୀ ହିସାବରେ କାମ କରିବେ । ସେତେବେଳେ ବାୟୋସ୍ଫିୟର ଓ ଟେକ୍ନୋସ୍ଫିୟର ମିଳିତ ଭାବେ ପୃଥିବୀର ଭଲ ପାଇଁ କାମ କରିବେ ।

କେଉଁ ଅକ୍ଷର ନାମ ଥିବା ଯୁବତୀଙ୍କୁ ମିଳେ ସ୍ୱାମୀଙ୍କ ଅଧିକ ଭଲ ପାଇବା ?

ନୂଆଦିଲ୍ଲୀ: ସମସ୍ତଙ୍କ ଇଚ୍ଛା ଥାଏ ଜୀବନରେ ତାଙ୍କୁ ବେଶୀ ଭଲ ପାଉଥିବା ମଣିଷଟିଏ ମିଳୁ । ସବୁ ପରିସ୍ଥିତିରେ ତାର ସାଥ୍ ଦେଉ । ବ୍ୟକ୍ତିର ନାଁର ପ୍ରଭାବ ତାର ସ୍ୱଭାବ ଉପରେ ପଡ଼ିଥାଏ । ନାମ ଜ୍ୟୋତିଷ ଅନୁସାରେ, ଏହି ଅକ୍ଷରରେ ଆରମ୍ଭ ହେଉଥିବା ଯୁବତୀ, ସ୍ୱାମୀଙ୍କ ଭଲ ପାଇବାକୁ ନେଇ ବେଶ୍ ଭାଗ୍ୟବାନ ହୋଇଥାନ୍ତି । ଏହି ନାମ ଥିବା ଯୁବତୀ ସ୍ୱାମୀଙ୍କ ହୃଦୟରେ ରାଜ୍ କରନ୍ତି । ଆସନ୍ତୁ ଜାଣିବା ସେହି ଅକ୍ଷର ବିଷୟରେ…

 Name Astrology Know Girls Name Start With These Letter Are Rule Their Husband Heart

B (ବି) ନାମ ଥିବା ଝିଅ

ନାମ ଜ୍ୟୋତିଷ ଅନୁସାରେ, ବି ଅକ୍ଷରରେ ନାଁ ଆରମ୍ଭ ହେଉଥିବା ଝିଅ ଘର ଏବଂ ଅଫିସ୍ ଉଭୟ କାମକୁ ଭଲ ଭାବରେ ତୁଲାଇ ପାରନ୍ତି । ଏମିତି ଝିଅଙ୍କୁ ଜୀବନରେ ବହୁତ ଭଲ ପାଉଥିବା ସ୍ୱାମୀ ମିଳିଥାଏ । ଏପରିକି ଏଭଳି ଝିଅ ମାନେ ସ୍ୱାମୀଙ୍କ ଲାଗି ବି ଭାଗ୍ୟଶାଳୀ ହୋଇଥାନ୍ତି । ଅସୁବିଧା ସମୟରେ ସ୍ୱାମୀ ସହ ଛିଡ଼ା ହୋଇଥାନ୍ତି ।

D (ଡି) ନାମ ଥିବା ଝିଅ

ଡି ନାମ ଥିବା ଝିଅ ସ୍ୱାମୀଙ୍କ ଭଲ ପାଇବା କ୍ଷେତ୍ରରେ ଭାଗ୍ୟଶାଳୀ ଅଟନ୍ତି । ବିବାହ ପରେ ସେମାନଙ୍କୁ ସ୍ୱାମୀଙ୍କ ବେଶ୍ ଅଧିକ ଭଲ ପାଇବା ମିଳିଥାଏ । କେବଳ ସ୍ୱାମୀଙ୍କୁ ନୁହେଁ ପରିବାରର ପ୍ରତିଟି ସଦସ୍ୟଙ୍କୁ ଖୁସିରେ ରଖିବାରେ ସଫଳ ହୋଇଥାନ୍ତି ଡି ଅକ୍ଷରରେ ନାଁ ଆରମ୍ଭ ଥିବା ଝିଅ । ଏହି ନାମର ଝିଅ ସ୍ୱଭାବରେ କୋମଳ ହୋଇଥିବା ବେଳେ ସମସ୍ତଙ୍କୁ ଖୁସି କରିବାକୁ ସର୍ବଦା ଆଗେଇ ଆସନ୍ତି ।

L (ଏଲ୍) ନାମ ଥିବା ଝିଅ

ନାମ ଜ୍ୟୋତିଷ ଅନୁସାରେ, ଏଲ୍ ଅକ୍ଷରରେ ନାଁ ଆରମ୍ଭ ହେଉଥିବା ଝିଅ ଖୁସି ସ୍ୱଭାବର ହୋଇଥାନ୍ତି । ଏମାନେ ନିଜ ଜୀବନ ସାଥୀଙ୍କୁ ବେଶ୍ ଭଲ ପାଇଥାନ୍ତି । କୌଣସି ବି ସ୍ଥିତିରେ ସାଥୀଙ୍କ ହାତ ଛାଡ଼ନ୍ତି ନାହିଁ । ଏଥିପାଇଁ ସେମାନଙ୍କୁ ସ୍ୱାମୀଙ୍କ ବେଶ୍ ଭଲ ପାଇବା ମିଳିଥାଏ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହୁଥିବାରୁ ବୈବାହିକ ଜୀବନ ଖୁସିରେ କଟିଥାଏ ।

N (ଏନ୍) ନାମ ଥିବା ଝିଅ

ସେହିଭଳି ଏନ୍ ଅକ୍ଷରରୁ ଆରମ୍ଭ ନାଁର ଝିଅମାନେ ସ୍ୱାମୀଙ୍କ ଭଲ ପାଇବାକୁ ନେଇ ବେଶ୍ ଭାଗ୍ୟଶାଳୀ ହୋଇଥାନ୍ତି । ପତି, ପତ୍ନୀଙ୍କ ଉପଦେଶ ମାନି କାମ କରିଥାନ୍ତି । ଅଧିକରୁ ଅଧିକ ସମୟ ଏକାଠି ବିତାଇବାକୁ ପସନ୍ଦ କରିଥାନ୍ତି । ବୈବାହିକ ଜୀବନ ବି ହସଖୁସିରେ କଟିଥାଏ ।

ଶାନ୍ତି ଶୃଙ୍ଖଳା ସହ ସରିଲା ଚତୁର୍ଥ ପର୍ଯ୍ୟାୟ ଭୋଟ୍, ୨ଟି ସ୍ଥାନରେ ବାଲାଟରେ ତ୍ରୁଟି

ଭୁବନେଶ୍ୱର: ରାଜ୍ୟରେ ସୁରୁଖୁରୁରେ ସରିଲା ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୨୭ ଜିଲ୍ଲାର ୬୪ ବ୍ଲକରେ ୧୬୩ ଜିଲ୍ଲା ପରିଷଦ ଜୋନରେ ସରିଛି ଭୋଟ୍ ଗ୍ରହଣ । ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ ହୋଇଛି । ଏନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ କୌଣସି ସ୍ଥାନରେ ହିଂସା ଦେଖା ଦେଇନଥିବା ବେଳେ ୨ଟି ସ୍ଥାନରେ ବାଲାଟ ପେପରରେ ତ୍ରୁଟି କାରଣରୁ ନିର୍ବାଚନ ସ୍ଥଗିତ ରହିଛି । କେନ୍ଦ୍ରାପଡ଼ାରେ ଗୋଟିଏ ସ୍ଥାନରେ ସରପଞ୍ଚ ଓ ଯାଜପୁରରେ ଓ୍ବାର୍ଡ ମେମ୍ବର ଭୋଟ ସ୍ଥଗିତ ରଖାଯାଇଛି।

ସେପଟେ ଆସନ୍ତାକାଲି ୪୫ଟି ବୁଥରେ ରି-ପୋଲିଂ ହେବ। ଏଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି ନିର୍ବାଚନ କମିଶନ। ରି-ପୋଲିଂ ଭୋଟ୍ ପରେ ବାଲଟ ବାକ୍ସକୁ ରଖିବାକୁ ମୁଖ୍ୟ ଷ୍ଟ୍ରଙ୍ଗରୁମ୍ ଖୋଲାଯିବ ନାହିଁ । ଅନ୍ୟ ଏକ ଷ୍ଟ୍ରଙ୍ଗରୁମ୍ କରି ଏସବୁକୁ ସୁରକ୍ଷିତ ରଖାଯିବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅନ୍ୟପଟେ ତୃତୀୟ ପର୍ଯ୍ୟାୟରେ ଭୋଟିଂ ହୋଇପାରିନଥିବା ୩୦ଟି ବୁଥରେ ୨୫ ତାରିଖରେ ପୁଣି ଥରେ ନିର୍ବାଚନ ହେବ ।

ୟୁକ୍ରେନ ସଙ୍କଟ ମଧ୍ୟରେ ଭୁଷୁଡ଼ିଲା ସେୟାର ବଜାର, ୧ ହଜାର ଖସିଲା ସେନସେକ୍ସ

ନୂଆଦିଲ୍ଲୀ: ଚରମ ସୀମାରେ ୟୁକ୍ରେନ-ଋଷ ବିବାଦ । ୟୁକ୍ରେନ ସଙ୍କଟର ପ୍ରଭାବ ସେୟାର ବଜାର ଉପରେ ପଡ଼ିଛି । ବିଶ୍ୱରେ ଯୁଦ୍ଧର ଘନଘଟା ଭିତରେ ହତାଶ ହୋଇଛନ୍ତି ନିବେଶକ । ସେନସେକ୍ସରେ ଏକ ହଜାର ପଏଣ୍ଟ ଖସି ଖୋଲିଲା ବଜାର । ସେୟାର ବଜାର କାରବାର ଆରମ୍ଭରୁ ତଳମୁହାଁ ହୋଇଛି ନିଫଟି ଓ ସେନସେକ୍ସ । ବଜାର ଆରମ୍ଭରୁ ପ୍ରାୟ ୩୦୦ ପଏଣ୍ଟ ଖସି  ୧୭ ହଜାର ତଳେ ରହିଛି ନିଫଟି । ଆଜି ସକାଳୁ ମାର୍କେଟ ଖୋଲିବା ପରେ ରେଡ୍ ହୋଇଛି ସବୁ ସେକ୍ଟର ସେୟାର । । IT, ମେଟାଲ, କ୍ୟାପିଟାଲ ଗୁଡ୍ସ, ବ୍ୟାଙ୍କିଂ ସେକ୍ଟର ସେୟାର ଲଗାତାର ହ୍ରାସ ପାଉଛି । ସେପଟେ ଅର୍ନ୍ତରାଷ୍ଟ୍ରୀୟ ବଜାରରେ ବଢୁଛି ଅଶୋଧିତ ତୈଳଦର । ତୈଳ ଦର ବ୍ୟାରେଲ ପିଛା ୯୮ ଟଙ୍କାରେ ପହଞ୍ଚିଛି । ଖୁବଶୀଘ୍ର ଏହା ଶହେ ଛୁଇଁବା ଆଶଙ୍କା କରାଯାଉଛି ।

ଗତ ଦେଢ଼ ମାସ ମଧ୍ୟରେ ଅଶୋଧିତ ତୈଳ ଦର ୪୦ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଏହା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ମାତ୍ର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଥିବାରୁ ଭାରତରେ ଏହାର ପ୍ରଭାବ ପଡୁନି । ମାର୍ଚ୍ଚ ୭ ତାରିଖରେ ନିର୍ବାଚନ ଶେଷ ହେବା ପରେ ପେଟ୍ରୋଲ, ଡିଜେଲ ଦର ଅହେତୁକ ବୃଦ୍ଧି ପାଇପାରେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।

ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ କ’ଣ ରହିଲା ଭାରତର ଆଭିମୁଖ୍ୟ

ନୂଆଦିଲ୍ଲୀ: ଚରମ ସୀମାରେ ଋଷ – ୟୁକ୍ରେନ୍ ବିବାଦ । ଆମେରିକା ନେତୃତ୍ବାଧୀନ ନାଟୋକୁ ଜୋରଦାର ଚାଲେଞ୍ଜ କରିଛି ଋଷ୍‌ । ବିଦ୍ରୋହୀଙ୍କ କବଜାରେ ଥିବା ପୂର୍ବ ୟୁକ୍ରେନର ଡୋନେସ୍କ ଓ ଲୁଗାନସ୍କୁ ସ୍ବାଧୀନ ରାଷ୍ଟ୍ରର ମାନ୍ୟତା ଦେବା ଆଇନରେ ଦସ୍ତଖତ କରିଛନ୍ତି ଭ୍ଲାଦିମିର ପୁଟିନ । ଋଷ-ୟୁକ୍ରେନ ବିବାଦ ବଢ଼ୁଥିବାବେଳେ ଆଜି ଜାତିସଂଘ ସୁରକ୍ଷା ପରିଷଦ ବୈଠକ ଚାଲିଛି । ଏହି ବୈଠକରେ ବିଭିନ୍ନ ରାଷ୍ଟ୍ର ଏହି ବିବାଦ ଉପରେ ତାଙ୍କ ପକ୍ଷ ରଖିଛନ୍ତି । ଏହି ବୈଠକରେ ଆମେରିକା, କାନାଡା ଓ ବ୍ରିଟେନ ଋଷର ଏହି ପଦକ୍ଷେପ ପାଇଁ ଦୃଢ଼ ନିନ୍ଦା କରିଛନ୍ତି । କିନ୍ତୁ ଭାରତ ଏହି ବୈଠକରେ ଦୁଇ ଦେଶ ଶାନ୍ତି ପ୍ରତିଷ୍ଠା କରିବାକୁ ପରାମର୍ଶ ଦେଇଥିଲା ।

ଆଜି ଜାତିସଂଘରେ ହୋଇଥିବା ସୁରକ୍ଷା ପରିଷଦ ବୈଠକର ଭାରତର ସ୍ଥାୟୀ ସଦସ୍ୟ ଟି.ଏସ ତିରୁମୂର୍ତ୍ତୀ କହିଛନ୍ତି କି ଋଷ ଓ ୟୁକ୍ରେନ ମଧ୍ୟରେ ଦେଖାଯାଇଥିବା ବିବାଦ ଅତ୍ୟନ୍ତ ଚିନ୍ତା ଜନକ ଅଟେ । ସେ କହିଛନ୍ତି- ଋଷ- ୟୁକ୍ରେନ ମଧ୍ୟରେ ଦେଖାଯାଇଥିବା ଘଟଣା ସ୍ଥାନୀୟ ଅଞ୍ଚଳର ଶାନ୍ତି ଓ ସ୍ଥିରତାକୁ ବିପଦରେ ପକାଇଛି । ଆମେ କେବେ ହେଲେ ସାମରିକ ଉତ୍ତେଜନାକୁ ଗ୍ରହଣ କରିପାରିବା ନାହିଁ । ସବୁ ସମସ୍ୟା କୂଟନୀତିକ ଆଲୋଚନା ଦ୍ୱାରା ସାମାଧାନ ହୋଇପାରିବ ବୋଲି ଆମର ଆଶା ବୋଲି କହିଛନ୍ତି ଟି.ଏସ ତିରୁମୂର୍ତ୍ତୀ ।

ତିରୁମୂର୍ତ୍ତୀ ସୁରକ୍ଷା ପରିଷଦରେ ଆହୁରି କହିଛନ୍ତି ଯେ ୟୁକ୍ରେନରେ ୨୦ ହଜାରରୁ ଅଧିକ ଭାରତୀୟ ନାଗରିକ ଓ ଶିକ୍ଷାର୍ଥୀ ରହୁଛନ୍ତି। ସୀମାନ୍ତ ଅଞ୍ଚଳରେ ମଧ୍ୟ ଅନେକ ଭାରତୀୟ ଶିକ୍ଷାର୍ଥୀ ଅଧ୍ୟୟନ କରୁଛନ୍ତି । ଭାରତୀୟ ନାଗରିକଙ୍କ ସୁରକ୍ଷା ଭାରତ ସରକାରଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସରକାର ସବୁବେଳେ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ ।

ୟୁକ୍ରେନରୁ ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ଆରମ୍ଭ ହେଲା ମିଶନ, ୟୁକ୍ରେନ ଗଲା ପ୍ରଥମ ବିମାନ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଏହାରି ଭିତରେ ମଧ୍ୟରାତ୍ରୀରେ ପୁଟିନଙ୍କ ସମ୍ବୋଧନ ପରେ ଆହୁରି ବିଗିଡ଼ିଛି ସ୍ଥିତି । ଆମେରିକା ନେତୃତ୍ବାଧୀନ ନାଟୋକୁ ଜୋରଦାର ଚାଲେଞ୍ଜ କରିଛି ଋଷ୍‌ । ଯାହା ଫଳରେ ଚରମ ସୀମାରେ ପହଞ୍ଚିଛି ଋଷ-ୟୁକ୍ରେନ ବିବାଦ । ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ବିବାଦକୁ ଦୃଷ୍ଟିରେ ରଖି ଭାରତ ୟୁକ୍ରେନରେ ରହିଥିବା ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ଅଭିଯାନ ଆରମ୍ଭ କରିଛି ।

ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ ଆଣିବା ପାଇଁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ବି-୭୮୭ ଆଜି ସକାଳୁ ୟୁକ୍ରେନ ଯାଇଛି । ମିଳିଥିବା ସୂଚନା ଅନୁସାରେ ଏୟାର ଇଣ୍ଡିଆର ଏହି ସ୍ୱତନ୍ତ୍ର ବିମାନ ରାତି ୧୦ରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଆଣି ନୂଆଦିଲ୍ଲୀରେ ପହଞ୍ଚିବ । ଏହା ବ୍ୟତୀତ ଭାରତ ତରଫରୁ ଚଳିତ ମାସରେ ଆଉ ଦୁଇଟି ବିମାନ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ଯିବ । ଦ୍ୱିତୀୟ ବିମାନ ୨୪ ଫେବ୍ରୁଆରୀରେ ଓ ତୃତୀୟ ବିମାନ ୨୬ ଫେବ୍ରୁଆରୀରେ ୟୁକ୍ରେନ ଯିବ ।

ଗୋଟିଏ ପଟେ ଭାରତ ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ଅଭିଯାନ ଆରମ୍ଭ କରିଥିବାବେଳେ ସେପଟେ ଋଷ ୟୁକ୍ରେନର ଦୁଇଟି ସହରକୁ ସ୍ୱତନ୍ତ୍ର ପ୍ରଦେଶ ଘୋଷଣା କରିଛନ୍ତି ପୁଟିନ୍ । ସ୍ୱତନ୍ତ୍ର ପ୍ରଦେଶ ଘୋଷଣା କରିବା ସହ ୟୁକ୍ରେନକୁ ସେନା ପଠାଇବାକୁ ମଧ୍ୟ ଆଦେଶ ଦେଇଛନ୍ତି ପୁଟିନ୍ ।

ମାର୍ଚ୍ଚ ୧୫ରୁ ଆରମ୍ଭ ହୋଇପାରେ ଆନ୍ତର୍ଜାତିକ ବିମାନ ସେବା

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୧୫ରୁ ଆରମ୍ଭ ହୋଇପାରେ ଆନ୍ତର୍ଜାତିକ ବିମାନ ସେବା । ସମସ୍ତ କୋଭିଡ ପ୍ରୋଟୋକଲ ତଥା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ବା ଏସଓପିକୁ ଆଧାର କରି ବିମାନ ସେବା ଆରମ୍ଭ ହେବ । ବିମାନ ସେବା ଯଥାରୀତି ଚାଲୁ କରିବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଦେଶ ତଥା ବିଶ୍ୱରେ କୋଭିଡ ସ୍ଥିତିରେ ସୁଧାର ଆସିଥିବାରୁ ବିମାନ ସେବା ପୁନର୍ବାର ସ୍ୱାଭାବିକ କରିବା ଲାଗି ମନ୍ତ୍ରଣାଳୟ ଚିନ୍ତା କରିଛି । ବିମାନ ସେବା ନେଇ ବିଧିବଦ୍ଧ ଭାବେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇ ନଥିଲେ ସୁଦ୍ଧା ବିଶେଷ ସୂତ୍ରକୁ ଆଧାର କରି ଏହା କୁହାଯାଇଛି ।

ଭାରତ ଆସୁଥିବା ଯାତ୍ରୀଙ୍କ ଲାଗି ଗତ ଫେବ୍ରୁଆରୀ ୧୫ ତାରିଖରେ ଜାରି ହୋଇଥିବା ଗାଇଡଲାଇନକୁ ଅବଲମ୍ବନ କରାଯିବ ବୋଲି କୁହାଯାଇଛି । ବିଦେଶରୁ ଭାରତକୁ ଆସୁଥିବା ଯାତ୍ରୀଙ୍କ ଲାଗି ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗତ ଫେବ୍ରୁଆରୀ ୧୪ରେ ଗାଇଡଲାଇନ ଜାରି ହୋଇଥିଲା । ନୂଆ ନିୟମ ଅନୁସାରେ ୭ ଦିନ ହୋମ କ୍ୱାରେଣ୍ଟାଇନରେ ରହିବା ଲାଗି ଥିବା ବାଧ୍ୟତାମୂଳକ ବ୍ୟବସ୍ଥାକୁ ହଟାଇ ଦିଆଯାଇଥିଲା । ଏହା ସହ ଆଟ୍ ରିସ୍କ ଦେଶର ତାଲିକା ମଧ୍ୟ ରଦ୍ଦ କରାଯାଇଥିଲା । କୋଭିଡ ଯୋଗୁ ଗତ ୨୦୨୦ ମାର୍ଚ୍ଚ ୨୩ରୁ ଭାରତରେ ଆନ୍ତର୍ଜାତିକ ବିମାନ ସେବା ବନ୍ଦ ରହିଛି । କେବଳ ଏୟାର ବବଲ ଆରେଞ୍ଜମେଣ୍ଟ ଅନୁସାରେ ଭାରତ ଓ ଅନ୍ୟ ୪୦ଟି ରାଷ୍ଟ୍ର ସହ ଗତ ଜୁଲାଇ ୨୦୨୦ରୁ ସ୍ୱତନ୍ତ୍ର ବିମାନ ସେବା ଜାରି ରହିଛି ।

ତେଜୁଛି ଯୁଦ୍ଧ ଆଶଙ୍କା, ୟୁକ୍ରେନର ଦୁଇଟି ପ୍ରାନ୍ତକୁ ସ୍ୱତନ୍ତ୍ର ରାଷ୍ଟ୍ରର ମାନ୍ୟତା ଦେଲା ଋଷ

ନୂଆଦିଲ୍ଲୀ: ଚରମ ସୀମାରେ ପହଞ୍ଚିଛି ଋଷ୍-ୟୁକ୍ରେନ୍ ବିବାଦ । ମଧ୍ୟରାତ୍ରୀରେ ପୁଟିନଙ୍କ ସମ୍ବୋଧନ ପରେ ଆହୁରି ବିଗିଡ଼ିଛି ସ୍ଥିତି । ଆମେରିକା ନେତୃତ୍ବାଧୀନ ନାଟୋକୁ ଜୋରଦାର ଚାଲେଞ୍ଜ କରିଛି ଋଷ୍‌ । ବିଦ୍ରୋହୀଙ୍କ କବଜାରେ ଥିବା ପୂର୍ବ ୟୁକ୍ରେନର ଦୁଇ ପ୍ରାନ୍ତକୁ ପୁଟିନ ସ୍ବାଧୀନ ରାଷ୍ଟ୍ର ଘୋଷଣା କରିବା ସହ ସୈନ୍ୟ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡୋନେସ୍କ ଓ ଲୁଗାନସ୍କୁ ସ୍ବତନ୍ତ୍ର ରାଷ୍ଟ୍ରର ମାନ୍ୟତା ଦେବା ଆଇନରେ ଦସ୍ତଖତ କରିଛନ୍ତି ଭ୍ଲାଦିମିର ପୁଟିନ । ଏହା ସହ ମସ୍କୋକୁ ବ୍ଲାକମେଲ କରିବା ଚଳିବ ନାହିଁ ବୋଲି ସେ ଖୋଲା ଧମକ ଦେଇଛନ୍ତି ।

ପୁଟିନ୍ ସମ୍ବୋଧନ ସମୟରେ କହିଛନ୍ତି- ଆମେରିକା ଇସାରାରେ କାର୍ଯ୍ୟ କରୁଛି ୟୁକ୍ରେନ । ପଶ୍ଚିମ ଦେଶ ସହଯୋଗରେ ୟୁକ୍ରେନରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତି ଓ ସେନାକୁ ମଜଭୁତ କରାଯିବା ଋଷର ସାର୍ବଭୌମତ୍ବ ଓ ନିରାପତ୍ତା ଲାଗି ଏକ ବୃହତ ଚାଲେଞ୍ଜ ହେବ । ଇତିହାସରେ ୟୁକ୍ରେନ କେବେ ବି ଏକ ସ୍ବାଧୀନ ରାଷ୍ଟ୍ର ନଥିଲା । ୟୁକ୍ରେନ ଋଷର ପରିବାର ଭଳି । ଡୋନେତସ୍କ ଓ ଲୁହାନସ୍କର ହଜାର ହଜାର ଲୋକଙ୍କୁ ଏବେ ଋଷ ନିଜ ମାଟିରେ ଆଶ୍ରୟ ଦେବାରେ ଲାଗିଛି । ତେବେ ପୁଟିନଙ୍କ ଏଭଳି ନିଷ୍ପତ୍ତି ଅର୍ନ୍ତରାଷ୍ଟ୍ରୀୟ ଆଇନକୁ ଉଲ୍ଲଂଘନ କରିଛି ବୋଲି ଆମେରିକା କହିଛି । ସେପଟେ ଋଷକୁ ଏହାର ଉଚିତ ଜବାବ ଦିଆଯିବ ବୋଲି କହିଛନ୍ତି ବ୍ରିଟେନ ଓ କାନାଡ଼ା ।

ଅନ୍ୟପଟେ ଋଷର ଆକ୍ରମଣ ନିର୍ଦ୍ଦେଶ ପରେ ଜାତୀୟ ସୁରକ୍ଷା ଏବଂ ପ୍ରତିରକ୍ଷା ପରିଷଦ ସହ ବୈଠକ କରିଛନ୍ତି ୟୁକ୍ରେନର ରାଷ୍ଟ୍ରପତି ଭ୍ଲୋଦୋମିର ଜେଲେନସ୍କି । ସେହିପରି ଋଷର ଦାବିକୁ ନେଇ ଆଜି ଜରୁରୀ ବୈଠକ ଡାକିଛନ୍ତି ମିଳିତ ଜାତିସଂଘ । ଭାରତୀୟ ସମୟ ଅନୁସାରେ ସକାଳ ୭ଟା ୩୦ରୁ ନ୍ୟୁୟର୍କଠାରେ ଏହି ବୈଠକ ଆରମ୍ଭ ହୋଇଛି । ଋଷ୍ ଅଧ୍ୟକ୍ଷତାରେ ହେଉଥିବା ଏହି ବୈଠକରେ UNSC ସଦସ୍ୟ ହିସାବରେ ଭାରତ ମଧ୍ୟ ବୈଠକରେ ଉପସ୍ଥିତ ରହିଛି । ୟୁରୋପରେ ସୃଷ୍ଟି ହୋଇଥିବା ଯୁଦ୍ଧ ସଙ୍କଟ ପୂରା ବିଶ୍ୱ ପାଇଁ ସଙ୍କଟ ସୃଷ୍ଟି କରୁଛି । ଉଭୟ ପକ୍ଷ କୂଟନୈତିକ ସ୍ତରରେ ଆଲୋଚନା କରି ଶାନ୍ତି ବଜାୟ ରଖିବାକୁ ଅପିଲ କରିଛିନ୍ତି ଭାରତର ସ୍ଥାୟୀ ପ୍ରତିନିଧି ଟିଏସ୍ ତିରୁମୂର୍ତ୍ତି ।