ଚୈତ୍ର ପୂର୍ଣ୍ଣିମାରେ କେଉଁ ରାଶିର ବ୍ୟକ୍ତି କେମିତି କରିବେ ପୂଜା ଜାଣନ୍ତୁ…

1 min read

ଚୈତ୍ର ନବରାତ୍ରିର ୯ ଦିନରେ ୯ଗୋଟି ବେଶରେ ପୂଜା ପାଆନ୍ତି ମା’ ଦୁର୍ଗା । ମା’ଙ୍କ ଆଶିର୍ବାଦ ପ୍ରାପ୍ତି ନିମନ୍ତେ କଳସ ସ୍ଥାପନ ସହ ଉପବାସ ରଖିନ୍ତି ଭକ୍ତଗଣ । ଏହା ବିଶ୍ୱାସ କରାଯାଏ ଯେ ନବରାତ୍ରିରେ ମା’ଙ୍କ ପ୍ରିୟ ସାମଗ୍ରୀ ଅର୍ପଣ କଲେ ମା’ ପ୍ରସନ୍ନ ହୋଇଥାନ୍ତି । ଏହା ଦ୍ୱାରା ଘରେ ସୁଖ-ସମୃଦ୍ଧିର ଆଗମନ ହୋଇଥାଏ ।

 

ମେଷ : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ବ୍ୟକ୍ତି ମା’ଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ । ଏଥିସହ ମା’ଙ୍କୁ ଲାଲ ରଙ୍ଗର ବସ୍ତ୍ର ଚଢ଼ାନ୍ତୁ । ନିଜ ସକ୍ଷମ ଅନୁସାରେ ମା’ଙ୍କୁ ସ୍ୱର୍ଣ୍ଣ ଆଭୂଷଣ ମଧ୍ୟ ଦାନ କରିପାରିବେ ।

ବୃଷ : ମା’ଙ୍କ ଆଶିର୍ବାଦ ପ୍ରାପ୍ତି ନିମନ୍ତେ ସିଦ୍ଧ କୁଞ୍ଜିକା ସ୍ତୋତ୍ର ପାଠ କରନ୍ତୁ । ଏଥିସହ ସୁଗନ୍ଧିତ ଫୁଲ ତଥା ଗୋଲାପ, ଗଙ୍ଗଶିଉଳୀ ଓ ଗେଣ୍ଡୁ ଆଦି ଅର୍ପଣ କଲେ ମା’ ପ୍ରସନ୍ନ ହେବେ ।

ମିଥୁନ : ଏହି ରାଶିର ବ୍ୟକ୍ତି ମା’ ଦୁର୍ଗାଙ୍କୁ ଲାଲ ରଙ୍ଗର ବସ୍ତ୍ର ଓ ସବୁଜ ରଙ୍ଗର ଶାଢ଼ି ଚଢ଼ାନ୍ତୁ । ଏଥିସହ ଦୁର୍ଗା ସପ୍ତସତୀ ପାଠ କଲେ ମା’ଙ୍କ ଆଶିର୍ବାଦ ଲାଭ କରିପାରିବେ ।

କର୍କଟ : କର୍କଟ ରାଶିର ବ୍ୟକ୍ତି ମା’ଙ୍କୁ ଲାଲ ଏବଂ ହଳଦୀ ରଙ୍ଗର ଫୁଲ ଚଢ଼ାନ୍ତୁ । ରୂପା ଅଳଙ୍କାର ଦାନ କଲେ ଶୁଭ । ମା’ଙ୍କ କୃପା ଅର୍ଜନ ପାଇଁ ଚନ୍ଦ୍ରବୀଜ ମନ୍ତ୍ର ଜପ କରନ୍ତୁ ।

ସିଂହ : ଏହି ରାଶିର ବ୍ୟକ୍ତି ମା’ଙ୍କ ପାଦରେ ଲାଲ ରଙ୍ଗର ଫୁଲ ଅର୍ପଣ କରନ୍ତୁ । ସ୍ୱର୍ଣ୍ଣ ଅଳଙ୍କାର ଅର୍ପଣ କରିବା ଶୁଭଦାୟକ । ମା’ ଭଗବତୀଙ୍କ କୃପା ଅର୍ଜନ କରିବାକୁ ଦୁର୍ଗା ସ୍ତୋତ୍ର ଏବଂ ଦୁର୍ଗା କବଚ ପାଠ କରନ୍ତୁ ।

କନ୍ୟା : ମା’ ଭବାନୀଙ୍କୁ ଲାଲ ଏବଂ ସବୁଜ ରଙ୍ଗର ଫୁଲ ଚଢ଼ାନ୍ତୁ । ଏହାବ୍ୟତୀତ ଲାଲ ରଙ୍ଗର ବସ୍ତ୍ର ଓ ସବୁଜ ରଙ୍ଗର ଶାଢ଼ୀ ଦାନ କରନ୍ତୁ । ଦୁର୍ଗା ସପ୍ତସତୀ ପାଠ କରି ସୁଖ-ସମୃଦ୍ଧି ଲାଭ କରିବେ ।

ତୁଳା : ତୁଳା ରାଶିର ବ୍ୟକ୍ତି ମା ଦୁର୍ଗାଙ୍କୁ ଧଳା ଏବଂ ଗୋଲାପି ରଙ୍ଗର ଫୁଲ ଚଢ଼ାନ୍ତୁ । ଲାଲ ରଙ୍ଗର ବସ୍ତ୍ର ଦାନ କରନ୍ତୁ । ମା’ଙ୍କ କୃପା ଲାଭ କରିବା ପାଇଁ ନବରାତ୍ରିରେ ପ୍ରତିଦିନ ଦୁର୍ଗା ସପ୍ତସତୀ ପାଠ କରନ୍ତୁ ।

ବିଛା : ବିଛା ରାଶିର ବ୍ୟକ୍ତି ଦୁର୍ଗାଙ୍କୁ ମନ୍ଦାର ଫୁଲ ଏବଂ ଗୁଡ଼ ଭୋଗ ଲଗାନ୍ତୁ । ମା’ଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଅର୍ପଣ କରନ୍ତୁ । ନବରାତ୍ରିରେ ପ୍ରତିଦିନ ଦୁର୍ଗା ରକ୍ଷା କବଚ ଓ ଦୁର୍ଗା ରକ୍ଷା ମନ୍ତ୍ର ଜପ କରନ୍ତୁ ।

ଧନୁ : ଏହି ରାଶିର ବ୍ୟକ୍ତି ଦେବୀ ମା’ଙ୍କୁ ହଳଦିଆ ରଙ୍ଗର ଫୁଲ ଓ ତେଲ ଅର୍ପଣ କଲେ ଶୁଭ ଫଳପ୍ରଦ ହେବ । ଏଥିସହ ମା’ଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ମଧ୍ୟ ଦାନ କରିପାରିବେ । ଦୁର୍ଗା ସପ୍ତସତୀ ପାଠ କରିବା ସହ ଦୁର୍ଗାବୀଜ ମନ୍ତ୍ର ପାଠ କରନ୍ତୁ ।

ମକର : ମା’ ଦୁର୍ଗାଙ୍କୁ ନଡ଼ିଆ ପାଣି ଢାଳିବା ସହ ନୀଳ ରଙ୍ଗର ଫୁଲ ଦେଇ ପୂଜା କରନ୍ତୁ । ନବରାତ୍ରିର ୯ ଦିନ ରାମଚରିତମାନସ ପାଠ କରନ୍ତୁ । ମା’ଙ୍କୁ ରୂପା ଅଳଙ୍କାର ଦାନ କଲେ ଶୁଭ ।

କୁମ୍ଭ : ଏହି ରାଶିର ବ୍ୟକ୍ତି ଦେବୀଙ୍କୁ ନୀଳ ରଙ୍ଗର ଫୁଲ ଚଢ଼ାଇଲେ ଶୁଭ । ଏହା କରିବା ଦ୍ୱାରା ସମସ୍ତ ରୋଗ ଭଲ ହେବ । ଏଥିସହ ନବରାତ୍ରୀର ପ୍ରତ୍ୟେକ ଦିନ ଦୁର୍ଗା ଚାଳିସା ପାଠ କରନ୍ତୁ ।

ମୀନ : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୀନ ରାଶିର ବ୍ୟକ୍ତି ଗେଣ୍ଡୁ, କନିଅର, ମନ୍ଦାର ଆଦି ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ । ମା’ଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ମଧ୍ୟ ଦାନ କରିପାରିବେ । ଏଥିସହ ବ୍ରହ୍ମ ମୂହୁର୍ତ୍ତରେ ଦୁର୍ଗା ସପ୍ତସତୀ ଓ ରାମ ରକ୍ଷା ସ୍ତୋତ୍ର ପାଠ କରନ୍ତୁ ।