ଆଜି ଭଦ୍ରକରେ ଭୋଟ, ୬ଟି ବୁଥରେ ସାନି ମତଦାନ

1 min read

ଭଦ୍ରକ: ଆଜି ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର 4ଟି ଓ୍ବାର୍ଡର 6ଟି ବୁଥରେ ସାନି ମତଦାନ । ଆଉ କିଛି ସମୟ ପରେ ଭୋଟ ଦେବେ ଭୋଟର । ଅପରାହ୍ନ ୪ଟା ଯାଏ ମତଦାନ ଅନୁଷ୍ଠିତ ହେବ । 2 ନମ୍ବର ଓ୍ବାର୍ଡର 3 ନମ୍ବର ବୁଥ୍, 5 ନମ୍ବର ଓ୍ବାର୍ଡର 8 ଓ 9 ନମ୍ବର ବୁଥ, 9 ନମ୍ବର ଓ୍ବାର୍ଡର 16 ନମ୍ବର ବୁଥ ଏବଂ 10 ନମ୍ବର ଓ୍ବାର୍ଡର 17 ଓ 18 ନମ୍ବର ବୁଥରେ ପୂନଃ ନିର୍ବାଚନ ହେଉଛି ।

ଶାନ୍ତି ଶୃଙ୍ଖଳାରେ ମତଦାନ ପାଇଁ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, 3 ଜଣ DSPଙ୍କ ସମେତ ଇନିସପେକ୍ଟର, ସବ ଇନ୍ସପେକ୍ଟର, ASI ଓ ମହିଳା ପୋଲିସ ମୁତୟନ ହୋଇଛନ୍ତି । ଅସାମାଜିକ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ପ୍ରତ୍ୟେକ ବୁଥରେ ସି ସି ଟିଭି ଲଗାଯାଇଛି । ଗତ ମାର୍ଚ୍ଚ ୨୪ ତାରିଖରେ ଧାମନଗର ଏନଏସିରେ ନିର୍ବାଚନ ସମୟରେ ହିଂସାକାଣ୍ଡ ଘଟିଥିଲା । ବୁଥ୍ ଭିତରେ ଭଙ୍ଗାରୁଜା କରିବା ସହ ଜଣେ ବ୍ୟକ୍ତିଙ୍କୁ ଛୁରା ମାଡ଼ ହୋଇଥିଲା । ଫଳରେ ନିର୍ବାଚନ ସ୍ଥଗିତ ରଖିଥିଲେ ନିର୍ବାଚନ କମିଶନ ।