spot_img
Home Blog Page 4564

୨୪ରୁ ପୁଣି ଫେରିବ ବର୍ଷା, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ବଦଳୁଛି ପାଣିପାଗ ମୁଡ୍‌ । ୨୪ରୁ ରାଜ୍ୟରେ ହୋଇପାରେ ବର୍ଷା । ୨୫ରୁ ବର୍ଷା ବିସ୍ତୃତି ବଢ଼ିବ । ଏନେଇ ୯ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ଆଫଗାନିସ୍ଥାନ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ପଶ୍ଚିମା-ଝଡ ପ୍ରଭାବରେ ୨୪ରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ ଏବଂ ଦେବଗଡ଼ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ୨୫ରେ ପଶ୍ଚିମ-ହିମାଳୟ ଅଞ୍ଚଳରେ ଆଉ ଏକ ପଶ୍ଚିମା ଝଡ ସକ୍ରିୟ ହେବା ପ୍ରଭାବରେ ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ବର୍ଷା ଜାରି ରହିବ । ସେପଟେ ଆଜି ଉପକୂଳ ଓଡ଼ିଶାରେ ଘନକୁହୁଡି ପରିଲକ୍ଷିତ ହୋଇଥିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ପୁରୀ ଓ ପାରାଦୀପରେ ସର୍ବନିମ୍ନ ଦୃଶ୍ୟମାନ ୫୦ ମିଟର ରେକର୍ଡ ହୋଇଛି । ଭୁବନେଶ୍ୱର ରେ ୩୦୦ ମିଟର ଦୃଶ୍ୟମାନ ରେକର୍ଡ କରାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅନୁଗୁଳ ଏବଂ ଢେଙ୍କାନାଳରେ ଆଂଶିକ କୁହୁଡି ଅନୁଭୂତ ହୋଇଛି ।

ପୌର ଭୋଟ୍ ପାଇଁ ଆମେ ପ୍ରସ୍ତୁତ: ରାଜ୍ୟ ସରକାର

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡିଲେ ସରକାର । ଖୁବ୍ ଶୀଘ୍ର ଘୋଷଣା ହୋଇପାରେ ପୌର ନିର୍ବାଚନ ତାରିଖ । ନିର୍ବାଚନ ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରିଛନ୍ତି ସରକାର । ୩ ମହାନଗର ନିଗମ ଓ ୧୦୭ ପୌରାଞ୍ଚଳରେ ନିର୍ବାଚନ ପାଇଁ ଜାରି ହୋଇଛି ବିଜ୍ଞପ୍ତି । କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ହେବ ନିର୍ବାଚନ । ସେହିପରି ଅନ୍ୟ ୧୦୭ ମ୍ୟୁନିସିପାଲଟି ଓ ଏନଏସି ନିର୍ବାଚନ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।

ବିଜେପିର ଗୁଣ୍ଡାରାଜ୍ ବିରୋଧରେ ବିଜେଡିର ଶାନ୍ତିପୂର୍ଣ୍ଣ ପ୍ରତିବାଦ

ଭୁବନେଶ୍ୱର: ବିଜେପି କର୍ମୀଙ୍କ ଗୁଣ୍ଡାରାଜ ବିରୋଧରେ ବିଜେଡିର ଶାନ୍ତିପୂର୍ଣ୍ଣ ପ୍ରତିବାଦ । ପଞ୍ଚାୟତ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ବିଜେଡି କର୍ମୀଙ୍କୁ ଆକ୍ରମଣର ପ୍ରତିବାଦ କରିଛି ବିଜେଡି । ଆକ୍ରମଣକୁ ବିରୋଧ କରି ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛି ବିଜେଡି । ଗୁଣ୍ଡାରାଜ କରିଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି । ପରାଜୟ ଭୟରେ ବିଜେପି ସାରା ରାଜ୍ୟରେ ହିଂସାକୁ ଆଦରି ନେଇଛି ବୋଲି ଦଳ ଅଭିଯୋଗ କରିଛି । ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ତିନି ଅଙ୍କ ବିଶିଷ୍ଟ ସଂଖ୍ୟା ଛୁଇଁ ପାରିବ ନାହିଁ । ଶୋଚନୀୟ ପରାଜୟ ଆଡକୁ ମୁହାଁଉଥିବାରୁ ୟୁପି, ବିହାର ଭଳି ଓଡ଼ିଶାରେ ହିଂସା ରାଜନୀତି କରିବାକୁ ପଛାଉନାହିଁ । ବିଜେଡି ଏହା ବିରୋଧରେ ଦୃଢ଼ ପ୍ରତିବାଦ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠ ନେବାକୁ ଦାବି କରିଛି ।

https://youtu.be/CJ-Tiis2JYs

ପଞ୍ଚାୟତ ନିର୍ବାଚନ ସମୟରେ ରକ୍ତମୁଖା ହୋଇପଡ଼ିଛି ବିଜେପି । ଭଦ୍ରକରେ ପଦାରେ ପଡିଛି ବିଜେପିର ଅସଲ ଭଦ୍ରମୁଖା । ଧାମନଗର ଦଳାଙ୍ଗରେ ବିଜେଡି କର୍ମୀ ପ୍ରତାପ ଚନ୍ଦ୍ର ରାଉତଙ୍କୁ ପିଟି ପିଟି ହତ୍ୟା କରିଥିଲେ ବିଜେପି କର୍ମୀ । ସେହିପରି ନିମାପଡ଼ା, ବ୍ରହ୍ମଗିରି, ବରଗଡ଼, ନୀଳଗିରି, ଭଦ୍ରକ, ଆରଡ଼ି, ପାଟକୁରା, କୁଚିଣ୍ଡା ସମେତ ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ନିର୍ବାଚନ ହାରିବା ଭୟରେ ହିଂସାକୁ ଓହ୍ଲାଇଥିଲେ । କେଉଁଠି ବିଜେଡି କର୍ମୀଙ୍କୁ ଆକ୍ରମଣ ତ କେଉଁଠି ଅପହରଣ କରିଥିବା ଅଭିଯୋଗ ହୋଇଥିଲା । ବିଜେପିର ଏହି ଗୁଣ୍ଡାଗିରିକୁ ନେଇ ବିଜେଡି ବାରମ୍ବାର ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି । ଆଜି ପୁଣି କାର୍ଯ୍ୟାନୁଷ୍ଠାନ ଦାବିରେ ଦଳ ତରଫରୁ ଶାନ୍ତିପୂର୍ଣ୍ଣ ଗଣଧାରଣା ସହ କମିଶନଙ୍କୁ ଦାବିପତ୍ର ଦିଆଯିବ ।

ଋଷ ବିରୋଧରେ କଡ଼ା ଅର୍ଥନୈତିକ କଟକଣା ଲଗାଇଲା ଆମେରିକା, ତୈଳ ଓ ଗ୍ୟାସ ବିକ୍ରି ଉପରେ ରୋକ୍

ନୂଆଦିଲ୍ଲୀ: ଋଷ ବିରୋଧରେ କଡ଼ା ଅର୍ଥନୈତିକ କଟକଣା । ପାଶ୍ଚାତ୍ୟ ରାଷ୍ଟ୍ର ସହ ଆର୍ଥିକ ଓ ବାଣିଜ୍ୟକ ସମ୍ପର୍କ ଉପରେ କଟକଣା ଜାରି କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହା ସହ ୟୁକ୍ରେନକୁ ଯୁଦ୍ଧାସ୍ତ୍ର ପଠାଯିବା ସହ ଋଷ ବିରୋଧରେ ନାଟୋ ସୈନ୍ୟ ମୁତୟନ କରିବ ବୋଲି ସେ କହିଛନ୍ତି । ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ ଦେଇ ବାଇଡେନ କହିଛନ୍ତି- ୟୁକ୍ରେନ ପ୍ରସଙ୍ଗରେ ଋଷ ବିଶ୍ୱ ସମୁଦାୟର ନିଷ୍ପତ୍ତିକୁ ଅବମାନନା କରିଥିବାରୁ ଏହି କଟକଣା ଜାରି କରାଯାଇଛି ।

ବାଇଡେନଙ୍କ ନିଷ୍ପତ୍ତିର କିଛି ଘଣ୍ଟା ପୂର୍ବରୁ ଜର୍ମାନୀ ଓ ବ୍ରିଟେନ ମଧ୍ୟ ସମଧରଣର ପଦକ୍ଷେପ ନେଇଥିଲେ । ୟୁରୋପ ସହ ଋଷର ଗ୍ୟାସ ପାଇପଲାଇନ ସଂଯୋଗ ପ୍ରକଳ୍ପ ନର୍ଡ ଷ୍ଟ୍ରିମ-2କୁ ବାତିଲ କରିଛନ୍ତି ଜର୍ମାନୀ ଚାନସେଲର ଓଲାଫ ସ୍କଜ । ଋଷର ୫ଟି ବୃହତ ବ୍ୟାଙ୍କ ଓ ୩ ଜଣ ପ୍ରମୁଖ ବ୍ୟବସାୟୀଙ୍କ ବିରୋଧରେ କଟକଣା ଜାରି କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଋଷର ୨୭ ପ୍ରମୁଖ ବ୍ୟକ୍ତି, ପ୍ରତିଷ୍ଠାନ ଓ ବ୍ୟାଙ୍କ, ଋଷ ପାର୍ଲାମେଣ୍ଟ ନିମ୍ନ ସଦନ ଡୁମାର ୩୫୧ ସଦସ୍ୟଙ୍କ ଉପରେ ମଧ୍ୟ ୟୁରୋପୀୟ ରାଷ୍ଟ୍ରସଂଘ କଟକଣା ଜାରି କରିଛି ।

ଋଷ ବିରୋଧରେ ଆମେରିକାର କଟକଣା ଯୋଗୁ ଆମେରିକା ଓ ଜର୍ମାନୀର ଅନେକ ବ୍ୟାଙ୍କ ବି କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି । କଟକଣାର ଫଳ ସ୍ବରୂପ କେତେକ ଋଷୀୟ ବ୍ୟାଙ୍କକୁ ଆମେରିକା କଳା ତାଲିକାଭୁକ୍ତ କରିବ । ପାଶ୍ଚାତ୍ୟ ରାଷ୍ଟ୍ରମାନେ ଋଷକୁ ବିଭିନ୍ନ ହାଇଟେକ ସାମଗ୍ରୀ ରପ୍ତାନି କରିପାରିବେ ନାହିଁ । ଋଷର ଦୁଇ ବିଶାଳ ତୈଳ ଓ ଗ୍ୟାସ ଯୋଗାଣକାରୀ କମ୍ପାନି ଗାଜପ୍ରମ ଓ ରୋସନେଫ୍ଟରୁ ପାଶ୍ଚାତ୍ୟ ରାଷ୍ଟ୍ର ତୈଳ ଓ ଗ୍ୟାସ କିଣିପାରିବେ ନାହିଁ । ସେପଟେ ଋଷ ସହ ଉତ୍ତମ ସମ୍ପର୍କରେ ଥିବା ଇଟାଲି, ହଙ୍ଗେରୀ ଓ ଅଷ୍ଟ୍ରିଆ ଏହି କଟକଣାକୁ ଗ୍ରହଣ କରିବେ ନାହିଁ ସୂଚନା ମିଳିଛି ।

ତେଣେ ଋଷ ବିରୋଧରେ ଷଣ୍ଢୁଆସି ଆକ୍ରମଣ ଲାଗି ଭିଜନ ପ୍ରସ୍ତୁତ କରିଛନ୍ତି ନାଟୋ ସଦସ୍ୟ । ୟୁକ୍ରେନକୁ ଯୁଦ୍ଧାସ୍ତ୍ର ପଠାଯିବା ନେଇ ଆମେରିକା ଘୋଷଣା କରିଥିବାବେଳେ ପୂର୍ବ ୟୁରୋପର ଅଧିକାଂଶ ରାଷ୍ଟ୍ରରେ ସୈନ୍ୟ ମୁତୟନ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବା ସୂଚନା ମିଳିଛି । ବଲଟିକ ଅଞ୍ଚଳର ଏସ୍ତୋନିଆ, ଲାଟଭିଆ ଓ ଲିଥୁଆନିଆରେ ନାଟୋ ନିଜର ପୂର୍ଣ୍ଣକାଳୀନ ସୈନ୍ୟ ଛାଉଣୀ ପ୍ରତିଷ୍ଠା କରିବାକୁ କହିଛନ୍ତି ବାଇଡେନ । ଏହି ସବୁ ଅଞ୍ଚଳରେ F-35 ଷ୍ଟ୍ରାଇକ ଫାଇଟର ଜେଟ, ୨୦ଟି AH-64 ଆଟାକ ହେଲିକପ୍ଟର ମୁତୟନ କରାଯିବ । ବର୍ତ୍ତମାନ ସୁଦ୍ଧା ୟୁରୋପରେ ୯୦ ହଜାରରୁ ଅଧିକ ସୈନ୍ୟଙ୍କୁ ମୁତୟନ କରିଛି ଆମେରିକା ।

 

ଛତିଶଗଡ଼-ତେଲେଙ୍ଗାନା ସୀମାରେ ଲାଲବାହିନୀର ଲଙ୍କାକାଣ୍ଡ, ଜାଳିଦେଲେ ୭ ଗାଡ଼ି

ମାଲକାନିଗିରି: ଛତିଶଗଡ-ତେଲେଙ୍ଗାନା ସୀମାରେ ମାଓବାଦୀଙ୍କ ହିଂସାକାଣ୍ଡ । ଏକ ପୋଲ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ମାଓବାଦୀମାନେ ହିଂସାକାଣ୍ଡ ଭିଆଇଛନ୍ତି । ତେଲେଙ୍ଗାନାର ଡୁମାଗୁଡାମ ଅଞ୍ଚଳରେ ଚିଣ୍ଟାଗୁଫା ବ୍ରିଜ୍ ନିର୍ମାଣରେ ନିୟୋଜିତ ୭ଟି ଗାଡିରେ ନିଆଁ ଲଗାଇ ଦେଇଛନ୍ତି ମାଓବାଦୀ । ଏହା ସହ ୩ଟି ଟ୍ରାକ୍ଟରକୁ ସାଙ୍ଗରେ ନେଇ ଯାଇଛନ୍ତି ଲାଲ ବାହିନୀ । ଗତକାଲି ରାତିରେ ଏଭଳି କାଣ୍ଡ ଘଟାଇଛନ୍ତି ମାଓବାଦୀ । ପ୍ରାୟ ୨୫ରୁ ୩୦ ଜଣ ମାଓବାଦୀ ଆସି ଗାଡିର ଡିଜେଲ ଟାଙ୍କି ଭାଙ୍ଗିବା ପରେ ନିଆଁ ଲଗାଇ ଦେଇଥିଲେ । ଏହି ଅଞ୍ଚଳରେ ଚାଲିଥିବା ସେତୁ କାର୍ଯ୍ୟକୁ ବିରୋଧ କରି ଆସୁଥିଲେ ମାଓବାଦୀ । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

ଆଜି ୪୫ଟି ବୁଥରେ ଚାଲିଛି ସାନି ମତଦାନ, ସକାଳ ୯ଟାରୁ ଆରମ୍ଭ ହୋଇଛି ଭୋଟିଂ

ଭୁବନେଶ୍ୱର: ଆଜି ରାଜ୍ୟରେ ବିଭିନ୍ନ ବୁଥରେ ହେଉଛି ସାନି ମତଦାନ । ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଯୋଗୁଁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥଗିତ ୪୫ଟି ବୁଥରେ ଆଜି ହେଉଛି ସାନି ମତଦାନ । ଯାଜପୁର, ଢ଼େଙ୍କାନାଳ, ପୁରୀ, ଭଦ୍ରକ, ବୌଦ୍ଧ, ବଲାଙ୍ଗିର, ଜଗତସିଂହପୁର, କେନ୍ଦୁଝର, ମୟୁରଭଞ୍ଜର ୪୫ଟି ବୁଥରେ ହେଉଛି ସାନି ମତଦାନ । ସକାଳ ୯ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ହେବ ମତଦାନ । ବିଭିନ୍ନ କାରଣରୁ ବିଶୃଙ୍ଖଳା ହୋଇଥିବାରୁ ପ୍ରଥମ ପର୍ଯ୍ୟାୟରେ ୨୫ଟି ବୁଥରେ ମତାଦାନ ବାଧାପ୍ରାପ୍ତ ହୋଇଥିଲା ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୨୦ ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଥିଲା । ବିଭିନ୍ନ ବୁଥରେ ଅଶାନ୍ତି ଓ ଗଣ୍ଡଗୋଳ ପାଇଁ ନିର୍ବାଚନ ସ୍ଥଗିତ ରହିଥିଲା । ତେବେ ଆଜି ହେଉଥିବା ରି ପୋଲିଂ ପରେ ବାଲାଟ ବାକ୍ସକୁ ରଖିବାକୁ ମୁଖ୍ୟ ଷ୍ଟ୍ରଙ୍ଗରୁମ୍ ଖୋଲାଯିବ ନାହିଁ । ଅନ୍ୟ ଏକ ଷ୍ଟ୍ରଙ୍ଗରୁମ୍ କରି ଏସବୁକୁ ସୁରକ୍ଷିତ ରଖାଯିବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେହିପରି ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସ୍ଥଗିତ ୩୦ଟି ବୁଥରେ ୨୫ ତାରିଖରେ ସାନି ମତଦାନ ହେବ । ସେପଟେ ରାଜ୍ୟରେ ସରିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୭୩ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ତେବେ ଆସନ୍ତାକାଲି ରାଜ୍ୟରେ ଅନୁଷ୍ଠିତ ହେବ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ।

ବିଚାରପତିଙ୍କ ବିରୋଧରେ ମାନହାନିକର ପୋଷ୍ଟ କରି ଗିରଫ ହେଲେ କନ୍ନଡ ଅଭିନେତା

ବେଙ୍ଗାଲୁରୁ: ମହଙ୍ଗା ପଡିଲା ଟ୍ୱିଟ୍ । ହିଜାବ ମାମଲାର ଶୁଣାଣି କରୁଥିବା କର୍ଣ୍ଣାଟକ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ମାନହାନିକର ଟ୍ୱିଟ୍ ପୋଷ୍ଟ କରି ଗିରଫ ହୋଇଛନ୍ତି କନ୍ନଡ ଅଭିନେତା ତଥା ସାମାଜିକ କର୍ମୀ ଚେତନ କୁମାର ଅହିଂସା । ତାଙ୍କ ବିରୋଧରେ ଶେଷାଦ୍ରୀପୁରମ ଥାନାରେ ଆଇପିସିର ଧାରା ୫୦୫-୨, ୫୦୪ ଅନୁସାରେ ମାମଲା ଦାୟର ହେବା ପରେ ଚେତନଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ସିଟି ପୋଲିସ । ଚେତନଙ୍କ ଗିରଫଦାରୀ ନେଇ ସୂଚନା ଦେଇଛନ୍ତି ଡେପୁଟି ପୋଲିସ କମିଶନର ଏମ.ଏନ. ଅନୁଚେଠ ।

ହିଜାବ ମାମଲାର ବିଚାର କରୁଥିବା ଜଣେ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ବିବାଦୀୟ ଟ୍ୱିଟ କରିଥିବାରୁ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଥିଲା । ସେପଟେ ବଜରଙ୍ଗୀ କର୍ମୀ ହର୍ଷ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ଅଭିଯୁକ୍ତ । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୬ ଜଣ ଗିରଫ ହୋଇସାରିଛନ୍ତି । ଏହି ସମସ୍ତ ୬ ଜଣଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ରହିଛି ବୋଲି କହିଛି ପୋଲିସ । ଏହା ସହ ହତ୍ୟା ମାମଲାରେ ପୋଲିସ ଆହୁରି ୧୨ ଜଣଙ୍କୁ ଅଟକ ରଖିଛି । ପୋଲିସର କହିବା ଅନୁସାରେ ଗିରଫ ୬ ଜଣଙ୍କ ମଧ୍ୟରୁ ୩ ଜଣ ଏହି ହତ୍ୟାକାଣ୍ଡ ଘଟାଇଥିଲେ । ସମସ୍ତ ଅଭିଯୁକ୍ତଙ୍କ ଘର ଶିବମୋଗାରେ ।

ସେପଟେ ଉତ୍ତେଜନା ଥମୁନଥିବାରୁ ଶିବମୋଗାରେ କର୍ଫ୍ୟୁ ଅବଧି ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଗତ ରବିବାର ରାତିରେ ଟେଲର କାମ କରୁଥିବା ହର୍ଷ ନାମକ ଜଣେ ବଜରଙ୍ଗୀ କର୍ମୀଙ୍କୁ ହତ୍ୟା କରିବା ପରଠାରୁ ଶିବମୋଗାରେ ଜାରି ରହିଛି ଉତ୍ତେଜନା । ଏହି ହତ୍ୟା ଘଟଣା ସହ ହିଜାବ ମାମଲାର କୌଣସି ସମ୍ପର୍କ ନାହିଁ ବୋଲି ଖୋଦ୍ ଗୃହମନ୍ତ୍ରୀ କହୁଥିବାବେଳେ ଅନ୍ୟ ଜଣେ ମନ୍ତ୍ରୀ ଏହାକୁ ଖଣ୍ଡନ କରୁଛନ୍ତି ।

ଆଜି ୟୁପିରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ୬୨୪ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ । ୯ଟି ଜିଲ୍ଲାର ୫୯ଟି ଆସନରେ ପଡୁଛି ଭୋଟ୍ । ୬୨୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୟୁପି ଭୋଟର । ଲଖିମପୁର-ଖେରୀ, ସିତାପୁର, ହାରଦୋଇ, ଲକ୍ଷ୍ନୌ, ରାଏବରେଲି ଭଳି ହାଇପ୍ରୋଫାଇଲ୍ ଆସନ ଉପରେ ସମସ୍ତଙ୍କ ନଜର ରହିଛି । ଗତ ପାଞ୍ଚ ବର୍ଷ ଭିତରେ ଏହି ଆସନରେ ବିଭିନ୍ନ ବିବାଦ କାରଣରୁ ଅଡୁଆ ପଡିଛନ୍ତି ବିଜେପି ସରକାର । ଚତୁର୍ଥ ପର୍ଯ୍ୟାୟରେ ବହୁ ମନ୍ତ୍ରୀଙ୍କ ସହ ବିଧାନସଭା ବାଚସ୍ପତିଙ୍କର ଭାଗ୍ୟ ପରୀକ୍ଷା ହେଉଛି । ୨୦୧୭ରେ ୫୯ଟି ଆସନରୁ ୫୧ଟି ଆସନ ହାତେଇଥିଲା ବିଜେପି । ମାତ୍ର ୪ଟି ଆସନ ସମାଜବାଦୀ ପାର୍ଟି ପକେଟକୁ ଆସିଥିଲା । ଲଖିମପୁର ଖେରୀ ଆସନକୁ ବିଜେପି ଏଥର ହାତେଇବା କଷ୍ଟକର ହେବ ବୋଲି ଚର୍ଚ୍ଚା ହେଉଛି ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ବହୁ ହେଭିଓ୍ୱେଟ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି । ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶ ଆଇନ ମନ୍ତ୍ରୀ ବ୍ରିଜେଶ ପାଠକ ଭାଗ୍ୟ ପରୀକ୍ଷା କରୁଛନ୍ତି । ବ୍ରିଜେଶ ସମାଜବାଦୀ ପାର୍ଟି ପ୍ରାର୍ଥୀ ଓ ଲକ୍ଷ୍ନୌ କ୍ୟାଣ୍ଟନମେଣ୍ଟ ଆସନରେ ୨ ଥର କର୍ପୋରେଟର ହୋଇଥିବା ସୁରେନ୍ଦ୍ର ସିଂଙ୍କୁ ସାମ୍ନା କରିବ । ସେହିପରି ଆଉ ଜଣେ ମନ୍ତ୍ରୀ ଆଶୁତୋଶ ଟଣ୍ଡନ ଲକ୍ଷ୍ନୌ ପୂର୍ବ ଆସନରୁ ଲଢ଼ୁଛନ୍ତି ।

ଆସନ୍ତାକାଲି ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ୧୩୧ ଜିଲ୍ଲା ପରିଷଦ ଜୋନରେ ହେବ ଭୋଟିଂ

ଭୁବନେଶ୍ୱର: ଆସନ୍ତାକାଲି ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ଶେଷ ପର୍ଯ୍ୟାୟ ମତଦାନ ପାଇଁ ଗତକାଲି ସରିଛି ପ୍ରଚାର । ଅନ୍ତିମ ପର୍ଯ୍ୟାୟରେ ୨୫ ଜିଲ୍ଲାର ୧୩୧ ଜିଲ୍ଲା ପରିଷଦ ଜୋନରେ ଅନୁଷ୍ଠିତ ହେବ ନିର୍ବାଚନ । ୯୭୫ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଭୋଟ ଦେବେ ଭୋଟର । ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ୨୫ ଜିଲ୍ଲାରେ ୧୩ ହଜାର ୫୧୪ ବୁଥ ପ୍ରସ୍ତୁତ କରାଯାଇଥିବା ବେଳେ ମୋଟ ୪୧ ଲକ୍ଷରୁ ଅଧିକ ଭୋଟର ମତାଧିକାର ସାବ୍ୟସ୍ତ କରି ନିଜର ପ୍ରିୟ ନେତାଙ୍କୁ ବାଛିବେ ।

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସବୁ ବୁଥରେ ପହଞ୍ଚିବେ ପୋଲିଂ କର୍ମଚାରୀ । ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ହିଂସାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ହେଉଛନ୍ତି । ପ୍ରତି ବୁଥ୍ ଉପରେ ନଜର ରଖାଯାଇଛି । ଅନେକ ସ୍ଥାନରେ ଭ୍ରାମ୍ୟମାଣ ପୋଲିସ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି । ସୂଚନା ଅନୁସାରେ ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ପାଇଁ ଘୋଷଣା ହୋଇଥିଲା । ଚାରୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆସନ୍ତାକାଲି ଅନୁଷ୍ଠିତ ହେବ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ।  ଆସନ୍ତାକାଲି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ୨୬, ୨୭ ଓ ୨୮ ଫେବ୍ରୁଆରୀରେ ଭୋଟ ଗଣତି ହେବ ।

ଠକ ଡାକ୍ତରଙ୍କ ଗାଁ ରେ ପୋଲିସ, ଗୁପ୍ତ କୋଠରୀରେ ଛାନଭିନ୍

କେନ୍ଦ୍ରାପଡ଼ା: ଦିନକୁ ଦିନ ଫିଟୁଛି ରସିକିଆ ଠକ ଡାକ୍ତର ରମେଶ ସ୍ୱାଇଁର ଗୁମର । ପୈତୃକ ଗାଁ ଡେରାବିଶ ବ୍ଲକ ଇନ୍ଦାଳ ପଞ୍ଚାୟତ ଅଢଙ୍ଗା ସିଂଘାଳ ଗାଁରେ ଥିବା ଗୁପ୍ତ କୋଠରୀରେ ପହଞ୍ଚିଛି ପୋଲିସ । ଭଗବାନପୁରରେ ରହିଥିଲା ଏହି କୋଠରୀ । କଲିକତାରୁ ଏକ କମ୍ପାନୀଠାରୁ ଠକି ଆଣିଥିବା ଅନେକ ଦାମୀ ମେସିନ ଏଠାରେ ଲୁଚାଇଥିଲା ରମେଶ । ରମେଶଙ୍କ ଗୁପ୍ତ କୋଠରୀ ଚାବି ତାଙ୍କ ଭାଇ ଉମେଶ ସ୍ୱାଇଁ ପାଖେରେ ଥିଲେ ମଧ୍ୟ ସେ ନଦେବାରୁ ବାଧ୍ୟ ହୋଇ କୋଠାରି ତାଲା ଭାଙ୍ଗିଥିଲା ପୋଲିସ । ପରେ ସେଠାରୁ ସମସ୍ତ ଜିନିଷକୁ ଉଦ୍ଧାର କରିଛି ପୋଲିସ ।

ଘଟଣାସ୍ଥଳକୁ ଠକାମିର ଶିକାର ହୋଇଥିବା କମ୍ପାନୀର କର୍ମଚାରୀ ପହଞ୍ଚି ଜିନିଷକୁ ଚି଼ହ୍ନଟ କରିଥିଲେ । ତେବେ ସମସ୍ତ ଘଟଣାରେ ଭାଇର ବି ସମ୍ପୃକ୍ତି ଥିବା ଜାଣିବାକୁ ପାଇଛି ପୋଲିସ । ସେପଟେ ଠକେଇ ସିଣ୍ଡିକେଟରେ ଭଉଣୀ, ଭେଣୋଇ ଓ ଭାଇ ସାମିଲ ଥିବା ପଦାକୁ ଆସିବା ପରେ ଗାଁରେ ପହଞ୍ଚି ରମେଶ ଙ୍କ ମା’ ଗୌରୀ ସ୍ବାଇଁକୁ ବି ନଚରା ଉଚରା କରିଛି ଭୁବନେଶ୍ବର ମହିଳାଥାନା ପୋଲିସ । ସେପଟେ ପରବର୍ତୀ ମୁହୂର୍ତ୍ତ ରେ ରମେସ ଙ୍କ ପ୍ରଥମେ ଶଶୁର ଘର ଛାକନାରେ ମଧ୍ୟ ତଦନ୍ତ ପାଇଁ ପୋଲିସ ଆସିବାର ଯଥେଷ୍ଟ ସମ୍ଭାବନା ଅଛି  ।