ସାଂସଦ ସସ୍ମିତ ପାତ୍ରଙ୍କୁ ବିଜେଡି ସଂସଦୀୟ କମିଟିର ବିଦାୟ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ପୂର୍ଣ୍ଣ ହୋଇଛି କାର୍ଯ୍ୟକାଳ  । ପାଞ୍ଚବର୍ଷ କାର୍ଯ୍ୟକାଳ ପୂର୍ଣ୍ଣ କରିଛନ୍ତି  । ଗତ ଅଧିବେସନ ହିଁ ରହିଥିଲା ସସ୍ମିତ ପାତ୍ରଙ୍କ ସଂସଦରେ ଶେଷ ଅଧିବେସନ । ତେବେ ଆଜି ବିଜେଡି ସଂସଦୀୟ ଦଳ କମିଟି ସସ୍ମିତ ପାତ୍ରଙ୍କୁ ବିଦୀୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ  । ବିଜେଡିର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦ ଉପସ୍ଥିତ ରହି ସମ୍ବର୍ଦ୍ଧନା ଦେଇଥିଲେ  ।

ଏନେଇ ସସ୍ମିତ ପାତ୍ର ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଛନ୍ତି  । ଦଳର ସମସ୍ତ ସାଂସଦଙ୍କୁ ଧନ୍ୟବାଦ ଜ୍ଞାପନ୍ନ କରିଥିଲେ  । ପାର୍ଟି ଓ ପାର୍ଟି ସୁପ୍ରିମୋଙ୍କୁ କୃତଜ୍ଞତା ଜଣାଇ ସସ୍ମିତ ଲେଖିଛନ୍ତି, ମୋ ଉପରେ ଆଶା ଓ ଆସ୍ଥା ପ୍ରକଟ କରି ମୁଖ୍ୟମନ୍ତ୍ରୀ ସୁଯୋଗ ଦେଇଥିଲେ । ଏଥିପାଇଁ ମୁଁ ଚୀର କୃତଜ୍ଞ । ସେପଟେ ଓଡ଼ିଶାର ସମସ୍ତ ଜନସାଧରଣଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ସାଂସଦ ସସ୍ମିତ ପାତ୍ର  ।

ରାଜ୍ୟସଭାରେ ଓଡିଶାର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରି ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି ସସ୍ମିତ ପାତ୍ର  । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ହେଉ କିମ୍ବା ଓଡିଶାରୁ କେନ୍ଦ୍ର ଉଠାଉନଥିବା ବଳକା ଉଷୁନା ଚାଉଳ ପ୍ରସଙ୍ଗ  । ଏମିତିକି ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ଦେବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ସଂସଦରେ ଉପସ୍ଥାପନା କରିଥିଲେ ସସ୍ମିତ  । ଅନେକ ସମୟରେ ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ବସି ଅନେକ ପ୍ରସଙ୍ଗକୁ ସମାଧାନ କରିଥାନ୍ତି  ।