‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଟ୍ୱିଙ୍କଲ ଖନ୍ନାଙ୍କ ମନ୍ତବ୍ୟରେ ଖପା ହେଲେ ଫ୍ୟାନ୍‌, ଜବାବରେ…

ମୁମ୍ବାଇ: କଶ୍ମୀରୀ ପଣ୍ଡିତଙ୍କ ଦୁଃଖ ଏବଂ ଯନ୍ତ୍ରଣା ଉପରେ ନିର୍ମିତ ଫିଲ୍ମ  ‘ଦ କାଶ୍ମୀର ଫାଇଲ୍ସ’ ରୋଜଗାରର ସମସ୍ତ ରେକର୍ଡ଼ ଭାଙ୍ଗି ସାରିଛି । ୧୪ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ପ୍ରାୟ ଅଢ଼େଇ ଶହ କୋଟି ପାର କରି ସାରିଲାଣି । ଏହି ଫିଲ୍ମକୁ ନେଇ ଚୁପ୍‌ ଥିବା ବଲିଉଡ ତାରକାଙ୍କ ମଧ୍ୟରୁ ଏବେ କିଛି କିଛି ମୁହଁ ଖୋଲିବା ଆରମ୍ଭ କରିଛନ୍ତି । ଏହି ମଧ୍ୟରେ ଟ୍ୱିଙ୍କଲ ଖନ୍ନାଙ୍କ ମନ୍ତବ୍ୟ ସୋସିଅଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ବାସ୍ତବ କଥା ହେଉଛି ତାଙ୍କ ମନ୍ତବ୍ୟ ଦର୍ଶକଙ୍କୁ ଆଦୌ ପସନ୍ଦ ଆସିଲା ନାହିଁ । ଏଥିପାଇଁ ଅଭିନେତ୍ରୀଙ୍କୁ ଟ୍ରୋଲ ର ଶୀକାର ହେବାକୁ ପଡ଼ିଛି ।

ଟ୍ୱିଙ୍କଲ ଖନ୍ନା ଲେଖିଛନ୍ତଯେ, ଜଣେ ନିର୍ଦ୍ଦେଶକଙ୍କ ଅଫିସରେ ବୈଠକ ସମୟରେ ଶୁଣିବାକୁ ମିଳିଛିଯେ, ଦ କାଶ୍ମୀରୀ ଫାଇଲ୍ସର ସଫଳତା ପରେ ଏଭଳି ଟାଇଟଲକୁ ନେଇ ବନ୍ୟା ଆସିଛି । ଏହା ସହିତ ସେ ଲେଖିଛନ୍ତଯେ, ବଡ଼ ସହରର ନାଁ ପୂର୍ବରୁ ପଞ୍ଜିକୃତ ହୋଇ ସାରଥିବାବେଳେ ଏବେ ଗରିବ ଲୋକ ଅନ୍ଧେରୀ ଫାଇଲ୍ସ,, ଖାର ଡଣ୍ଡା ଫାଇଲ୍ସ, ଏଭଳିକି ସାଉଥ୍‌ ବମ୍ବେ ଫାଇଲ୍ସ ଭଳି ନାଁ ପଞ୍ଜିକୃତ କରୁଛନ୍ତି । ଏହା ସହିତ ସେ ଲେଖିଛନ୍ତିଯେ, ମୋତେ ମଧ୍ୟ ମୋ ଫିଲ୍ମର ଟାଇଟଲ ଖୋଜିବାକୁ ପଡ଼ିବ । ଏଥିପାଇଁ ମୁଁ ମୋ ମା’ ଡିମ୍ପଲଙ୍କ ସହିତ ଆଲୋଚନା ମଧ୍ୟ କରିଛି ।

ଟ୍ୱିଙ୍କଲଙ୍କ ଏଭଳି କଥା ଶୁଣି କିଛି ଲୋକ ଖୁବ୍‌ ରାଗି ଯାଇଛନ୍ତି । ଯାହାକୁ ନେଇ ସୋସିଅଲ ମିଡିଆରେ ତାଙ୍କୁ ଅନେକ କିଛି ଶୁଣିବାକୁ ପଡ଼ୁଛି ।

ସୂଚନାଯୋଗ୍ୟ ଦ କାଶ୍ମୀର ଫାଇଲ୍ସର ବଢ଼ୁଥିବା ଲୋକପ୍ରିୟତା ସୋସିଅଲ ମିଡିଆରେ ମଧ୍ୟ ଦେଖିବାକୁ ମିଳୁଛି ।  ବିବେକ ଅଗ୍ନିହୋତ୍ରୀଙ୍କ ଏହି ଫିଲ୍ମ ଦର୍ଶକଙ୍କ ହୃଦୟକୁ ଛୁଇଁଛି ।  ଯିଏ ମଧ୍ୟ ଏହି ଫିଲ୍ମ ଦେଖୁଛନ୍ତି ବିବେକଙ୍କୁ ଧନ୍ୟବାଦ କହିବାକୁ ଭୁଲୁ ନାହାଁନ୍ତି । ଅନ୍ୟପଟେ ଅନୁପମଙ୍କ ପ୍ରଶଂସା ଯେତେ କଲେ ମଧ୍ୟ ଶେଷ ହେବନି ।