ହୃଦୟବିଦାରକ: ଦୁର୍ଘଟଣାରେ ଚାଲିଗଲା ବାପା, ଝିଅ ଓ ନାତିର ଜୀବନ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଇନ୍ଦନପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକକୁ ଧକ୍କା ଦେଲା ଭ୍ୟାନ । ବାପାଙ୍କ ସମେତ ୨ ଝିଅ ଓ ନାତି ମୃତ । ମୃତକ ଜୟରାମ ପାତ୍ର ଓ ଦୁଇ ଝିଅ ଲଷ୍ମୀ ପାତ୍ର ଓ ରିଙ୍କି ନାୟକ ଏବଂ ୩ବର୍ଷର ଏକ ଶିଶୁ ପୁତ୍ର । ବାଇକରେ ଦୁଇ ଝିଅ ଓ ନାତିକୁ ନେଇ ମୁନିଗାଡି ଗାଁରୁ ସମସ୍ତେ ଭଞ୍ଜନଗର ଯାଉଥିବାବେଳେ ଇନ୍ଦନପୁର ଛକରେ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ଭ୍ୟାନ ସେମାନଙ୍କୁ ଧକ୍କା ଦେଇଥିଲା ।

ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଆସିକା ମେଡିକାଲକୁ ନେବାବେଳେ ବାଟରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ୩ବର୍ଷର ଶିଶୁ ପୁତ୍ରକୁ ଏମ୍‌କେସିଜି ସ୍ଥାନାନ୍ତର କରିବାବେଳେ ତାର ମଧ୍ୟ ମୃତ୍ୟୁ ହୋଇଛି । ଦୁର୍ଘଟଣାସ୍ଥଳରେ ଏବେ ଉତ୍ତେଜନା ଦେଖାଦେଇଛି । ଲୋକମାନେ ରାସ୍ତା ଅବରୋଧ କରିଛନ୍ତି । ଭ୍ୟାନ ଓ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ । ଅପରପକ୍ଷରେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଏଥିସହିତ ପଢ଼ନ୍ତୁ: ହଷ୍ଟେଲରେ ଝୁଲୁଛି ଆଇନ୍ ଛାତ୍ରୀଙ୍କ ମୃତ ଦେହ