ଜାକିର ନାଇକ ଦ୍ୱାରା ପ୍ରଭାବିତ ଥିଲା ଗୋରଖନାଥ ମନ୍ଦିର ଆକ୍ରମଣକାରୀ

 ଗୋରଖପୁର: ଗୋରଖନାଥ ମନ୍ଦିରର ସୁରକ୍ଷାରେ ନିୟୋଜିତ  ପିଏସି ଯବାନଙ୍କ ଉପରେ ଆକ୍ରମଣ କରିଥିବା ମୁର୍ତଜା ନିକଟରୁ ସୁରକ୍ଷା ଏଜେନ୍ସଙ୍କୁ ଏଭଳି କିଛି ଜିନିଷ ମିଳିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଖବର ଅନୁସାରେ ଅଭିଯୁକ୍ତ ବ୍ୟାଗରୁ ମିଳିଥିବା ଆରବୀ ଭାଷା ଧାର୍ମିକ ପୁସ୍ତକରେ ଗୋରଖନାଖ ମନ୍ଦିରର ନକ୍ସା ଥିଲା । କେବଳ ସେତିକି ନୁହେଁ ବରଂ ବ୍ୟାଗରୁ ମୈ।ଳବାଦୀ ଜାକିର ନାଇକଙ୍କ କିଛି ଭିଡ଼ିଓ ମିଳିଛି । ମୁର୍ତଜା ମୁମ୍ବାଇ ଏବଂ ନେପାଳରେ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହିତ ଚ୍ୟାଟିଂ କରୁଥିଲା । ତେବେ ନେପାଳ ଏବଂ ମୁମ୍ବାଇ ସଂଯୋଗ ବିଷୟରେ ରାଜ୍‌ ଖୋଲିବାକୁ ଏଟିଏସ ବାହାରି ସାରିଛି ।

ସୋମବାର ଏଟିଏସ ଏବଂ ଏସଟିଏଫର ମିଳିତ ଟିମ୍‌ ମହାରାଜଗଞ୍ଜ ଏବଂ ସିଦ୍ଧାର୍ଥ ନଗର ଜିଲ୍ଲାକୁ ମଧ୍ୟ ଯାଇଥିଲେ । ଏହା ମଧ୍ୟରେ ଦୁଇ ଯୁବକଙ୍କୁ ଜେରା ମଧ୍ୟ ଚାଲିଛି । ହେପାଜତରେ ଥିବା ଦୁଇ ଯୁବକ ରବିବାର ମୁର୍ତଜାକୁ ବାଇକରେ ଗୋରଖନାଥ ମନ୍ଦିର ପଠାଇଥିଲେ । ଅନ୍ୟପଟେ ଅଭିଯୁକ୍ତ ମୁର୍ତଜାକୁ ୧୪ ଦିନର ନ୍ୟାୟିକ ହେପାଜତରେ ପଠାଯାଇଛି । ଅବଶ୍ୟ ପୋଲିସ ତାକୁ ୭ ଦିନିଆ ରିମାଣ୍ଡରେ ନେଇଛି ଏବଂ ମେଡିକାଲ ଚେକ୍‌ ଅପ୍‌ ମଧ୍ୟ ସରିଛି ।  ଖୁବଶୀଘ୍ର ତାକୁ ଘଟଣାସ୍ଥଳକୁ ନିଆଯାଇପାରେ ।

ଏଟିସର କହିବା ହେଉଛି କୌଣସି ଆତଙ୍କବାଦୀ ସଙ୍ଗଠନ ମୁର୍ତଜାକୁ ମାଧ୍ୟମ  କରି ଏଭଳି କରିଛି ।  କୌଣସି ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣର ରୂପ ଦେବାପାଇଁ  ଏଭଳି ରିହର୍ସଲ କରାଯାଇଥିଲା । ଘଟଣା ସମୟରେ ମୁର୍ତଜା ଯେପରି ଅସ୍ତ୍ର ଧରି ମନ୍ଦିର ପରିସରରେ ଦୌଡ଼ୁଥିଲା, ଜଣାପଡ଼ୁଥିଲାଯେ, ଯଦି ତା ପାଖରେ କୌଣସି ମାରିବା ପାଇଁ ଅସ୍ତ୍ର ବା ବିସ୍ଫୋରକ ଥାଆନ୍ତା ତେବେ ଅନୁମାନ କରିପାରୁଥିବେଯେ ସେ କିଭଳି କାଣ୍ଡ ଘଟାଇ ପାରିଥାନ୍ତା । ଆଶ୍ଚର୍ଯ୍ୟର କଥା ହେଉଛି, ଘଟଣାବେଳେ ତା ମୁହଁରୁ ବାହାରିଥିବା ଶବ୍ଦ । ଯେତେବେଳେ ମୁର୍ତଜା କହିଲା, ଅଲ୍ଲାହୁ ଅକବର, ତୁମେମାନେ ମୋତେ ଗୁଳି ମାରିଦିଅ । ଏହାର ସଫା ସଫା ଅର୍ଥ ହେଉଛି ସେ ମରିବା ଏବଂ ମାରିବା ପାଇଁ ପ୍ରସ୍ତୁତ  ।

ଏଟିଏସର କହିବା ହେଉଛି ମୁର୍ତଜା ମାନସିକ ସ୍ତରରେ ଦୁର୍ବଳ, ଯେଉଁଥିପାଇଁ ତାକୁ ଆତଙ୍କବାଦୀ ଏକ ଅସ୍ତ୍ର ଭଳି ବ୍ୟବହାର କରିଛନ୍ତି । କିନ୍ତୁ ନେପାଳରୁ ସେ ଏକା ଆସିନଥିଲା ବରଂ ତାକୁ ଦୁଇ ଯୁବକ ବାଇକରେ ଆଣିଥିଲେ । କିନ୍ତୁ ଘଟଣା ସମୟରେ ମୁର୍ତଜାକୁ ଛାଡ଼ି ସେମାନେ ଫେରାର ହୋଇଗଲେ । ଯାଞ୍ଚ୍‌ ଏଜେନ୍ସିର କହିବା ହେଉଛି ଲ୍ୟାପଟପ କିଣିବା ପାଇଁ ମୁର୍ତଜା ତା ବାପାଙ୍କ ଠାରୁ ୧ ଲକ୍ଷ ଟଙ୍କା ଆଣି ଲ୍ୟାପଟପ୍‌ କିଣିଥିଲା । ଏଥିରୁ ମିଳିଥିବା ଖବରକୁ ନେଇ ତଦନ୍ତ କରାଯାଉଛି । କେବଳ ସେତିକି ନୁହେଁ ବରଂ ପୁରୁଣା ଲ୍ୟାପଟପରୁ ମଧ୍ୟ ତଥ୍ୟ ପୁନଃ ସଂଗ୍ରହ କରାଯାଉଛି ।