ଚୀନରେ ବଢୁଛି କରୋନାର କାୟା, ଦୈନିକ ସଂକ୍ରମଣ ୨୦ ହଜାର ପାର୍‌

ବେଜିଂ: ଚୀନରେ ପୁଣି ବଢୁଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତରେ ରେକର୍ଡ ଭାଙ୍ଗିଲା କରୋନା । ଗତ ୨୪ ଘଣ୍ଟାରେ ଚୀନରେ ୨୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚୀନରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଂଘାଇ ସମେତ ଦେଶର ବିଭିନ୍ନ ସହରରେ ଲକଡାଉନ ଜାରି ରହିଛି । କରୋନାରେ ଅଧିକ ଛୋଟ ପିଲା ଆକ୍ରାନ୍ତ ହେଉଛନ୍ତି । ଏଥିପାଇଁ ବାପା ମାଆଙ୍କ ଠାରୁ ପିଲାଙ୍କୁ ଅଲଗା ସ୍ଥାନରେ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଟେଷ୍ଟିଂ, ଲକଡାଉନ ଓ ବିଭିନ୍ନ କଟକଣା ପାଇଁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସଂକ୍ରମଣ ନିୟନ୍ତ୍ରଣରେ ରହିଥିଲା । କିନ୍ତୁ ଏପ୍ରିଲ ପହିଲାରୁ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ସଂଘାଇରେ ଅଧା ଆକ୍ରାନ୍ତଙ୍କ ଶରୀରର ଓମିକ୍ରନ ଭୂତାଣୁ ରହିଥିବା ଜଣାପଡ଼ିଛି । ତେବେ ଆଜି ଚୀନରେ ୨୦ ହଜାର ୪୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କାହାରି ମୃତ୍ୟୁ ହୋଇନଥିବା ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି ।