ଋଷୀୟ ଦୂତାବାସ ଫାଟକକୁ ଧକ୍କା ଦେଲା କାର୍, ଜଣେ ମୃତ

ବୁଖାରେଷ୍ଟ: ରୋମାନିଆ ରାଜଧାନୀ ବୁଖାରେଷ୍ଟର ଋଷୀୟ ଦୂତାବାସର ଫାଟକକୁ ଧକ୍କା ଦେଇଛି ଏକ କାର୍ । ଗେଟରେ କାର ପିଟିହେବା ଫଳରେ ଡ୍ରାଇଭରର ମୃତ୍ୟୁ ହୋଇଛି । ଡ୍ରାଇଭର ଜଣକ କାରକୁ ଫାଟକରେ ଧକ୍କା ଦେଇଥିଲା । ଆଜି ଭୋରରେ ଘଟିଛି ଏହି ଘଟଣା । ପୋଲିସ ଘଟଣାର ତଦନ୍ତ କରୁଛି ।

ତେବେ ଏନେଇ ବିସ୍ତୃତ ତଥ୍ୟ କିଛି ମିଳିପାରିନାହିଁ । ଏହା ଏକ ଦୁର୍ଘଟଣା ନା ଜାଣିଶୁଣି କରାଯାଇଥିଲା, ତାହା ଜଣାପଡିନାହିଁ । ଋଷିଆର ୟୁକ୍ରେନ ଆକ୍ରମଣ ଯୋଗୁଁ ୟୁରୋପର ବିଭିନ୍ନ ଦେଶରେ ଥିବା ଋଷୀୟ ଦୂତାବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ ବୃଦ୍ଧି ପାଇଛି । ସେହିପରି ଆନ୍ତର୍ଜାତିକ ନିୟମ ଉଲ୍ଲଂଘନ କରୁଥିବାରୁ ଋଷିଆର ୧୦ ଜଣ କୂଟନୖେତିଜ୍ଞଙ୍କୁ ବହିଷ୍କାର କରିବ ବୋଲି ରୋମାନିଆ ମଙ୍ଗଳବାର ଘୋଷଣା କରିଥିଲା।

ତେବେ ଏନେଇ ଏକ ଭିଡ଼ିଓ ସୋସିଆଲ୍ ମିଡିଆରେ ପୋଷ୍ଟ ହୋଇଛି । ଯେଉଁଥିରେ କାରର ସମ୍ମୁଖ ଭାଗରେ ନିଆଁ ଲାଗିଥିବା ନଜର ଆସୁଛି ।