‘ଫୋର୍ବସ୍‌’ ଶ୍ରେଷ୍ଠ ଧନୀ ତାଲିକା ୨୦୨୨: ପୁଣି ବାଜି ମାରିନେଲେ ମୁକେଶ ଅମ୍ବାନୀ

1 min read

‘ରିଲାଏନ୍ସ୍‌ ଇଣ୍ଡଷ୍ଟ୍ରିଜ୍‌’ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣିଥରେ ବାଜି ମାରି ନେଇଛନ୍ତି । ‘ଫୋର୍ବସ୍‌’ର ବାର୍ଷିକ ବିଶ୍ୱ ଶ୍ରେଷ୍ଠ ଧନୀ ତାଲିକା-୨୦୨୨ରେ ୧୦ ସ୍ଥାନ ହାସଲ କରିଛନ୍ତି ମୁକେଶ ଅମ୍ବାନୀ ।

ସୂଚନାଯୋଗ୍ୟ ଭାରତୀୟ ଶେୟାର ବଜାରରେ ବୃଦ୍ଧି କାରଣରୁ ୨୦୨୧ ଫୋର୍ବସ ତାଲିକାରେ ସାମିଲ ଭାରତର ୧୦୦ ସବୁଠାରୁ ଧନୀ ବ୍ୟକ୍ତିଙ୍କ ସମଗ୍ର ସମ୍ପତ୍ତି ବୃଦ୍ଧି ପାଇ ୭୭୫ ଆରବ ଡଲାରରେ ପହଞ୍ଚି ସାରିଛି ।  ଚଳିତ ବର୍ଷ ୮୦ ପ୍ରତିଶତରୁ ଅଧିକ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତିରେ ବୃଦ୍ଧି ହୋଇଛି । ୨୦୨୧ ଫୋର୍ବସ ତାଲିକାରେ ୧୦୦ ଧନୀ ଭାରତୀୟଙ୍କ ମଧ୍ୟରେ ମୁକେଶ ଅମ୍ବାନୀ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ।  ତେବେ ଚଳିତ ଥର କେବଳ ନୁହେଁ ବରଂ ଗତ ୨୦୦୮ ମସିହା ପରଠାରୁ ମୁକେଶ ଅମ୍ବାନୀ ଭାରତର ଧନୀ ବ୍ୟକ୍ତି ତାଲିକାରେ ଶୀର୍ଷରେ ରହି ଆସୁଛନ୍ତି । ତାଙ୍କର ସମଗ୍ର ସମ୍ପତ୍ତି ହେଉଛି ୯୨.୭ ଅରବ ଡଲାର ।

ଫୋର୍ବସ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ଗୌତମ ଅଦାନୀ । ତେବେ ତୃତୀୟ ଥର ପାଇଁ ସେ ଏହି ସ୍ଥାନ ହାସଲ କରି ଆସୁଛନ୍ତି । ତାଙ୍କ ସମଗ୍ର ସମ୍ପତ୍ତିରେ ତିନି ଗୁଣା ବୃଦ୍ଧି ହୋଇଛି । ତାଙ୍କର ସମଗ୍ର ସମ୍ପତ୍ତି ୨୫.୨ ଅରବ ଡଲାରରୁ ବୃଦ୍ଧି ହୋଇ ୭୪.୮ ଅରବ ଡଲାରରେ ପହଞ୍ଚିଛି ।

 

 

୩୧ ଅରବ ଡଲାର ସହିତ ଶିବ ନାଦର ତୃତୀୟ ସ୍ଥାନ ହାସଲ କରିଛନ୍ତି । ଗତ ଏକ ବର୍ଷ ମଧ୍ୟରେ ତାଙ୍କ ସମ୍ପତ୍ତିରେ ୧୦.୬ ଅରବ ଡଲାରର ଫାଇଦା ହୋଇଛି । ଅନ୍ୟପଟେ ଚତୁର୍ଥ ସ୍ଥାନରେ ଅଛନ୍ତି ରାଧାକିଶାନ୍‌ ଦମାନୀ । ତାଙ୍କର ସମଗ୍ର ସମ୍ପତ୍ତି ହେଉଛି ୨୯.୪ ଅରବ ଡଲାର । କିନ୍ତୁ ଗତବର୍ଷ ତାଙ୍କ ସମଗ୍ର ସମ୍ପତ୍ତି ଥିଲା ୧୫.୪ ଅରବ ଡଲାର । ପଞ୍ଚମ ସ୍ଥାନରେ ଅଛନ୍ତି ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସଂସ୍ଥାପକ ସାଇରସ୍‌ ପୁନାଓ୍ୱାଲା । ତାଙ୍କର ସମଗ୍ର ସମ୍ପତ୍ତି ହେଉଛି ୧୯ ଅରବ ଡଲାର ।

 

ସୂଚନାଯୋଗ୍ୟ ଚଳିତବର୍ଷ ତାଲିକାରେ,୬ଟି ନୂଆ ଚେହେରା ଯୋଡ଼ି ହୋଇଛନ୍ତି । ଯେଉଁଥିରୁ ୩ ଜଣ ବୁମିଂ କେମିକାଲ ସେକ୍ଟରର । ଏଥିରେ ସାମିଲ ହୋଇଛନ୍ତି  ଅଶୋକ ବୁବ, ଦୀପକ ମେହତା ଏବଂ ଯୋଗେଶ୍‌ କୋଠାରୀ । ଏମାନଙ୍କ ବ୍ୟତୀତ ଡାକ୍ତର ଲାଲ ପାଥୋଲ୍ୟାବର  କାର୍ଯ୍ୟକାରୀ ଚୟାରମ୍ୟାନ୍‌ ଅରବିନ୍ଦ ଲାଲ, ଯିଏ କି ପ୍ରଥକ ଥର ଏହି ଲିଷ୍ଟରେ ସାମିଲ ହୋଇଛନ୍ତି ।