IPL ମିଡିଆ ରାଇଟ୍ ନିଲାମିରୁ ଆସିବ ୫୪ ହଜାର କୋଟି ଟଙ୍କା,ଦୌଡରେ ଆମାଜନ ପ୍ରାଇମ୍ ଓ ନେଟଫ୍ଲିକ୍ସ

1 min read

ନୂଆଦିଲ୍ଲୀ:   ଇଣ୍ଡିଆନ୍‌ ପ୍ରିମିୟର ଲିଗର  ମିଡିଆ ରାଇଟ୍ସ     ବିକ୍ରି କରି ଭାରତୀୟ କ୍ରିକେଟ୍‌ ବୋର୍ଡ଼ ବା BCCI ଜବରଦସ୍ତ ଇନକମ୍‌ କରିବାକୁ ଯାଉଛି  । ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ  ସିଜନର ରାଇଟ୍ସର ନିଲାମୀରୁ ଭାରତୀୟ କ୍ରିକେଟ୍‌ ବୋର୍ଡ଼ ବା BCCI ୭.୨ ବିଲିୟନ ଡଲାର ବା ପ୍ରାୟ ୫୪ ହଜାର କୋଟି ରୋଜଗାର କରିପାରେ । ଏବେ ଟେଣ୍ଟର ଡକ୍ୟୁମେଣ୍ଟ୍ସ ବିକ୍ରି ହେଉଛି । ଏପର୍ଯ୍ୟନ୍ତ ଟିଭି ୧୮ ବଏକମ୍‌, ଡିଜନୀ,ସୋନି,ଜି,ଆମାଜନ ଏବଂ ଅନ୍ୟ କେତେକ କମ୍ପାନୀ ଡକ୍ୟୁମେଣ୍ଟ୍ସ କିଣି ସାରିଛନ୍ତି । କୁହାଯାଉଛି ଆମେରିକାନ୍‌ କମ୍ପାନୀ ଆପଲ ଖୁବଶୀଘ୍ର ଡକ୍ୟୁମେଣ୍ଟ କିଣିପାରେ ।

ଡକ୍ୟୁମେଣ୍ଟ କିଣିବାର ଶେଷ ତାରିଖ ହେଉଛି ୧୦ ମଇ:

ମିଡିଆ ରାଇଟ୍ସର ଟେଣ୍ଡର ଡକ୍ୟୁମେଣ୍ଟ୍ସ କିଣିବାର ଅବଧି ହେଉଛି ୧୦ ମଇ । ଡକ୍ୟୁମେଣ୍ଟ୍ସ କିଣିବାର ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଏହାର ଯାଞ୍ଚ୍‌ କରାଯିବ । ଜୁନ ମାସରେ ନିଲାମୀ ଜିତି ରାଇଟ୍ସ ହାସଲ କରିଥିବା କମ୍ପାନୀ ଗୁଡ଼ିକର ନାମ ଘୋଷଣା କରାଯିବ ।

ନିଲାମୀ ପାଇଁ ରହିବ ୪ଟି ଭିନ୍ନ ଭିନ୍ନ ବକେଟ୍‌:

BCCI ଚଳିତ ଥର  ମିଡିଆ ରାଇଟ୍ସର ଚାରୋଟି ଭିନ୍ନ ଭିନ୍ନ ବକେଟର ନିଲାମୀ କରୁଛି ।  ପ୍ରଥମ ବକେଟ୍‌ ହେଉଛି ଭାରତୀୟ ଉପମହାଦ୍ୱୀପରେ ଟିଭି ରାଇଟ୍ସ । ଦ୍ୱିତୀୟ ବକେଟ୍‌ ହେଉଛି ଡିଜିଟାଲ ରାଇଟ୍ସ ।  ତୃତୀୟ ବକେଟରେ ୧୮ଟି ମ୍ୟାଚ୍‌ ସାମିଲ କରାଯାଇଛି । ଏହି ୧୮ ମ୍ୟାଚ୍‌ ମଧ୍ୟରୁ ସିଜନର ପ୍ରଥମ ମ୍ୟାଚ୍‌, ଓ୍ୱିକେଣ୍ଡରେ ହେବାକୁ ଥିବା  ଡବଲ ହେଡରରେ ସଂଧ୍ୟା ମ୍ୟାଚ୍‌ ଏବଂ ୪ଟି  ପ୍ଲେଅଫ୍‌ ମୁକାବିଲାକୁ ରଖାଯାଇଛି ।  ଶେଷରେ ରହିଲେ ଚତୁର୍ଥ ବକେଟ୍‌ । ଏଥିରେ ଭାରତୀୟ ଉପମହାଦ୍ୱୀପର ବାହାରର ପ୍ରସାରଣ ଅଧିକାର ସାମିଲ ରହିଛି ।

ବେସ୍‌ ପ୍ରାଇସ୍‌ ୩୨ ହଜାର ୮୯୦ କୋଟି ଟଙ୍କା:

BCCI  ଚାରୋଟି ବକେଟକୁ ମିଶାଇ ୩୨ ହଜାର ୮୯୦ କୋଟି ଟଙ୍କା ଧାର୍ଯ୍ୟ କରିଛି ।  ପ୍ରତ୍ୟେକ ମ୍ୟାଚର ଟେଲିଭିଜନ ରାଇଟ୍ସର ବେସ୍‌ ପ୍ରାଇସ୍‌ ୪୯ କୋଟି ଧାର୍ଯ୍ୟ ହୋଇଛି । ଅନ୍ୟପଟେ ଗୋଟିଏ ମ୍ୟାଚର ଡିଜିଟାଲ ରାଇଟ୍ସର ବେସ୍‌ ପ୍ରାଇସ୍‌ ୩୩ କୋଟି ଟଙ୍କା ରଖାଯାଇଛି । ୧୮ଟି ମ୍ୟାଚର କ୍ଲଷ୍ଟରରେ ପ୍ରତ୍ୟେକଟି ମ୍ୟାଚର ବେସ୍‌ ପ୍ରାଇସ୍‌ ରହିଛି ୧୬ କୋଟି । ଭାରତୀୟ ଉପମହାଦ୍ୱୀପ ବାହାରର ରାଇଟ୍ସ ପାଇଁ ପ୍ରତି ମ୍ୟାଚର ବେସ୍‌ ପ୍ରାଇସ୍ ୩ କୋଟି ଟଙ୍କା ।

ଦୁଇ ଦିନ ହେବ ରାଇଟ୍ସର ନିଲାମୀ:

ବୋର୍ଡର କହିବା ହେଉଛି, ପ୍ରଥମ ଏବଂ ଦ୍ୱିତୀୟ ବକେଟର ନିଲାମୀ ଗୋଟିଏ ଦିନରେ ହେବ । ତୃତୀୟ ଏବଂ ଚତୁର୍ଥ ବକେଟର ନିଲାମୀ ତା ପରଦିନ କରାଯିବ । ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଇ-ଅକ୍ସନ୍‌ ଜରିଆରେ ପୂରା କରାଯିବ ।  ପ୍ରଥମ ବକେଟର ବିଜେତା କମ୍ପାନୀକୁ ଦ୍ୱିତୀୟ ବକେଟ୍‌ ପାଇଁ ପୁନର୍ବାର ବୋଲି ଲଗାଇବାକୁ ଅନୁମତି ଦିଆଯିବ । ସେହିଭଳି ଦ୍ୱିତୀୟ ବକେଟର ବିଜେତା କମ୍ପାନୀକୁ ତୃତୀୟ ବକେଟ୍‌ ପାଇଁ ବୋଲି ଲଗାଇବାକୁ ଅନୁମତି ଦିଆଯିବ ।

ଭାରତୀୟ ଉପମହାଦ୍ୱୀପର ଟିଭି ରାଇଟ୍ସ କେବଳ ଭାରତୀୟ କମ୍ପାନୀକୁ ମିଳିବ:

BCCIର ସୂଚନା ମୁତାବକ, ଭାରତୀୟ ଉପମହାଦ୍ୱୀପର ଟିଭି ରାଇଟ୍ସ ପାଇଁ  କେବଳ ସେହି କମ୍ପାନୀ ବୋଲି ଲଗାଇ ପାରିବ, ଯିଏ ଭାରତରେ ପଞ୍ଜିକୃତ ବ୍ରଡକାଷ୍ଟର ହୋଇଥିବ ଏବଂ ନେଟଓ୍ୱର୍ଥ ୧ ହଜାର କୋଟିରୁ ଅଧିକ ହୋଇଥିବ ।  ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ବକେଟ୍‌ ପାଇଁ ବୋଲି ଲଗାଇବାକୁ ଥିବା କମ୍ପାନୀର ନେଟ୍‌ ଓ୍ୱର୍ଥ ଅତି କମରେ ୫ ଶହ କୋଟି ହୋଇଥିବା ଆବଶ୍ୟକ ।