spot_img
Home Blog Page 4553

ଯଥେଷ୍ଟ ପଛରେ ବିଜେପି, ୨୭୫ ଜୋନରେ ଆଗରେ ବିଜେଡି

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ପୁଣି ବାଜିମାତ ହେବାକୁ ଯାଉଛି  । ରେକର୍ଡ ସଂଖ୍ୟକ ଜିଲ୍ଲା ପରିଷଦ ଆସନରେ ଶାସକ ବିଜୁ ଜନତା ଦଳ ବିଜୟୀ ହୋବାକୁ ଯାଉଛି  । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତବାକ ବର୍ତ୍ତମାନ ସୁଦ୍ଧା ୨୭୫ ଆସନରେ ଆଗରେ ରହିଛି ବିଜେଡି  । ଗଣତିର ପ୍ରାରମ୍ଭ ଦିନରେ ୩୧୫ ଜୋନର ଗଣତି ରହିଥିବାବେଳେ ଅର୍ଦ୍ଧାଧିକ ଆସନରେ ବିଜେଡି ଯଥେଷ୍ଟ ଆଗରେ ରହିଛି  । ସେପଟେ ୨୦୧୭ ପଞ୍ଚାୟତ ନିର୍ବାଚନରେ ଯେଉଁ ଆସନରେ ବିଜେପି ଭଲ ପ୍ରଦର୍ଶନ କରିଥିଲା, ବର୍ତ୍ତମାନ ପରିପ୍ରେକ୍ଷୀରେ ସେହି ସମସ୍ତ ଜୋନରେ ବିରୋଧି ବିଜେପିର ପ୍ରଦର୍ଶନ ଅପରିବର୍ତ୍ତିତ ରହି ନାହିଁ   । ଅର୍ଥାତ ବିଜେପିର ସ୍ଥିତି ଏଠାରେ ଖରାପ ରହିଛି  ।

ଆଜିର ଗଣତି ପକ୍ରିୟାରେ ଅନୁଗୁଳର ସମସ୍ତ ୮ଟି ଆସନରେ ବିଜେଡି ଆଗୁଆ ରହିଛି  । ସେହିପରି ବାଲେଶ୍ୱରର ବିଜେଡି ୧୧ଟି ଜୋନରେ ଆଗରେ ରହିଥିବାବେଳେ ବିଜେପି କେବଳ ୨ଟି ଆସନରେ ଆଗୁଆ ରହିଛି  । ପୁରୀ ଜିଲ୍ଲାର ୧୧ଟି ଜୋନର ସମସ୍ତ ଆସନରେ ଆଗରେ ରହିଛି ଶାସକ ଦଳର ପ୍ରାର୍ଥୀ  । ଭଦ୍ରକରେ ୧୦ଟି ଜୋନରେ ବିଜେଡି, ୨ଟି ଜୋନରେ ବିଜେପି  । ବଲାଙ୍ଗୀରର ୧୨ଟି ଜୋନରେ ବିଜେଡି ଆଗରେ ରହିଥିବାବେଳେ ୨ଟି ଆସନରେ ଆଗରେ ରହିଛି ବିଜେପି  । ସେହିପରି ପୂର୍ବ ନିର୍ବାଚନରେ କଳାହାଣ୍ଡିରେ ବିଜେପି ଭଲ ପ୍ରଦର୍ଶନ କରିଥିବାବେଳେ ଚଳିତ ଗଣତିରେ ସମୁଦାୟ ୧୩ଟି ଜୋନରୁ ୯ଟିରେ ଆଗରେ ରହିଛି ବିଜେଡି, ୪ଟି ଆସନରେ ଆଗୁଆ ଅଛି ବିଜେପି  ।

ଅନ୍ୟପଟେ ଯଦି ଦେଖିବା ୨୦୧୭ ତ୍ରିସ୍ତରୀୟ ନିର୍ବାଚନରେ ବିଜେପି ସବୁଠାରୁ ଭଲ ପ୍ରଦର୍ଶନ ମୟୁରଭଞ୍ଜରେ କରିଥିଲା  । ସର୍ବାଧିକ ଜୋନରେ ବିଜେପି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଥିଲେ  । କିନ୍ତୁ ଚଳିତ ନିର୍ବାଚନରେ ବିଜେପି ମୟୁରଭଞ୍ଜରେ ଭୋଟରଙ୍କ ବିଶ୍ୱାସ ଭାଜନ ହୋଇପାରିନାହିଁ  । ଅର୍ଥାତ ଆଜି ଗଣତି ହୋଇଥିବା ୨୪ଟି ଜୋନରେ ଆଗରେ ରହିଛି ବିଜେଡି  । ସେହିପରି ବିଜେପିର ବରିଷ୍ଠ ନେତା ତଥା ସାସଂଦ ଜୁଏଲ ଓରାମଙ୍କ ଗଡ଼ କୁହାଯାଉଥିବା ସୁନ୍ଦରଗଡ଼ରେ ବିଜେପି ଭଲ ପ୍ରଦର୍ଶନ କରିପାରିନାହିଁ  । ଗଣତି ହେଉଥିବା ୧୬ଟି ଯାକ ଜୋନରେ ଆଗରେ ରହିଛି ବିଜେଡି  ।

Ukraine-Russia War: କାର୍ ଉପରେ ଚଢିଗଲା ଟ୍ୟାଙ୍କ, ଗାଡ଼ିରେ ବସିଥିଲେ ବୃଦ୍ଧ

ନୂଆଦିଲ୍ଲୀ: ୟୁକ୍ରେନରେ ଋଷ ସେନାର ସାମରିକ ଆକ୍ରମଣ ଜାରି ରହିଛି। ୟୁକ୍ରେନର ଧ୍ୱଂସବିଧ୍ୱସ୍ତ ଚିତ୍ର ହୃଦୟକୁ ଦୋହଲାଇ ଦେବ । ସୋସିଆଲ୍ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ୍ ହେଉଛି । ଯାହାକୁ ଦେଖିଲେ ଲୋମଟାଙ୍କୁରି ଉଠିବ। ଏଭଳି ସମୟରେ ଆଉ ଏକ ଭିଡ଼ିଓ ଭାଇରାଲ୍ ହେଉଛି, ଯେଉଁଥିରେ ରାସ୍ତା ଉପରେ ଥିବା ଏକ କାର୍ ଉପରେ ସେନାର ଟ୍ୟାଙ୍କର ଚଢି ଯାଉଥିବା ନଜର ଆସୁଛି । ଆଶ୍ଚର୍ଯ୍ୟର କଥା ଯେ ଉକ୍ତ କାର୍ ଭିତରେ ଜଣେ ବ୍ୟକ୍ତି ରହିଥିଲେ ।

ଏକ ଗଣମାଧ୍ୟମ ପକ୍ଷରୁ ସୋସିଆଲ୍ ମିଡିଆରେ ଭିଡ଼ିଓ ପୋଷ୍ଟ କରାଯାଇଛି। ୟୁକ୍ରେନର ରାଜଧାନୀ କିଏଭ୍ ଉପରେ ଋଷୀୟ ସେନାର ଆକ୍ରମଣ ସମୟରେ ଏକ ଟ୍ୟାଙ୍କ ଚଳନ୍ତା କାର ଉପରେ ମାଡି ଯାଉଛି। ତେବେ ଏହା ସ୍ପଷ୍ଟ ହୋଇନାହିଁ ଯେ ସମ୍ପୃକ୍ତ ବ୍ୟକ୍ତି ଋଷୀୟ କି ୟୁକ୍ରେନୀୟ ଥିଲେ।

 

View this post on Instagram

 

A post shared by NBC News (@nbcnews)

ଏହି ଭିଡିଓରେ ଲୋକଙ୍କ ଚିତ୍କାର ଶୁଣାଯାଉଛି | ୟୁକ୍ରେନର ଅନେକ ସାମ୍ବାଦିକ ଏବଂ ନାଗରିକ ମଧ୍ୟ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି | ଖବର ଅନୁଯାୟୀ କାରରେ ଥିବା ବୃଦ୍ଧ ଜଣକ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ।

ଅଧିକ ପଢନ୍ତୁ-  ୟୁକ୍ରେନ୍ ସେନାରେ ସାମିଲ ପାଇଁ ଧାଡ଼ିରେ ଛିଡା ୮୦ ବର୍ଷୀୟ ବୃଦ୍ଧ, ଫଟୋ ଭାଇରାଲ୍

ସେହିପରି ପୂବର୍ରୁ ଆଉ ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଜଣେ ୟୁକ୍ରେନ ମହିଳା ଜଣେ ସଶସ୍ତ୍ର ଋଷୀୟ ଯବାନଙ୍କ ସହ ଯୁକ୍ତି କରୁଥିବା ନଜର ଆସୁଛି।  ମହିଳାଙ୍କୁ ଋଷୀୟ ସୈନ୍ୟ ଜଣକ କିଛି ବୁଝାଇବାକୁ ଚେଷ୍ଟା କରୁଛନ୍ତି । ହେଲେ ମହିଳା ଏଭଳି ଯୁଦ୍ଧକୁ ନେଇ ତାଙ୍କ ଉପରେ ଖୁବ୍ ବର୍ଷିଥିଲେ । ବନ୍ଧୁକ ଧରି ଆମ ମାଟିରେ ତୁମେ ମାନେ କଣ କରୁଛ? ଏଭଳି କହିବା ସହିତ ମହିଳା ଜଣକ ଋଷୀୟ ସୈନ୍ୟଙ୍କ ପକେଟରେ ସୂର୍ଯ୍ୟମୁଖୀ ମଞ୍ଜି ରଖିବାକୁ କହିଥିଲେ । ଆଉ କହିଥିଲେ ଯେ ତୁମର ମାଟିରେ ବି ସୂର୍ଯ୍ୟମୁଖୀ ଉଠୁ ।

ସରଗରମ ସହର ରାଜନୀତି, ବିଜେଡିରେ ଯୋଗଦେଲେ ୨୦୦ ବିଜେପି କର୍ମୀ

ଭୁବନେଶ୍ୱର: ପୌର ନିର୍ବାଚନ ତାରିଖ ଘୋଷଣା ପରେ ସରଗରମ ହୋଇଛି ସହର ରାଜନୀତି । ଆରମ୍ଭ ହୋଇଛି ଦଳ ଡିଆଁ ପର୍ବ  । ବିଜେଡିର ଲୋକପ୍ରିୟତାକୁ ପୁଞ୍ଜି କରି ଅନେକ ଆଶାୟୀ ଟିକେଟ ପାଇବାକୁ ଥିବାବେଳେ ବର୍ତ୍ତମାନ ଅନେକ ନେତା ବିଜେଡିରେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ୪୦ ଓ ୪୧ ନମ୍ବର ୱାର୍ଡର ୨୦୦ରୁ ଅଧିକ କର୍ମୀ ।

ବିଜେଡିରେ ସାମିଲ ହୋଇଥିବା କର୍ମୀଙ୍କ ମଧ୍ୟରେ ଅଛନ୍ତି ବିଜେପି ବନଦୁର୍ଗା ମଣ୍ଡଳ ସଭାପତି ଫିରୋଜ ଖାନ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାରା ଓ ସ୍ୱଚ୍ଛ ଶାସନରେ ପ୍ରଭାବିତ ହୋଇ ସେମାନେ ବିଜେଡିରେ ସାମିଲ ହୋଇଛନ୍ତି । ଏହାଦ୍ୱାରା ଦଳ ଓ ୱାର୍ଡ ଆହୁରି ମଜବୁତ ହେବ । ଯାହାକୁ ବି ପୌର ନିର୍ବାଚନରେ ନବୀନ ବାବୁ ଟିକେଟ ଦେବେ, ଆମେ ଦଳର ଶୃଙ୍ଖଳିତ କର୍ମୀ ଭାବେ ତାଙ୍କୁ ସମର୍ଥନ କରିବୁ ବୋଲି ସାମିଲ ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସମସ୍ତ କର୍ମୀ ।

ମାର୍ଚ୍ଚ ୨୬ରେ ରାଜ୍ୟରେ ପୌର ଭୋଟ୍ ପଡିବାକୁ ଯାଉଛି । ପଞ୍ଚାୟତ ଦଖଲ ପରେ ପୌରରେ ମଧ୍ୟ ଶାସକ ବିଜେଡି ଭଲ ସ୍ଥିତିରେ ରହିବ ବୋଲି ରାଜନୀତିକ ସମୀକ୍ଷକ ମାନେ ଗଣିତ କଷିବା ଆରମ୍ଭ କଲେଣି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବଂ ଲୋକାଭୀମୁଖୀ ଯୋଜନା ହିଁ  ବିଜେଡି ବିଜୟର କାରଣ ସାଜିଛି  । ତେଣୁ ନିର୍ବାଚନ ତାରିଖ ଘୋଷଣା ପରେ ଦଳରେ ସାମିଲ ହେବା ପକ୍ରିୟା ଆରମ୍ଭ ହୋଇଛି  ।

ୟୁକ୍ରେନର ବାହାଦୂର ଯବାନ; ଋଷ ଟ୍ୟାଙ୍କକୁ ଅଟକାଇବା ପାଇଁ ନିଜ ସହ ଉଡାଇଲେ ବ୍ରିଜ୍

ନୂଆଦିଲ୍ଲୀ: ଯୁଦ୍ଧର ମାହୋଲ ଭିତରେ ଋଷ ସେନାକୁ ମାତ୍ ଦେବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛି ୟୁକ୍ରେନ୍ । ଜୀବନକୁ ବାଜି ଲଗାଇ ଲଢୁଛନ୍ତି ୟୁକ୍ରେନ୍ ସୈନ୍ୟବାହିନୀ । ଏବେ ଜଣେ ସହିଦ ଯବାନଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

Ukraine Banned 18 To 60 Years Old Male To Leave Country During War

ଋଷ ସେନାର ଟ୍ୟାଙ୍କକୁ ଅଟକାଇବାକୁ ଯାଇ ୟୁକ୍ରେନର ଜଣେ ସୈନ୍ୟ ବ୍ରିଜ୍ ସହ ନିଜକୁ ବମରେ ଉଡାଇ ଦେଇଛନ୍ତି । ସେହି ଯବାନଙ୍କ ନାମ ଭିଟଲ୍ ଶକୁନ୍ ବୋଲି ଜଣାପଡିଛି । ଭିଟଲଙ୍କୁ ବୀର ଯୋଦ୍ଧାର ଆଖ୍ୟା ସହ ୟୁକ୍ରେନ୍ ସେନାବାହିନୀ ପକ୍ଷରୁ ସୋସିଆଲ୍ ମିଡ଼ିଆରେ ଏକ ପୋଷ୍ଟ କରାଯାଇଛି।

ସୂଚନା ଅନୁସାରେ, କ୍ରିମିଆ ନିକଟ ଖେରସାନରେ ଥିବା ଏକ ବ୍ରିଜରେ ଋଷ ସେନା ଦ୍ରୁତ ଗତିରେ ଆସୁଥିବା ବେଳେ ସେମାନଙ୍କୁ ଅଟକାଇବା ପାଇଁ ଲାଗିପଡିଥିଲେ ୟୁକ୍ରେନ୍ ସେନା । ଏସବୁ ଭିତରେ ଭିଟଲ୍ ମୋର୍ଚ୍ଚା ସମ୍ଭାଳିବା ସହ ବମରେ ବ୍ରିଜକୁ ଉଡାଇ ଦେଇଥିଲେ ।  ଯେପରି ଋଷ ସେନା ଆଉ ସହର ଭିତରକୁ ପ୍ରବେଶ କରିପାରିବେ ନାହିଁ । କିନ୍ତୁ ଏଥିରେ ଭିଟଲଙ୍କୁ ସହିଦ ହେବାକୁ ପଡିଥିଲା ।

Ukraine Russia War Melitpol Town

 

ଯେଉଁ ବ୍ରିଜକୁ ଉଡାଯାଇଥିଲା, ତାହା ଋଷ ଅଧିକୃତ କ୍ରିମିଆକୁ ୟୁକ୍ରେନ୍ ସହ ଯୋଡିଥାଏ ।

ଅଧିକ ପଢନ୍ତୁ- ଭାରତ ଅଭିମୁଖେ ଏୟାର ଇଣ୍ଡିଆ ବିମାନ, ଫେରୁଛନ୍ତି ୟୁକ୍ରେନରେ ଫସିଥିବା ଭାରତୀୟ

 

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ଏଫଆଇଏଚ୍ ପ୍ରୋ-ଲିଗ୍‌ ହକି

ଭୁବନେଶ୍ୱର: ପୁଣି କମ୍ପିଲା କଳିଙ୍ଗ ଷ୍ଟାଡିୟମ । ଆରମ୍ଭ ହେଲା ଏଫଆଇଏଚ୍ ପ୍ରୋ-ଲିଗ୍‌ ହକି । କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ପୁରୁଷ ଓ ମହିଳା ଟିମ୍ ସ୍ପେନକୁ ଭେଟିଛି । ପ୍ରଥମ ମ୍ୟାଚରୁ ବିଜୟ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ । ମହିଳା ମ୍ୟାଚ୍‌ ସଂଧ୍ୟା ୫ଟାରୁ ଆରମ୍ଭ ହୋଇଥିବାବେଳେ ଏବଂ ପୁରୁଷ ମ୍ୟାଚ୍‌ ରାତି ୭ଟା ୩୦ରେ ଆରମ୍ଭ ହେବ ।

ସେପଟେ ଭାରତ ଘରୋଇ ମାଟିରେ ମ୍ୟାଚ୍‌ ଜିତି ବିଜୟଧାରା ବଜାୟ ରଖିବ ବୋଲି ଅଶା ରହିଛି । ଟୋକିଓ ଅଲିମ୍ପିକ୍‌ସରେ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଥିବା ମହିଳା ଦଳ ପୂରା ଦମ୍ ସହ ପଡ଼ିଆକୁ ଓହ୍ଲାଇବ ବୋଲି ଉପ-ଅଧିନାୟିକା ଦୀପଗ୍ରେସ ଏକ୍କା କହିଛନ୍ତି। ଉଭୟ ଟିମ୍ ଉତ୍ସାହିତ କରିବ ବୋଲି କୁହାଯାଉଛି  । ତେବେ ଜୁନିୟର ବିଶ୍ୱକପ୍ ମ୍ୟାଚ ପରେ ଏଫଆଇଏଚ ପ୍ରୋ ଲିଗ ହକି ଉପରେ ସମସ୍ତଙ୍କ ନଜର ରହିଛି  ।

କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ବିଜେଡି ନେତାଙ୍କ ମୃତ୍ୟୁ ଅଭିଯୋଗ

ଭଦ୍ରକ: କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ବିଜେଡି ନେତାଙ୍କ ମୃତ୍ୟୁ ଅଭିଯୋଗ । ପ୍ରତିବାଦରେ ଥାନା ଆଗରେ ଉତ୍ୟକ୍ତ ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ ସହ ଟାୟାର ଜାଳି ରାସ୍ତା ଅବରୋଧ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନୂଆଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିଜେଡି ନେତା ଭଗବାନ ନାୟକଙ୍କ ମୃତ୍ୟୁ ହୋଇଛି । ଗତ ୨୦ ତାରିଖ ରାତିରେ କଂଗ୍ରେସ କର୍ମୀମାନେ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିଲେ । ଭଗବାନ ନାୟକ ଓ ତାଙ୍କ ପୁଅ ବିରୋଧ କରିବାରୁ କଂଗ୍ରେସ କର୍ମୀମାନେ ବାପପୁଅଙ୍କୁ ଆକ୍ରମଣ କରିଥିଲେ ।

ଗୁରୁତର ଆହତ ଭଗବାନ ନାୟକ ଓ ତାଙ୍କ ପୁଅଙ୍କୁ ପ୍ରଥମେ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଥିଲା । ଭଦ୍ରକରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ବେଳେ ଭଗବାନ ନାୟକଙ୍କ ମୃତ୍ୟୁ ହୋଇଛି । ଏହାର ପ୍ରତିବାଦରେ ନୂଆଗାଁ ଗ୍ରାମବାସୀ ବାସୁଦେବପୁର ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରାଯାଇଛି ।

ୟୁକ୍ରେନ୍ ସେନାରେ ସାମିଲ ପାଇଁ ଧାଡ଼ିରେ ଛିଡା ୮୦ ବର୍ଷୀୟ ବୃଦ୍ଧ, ଫଟୋ ଭାଇରାଲ୍

ୟୁକ୍ରେନ୍ ଓ ଋଷ ସେନା ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତାରେ। ଏହା ଭିତରେ ସୋସିଆଲ୍ ମିଡ଼ିଆରେ ଏଭଳି ସବୁ ଚିତ୍ର ଭାଇରାଲ୍ ହେଉଛି ଯାହାକୁ ଦେଖିଲେ ହୃଦୟ ଥରି ଉଠିବ।

ନିକଟରେ ୟୁକ୍ରେନର ଏକ ମେଟ୍ରୋ ଷ୍ଟେସନରେ ଦମ୍ପତ୍ତି ଛଳ ଛଳ ଆଖିରେ ପରସ୍ପର ଠାରୁ ବିଦାୟ ନେଉଥିବାର ଦୃଶ୍ୟ ଖୁବ୍ ଭାଇରାଲ୍ ହୋଇଥିଲା । ଯେଉଁଠି ଝିଅଟି ବାପାଙ୍କ ପାଇଁ ଖୁବ୍ କାନ୍ଦୁ ଥିଲା ଆଉ ବାପା ଇଚ୍ଛା ନଥାଇ ମଧ୍ୟ କାନ୍ଦିକାନ୍ଦି ଦେଶ ପାଇଁ ବିଦାୟ ଦେଇଥିଲେ। ଯେଉଁ ଦୃଶ୍ୟ ଖୁବ୍ ହୃଦୟ ବିଦାରକ ଥିଲା।

ସେହିପରି ଏବେ ୟୁକ୍ରେନ୍ ସେନାରେ ସାମିଲ ହେବା ଲାଗି ଧାଡିରେ ଛିଡା ହୋଇଥିବା ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କର ଫଟୋ ଭାଇରାଲ୍ ହେବାରେ ଲାଗିଛି । କ୍ୟାଟ୍ରିନା ୟୁଶ୍ଚିକୋଙ୍କ ଦ୍ୱାରା ଏହି ଫଟୋ ଟ୍ୱିଟରରେ ସେୟାର କରାଯାଇଛି । ଯେଉଁଥିରେ ଜଣେ ବୃଦ୍ଧ ବ୍ୟକ୍ତି ବ୍ୟାଗ୍ ଧରି ଲମ୍ବା ଧାଡିରେ ଠିଆ ହୋଇଛନ୍ତି ।  ତାଙ୍କ ବ୍ୟାଗରେ ଥିବା ଜିନିଷ ଦେଖିଲେ ଆଖିରେ ଲୁହ ଆସିଯିବ । ସେ ସାଙ୍ଗରେ ଦୁଇଟି ପ୍ୟାଣ୍ଟ ଓ ସାର୍ଟ, ଟୁଥ ବ୍ରସ୍ ଓ କିଛି ଖାଇବା ଆଣିଥିଲେ ବୋଲି କ୍ୟାପସନରେ ଲେଖାହୋଇଛି। ଏହି ଫଟୋକୁ ଏପର୍ଯ୍ୟନ୍ତ ଦୁଇ ଲକ୍ଷରୁ ଅଧିକ ଲାଇକ୍ସ ମିଳିସାରିଛି। ଦେଶ ପାଇଁ ବୃଦ୍ଧଙ୍କ ଭଲପାଇବାକୁ ସବୁଠି ପ୍ରଶଂସା କରାଯାଉଛି ।

 

ମହିଳା ବିଶ୍ୱକପରେ ଭାରତୀୟ ମହିଳା ଦଳର ଉପ-ଅଧିନାୟକ ହେବେ ହରମନପ୍ରୀତ

ନୂଆଦିଲ୍ଲୀ: ୪ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି ମହିଳା ବିଶ୍ୱକପ । ଏହି ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଭାରତ ମହିଳା ଦଳ ତା’ର ଉପଅଧିନାୟକ ନାମ ଘୋଷଣା କରିଛି । ଭାରତୀୟ ଦଳର ଅଧିନାୟକ ମିତାଲୀ ରାଜ୍ ହରମନପ୍ରୀତ କୌରଙ୍କୁ ମହିଳା ବିଶ୍ୱକପ ଦଳର ଉପ ଅଧିନାୟକ ଭାବରେ ଘୋଷଣା କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଦୁଇ ଦିନିକିଆ ମ୍ୟାଚରେ ଦିପ୍ତି ଶର୍ମାଙ୍କୁ ଉପ-ଅଧିନାୟକ ନିଯୁକ୍ତି ଦିଆଯାଇଥିଲା । ନ୍ୟୁଜିଲାଣ୍ଡ ବିପକ୍ଷରେ ଚତୁର୍ଥ ଦିନିକିଆରେ ହରମନପ୍ରୀତ କୌରଙ୍କ ଅନୁପସ୍ଥିତିରେ ଦିପ୍ତି ଶର୍ମାଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ ପଞ୍ଚମ ଦିନିକିଆରେ ହରମନପ୍ରୀତ ଦଳକୁ ଫେରିବା ପରେ ମଧ୍ୟ ଦିପ୍ତିଙ୍କୁ ଉପଅଧିନାୟକ ଭାବରେ ରଖାଯାଇଥିଲା ।

ବିଶ୍ୱକପ ଆରମ୍ଭ ହେବାର ଠିକ୍ ଏକ ସପ୍ତାହ ପୂର୍ବରୁ ଭାରତୀୟ ମହିଳା ଟିମର ଅଧିନାୟକ ମିତାଲୀ ରାଜ୍ ହରମନପ୍ରୀତ କୌରଙ୍କୁ ଉପ-ଅଧିନାୟକ ନିଯୁକ୍ତି ଦେଇଛନ୍ତି । ପ୍ରେସ ରିଲିଜ୍ ଜିରିଆରେ ମିତାଲୀ ରାଜ୍ ଏହାର ସୂଚନା ଦେଇଛନ୍ତି । ମିତାଲୀ କହିଛନ୍ତି କି ଦିପ୍ତିଙ୍କୁ ଚତୁର୍ଥ ଓ ପଞ୍ଚମ ଦିନିକିଆରେ ଉପଅଧିନାୟକ କରିବାର ନିଷ୍ପତ୍ତି ସିଲେକ୍ଟର୍ସ ଓ ବିସିସିଆଇର ରହିଥିଲା । ସୂଚନା ଅନୁସାରେ ଭାରତୀୟ ଦଳର ବିଶ୍ୱକପ ଅଭିଯାନ ମାର୍ଚ୍ଚ ୬ରୁ ଆରମ୍ଭ ହେବାକୁ ଯାଉଛି । ମାର୍ଚ୍ଚ ୬ରେ ପାକିସ୍ତାନ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ ।

 

ଟିମ୍ ଇଣ୍ଡିଆକୁ ଝଟକା, ଶ୍ରୀଲଙ୍କା ବିପକ୍ଷ ସିରିଜରୁ ବାଦ୍ ପଡ଼ିଲେ ଋତୁରାଜ୍

ଧର୍ମଶାଳା: ଭାରତ-ଶ୍ରୀଲଙ୍କା ମଧ୍ୟରେ ଜାରି ରହିଛି ଟି-୨୦ ସିରିଜ୍ । ଏହି ତିନିଟିକିଆ ସିରିଜର ଆଜି ଦ୍ୱିତୀୟ ମ୍ୟାଚ ଧର୍ମଶାଳାରେ ଖେଳାଯିବ । ତେବେ ଦ୍ୱିତୀୟ ଟି-୨୦ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ଆଘାତ କାରଣରୁ ପ୍ରଥମ ଟି-୨୦ରେ ଖେଳାପାରିନଥିଲେ ଋତୁରାଜ ଗାଇକ୍ୱେଡ । ତେବେ ଏହି ଆଘାତ କାରଣରୁ ଶେଷ ଦୁଇ ଟି-୨୦ରୁ ଦଳରୁ ବାଦ୍ ପଡ଼ିଛନ୍ତି ଋତୁରାଜ୍ ଗାଇକ୍ୱେଡ ।

ବିସିସିଆଇ ଦ୍ୱାରା ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି କି ଆଘାତ କାରଣରୁ ଋତୁରାଜଙ୍କ MRI SCAN ହୋଇଥିଲା । ଏହା ପରେ ତାଙ୍କୁ ନ୍ୟାସନାଲ କ୍ରିକେଟ ଏକାଡେମୀ ପଠାଇ ଦିଆଯାଇଛି । ଯୁବ ଓପନର ଋତୁରାଜ ଗାଇକ୍ୱେଡଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ୱାଲ । ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କିଛି ଖେଳାଳି କରୋନାରେ ଆକ୍ରାନ୍ତ ହେବା ପରେ ମୟଙ୍କ ଅଗ୍ରଓ୍ୱାଲଙ୍କୁ ଦଳକୁ ଆସିଥିଲେ । ମୟଙ୍କ ଅଗ୍ରଓ୍ୱାଲ ଏବେ ଚଣ୍ଡିଗଡ଼ରେ ଭାରତୀୟ ଟେଷ୍ଟ ଦଳ ସହ ଆଇସୋଲେସନରେ ରହିଛନ୍ତି । ୨୬ ବର୍ଷିୟ ଋତୁରାଜ ଗତ ଆଇପିଏଲ ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଦମଦାର ପ୍ରଦର୍ଶନ କରିଥିଲେ । ଦମଦାର ପ୍ରଦର୍ଶନ ଫଳରେ ଭାରତୀୟ ଟି-୨୦ ଦଳରେ ତାଙ୍କୁ ସୁଯୋଗ ମିଳିଥିଲା ।

 

ଭାରତ ଅଭିମୁଖେ ଏୟାର ଇଣ୍ଡିଆ ବିମାନ, ଫେରୁଛନ୍ତି ୟୁକ୍ରେନରେ ଫସିଥିବା ଭାରତୀୟ

ନୂଆଦିଲ୍ଲୀ: ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି କେନ୍ଦ୍ର ସରକାର ଜୋରଦାର୍ ପ୍ରୟାସ ଆରମ୍ଭ କରିଛନ୍ତି । ଫସିଥିବା ଭାରତୀୟଙ୍କୁ ରୋମାନିଆରୁ ଆଣୁଥିବା ଏୟାର ଇଣ୍ଡିଆ ବିମାନ ଆଜି ସନ୍ଧ୍ୟା ବେଳକୁ ମୁମ୍ବାଇ ଏୟାରପୋର୍ଟରେ ଅବତରଣ କରିବ। ଏହି ବିମାନରେ ୨୧୯ ଜଣ ଯାତ୍ରୀ ରହିଥିବା ସୂଚନା। ସମସ୍ତ ପ୍ରସ୍ତୁତି ଉପରେ ବ୍ୟକ୍ତିଗତ ଭାବେ ନଜର ରଖିଥିବା କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ।

ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ ସେମାନଙ୍କୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ସ୍ୱାଗତ କରିବେ । ୟୁକ୍ରେନ୍ ଉପରେ ଋଷ ସେନା ଆକ୍ରମଣ କରି ସବୁକିଛି ଛାରଖାର କରୁଥିବା ବେଳେ ଏହା ଭିତରେ ଫସି ରହିଛନ୍ତି ହଜାର ହଜାର ଭାରତୀୟ।

ୟୁକ୍ରେନର ବିମାନ ବନ୍ଦର ବନ୍ଦ ହେବା ପୂର୍ବରୁ ଗତ ଫେବୃଆରୀ ୨୨ରେ ଏୟାର ଇଣ୍ଡିଆ ୟୁକ୍ରେନର ରାଜଧାନୀ କିଏଭକୁ ଏକ ବିମାନ ପଠାଇଥିଲା । ଯେଉଁଥିରେ ୨୪୦ ଜଣ ଭାରତୀୟଙ୍କୁ ଅଣାଯାଇଥିଲା ।

ଅଧିକ ପଢନ୍ତୁ- ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଋଷ ବିରୋଧୀ ପ୍ରସ୍ତାବ, ଭୋଟ ଦେଲାନି ଭାରତ