IMF- ମହାମାରୀ ସତ୍ତ୍ୱେ ଭାରତରେ ସର୍ବାଧିକ ଦାରିଦ୍ର୍ୟ ୧ ପ୍ରତିଶତରୁ କମ୍‌

1 min read

 ନୂଆଦିଲ୍ଲୀ: ଅନ୍ତଃରାଷ୍ଟ୍ରୀୟ ମୂଦ୍ରାକୋଷ ବା IMFର ଏକ ଓ୍ୱର୍କିଂ ପେପର ଅନୁସାରେ ଭାରତ ୨୦୧୯ରେ ସର୍ବାଧିକ ଗରୀବୀକୁ ୦.୮ ପ୍ରତିଶତ ରଖିବାରେ ସଫଳ ରହିଥିଲା । ଏହା ବାଦ୍‌ ୨୦୨୦ରେ କୋଭିଡ ମାହାମାରୀ ସମୟରେ ଏହାକୁ କାଏମ ରଖିଥିଲା । ଏହା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ବା PMGKY ଦ୍ୱାରା ଖାଦ୍ୟ ସ୍ଥାନାନ୍ତରଣ କରି କରାଯାଇଥିଲା । ଖାଦ୍ୟ ପରର ସବସିଡି ଅସମାନତା ୦.୨୯୪ରେ ରହିଛି । ଯାହା ଖୁବ୍‌ ସର୍ବନିମ୍ନ । ତେବେ ୧୯୯୩-୯୪ରେ ଏହା ୦.୨୮୪ ରହିଥିଲା । ତେବେ ଏହି ପେପର ଅର୍ଥନୈତିଜ୍ଞ ସୁରଜିତ ଭଲ୍ଲା, କରଣ ଭସୀନ୍‌ ଏବଂ ଅରବିନ୍ଦ ବିରମାନୀଙ୍କ ଦ୍ୱାରା ଲେଖାଯାଇଛି । ଏହାର ଟାଇଟଲ ରହିଛି, ‘Pandemic, Poverty & Inequality: Evidence from India’. ।

ବର୍ଷ ୨୦୦୪-୦୫ ଏବଂ ୨୦୨୦-୨୧ ମଧ୍ୟରେ ଭାରତରେ ଦାରିଦ୍ର୍ୟ ଏବଂ ବ୍ୟବହାର ଅସମାନତା ମଧ୍ୟରେ ତୁଳନା କରି ଲେଖାଯାଇଛିଯେ, ପ୍ରଥମ ଥର ପାଇଁ ଗରିବୀ ଏବଂ ଅସମାନତା ଉପରେ ଖାଦ୍ୟ ସବସିଡିର ପ୍ରଭାବ ସାମିଲ ହୋଇଛି ।

ଖାଦ୍ୟ ସ୍ଥାନାନ୍ତରଣ ଭଳି ପ୍ରଭାବଶାଳୀ ଯୋଜନା  କୋଭିଡ ଭଳି ମହାମାରୀ ସମୟରେ କରିବାର ଏକ ସ୍ୱତନ୍ତ୍ର ନିର୍ଣ୍ଣୟ ଥିଲା ।  ତେବେ ପବ୍ଲିକ୍‌ ଡିଷ୍ଟ୍ରିବ୍ୟୁସନ୍‌ ସିଷ୍ଟମ ଦ୍ୱାରା ୮୯.୧ ପ୍ରତିଶତ ଗ୍ରାମୀଣ ପରିବାର ଏବଂ ୭୭.୩ ପ୍ରତିଶତ ପୌରାଞ୍ଚଳବାସୀଙ୍କୁ ଖାଦ୍ୟ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ  ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଦ୍ୱାରା ୨୦୨୦ରେ  ଖାଦ୍ୟ ସ୍ଥାନାନ୍ତରଣ ଯୋଜନା ଆରମ୍ଭ ହୋଇଥିଲା । ଯାହା ବିଶ୍ୱବ୍ୟାପୀ ମହାମାରୀ ସମୟରେ ଲଢ଼ୁଥିବା ଲୋକଙ୍କ ପାଇଁ ଆରମ୍ଭ ହୋଇଥିଲା ।