ମହୁମାଛି ଆକ୍ରମଣରେ ୧୦ ଶିଶୁ ଗୁରୁତର

ବୌଦ୍ଧ: ଅଙ୍ଗନଓ୍ବାଡି କେନ୍ଦ୍ରରେ ମୋହୁମାଛି ଆତଙ୍କୁ । ଆକ୍ରମଣରେ ୧୦ ଶିଶୁଙ୍କ ସମେତ ଅଙ୍ଗନଓ୍ବାଡି ଦିଦି ଓ ରୋଷେୟା ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲ୍ଲା ପଞ୍ଚାୟତ ବଉଲସିଙ୍ଗା ଅଙ୍ଗନୱାଡ଼ି କେନ୍ଦ୍ରରେ । ପିଲାମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି ମହୁମାଛି । ଗୁରୁତରମାନଙ୍କୁ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ବଉଲସିଙ୍ଘା ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଥିବା ବରଗଛରେ ଶତାଧିକ ମହୁମାଛି ବସା କରିଥିବା ବେଳେ ଆଜି ପିଲାଙ୍କ ପାଇଁ ବିପଦର କାରଣ ହୋଇଛି । କୌଣସି କାରଣ ବଶତଃ ମହୁମାଛି ଆକ୍ରମଣ କରିଥିଲେ । ଗଛରେ ଥିବା ମହୁମାଛି ବସାକୁ ତୁରନ୍ତ ହଟାଇବା ପାଇଁ ଅଭିଭାବକ ଓ ଶିକ୍ଷକମାନେ ଦାବି କରିଛନ୍ତି ।