ଗର୍ଲଫ୍ରେଣ୍ଡକୁ ମାସିକ ୮୦ ଲକ୍ଷ ଦରମା ଦେଉଛନ୍ତି ଏହି ଖେଳାଳି

1 min read

ନୂଆଦିଲ୍ଲୀ: ପ୍ରସିଦ୍ଧ ଫୁଟବଲର କ୍ରିଷ୍ଟିୟାନୋ ରୋନାଲ୍ଡୋ ବିଶ୍ୱର ଦାମି ଖେଳାଳିଙ୍କ ମଧ୍ୟରୁ ଜଣେ । କେବଳ ଖେଳ ନୁହେଁ ବରଂ ବାସ୍ତବ ଜୀବନକୁ ନେଇ ମଧ୍ୟ ସେ ଖୁବ୍‌ ଚର୍ଚ୍ଚାରେ ରୁହନ୍ତି । ଏବେ କିନ୍ତୁ ଖେଳ ପାଇଁ ନୁହେଁ ବରଂ ଗର୍ଲଫ୍ରେଣ୍ଡ୍‌ ଜର୍ଜିଆ ରୋଡ୍ରିଗେଜଙ୍କୁ ନେଇ ଖବରର ହେଡଲାଇନ୍‌ ପାଲଟିଛନ୍ତି । ରିପୋର୍ଟ ଅନୁସାରେ ରୋନାଲ୍ଡୋ ତାଙ୍କ ଗର୍ଲଫ୍ରେଣ୍ଡକୁ ଖର୍ଚ୍ଚ ପାଇଁ ମାସିକ ୮୦ ଲକ୍ଷ ଟଙ୍କା ଦିଅନ୍ତି । କିନ୍ତୁ ବ୍ରିଟିଶ ମିଡିଆ ଏହାକୁ ଦରମା ସହିତ ତୁଳନା କରିଛି ।

 

 

View this post on Instagram

 

A post shared by Georgina Rodríguez (@georginagio)

 

View this post on Instagram

 

A post shared by Georgina Rodríguez (@georginagio)


ସୂଚନା ଅନୁସାରେ  ଜର୍ଜିଆ ରୋଡ୍ରିଗେଜଙ୍କୁ ପ୍ରତି ମାସରେ ୮୩ ହଜାର ପାଉଣ୍ଡ୍‌ ବା  ୮୨ ଲକ୍ଷରୁ ଅଧିକ ଟଙ୍କା ପିଲାଙ୍କ ଦେଖାଶୁଣା ଏବଂ ଅନ୍ୟ ଖର୍ଚ୍ଚ ପାଇଁ ଦିଆଯାଉଛି । ଏହା ପୂର୍ବରୁ ରୋନାଲ୍ଡୋ ଗର୍ଲଫ୍ରେଣ୍ଡ ଜର୍ଜିଆଙ୍କୁ ଦେଢ଼ କୋଟିର ଏକ କାର୍‌ ଉପହାର ଦେଇଥିଲେ ।

 

 

View this post on Instagram

 

A post shared by Georgina Rodríguez (@georginagio)

ଉଭୟ ଲଗଜରୀ ଜୀବନ ବିତାନ୍ତି । ଯାହାର ଝଲକ୍‌ ଜର୍ଜିଆଙ୍କ ସୋସିଅଲ ମିଡିଆ ଆକାଉଣ୍ଟ ଦେଖିଲେ ଜଣାପଡ଼େ ।  ୨୦୧୭ ପରଠାରୁ ଦୁଇଜଣ ପରସ୍ପର ସହିତ ଅଛନ୍ତି ।

ସୂଚନାଯୋଗ୍ୟ, ଜର୍ଜିଆ ପେଶାରେ ଜଣେ ମଡେଲ । ସେ ଖୁବ୍‌ ଦାମି ବ୍ରାଣ୍ଡରେ ବିଜ୍ଞାପନରେ ନଜର ଆସିଛନ୍ତି । ଇଂଷ୍ଟାଗ୍ରାମରେ ତାଙ୍କର ୩୬ ମିଲିୟନରୁ ଅଧିକ ଫଲୋର୍ସ ଅଛନ୍ତି । ନିକଟରେ ତାଙ୍କ ଜୀବନୀ ଉପରେ ଏକ ଫିଲ୍ମ ନିର୍ମାଣ ହୋଇଥିଲା ।

ରିପୋର୍ଟ ଅନୁସାରେ ଦିନେ ଏକ ଷ୍ଟୋରରେ କାମ କରୁଥିବା ଜର୍ଜିଆଙ୍କ ଜୀବନ ରୋନାଲ୍ଡୋଙ୍କ ସହିତ ଦେଖା ହେବାପରେ ବଦଳିଗଲା । ଜର୍ଜିଆ ରହୁଥିବା ଘରର ମୂଲ୍ୟ ୪୮ କୋଟି ।