ଅନାସ୍ଥା ପ୍ରସ୍ତାବ ଖାରଜ ନିଷ୍ପତ୍ତିକୁ ଭୁଲ୍ କହିଲେ ପାକିସ୍ତାନ ସୁପ୍ରିମକୋର୍ଟ

Pakistan Supreme Court Deputy Speaker National Assembly Ruling Was Wrong

ଇସଲାମାବାଦ: ଇମ୍ରାନ ଖାନଙ୍କୁ ପାକିସ୍ତାନ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି । ଶୁଣାଣି ବେଳେ ପାକିସ୍ତାନ ସୁପ୍ରିମକୋର୍ଟ କହିଛନ୍ତି, ଇମ୍ରାନ ଖାନ ସରକାର ବିରୋଧରେ ଆସିଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ଉପାଧ୍ୟକ୍ଷ ନେଇଥିବା ନିଷ୍ପତ୍ତି ଭୁଲ୍ । ଏପ୍ରିଲ୍ ୩ରେ ଅନାସ୍ଥା ପ୍ରସ୍ତାବ ଖାରଜ ସମ୍ପୂର୍ଣ୍ଣ ଭାବେ ଭୁଲ୍ ଥିଲା ବୋଲି ପ୍ରଧାନ ବିଚାରପତି ଟିପ୍ପଣୀ କରିଛନ୍ତି ।

Pakistan Supreme Court Deputy Speaker National Assembly Ruling Was Wrong

କୋର୍ଟ କହିଛନ୍ତି, ଆମେ ଦେଶର ହିତ ଦେଖିବା କଥା । ଏହା ଉପରେ ଆଜି ହିଁ ନିଷ୍ପତ୍ତି ଶୁଣାଇବୁ । ପାକିସ୍ତାନ ସମୟ ଅନୁସାରେ, ଆଜି ରାତି ୭ଟା ୩୦ ପରେ ସୁପ୍ରିମକୋର୍ଟଙ୍କ ରାୟ ଆସିବ । ଏବେ ଶୁଣାଣି ସରିଥିବା ବେଳେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଏପ୍ରିଲ୍ ୩ରେ ସଂସଦର ଉପାଧ୍ୟକ୍ଷ ନେଇଥିବା ନିଷ୍ପତ୍ତି ସମ୍ବିଧାନର ଅନୁଚ୍ଛେଦ ୯୫ର ଉଲ୍ଲଂଘନ ବୋଲି କହିଛନ୍ତି କୋର୍ଟ । ପାକିସ୍ତାନ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ସଂସଦ ଭଙ୍ଗ ମାମଲାର ଶୁଣାଣି କରୁଛନ୍ତି ।

ଖଣ୍ଡପୀଠ ସଂସଦର ଉପାଧ୍ୟକ୍ଷ ନିଷ୍ପତ୍ତିକୁ ଅସାମ୍ବିଧାନିକ କହିଥିବା ବେଳେ ଆଗକୁ କଣ ହେବ ତା’ଉପରେ ସମସ୍ତଙ୍କ ନଜର ରହିଛି । ତେବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ କହିବା କଥା, ଅନାସ୍ଥା ପ୍ରସ୍ତାବକୁ ବିନା କୌଣସି ଭୋଟିଂରେ ଖାରଜ କରିବା ସମ୍ବିଧାନର ଅନୁଚ୍ଛେଦ ୯୫ର ଉଲ୍ଲଂଘନ । ଦେଶରେ ଅନ୍ତରୀଣ ନିର୍ବାଚନ କରାଗଲେ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ ।