spot_img
Home Blog Page 4544

ଅସଲି ଖୋଳ ଭିତରେ ନକଲି ଧୂପକାଠୀ

ଭୁବନେଶ୍ୱର: ରାଜଧାନୀରେ ଧୂପକାଠୀ କାରଖାନାରେ ଚଢାଉ । ନିର୍ଦ୍ଦିଷ୍ଠ କମ୍ପାନୀର ନାମ ଓ ଡିଜାଇନକୁ ନକଲ କରି ଧୂପକାଠୀ ତିଆରି କରାଯାଉଥିବା ଅଭିଯୋଗରେ ରେଡ୍ କରିଛି ଭରତପୁର ଥାନା ପୋଲିସ । ସୂଚନା ମୁତାବକ ଓମ ସାଇ ଏଣ୍ଟରପ୍ରାଇଜସର ଜଣେ ବ୍ୟବସାୟୀ ସ୍ୱର୍ଣ୍ଣ  ଚମ୍ପା ବ୍ରାଣ୍ଡକୁ ସ୍ପେଶାଲ ଚମ୍ପା ନାମରେ ବିକ୍ରି କରୁଥିଲେ । ଯାଞ୍ଚ ବେଳେ ବିଭିନ୍ନ ବ୍ରାଣ୍ଡର ଧୂପକାଠୀ ଖୋଳ, ସେଣ୍ଟ ଓ ସାମଗ୍ରୀ ଠାବ ହୋଇଛି ।

ପୋଲିସ ପହଁଚି ଘଟଣାସ୍ଥଳରେ ରେଡବେଳେ ମାଲିକ ଉପସ୍ଥିତ ନଥିଲାବେଳେ ଟ୍ରେଡ ଲାଇସେନ୍ସ ଓ ପଞ୍ଜୀକୃତ ନମ୍ବର ଦେଇ ପାରିନଥିଲେ ପରିବାର ଲୋକ । ପରେ ପୋଲିସ ସଂପୃକ୍ତ କାରଖାନକୁ ତାଲା ମାରିଥିଲା । ଜଣେ କର୍ମଚାରୀଙ୍କୁ ଉଠାଇ ନେଇ ପଚରାଉଚରା କରୁଛି ପୋଲିସ । କିଭଳି ଏବଂ କେଉଁ ଉପାୟରେ ଏହି କାରଖାନା ଚାଲିଛି  ତାହାର ସନ୍ଧାନ ଚଳାଇଛି ପୋଲିସ  ।

 

ବିଜେପିର ବଡ଼ ପରାଜୟ ନେଇ ଧର୍ମେନ୍ଦ୍ର କହିଲେ ଏମିତି..

ଭୁବନେଶ୍ୱର: ରାଜ୍ୟରେ ସରିଛି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳ  । ୭୬୬ ଜିଲ୍ଲା ପରିଷଦ ଆସନରେ ବିଜୟ ହାସଲ କରିଛି ବିଜେଡି । ବିଜେପି ଆଶାତୀତ ଫଳ ଙାସଲ କରିବାରେ ଢେର ପଛରେ ରହି ଯାଇଛି  । ୨୦୧୭ ପଞ୍ଚାୟତ ନିର୍ବାଚନରେ ମିଳିଥିବା ଜନାଦେଶ ପାଇବାରେ ବଞ୍ଚିତ ହୋଇଛି ବିଜେପି  । ୨୯୭ ଜୋନରେ ଜିଲ୍ଲାପରିଷଦ ଜିତିଥିବା ବିଜେପି ଚଳିତ ନିର୍ବାଚନରେ କେବଳ ୪୨ରେ ସିମୀତ ରହିଯାଇଛି  । ସେପଟେ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ବିବୃତ୍ତି ରଖିଛନ୍ତି  ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି,  ରାଜ୍ୟରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜନତାଙ୍କ ରାୟକୁ ସମ୍ମାନ ଜଣାଉଛୁ  । ସେହିପରି ବିଜେପିର ନିର୍ବାଚିତ ପ୍ରତିନିଧିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଧର୍ମେନ୍ଦ୍ର  । ଓଡ଼ିଶାର ୬୩ ଲକ୍ଷ ୨୩ ହଜାର ୭୪୬ ଭୋଟର ତଥା ମୋଟ୍ ୩୦.୦୭ ପ୍ରତିଶତ ମତଦାତା ଆମ ଦଳକୁ ସେମାନଙ୍କର ସମର୍ଥନ ଜଣାଇଥିବାରୁ କୃତଜ୍ଞତା ଜ୍ଞାପନ କରୁଛି । ନିର୍ବାଚନ ଗଣତନ୍ତ୍ରରେ ଏକ ନିରନ୍ତର ପ୍ରକ୍ରିୟା । ଆମ ଦଳର ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାମାନେ କଠିନ ପରିଶ୍ରମ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି  ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବ ଭାରତକୁ ଗୁରୁତ୍ୱ ତଥା ଗରିବ କଲ୍ୟାଣ ଯୋଜନାର ସର୍ବାଧିକ ଲାଭ ଓଡ଼ିଶାକୁ ଆସୁଛି । ଆମେ ଆମର ସଂଗଠନକୁ ସୁଦୃଢ଼ କରିବା ସହ “ସବକା ସାଥ-ସବକା ବିକାଶ”କୁ ମୂଳମନ୍ତ୍ର କରିଥିବା ମୋଦି ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକୁ ଲୋକଙ୍କ ପାଖକୁ ନେବା ପାଇଁ ଅଧିକରୁ ଅଧିକ ପରିଶ୍ରମ କରିବୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ।

ଡ୍ରଗ୍ସ ଖାଇ ୟୁକ୍ରେନ୍ ଉପରେ ଆକ୍ରମଣ ନିର୍ଦ୍ଦେଶ ଦେଇଥିଲେ ପୁଟିନ୍ ?

ନୂଆଦିଲ୍ଲୀ: ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ବିଶ୍ୱ । ଭିଲେନ୍ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ପୂର୍ବରୁ ଜଣେ ଶାନ୍ତ ସ୍ୱଭାବର ବ୍ୟକ୍ତିଭାବେ ପରିଗଣିତ ଋଷ ରାଷ୍ଟ୍ରପତି ପୁଟିନ୍ ଏବେ ଭିଲେନ୍ । ୟୁକ୍ରେନରେ ମିଲିଟାରୀ ଅପରେସନ୍ ପାଇଁ ବିବାଦୀୟ ହୋଇ ପଡ଼ିଥିବା ପୁଟିନଙ୍କ ସ୍ୱଭାବ ସହ ଆଚାର, ବ୍ୟବହାର ବଦଳି ଯାଇଥିବା ଚର୍ଚ୍ଚା ହେଉଛି । କୁହାଯାଉଛି ପୁଟିନ୍ ଏକ ସ୍ୱତନ୍ତ୍ର ପ୍ରକାର ଔଷଧ ଖାଉଛନ୍ତି । ଯେଉଁଥିପାଇଁ ତାଙ୍କ ବ୍ୟକ୍ତିତ୍ୱରେ ବେଶ୍ ପରିବର୍ତ୍ତନ ଘଟିଛି । ଆଉ ସେହି ଔଷଧର ପ୍ରଭାବରେ ଆସି ୟୁକ୍ରେନ୍ ଉପରେ ଆକ୍ରମଣ ନିର୍ଦ୍ଦେଶ ଦେଇଛନ୍ତି ।

Valdimir Putin Accused Of Taking Bodybuilder Steroids That Makes Person Aggressive

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ବଡ଼ି ବନାଇବା ଲାଗି ଷ୍ଟେରଏଡ୍ ନେଉଥିବା ଅଭିଯୋଗ ହୋଇଛି । ଏହି ଔଷଧ ବ୍ୟକ୍ତିଙ୍କ ଚେହେରାରେ ଚମକ ଆଣିବା ସହ ଫୁଲାଇ ଦେଇଥାଏ । ଆଉ ଏବେ ପୁଟିନଙ୍କ ଚେହେରା ମଧ୍ୟ ବଦଳି ଯାଇଥିବା ଚର୍ଚ୍ଚା ହେଉଛି । ପୂର୍ବତନ ବିଦେଶ ସଚିବ ଡକ୍ଟର ଲାର୍ଡ ଓଭେନ୍ କହିଛନ୍ତି ପୁଟିନ୍ ବଡି ବିଲ୍ଡିଂ ପାଇଁ ଷ୍ଟେରଏଡ୍ ନେଉଛନ୍ତି ।

Valdimir Putin Accused Of Taking Bodybuilder Steroids That Makes Person Aggressive

ପୂର୍ବରୁ ସୋସିଆଲ୍ ମିଡିଆରେ ପୁଟିନଙ୍କ ପରିବର୍ତ୍ତିତ ଚେହେରାକୁ ନେଇ ବେଶ୍ ଚର୍ଚ୍ଚା ହେଉଥିଲା । ସେତେବେଳେ ଏହାକୁ ବୋଟାକ୍ସ କିମ୍ବା ପ୍ଲାଷ୍ଟିକ ସର୍ଜରୀର ପ୍ରଭାବ ବୋଲି କୁହାଯାଉଥିଲା । କିନ୍ତୁ ଏବେ ଡକ୍ଟର ଲାର୍ଡ ଓଭେନଙ୍କ କହିବା ଅନୁସାରେ, ପୁଟିନ୍ ବଡି ବିଲ୍ଡିଂ ପାଇଁ ଔଷଧ କିମ୍ବା କୋର୍ଟିକୋଷ୍ଟେରଏଡ୍ ନେଉଛନ୍ତି । ଆଉ ଏହି ଡ୍ରଗ୍ସ ସେବନ ପାଇଁ ବ୍ୟକ୍ତିର ଚେହେରା ଓ ସ୍ୱଭାବ ଉଭୟ ବଦଳି ଯାଏ । ଆଉ ଏବେ ପୁଟିନଙ୍କ ଠାରେ ଉଭୟ ଲକ୍ଷଣ ଦେଖିବାକୁ ମିଳୁଛି ।

Valdimir Putin Accused Of Taking Bodybuilder Steroids That Makes Person Aggressive

ଡ୍ରଗ୍ସର ପ୍ରଭାବରେ ମଣିଷ ଚିଡ଼ଚିଡ଼ା ସ୍ୱଭାବର ହୋଇଯାଏ । ଏପରିକି ସବୁବେଳେ ହସୁଥିବା ମଣିଷ ବି ଔଷଧ ପ୍ରଭାବରେ ଚୁପ୍ ସ୍ୱଭାବର ହୋଇଯାଏ । ଏବେର ସ୍ଥିତି ଦେଖି ଡାକ୍ତର କହିଛନ୍ତି ପୁଟିନଙ୍କ ଠାରେ ପରିବର୍ତ୍ତନ ଆସିଛି । ତେବେ ଏଭଳି ପରିବର୍ତ୍ତନର କାରଣ କଣ ? ତାହା ତଦନ୍ତର ବିଷୟ । ତେବେ ଶାନ୍ତିପ୍ରିୟ ପୁଟିନ୍, ଯିଏ ଶତ୍ରୁ ଚାହାନ୍ତି ନାହିଁ… ତାଙ୍କର ଏଭଳି ଆଚରଣକୁ ନେଇ ଏବେ ସମସ୍ତେ ସନ୍ଦେହରେ ।

ସ୍ମାର୍ଟସିଟିରେ ବସିଲା ୭ ଇ-ଚାର୍ଜିଂ ପଏଣ୍ଟ

ଭୁବନେଶ୍ୱର: ଇ-ଯାନ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ସ୍ମାର୍ଟସିଟି ଭୁବନେଶ୍ୱରରେ ସ୍ଥାପନ ହେଲା ୭ଟି ଇ-ଚାର୍ଜିଂ ପଏଣ୍ଟ । ଆଗକୁ ଏହି ସଂଖ୍ୟା ୧୮କୁ ବୃଦ୍ଧି ପାଇବ । ଭୁବନେଶ୍ୱରକୁ ସବୁଜ ସହର ବା ପ୍ରଦୂଷଣ ମୁକ୍ତ ସହର ଭାବେ ଗଢି ତୋଳିବା ଲକ୍ଷ୍ୟରେ ସ୍ମାର୍ଟସିଟି ପକ୍ଷରୁ ନିଆଯାଉଛି ପଦକ୍ଷେପ । ସବୁଜ ସହର ଲକ୍ଷ୍ୟରେ ରହିଛି ସ୍ମାର୍ଟସିଟି ଭୁବନେଶ୍ୱର । ରାଜ୍ୟ ସରକାର ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି  ।  ଇ-ଯାନକୁ ସରକାର ପ୍ରୋତ୍ସାହନ ଦେବା ସହ ଭିତ୍ତିଭୂମିର ବିକାଶକୁ ମଧ୍ୟ ପ୍ରାଥମିକତା ପ୍ରଦାନ କରିଛନ୍ତି । ରାଜ୍ୟକୁ ପ୍ରଦୂଷଣ ମୁକ୍ତ କରିବାକୁ ବିଦ୍ୟୁତ୍ ଓ ବ୍ୟାଟେରୀ ଚାଳିତ ଯାନବାହାନକୁ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର ।

ସ୍ମାର୍ଟସିଟି ଭୁବନେଶ୍ବରକୁ ସବୁଜ ସହରରେ ପରିଗଣିତ କରିବାକୁ ଯାଇ ଇ-ଯାନ ପାଇଁ ଭିତ୍ତିଭୂମିର ବିକାଶ କରାଯାଉଛି । ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଇ-ଚାର୍ଜିଂ ପଏଣ୍ଟ ସ୍ଥାପନ ପାଇଁ ଅନୁମତି ମିଳିଛି । ପ୍ରଥମ ପର୍ଯ୍ୟାୟରେ ଟାଟା ପାଓ୍ବାର ଜରିଆରେ ୭ଟି ଚାର୍ଜିଂ ପଏଣ୍ଟ ସ୍ଥାପନ କରାଯାଇଛି । ସହିଦନଗର ବହୁତଳ ପାର୍କିଂ ସ୍ଥଳ, ବିଏମ୍ସି ମଲ, ଡି.ଏନ୍ ରେଗାଲିଆ, ଏକ୍ସପ୍ଲାନେଡ, ସମ ଓ କିମ୍ସ ଆଦି ସ୍ଥାନରେ ଇ-ଚାର୍ଜିଂ ପଏଣ୍ଟ ସ୍ଥାପନ କରାଯାଇଛି । ଉଭୟ ହେଭି ଓ ଲାଇଟ୍ ଯାନ ପାଇଁ ଏଠାରେ ୨୮ଟି ଚାର୍ଜିଂ ପଏଣ୍ଟ ରହିଥିବା ଜଣାପଡିଛି।

ଦେଶର ପ୍ରଥମ ତଥା ଏକମାତ୍ର ରାଜ୍ୟ ଭାବେ ଓଡ଼ିଶାରେ ବ୍ୟାଟେରୀ ଯାନ କ୍ରୟ ଉପରେ ୫ହଜାରରୁ ୫୦ହଜାର ପର୍ଯ୍ୟନ୍ତ ରିହାତି ସୁବିଧା ରହିଛି । ବର୍ତ୍ତମାନ ଇ-ଯାନ ପାଇଁ ଚାର୍ଜିଂ ପଏଣ୍ଟ ସ୍ଥାପନ କରାଯିବା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ । ତେବେ ଭିତ୍ତିଭୂମିର ବିକାଶ ସହିତ ଅଧିକ ସଂଖ୍ୟକ ଇ-ଚାର୍ଜିଂ ପଏଣ୍ଟ ସ୍ଥାପନ କରାଯିବା ଜରୁରୀ । ସେପଟେ ଅଧିକ ୧୧ଟି ଇ-ଚାର୍ଜିଂ ପଏଣ୍ଟ ପାଇଁ ଅନୁମତି ମିଳିଥିବା ବେଳେ ଆଗକୁ ସୋଲାର ବ୍ୟବସ୍ଥା ପାଇଁ ମଧ୍ୟ ଯୋଜନା ରହିଛି । ଏନେଇ ବିଭିନ୍ନ କମ୍ପାନୀ ସହିତ ଆଲୋଚନା ସରିଥିବା କହିଛନ୍ତି ସ୍ମାର୍ଟସିଟି ମହାପ୍ରବନ୍ଧକ । ସେପଟେ ବିଭିନ୍ନ କାରଣରୁ ଇ-ଯାନ ପ୍ରତି ଲୋକଙ୍କର ଆଗ୍ରହ ବଢିଥିଲେ ହେଁ ଚାର୍ଜିଂ ସମସ୍ୟାକୁ ନେଇ ଚିନ୍ତାରେ ଥିଲେ । ବର୍ତ୍ତମାନ ଚାର୍ଜିଂ ପଏଣ୍ଟ ସ୍ଥାପନ ପରେ ଏହି ସମସ୍ୟାର ସମାଧାନ ହୋଇପାରିଛି  ।

 

ପରମାଣୁ ଡିଟରଣ୍ଟ ଫୋର୍ସ କ’ଣ? କାହିଁକି ଏହି ଫୋର୍ସକୁ ଆକ୍ଟିଭ୍ କଲେ ପୁଟିନ୍

ମସ୍କୋ: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଋଷ ଏବଂ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଆଜି ୬ ଦିନରେ ପହଞ୍ଚିଛି । ଗତ ୨୪ ତାରିଖରେ ୟୁକ୍ରେନ ବିରୋଧରେ ସ୍ୱତନ୍ତ୍ର ସେନା ଅପରେସନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ।  ପୁଟିନଙ୍କ ନିର୍ଦ୍ଦେଶ ପରେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରୁଛି ଋଷ । ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ନିଜ କବ୍ଜାକୁ ନେବାରେ ଲାଗିଛି ଋଷ । ୟୁକ୍ରେନର ବିଭିନ୍ନ ସହରକୁ ଅକ୍ତିଆର କରିବା ପରେ ଏବେ ଋଷ ଟାର୍ଗେଟରେ ୟୁକ୍ରେନ ରାଜଧାନୀ କିଭ୍ । କିଭକୁ ଅକ୍ତିଆର କରିବାକୁ କିଭ୍ ଉପରେ ଭୟଙ୍କର ଆକ୍ରମଣ କରିବାରେ ଲାଗିଛି ଋଷ । କିନ୍ତୁ ଋଷର ଭୟଙ୍କର ଆକ୍ରମଣ ପରେ ବି ଝୁଙ୍କୁ ନାହିଁ ୟୁକ୍ରେନ । ଋଷ ସେନାକୁ ମୁହଁତୋଡ ଜବାବ ଦେଉଛି ୟୁକ୍ରେନ ।

vladimir-putin-nuclear-deterrent-force-alert-nuclear-weapons

ତେବେ ଏହାରି ମଧ୍ୟରେ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣର ସଙ୍କଟ ମଧ୍ୟ ଗଭୀର ହେବାରେ ଲାଗିଛି । ଆମେରିକା ସମେତ ପାଶ୍ଚାତ୍ୟ ଦେଶଙ୍କ ତିକ୍ତତା ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରବିବାର ପରମାଣୁ ଡିଟରଣ୍ଟ ଫୋର୍ସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁଟିନଙ୍କ ଏହି ନିର୍ଦ୍ଦେଶ ପରେ ବିଶ୍ୱରେ ପରମାଣୁ ଯୁଦ୍ଧର ଭୟକୁ ଆହୁରି ବଢାଇଦେଇଛି । ତେବେ କାହିଁକି ପରମାଣୁ ଡିଟରଣ୍ଟ ଫୋର୍ସକୁ ସତର୍କ ରହିବାକୁ କହିଲେ ପୁଟିନ୍ ଆସନ୍ତୁ ଜାଣିବା ।

ଋଷ ଓ ୟୁକ୍ରେନ ମଧ୍ୟରେ ଫେବୃଆରୀ ୨୪ରୁ ହିଁ ଆରମ୍ଭ ହୋଇଛି ଯୁଦ୍ଧ । ୟୁକ୍ରେନ ବିପକ୍ଷରେ ଋଷର ଏହି ନିଷ୍ପତ୍ତି ପରେ ପୁଟିନଙ୍କୁ ନିନ୍ଦା କରିଛନ୍ତି ବିଶ୍ୱ ନେତା । ୟୁକ୍ରେନ ବିପକ୍ଷରେ ଯୁଦ୍ଧ ଘୋଷଣା ପରେ ଆମେରିକା ସମେତ ପଶ୍ଚିମ ଦେଶଗୁଡିକ ଋଷ ଉପରେ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଦେଇଛନ୍ତି । ତେବେ ଋଷ ବିରୋଧରେ ଲଗାଯାଇଥିବା ପ୍ରତିବନ୍ଧକ ଓ ବୟାନବାଜି ଉପରେ ଆକ୍ରୋଶ ରଖି ପୁଟିନ Nuclear Deterrent Forceକୁ ସକ୍ରିୟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

vladimir-putin-nuclear-deterrent-force-alert-nuclear-weapons

ପୁଟିନ ରବିବାର କହିଛନ୍ତି ଯେ ପଶ୍ମିମୀ ଦେଶଗୁଡିକ ଋଷ ଉପରେ ବେଆଇନ ପ୍ରତିବନ୍ଧକ ଲଗାଇବା ସହ ନାଟୋ ଦେଶମାନଙ୍କ ଦ୍ୱାରା ମଧ୍ୟ ଋଷ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ବୟାନବାଜି ବି କରାଯାଉଛି । ଏହା ପୂର୍ବରୁ ମଧ୍ୟ ବିଶ୍ୱକୁ ଧମକ ଦେଇସାରିଛନ୍ତି ପୁଟିନ୍ । ୨୪ ଫେବୃଆରୀରେ ଯେତେବେଳେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ଘୋଷଣା କରିଥିଲେ, ସେ ସମୟରେ ପୁଟିନ୍ ଚେତାବନୀ ଦେଇଥିଲେ । ଏହି ଯୁଦ୍ଧରେ ଯଦି ଅନ୍ୟ କେଉଁ ଦେଶ ପଶିବେ ତେବେ ପରିସ୍ଥିତି ଭୟଙ୍କର ହେବ । ପୁଟିନଙ୍କ ଏହି ଧମକକୁ ଏକ୍ସପର୍ଟମାନେ ପରମାଣୁ ଆଟାକ ସହ ମଧ୍ୟ ତୁଳନା କରିଥିଲେ ।

vladimir-putin-nuclear-deterrent-force-alert-nuclear-weapons

Nuclear Deterrent Force ବା ପରମାଣୁ ଆକ୍ରମଣ କଥା ଏହା ପୂର୍ବରୁ ମଧ୍ୟ ସାମ୍ନାକୁ ଆସିଥିଲା । ଶୀତଳ ଯୁଦ୍ଧ ସମୟରେ Nuclear Deterrence Theory କଥା ସାମ୍ନାକୁ ଆସିଥିଲା । ଶୀତଳ ଯୁଦ୍ଧ ସମୟରେ ଯେତେବେଳେ ସୋଭିଏତ୍ ୟୁନିଅନ୍ ସଂଘ ଏବଂ ଆମେରିକା ମଧ୍ୟରେ ତିକ୍ତତା ଦେଖାଦେଇଥିଲା, ସେ ସମୟରେ ଆମେରିକା ପରମାଣୁ ବିସ୍ତାର ରଣନୀତି ଆପଣେଇଥିଲା । ଅର୍ଥାତ ଯଦି ସୋଭିଏତ୍ ୟୁନିଅନ୍ କିମ୍ବା ଅନ୍ୟ କୌଣସି ଦେଶ ଆମେରିକା ଉପରେ ପରମାଣୁ ଆକ୍ରମଣ କରେ, ତେବେ ଏହାର ସମାନତା ସହିତ ଉତ୍ତର ଦିଆଯିବ। ତେବେ ଶୀତଳ ଯୁଦ୍ଧରେ ଯେଉଁ ନୀତି ଆମେରିକା ଆପଣାଇଥିଲା ସେହି ନୀତି ବର୍ତ୍ତମାନ ପୁଟିନ ଆପଣେଇଛନ୍ତି। ପୁଟିନ ସୂଚିତ କରିଛନ୍ତି ଯଦି ଆମେରିକା ଏବଂ ନାଟୋ ଦେଶ ୟୁକ୍ରେନ ସୈନ୍ୟବାହିନୀକୁ ସାହାଯ୍ୟ କରନ୍ତି, ତେବେ ଏହାର ଜବାବ ପରମାଣୁ ଅସ୍ତ୍ର ସହିତ ଦିଆଯିବ ।

vladimir-putin-nuclear-deterrent-force-alert-nuclear-weapons

ଯଦି ପରମାଣୁ ଅସ୍ତ୍ର କଥା କହିବା ତାହାଲେ ଫେଡେରେସନ୍ ଅଫ୍ ଆମେରିକୀୟ ସାଇଣ୍ଟିଷ୍ଟସର ଆକଳନ ଅନୁଯାୟୀ, ଋଷ ପାଖରେ ସବୁଠାରୁ ଅଧିକ ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି । ଋଷ ପାଖରେ ୫ ହଜାର ୯୭୭ ପରମାଣୁ ଅସ୍ତ୍ର ଥିବାବେଳେ ଆମେରିକା ପାଖରେ ରହିଛି ୫ ହଜାର ୪୨୮ଟି ଅସ୍ତ୍ର ଅଛି। ଯଦି ୟୁକ୍ରେନ କଥା କହିବା ତାହାଲେ ୟୁକ୍ରେନ ପାଖରେ ଗୋଟିଏ ବି ପରମାଣୁ ଅସ୍ତ୍ର ନାହିଁ । ତେଣୁ ଯଦି ଋଷ ଓ ୟୁକ୍ରେନ ମଧ୍ୟରେ ପରିସ୍ଥିତି ବିଗିଡିଯାଏ, ତେବେ ଋଷ ପ୍ରଥମେ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ପଛଘୁଞ୍ଚା ଦେବ ନାହିଁ ।

ନବୀନଙ୍କୁ ରାଜ୍ୟର ଏକମାତ୍ର ଜନପ୍ରିୟ ନେତା କହିଲେ ବିଜୟ ମହାପାତ୍ର

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ବହୁମତ ମିଳିଛି । ୮୫୨ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ବିଜେଡି ପ୍ରାର୍ଥୀ ୭୬୬ଟି ଜୋନରେ ବିଜୟୀ ହୋଇଛନ୍ତି । ବିଜେପି ମାତ୍ର ୪୨ ଆସନରେ ସନ୍ତୁଷ୍ଟ ହୋଇଥିବା ବେଳେ କଂଗ୍ରେସକୁ ମିଳିଛି ୩୭ଟି ସିଟ୍ । ୭ଟି ଆସନରେ ସ୍ୱାଧୀନ ଓ ଅନ୍ୟ ଦଳର ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।

Naveen Patnaik One And Only Popular Leader Of Odisha Says BJP Leader Bijoy Mohapatra

ଦଳ ନୁହେଁ ବ୍ୟକ୍ତିଗତ ଭାବେ ମତ ରଖି ବିଜୟ କହିଛନ୍ତି, ପଞ୍ଚାୟତ ନିର୍ବାଚନ ମୈଦାନରେ ବିଜେଡି ହିଁ ଏକମାତ୍ର ଦଳ ଥିଲା । ବିଜେଡି ବ୍ୟତୀତ ନିର୍ବାଚନ ରଣାଙ୍ଗନରେ ଆଉ କେହି ନଥିଲେ, ତେଣୁ ଲୋକ ବିଜେଡିକୁ ବାଛିଲେ ବୋଲି କହିଛନ୍ତି ବିଜୟ ମହାପାତ୍ର । ଏମିତି କହି ନିଜ ଦଳ ବିଜେପି ସହ କଂଗ୍ରେସକୁ ସମାଲୋଚନା କରିଛନ୍ତି ବିଜୟ । କହିଛନ୍ତି ନିର୍ବାଚନ ଲଢ଼ିବାକୁ ବିରୋଧୀ ଦଳରେ କେହି ଲୋକ ନାହାନ୍ତି ।

ନିର୍ବାଚନ ପ୍ରକ୍ରିୟାରେ ନାହାନ୍ତି ବିରୋଧୀ

ବିରୋଧୀ ଦଳଗୁଡ଼ିକର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ । ବିରୋଧୀ ଦଳ ନିର୍ବାଚନ ପ୍ରକ୍ରିୟା ଭିତରେ ନାହାନ୍ତି । ନିର୍ବାଚନ ପାଇଁ ପ୍ଲାନିଂ କି ପୋଗ୍ରାମ ନାହି । ଗୋଟିଏ ଦଳ ଗତବର୍ଷ ହେଲା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିଲା, ନିର୍ବାଚନରେ ବିଜୟୀ ହେଲା । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଲାଗି ଏହା ଏକ ଚେତନା ଉଦୟ ଘଣ୍ଟି ବୋଲି କହିଛନ୍ତି ବିଜୟ ମହାପାତ୍ର ।

ନବୀନ ଏକମାତ୍ର ଜନପ୍ରିୟ ନେତା

Naveen Patnaik One And Only Popular Leader Of Odisha Says BJP Leader Bijoy Mohapatra

ତା’ଛଡ଼ା ମାହାଙ୍ଗା, ମମିତା ମେହେର ପ୍ରସଙ୍ଗରେ ବିରୋଧୀ ବିଧାନସଭାରେ କରିଥିବା ପ୍ରଦର୍ଶନକୁ ବିଜୟ ନାପସନ୍ଦ କରିଛନ୍ତି । ଆଲୋଚନା ପାଇଁ ନଯାଇ ବିରୋଧୀ ଲୋକଙ୍କୁ ଭୁଆଁ ବୁଲାଇଛନ୍ତି । ଘଣ୍ଟ ବାଡ଼େଇବା, ଗୋବର ପାଣି ଛିଞ୍ଚିବା ବିରୋଧୀ ଦଳର କାମ ନୁହେଁ । ସବୁବେଳେ ଟିଭିରେ ମୁହଁ ଦେଖେଇ ଗାଁକୁ ନ ଯିବାର ଜବାବ ବିରୋଧୀଙ୍କୁ ଲୋକେ ଦେଇଛନ୍ତି । ନବୀନ ପଟ୍ଟନାୟକ ଏକମାତ୍ର ଜନପ୍ରିୟ ନେତା । ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କହିଛନ୍ତି ବିଜୟ ମହାପାତ୍ର । ବିଜେପିରେ ଥାଇ ଦଳ ବିଷୟରେ କିଛି ଜାଣିନଥିବା କହିଛନ୍ତି ବିଜୟ ।

ମୁଖ୍ୟ ବିରୋଧୀ କିଏ ?

ପଞ୍ଚାୟତ ନିର୍ବାଚନରେ ବିଜେପି ମାତ୍ର ୪୨ ଆସନରେ ପାଇଥିବା ବେଳେ କଂଗ୍ରେସକୁ ମିଳିଛି ୩୭ଟି ସିଟ୍ ଆସନ । ମୁଖ୍ୟ ବିରୋଧୀ କିଏ ଏନେଇ ଉଭୟ ଦଳ ବସି ନିଷ୍ପତ୍ତି କରନ୍ତୁ ବୋଲି କହିଛନ୍ତି ବିଜୟ ମହାପାତ୍ର ।

ଦେଶୀ ଅନ୍ଦାଜରେ ଦେଶୀ ଗର୍ଲ ପ୍ରିୟଙ୍କା

ନୂଆଦିଲ୍ଲୀ: ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି ନାୟିକା ଏବେ ପୁଣି ଚର୍ଚ୍ଚାରେ । କେତେବେଳେ ତାଙ୍କ ଲୁକକୁ ନେଇ ତ କେତେବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି ଏହି ନାୟିକା । କିନ୍ତୁ ଆଜି ସେ ତାଙ୍କ ଦେଶୀ ଅନ୍ଦାଜକୁ ନେଇ ଚର୍ଚ୍ଚାରେ ଅଛନ୍ତି। ମହାଶିବରାତ୍ରୀରେ ପ୍ରସଂଶକଙ୍କ ମନ କିଣିଲେ ପ୍ରିୟଙ୍କା । ଭାରତ ଏବଂ ତାର ସଂସ୍କୃତି  ବିଦେଶରେ ମଧ୍ୟ ପ୍ରିୟଙ୍କାଙ୍କ ସହ ରହିଛି । ପ୍ରିୟଙ୍କାଙ୍କ ଫଟୋ ତାହା ପ୍ରମାଣିତ କରୁଛି । ଦେଶୀଗର୍ଲ ସାତ ସମୁଦ୍ର ପାର ତାଙ୍କ ଜୀବନସାଥି ନିକଙ୍କ ସହ ପାଳନ କରୁଛନ୍ତି ମହାଶିବରାତ୍ରୀ ।

ପ୍ରିୟଙ୍କା କେମିତି ପାଳିଛନ୍ତି ମହାଶିବରାତ୍ରୀ ?

ପ୍ରିୟଙ୍କା ସୋସିଆଲ ମିଡ଼ିଆ ମାଧ୍ୟମରେ ତାଙ୍କ ପ୍ରସଂଶକଙ୍କୁ ଶିବରାତ୍ରୀର ଶୁଭେଚ୍ଛା ଦେଇଛନ୍ତି । ଏହାସହ ପ୍ରିୟଙ୍କା କିଛି ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଫଟୋରେ ପ୍ରିୟଙ୍କା ଏବଂ ନିକ୍ ମହାଦେବଙ୍କୁ ପୂଜା କରୁଥିବାର ଦେଖାଯାଇଛି । ଏହି ପୂଜାରା ବସିବା ସମୟରେ ନିକ କୁର୍ତା ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହି ଫଟୋଟିକୁ ସେୟାର କରି ପ୍ରିୟଙ୍କା ଲେଖିଛନ୍ତି ଯେ, ମହାଶିବରାତ୍ରୀର ହାର୍ଦ୍ଦିକ ଶୁଭକାମନା..ହର ହର ମହାଦେବ । ମହାଶିବରାତ୍ରୀରେ ସମସ୍ତଙ୍କୁ ଓଁ ନମଃ ଶିବାୟ ।

ୟୁକ୍ରେନର ସେନା ମୁଖ୍ୟାଳୟକୁ ମିସାଇଲରେ ଉଡ଼ାଇଲା ଋଷ

ଋଷ-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଭୟାବହ ହେବାରେ ଲାଗିଛି । ଋଷ ବଲିଷ୍ଟିକ ମିସାଇଲ ସାହାଯ୍ୟରେ ୟୁକ୍ରେନର ସେନା ମୁଖ୍ୟାଳୟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣରେ ସେନା ମୁଖ୍ୟାଳୟ ଧୂଳିସାତ୍ ହୋଇଛି । ଏହାସହ ୟୁକ୍ରେନର ବିଦେଶ ମନ୍ତ୍ରଣାଳୟ ତରଫରୁ ମଧ୍ୟ ଅନ୍ୟ ସହର ଉପରେ ମିସାଇଲ ଆକ୍ରମଣ କରାଯାଇଥିବା ସ୍ପଷ୍ଟ ହୋଇଛି । ଟ୍ୱିଟରେ କୁହାଯାଇଛି ଯେ, ଋଷ ଅନ୍ତରାଷ୍ଟ୍ରୀୟ ମାନବୀୟ ନିୟମର ଉଲ୍ଲଘଂନ କରୁଛି । ଏହାସହ ଋଷ ସେ ନିର୍ଦ୍ଦୋଷ ନାଗରୀକଙ୍କୁ ହତ୍ୟା କରି ନାଗରିକ ଭିତ୍ତିଭୂମିକୁ ଛାରଖାର କରୁଛି ।

ସୂଚନା ଅନୁସାରେ ଋଷ ବର୍ତ୍ତମାନ ୟୁକ୍ରେନର ବଡ଼ ବଡ଼ ସହରକୁ ମିସାଇଲ ମାଧ୍ୟମରେ ଟାର୍ଗେଟ କରୁଛି । ତେବେ ଏନେଇ ବିଦେଶ ମନ୍ତ୍ରଣାଳୟ ଏକ ଭିଡିଓ ଟ୍ୱିଟ କରିଛ, ଯେଉଁଥିରେ ଖାରକିବର ପ୍ରସାଶନିକ ବିଲ୍ଡିଂ ଉପରେ ଆକ୍ରମଣର ଦୃଶ୍ୟ ସାମ୍ନାକୁ ଆସିଛି ।

ଅନ୍ୟପଟେ ୟୁକ୍ରେନର ରାଷ୍ଟ୍ରଦୂତ ଆଶ୍ଚର୍ଯ୍ୟ ଜନକ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଯୁଦ୍ଧର ୫ମ ଦିନରେ ଋଷ ୟୁକ୍ରେନ ବିରୋଧରେ ପ୍ରତିବନ୍ଧିତ ଥର୍ମୋବେରିକ ଅସ୍ତ୍ର ବ୍ୟବହାର କରିଛି ।  ଏହି ଅସ୍ତ୍ର ସାହାଯ୍ୟରେ ସୋମବାର ଦିନ ବେକ୍ୟୁମ ବମ୍ ର ବ୍ୟବହାର କରିଯାଇଛି ଯାହାକି ଜେନେବା କଂବେଶନ ଅନୁସାରେ ପ୍ରତିବନ୍ଧିତ । ଏବଂ ଏହା ଏକ ବଡ଼ ଧରଣ ବିସ୍ଫୋଟକ ଯାହାର ବ୍ୟବହାର ପରିଣାମ ଅତ୍ୟନ୍ତ ଭୟାବହ ।

ରିପୋର୍ଟ ଅନୁସାରେ ଥର୍ମୋବେରିକ ବମକୁ ଦୁନିଆର ସବୁଠୁ ଘାତକ ପରାମାଣୁ ଶସ୍ତ୍ର ମଧ୍ୟରେ ଗଣାଯାଏ । ଏହାକୁ ଋଷ ୨୦୦୭ରେ ବିକଶିତ କରିଥିଲା । ୭୧୦୦କିଲୋ ଓଜନର ଏହି ବମ୍ ଅତ୍ୟନ୍ତ ଶକ୍ତିଶାଳୀ । ବଡ଼ ବଡ଼ ବିଲ୍ଡି ଭାଙ୍ଗିବାର କ୍ଷମତା ବହନ କରିଥାଏ ଏହି  ଥର୍ମୋବେରିକ ବମ୍ ।

ଋଷ-ୟୁକ୍ରେନ୍ ଯୁଦ୍ଧ, ବୋମାମାଡ଼ରେ ଆଖି ବୁଜିଲେ ଭାରତୀୟ ଛାତ୍ର

ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ଋଷର ଆକ୍ରମଣ ବେଳେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏନେଇ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଆଜି ସକାଳେ ଭାରତୀୟ ଦୂତାବାସ ପକ୍ଷରୁ ସମସ୍ତ ଭାରତୀୟ ତୁରନ୍ତ ୟୁକ୍ରେନ୍ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ନିର୍ଦ୍ଦେଶ ପରେ ଲାଗୁଥିଲା କିଭରେ ସ୍ଥିତି ବିଗିଡ଼ି ଯାଇଛି ଓ ଆକ୍ରମଣ ହୋଇପାରେ । ଚିନ୍ତା ବଢ଼ୁଥିବା ବେଳେ ଏବେ ଭାରତ ପାଇଁ ଦୁଃଖଦ ଖବର ଆସିଛି ।

ସୂଚନା ଅନୁସାରେ, ଖାର୍କିଭରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ବିଦେଶ ମନ୍ତ୍ରଣାଳୟ ମୃତ ଛାତ୍ରଙ୍କ ପରିବାର ସହ ସମ୍ପର୍କରେ ଅଛି । ମଙ୍ଗଳବାର ସକାଳୁ ୟୁକ୍ରେନର ସବୁ ବଡ଼ ବଡ଼ ସହର ଉପରେ ଋଷ ଆକ୍ରମଣକୁ ବ୍ୟାପକ କରିଥିଲା । କିଭ୍ ଆଡ଼କୁ ଋଷ ସୈନ୍ୟ ମାଡ଼ି ଚାଲିଥିଲେ । ଖାର୍କିଭରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ପରେ ବିଦେଶ ମନ୍ତ୍ରଣାଳୟ ଋଷ ଓ ୟୁକ୍ରେନ୍ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗରେ ଅଛନ୍ତି ।

Russia Ukraine War One Indian Student Dead In Kharkiv

ଖାର୍କିଭରେ ମୃତ୍ୟୁବରଣ କରିଥିବା ଛାତ୍ର ଜଣଙ୍କ କର୍ଣ୍ଣାଟକର ହାବେରି ଜିଲ୍ଲାରେ ବୋଲି ଜଣାପଡ଼ିଛି । ତାଙ୍କ ନାଁ ନବୀନ ଏଏସଜି ବୋଲି କୁହାଯାଉଛି । ଏହାଛଡ଼ା ୟୁକ୍ରେନର ଖାର୍କିଭ ଓ ଅନ୍ୟ ସହରରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ଲାଗି ସରକାର ୟୁକ୍ରେନ୍ ଓ ଋଷ ଆଗରେ ଦାବି ରଖିଛନ୍ତି ।

ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ପୁଅର ୨୬ ବର୍ଷ ବୟସରେ ଦେହାନ୍ତ, ଏହି ରୋଗରେ ଥିଲେ ଆକ୍ରାନ୍ତ

ନୂଆଦିଲ୍ଲୀ: ଦୀର୍ଘଦିନର ଯନ୍ତ୍ରଣା ପରେ ଆଖି ବୁଜିଲେ ଜୈନ । ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସତ୍ୟ ନାଡେଲାଙ୍କ ପୁଅ ଜୈନ ନାଡେଲାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ଜୈନଙ୍କ ବୟସ ମାତ୍ର ୨୬ ବର୍ଷ ହୋଇଥିଲା । ସୂଚନା ଥାଉକି ଜୈନ ଜନ୍ମରୁ ହିଁ ସେରେବ୍ରାଲ ପାଲସି ରୋଗରେ ପୀଡିତ ଥିଲେ । ମାଇକ୍ରୋସଫ୍ଟ ତାର ଜଣେ କର୍ମଚାରୀଙ୍କୁ ଇମେଲ ମାଧ୍ୟମରେ ଏନେଇ ସୂଚନା ଦେଇଥିଲେ ।  ଏବଂ ସେବେଠାରୁ ହିଁ ଜୈନଙ୍କ ଚିକିତ୍ସା ଚିଲଡ୍ରେନ୍ସ ହସ୍ପିଟାଲରେ ଚାଲିଥିଲା ।

ସୂଚନା ମୁତାବକ ସତ୍ୟ ନାଡେଲା ଜୈନଙ୍କୁ ଖୁବ ଭଲ ପାଉଥିଲେ ଓ ୨୦୧୪ରେ ମାଇକ୍ରୋସଫ୍ଟର ସିଇଓ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ନାଡେଲା ଦିବ୍ୟାଙ୍ଗମାନଙ୍କୁ ଉନ୍ନତ ସେବା ଦେବା ପାଇଁ କମ୍ପାନୀର ଉତ୍ପାଦର ପରିକଳ୍ପନା ଉପରେ ଧ୍ୟାନ ଦେଇଥିଲେ । ଗତ ବର୍ଷ ଦି ଚିଲଡ୍ରେନ୍ସ ହସ୍ପିଟାଲ ଯେଉଁଠାରେ ଜୈନଙ୍କ ଚିକିତ୍ସା କରାଯାଇଥିଲା ସେଠାରେ ପୁଅଙ୍କ ନାମରେ ଜୈନ ନାଡେଲା ଏଡେଡ୍ ଚେୟାର ଇନ ପେଡ଼ିଆଟ୍ରିକ ନ୍ୟୁରୋସାଇନ୍ସ ପ୍ରତିଷ୍ଠା କରିବାକୁ ଘୋଷଣା କରିଥିଲେ ମାଇକ୍ରୋସଫ୍ଟର ସିଇଓ ସତ୍ୟ।

ସେରେବ୍ରାଲ ପାଲସି ରୋଗ କଣ ?
ସେରେବ୍ରାଲ୍ ପାଲସିକୁ ସରଳ ଭାଷାରେ ମସ୍ତିସ୍କ ପକ୍ଷାଘାତ କୁହାଯାଇଥାଏ । ଏହାଦ୍ୱାରା ମସ୍ତିଷ୍କର ଏକ ବା ଅଧିକ ଅଂଶର କ୍ଷତି ହେତୁ ପ୍ରଭାବିତ ବ୍ୟକ୍ତି ସେମାନଙ୍କର ମାଂସପେଶୀକୁ ସାଧାରଣ ଭାବରେ ଚଳାଇ ପାରନ୍ତି ନାହିଁ । ଏହାର ଲକ୍ଷଣଗୁଡ଼ିକ ପକ୍ଷାଘାତର ରୂପ ସହିତ ସାମାନ୍ୟରୁ ଗମ୍ଭୀର ପର୍ଯ୍ୟନ୍ତ ହୋଇପାରେ । ତେବେ ଏହି ରୋଗ ଜନ୍ମରୁ ହୋଇଥାଏ ଅର୍ଥାତ୍ ଗର୍ଭରେ ଥିବା ସମୟରେ ହିଁ  ସନ୍ତାନ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏହାର ଲକ୍ଷଣ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ ।