ଲାଞ୍ଚୁଆ ଅଫିସର କହିଲେ ହଜାରେ କୋଟିର ମାଲିକ,କ’ଣ କରିବ କର

ଜୟପୁର: ଆଣ୍ଟି କରପ୍ସନ୍‌ ବ୍ୟୁରୋ ବା ଏସିବି ଟିମର ବାୟୋଫ୍ୟୁଲ ପ୍ରାଧିକରଣର ପ୍ରୋଜେକ୍ଟ ଡାଇରେକ୍ଟର ସୁରେନ୍ଦ୍ର ସିଂ ରାଠୋର ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି । ତେବେ ୫ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ସୁରେନ୍ଦ୍ରଙ୍କୁ ଗିରଫ କରାଯାଇଛି । ଆଶ୍ଚର୍ଯ୍ୟର କଥା ହେଉଛି ତଦନ୍ତ ପରେ ଡାଇରେକ୍ଟର ଏସିବିକୁ କହିଲେ, ମୁଁ ହଜାରେ କୋଟିର ମାଲିକ,କ’ଣ କରିବ କର । ଏସିବି ଟିମ୍‌ ନିର୍ଦ୍ଦେଶକଙ୍କ ଘରେ ଛାନଭିନ୍‌ କଲେ ଏବଂ ଏତେ ମାତ୍ରାରେ ଟଙ୍କା ମିଳିଲାଯେ ଗଣିବା ପାଇଁ ଯଥେଷ୍ଟ ସମୟ ଲାଗିଲା । ରାତି ପ୍ରାୟ ସାଢ଼େ ୧୧ଟା ପର୍ଯ୍ୟନ୍ତ ୧୦ଟା ମେସିନ୍‌ ଲାଗିବା ପରେ ୪ କୋଟି ପର୍ଯ୍ୟନ୍ତ ଟଙ୍କା ଗଣି ପାରିଥିଲେ । ଏକାଧିକ ସ୍ଥାନରେ ଥିବା ଜମିର କାଗଜପତ୍ର ମଧ୍ୟ ମିଳିଛି ।

ସହକାର ମାର୍ଗ ସ୍ଥିତ ଘରୁ ୫୦ରୁ ଅଧିକ ଦାମି ମଦ ବୋତଲ ଜବତ ହୋଇଛି । ଅଭିଯୁକ୍ତଙ୍କ ନାଁରେ ଅବକାରୀ ଅଧିନିୟମ ଅନୁସାରେ ମଧ୍ୟ ମାମଲା ରୁଜୁ ହୋଇଛି । ଏସିବିର ଏଏସପି ନରୋତ୍ତମ ବର୍ମାଙ୍କ କହିବା ହେଉଛି, ରାଠୋର ବାୟୋଫ୍ୟୁଲ ବ୍ୟବସାୟକୁ ସୁରୁଖୁରୁରେ ଚଲାଇବା ଏବଂ ଲାଇସେନ୍ସ ରିନ୍ୟୁ ପାଇଁ ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗୁଥିଲେ । ଲାଞ୍ଚ ନଦେବାରୁ ପରିବାଦୀକୁ କୌଣସି ସହଯୋଗ ମିଳୁନଥିଲା । ଯାହାପରେ ଚିନ୍ତିତ ହୋଇ ପରିବାଦୀ ଅଭିଯୋଗ କରିଥିଲେ ।  ତଦନ୍ତ ପରେ ସତ ସାମ୍ନାକୁ ଆସିଲା ।

 

ଏସିବି ରାଠୋରକୁ ପଚରାଉଚରା କରିବାରୁ ସେ କହିଲେଯେ, ଏହା ତାଙ୍କ ବିରୋଧରେ ହୋଇଥିବା ଏକ ଷଡ଼ଯନ୍ତ୍ର ଯାହାର ରାଜ୍‌ ଖୁବଶୀଘ୍ର ଖୋଲିବ ।