ଗାଁକୁ ଫେରିବାରୁ ଆକ୍ରମଣ, ୧୫ ପରିବାରକୁ ଟେକାପଥର ମାଡ଼

Tension In Banki Khajuripada, 15 Family Attacked

ବାଙ୍କୀ: ଡବଲ ମର୍ଡରକୁ ଭୁଲି ପାରୁନି ଖଜୁରୀପଦା । ଗାଁକୁ ଫେରିବାରୁ ଅଭିଯୁକ୍ତଙ୍କ ସମ୍ପର୍କୀୟକୁ ଆକ୍ରମଣ । ଦୀର୍ଘ ୨ ବର୍ଷ ପରେ ଖଜୁରୀପଦାକୁ ଫେରିଥିବା ୧୫ରୁ ଅଧିକ ପରିବାର ଉପରେ ଆକ୍ରମଣ ହୋଇଛି । ହତ୍ୟାକାଣ୍ଡ ପରଠାରୁ ଅଭିଯୁକ୍ତ ସମ୍ପର୍କୀୟ ଗାଁ ଛାଡ଼ି ବାହାରେ ରହୁଥିଲେ । ଦୀର୍ଘଦିନ ପରେ ପୋଲିସ ଓ ପ୍ରଶାସନ ଗାଁ ଛାଡ଼ି ବାହାରେ ରହୁଥିବା ୧୫ରୁ ଅଧିକ ପରିବାରକୁ ଶୁକ୍ରବାର ସୁରକ୍ଷା ବଳୟରେ ଗାଁରେ ଛାଡ଼ିଥିଲା । ତେବେ ସେମାନେ ଗାଁକୁ ଫେରିବା ମାତ୍ରେ କିଛି ଉତ୍ୟକ୍ତ ପରିବାର ସେମାନଙ୍କ ଉପରେ ଆକ୍ରମଣ କରିଛନ୍ତି ।

Tension In Banki Khajuripada, 15 Family Attacked

ଟେକା ପଥର ମାଡ଼ କରିବା ସହ ଘରେ ପଶି ଟିଭି, ଫ୍ରିଜ୍ ଲୁଟ୍ କରି ନେଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଗାଁକୁ ଫେରିଥିବା ଲୋକଙ୍କୁ ମଧ୍ୟରୁ ଅନେକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଭୟରେ ବିଦେଶ୍ୱର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୋଲିସ ଆକ୍ରମଣ ଘଟଣାର ତଦନ୍ତ କରି ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର୍ ହୋଇ ଯାଇଛନ୍ତି । ଆକ୍ରମଣରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ବୈଦେଶ୍ୱର ତାନା ଅଧିକାରୀ ।

Tension In Banki Khajuripada, 15 Family Attacked

୨୦୨୦ ଫେବ୍ରୁଆରୀ ୧୫ ତାରିଖରେ ବାଙ୍କୀ ବୈଦେଶ୍ୱର ଥାନା ଅଞ୍ଚଳରେ ଡବଲ ମର୍ଡର ହୋଇଥିଲା । ଜଣେ ସରପଞ୍ଚଙ୍କ ସ୍ୱାମୀ ଓ ଜଣେ ୱେବ ପୋର୍ଟାଲ୍ ସାମ୍ବାଦିକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ ଦୁର୍ବୃତ୍ତ । ଏହା ପରେ ଖଜୁରୀପଦା ଅଶାନ୍ତ ହୋଇ ପଡ଼ିଥିଲା । ଘଟଣାରେ ୧୮ ଜଣଙ୍କ ସମ୍ପୃକ୍ତି ଥିବାବେଳେ ପୋଲିସ ୧୪ ଜଣଙ୍କୁ ଗିରଫ କରିଥିଲା । ଗିରଫ ଏବେ ଜେଲରେ ଥିବାବେଳେ ଜଣେ ଜାମିନ୍ ଆସିଛି । ଏବେବି ୨ ଅଭିଯୁକ୍ତ ଫେରାର୍ ରହିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଯାଇଛି ।