ଚହଲଙ୍କ ଚାଞ୍ଚଲ୍ୟକର ବୟାନ: ମଦୁଆ ସାଥୀ ଖେଳାଳି ୧୫ ମହଲା ବାଲକୋନିରୁ ମୋତେ ଝୁଲାଇଦେଲେ

1 min read

ନୂଆଦିଲ୍ଲୀ: IPL 15ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ୟୁଜବେନ୍ଦ୍ର ଚହଲ୍‌ ଏକ ପୁରୁଣା ଘଟଣା ଉପରୁ ପରଦା ହଟାଇ ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି। ଚହଲ ଖୁଲା ସା କରିଛନ୍ତି ଯେ ୨୦୧୩ ମସିହାରେ ଜଣେ ନିଶାସକ୍ତ ଦଳୀୟ ସାଥୀ ତାଙ୍କୁ ବାଲକୋନିରୁ ଓଲଟା ଝୁଲାଇ ଦେଇଥିଲେ।

ରାଜସ୍ତାନ ରୟାଲ୍ସ ତରଫରୁ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରାଯାଇଛି, ଯେଉଁଥିରେ ୟୁଜବେନ୍ଦ୍ର ଚହଲ, ରବିଚନ୍ଦ୍ରନ ଅଶ୍ୱିନ ଏବଂ କରୁଣ ନାୟାର ନଜର ଆସିଛନ୍ତି। ଚହଲ ଏଥିରେ ଏକ ବଡ଼ ଖୁଲାସା କରିଛନ୍ତି। ଚହଲ କହିଛନ୍ତି, ମୁଁ ଏହି ଘଟଣା କେବେ କାହାକୁ କେବେ କାହାକୁ କହିନଥିଲି, ହେଲେ ଏବେଠାରୁ ସମସ୍ତେ ଜାଣିବେ। ୨୦୧୩ ମସିହାର କଥା। ମୁଁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଥିଲି। ମ୍ୟାଚ୍‌ ବାଙ୍ଗାଲୋର୍‌ରେ ଖେଳାଯିବା ପରେ ରାତ୍ରୀକାଳୀନ ପାର୍ଟି ହୋଇଥିଲା। ଏହିସମୟରେ ଜଣେ ଖେଳାଳି ପ୍ରଚୁର ପିଇଥିଲେ, ମୋତେ ବହୁ ସମୟ ଚାହିଁବାପରେ ଡାକିଲେ। ବାହାରକୁ ଡାକିନେଇ ବାଲକୋନିରେ ଝୁଲାଇଦେଲେ, ଯଦି ମୋ ହାତ ଖସିଯାଇଥାନ୍ତା ତେବେ ସିଧା ୧୫ ମହଲାରୁ ତଳକୁ ପଡ଼ିଥାନ୍ତି, ହଠାତ୍‌ ବହୁଲୋକ ଆସିଗଲେ ଏବଂ ମୋତେ ଉଦ୍ଧାର କଲେ। ମୁଁ ଏକପ୍ରକାର ଅଚେତ ହୋଇପଡ଼ିଥିଲି, ମୋତେ ପାଣି ପିଆଇଥିଲେ। ସେବେଠୁ ଅନୁଭବ କରିଥିଲି, ଯେଉଁଠିକି ଗଲେ ବି କେତେ ଦାୟିତ୍ବବାନ ହେବା ଉଚିତ୍‌।, ’ ତେବେ ଏସବୁ ମଧ୍ଯରେ ସେହି ଖେଳାଳିଙ୍କ ନାଁ ପ୍ରକାଶ କରିବେନାହିଁ ବୋଲି ଚହଲ ସ୍ପଷ୍ଟ ଭାବେ କହିଛନ୍ତି।

ଚହଲଙ୍କ ଏହି ଚାଂଚଲ୍ୟକର ଖୁଲାସା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଟିମ୍ ଇଣ୍ଡିଆର ପୂର୍ବତନ ହେଡ୍ କୋଚ୍ ରବି ଶାସ୍ତ୍ରୀ ଚହଲଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ସଂପୃକ୍ତ ଘଟଣା ବେଶ୍ ଚିନ୍ତାଜନକ  । ଏହାର ଯାଂଚ କରାଯାଇ ସେହି ଖେଳାଳିଙ୍କୁ ଆଜୀବନ କ୍ରିକେଟରୁ ବ୍ୟାନ୍ କରିବା ଦରକାର । ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହଓ୍ବାଗ ମଧ୍ୟ ଘଟଣାକୁ ଗୁରୁତର ବୋଲି କହି ସଂପୃକ୍ତ ଖେଳାଳିଙ୍କ ନାଁ ପ୍ରକାଶ କରିବାକୁ ଚହଲଙ୍କୁ କହିଛନ୍ତି  ।