ଇମ୍ରାନଙ୍କ ପରେ କିଏ, ପ୍ରଧାନମନ୍ତ୍ରୀ ରେସରେ ୪ ନାମ..

1 min read

ନନ୍ଦିଘୋଷ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ସୁପ୍ରିମ ଝଟକା ପରେ ପାକିସ୍ତାନ ସଂସଦରେ ଚାଲିଛି ଅନାସ୍ଥା ଭୋଟ  ।  ସଂସଦରେ ସମୁଦାୟ ୩୪୨ଆସନ  । ଏଥିମଧ୍ୟରୁ ବିରୋଧି ଦଳ ପାଖରେ ରହିଛି ୧୯୬ ସଦସ୍ୟଙ୍କ ସମର୍ଥନ  ।  ତେବେ ଇମ୍ରାନ ଖାନ ବିଦା ହେବା ପକ୍କା ହୋଇସାରିଛି  । କାରଣ ଖୋଦ ଇମ୍ରାନଙ୍କ ପିଟିଆଇ ଦଳର ୫୦ରୁ ଅଧିକ ସାସଂଦ ଏବେ ବିରୋଧି ଶିବିରରେ  । ସେପଟେ ଶୁକ୍ରବାର ମଧ୍ୟରାତ୍ରିରେ ଦେଶବାସୀଙ୍କୁ ସମ୍ବୋଧନ କରି ଇମ୍ରାନ ଯାହା କହିଛନ୍ତି, ଏଥିରୁ ସ୍ପଷ୍ଟ ଯେ ରବିବାର ଠାରୁ ପାକିସ୍ତାନରେ ମେଣ୍ଟ ସରକାର  । ବିଦେଶରୁ ଆମଦାନୀ ହେଉଥିବା ଏହି ସରକାରକୁ ତୀବ୍ର ବିରୋଧ କରିବାକୁ ମଧ୍ୟ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ଇମ୍ରାନ ଖାନ୍  । ତେବେ ଇମ୍ରାନ ତ ଯାଉଛନ୍ତି, କିନ୍ତୁ କିଏ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦରେ ଅଭିସିକ୍ତ ହେବାକୁ ଯାଉଛନ୍ତି ? ପଦବୀ ପାଇଁ ରେସରେ ରହିଛନ୍ତି ୪ ଆଶାୟୀ  । ଏଥି ମଧ୍ୟରୁ ଏମିତି ତିନିଜଣ ରହିଛନ୍ତି, ଯେଉଁମାନଙ୍କୁ ନେଇ ଅଧିକ ଚର୍ଚ୍ଚା ହେଉଛି ।  ପାକିସ୍ତାନ ସଂସଦର ବିରୋଧି ଦଳ ନେତା ଶହବାଜ ଶରିଫ୍, ପୂର୍ବତନ ରାଷ୍ଟ୍ରପତି ଆଶିଫ ଅଲ୍ଲି ଜରଦାରୀ ଏବଂ ପୂର୍ବତନ ପ୍ରାଧାନମନ୍ତ୍ରୀ ଶାହିଦ ଖାକାନ ଏୱେସୀଙ୍କ ମଧ୍ୟରୁ କେହି ମଧ୍ୟ ପ୍ରଧାନମନ୍ତ୍ରୀ ହେବା ଅବଶ୍ୟମ୍ଭାବୀ  । କିନ୍ତୁ ଏନେଇ ବିରୋଧି ଦଳ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ  । ତେବେ ଆସନ୍ତୁ ଜାଣିବା ଭାବି ପ୍ରଧାନମନ୍ତ୍ରୀଙ୍କ ବିଷୟରେ…

ଶହବାଜ ଶରିଫ

ପାକିସ୍ତାନ ସଂସଦରେ ବିରୋଧି ଦଳ ନେତା ରହିଛନ୍ତି ଶେହବାଜ ସରିଫ  । ଶେହବାଜ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଭାଇ ଓ ପ୍ରମୁଖ ବିରୋଧୀ ଦଳ PMLNର ପ୍ରମୁଖ ଅଟନ୍ତି  । ପଞ୍ଜାବ ପ୍ରାନ୍ତର ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟକାଳ ପୂରଣ କରିଛନ୍ତି  । ପାକିସ୍ତାନରେ ଯଦି କେଉଁ ନା଼ଁ କୁ ନେଇ ସର୍ବାଧିକ ଚର୍ଚ୍ଚା ହେଉଥାଏ  । ତେବେ ସେ ହେଉଛନ୍ତି ଶହବାଜ ସରିଫ  । ବିରୋଧି ଦଳ  PMLNର ଦାବି ଶହବାଜଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ପ୍ରଜୋକ୍ଟ କରାଯାଉ  । କିନ୍ତୁ ଶହବାଜଙ୍କ ବିରୋଧରେ ରହିଛି ସାଙ୍ଘାତିକ ଅଭିଯୋଗ  । ଭ୍ରଷ୍ଟାଚାର ଏବଂ ଦୁର୍ନିତୀ ଭଳି ସାଙ୍ଘାତିକ ମାମଲାରେ ଜଡ଼ିତ ରହିଛନ୍ତି ଏହି ନେତା  । ଏବେ ମଧ୍ୟ ଜାମିନରେ ଅଛନ୍ତି ଶହବାଜ ସରିଫ  ।

ଆସିଫ ଅଲ୍ଲି ଜରଦାରୀ

ପାକିସ୍ତାନର ପ୍ରଧାନମନ୍ତ୍ରୀ ରେସର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଆସିଫ ଅଲ୍ଲି ଜରଦାରୀ  । ପାକିସ୍ତାନର ରାଷ୍ଟ୍ରପତି ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିସାରିଛନ୍ତି ଏହି ନେତା  । ସେହିପରି ଯଦି ପାକିସ୍ତାନ ରାଜନୀତି ଦେଖାଯାଏ, ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋଙ୍କ ସ୍ୱାମୀ ଏବଂ ପ୍ରମୁଖ ବିରୋଧି ଦଳ ପାକିସ୍ତାନ ପିପୁଲ୍ସ  ପାଟିର ଅଧ୍ୟକ୍ଷ ହେଉଛନ୍ତି ଆସିଫ ଅଲ୍ଲି ଜରଦାରୀ   । ପାକିସ୍ତାନ ରାଜନୀତିରେ ନିଜର ଦବଦବା ରଖିଥିବା ଏହି ନେତାଙ୍କ ପ୍ରଫୋଇଲ କିନ୍ତୁ କ୍ଲିୟର ନୁହେଁ  । ଭ୍ରଷ୍ଟାଚାର ଭଳି ଗମ୍ଭୀର ମାମଲା ଆସିଫଙ୍କ ବିରୋଧରେ ରହିଛି  । ଏମିତିକି ଯଦି ଇମ୍ରାନଙ୍କ ପ୍ରମୁଖ ଶତ୍ରୁ ତାଲିକା ପ୍ରକାଶ କରାଯାଏ  । ତେବେ ଶତ୍ରୁ ନମ୍ବର ୧ ରେ ରହିଛନ୍ତି ଆସିଫ ଅଲ୍ଲୀ ଜରଦାରୀ  ।

ସାହିଦ ଖାକାନ ଅୱାସୀ

ଏଇ ମଧ୍ୟ PMLNର ନେତା  । ନୂଆ ପ୍ରଧାନମନ୍ତ୍ରୀ ସମ୍ଭାଳିବା ରେସର ତୃତୀୟ ନମ୍ବରରେ ରହିଛନ୍ତି ସାହିଦ ଖାକାନ ଅୱାସୀ । ନିଜେ ମଧ୍ୟ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ପୂର୍ବରୁ ଦାୟିତ୍ୱ ନିର୍ବାହ କରିଛନ୍ତି  ।  ଏମିତିକି ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପ୍ରମୁଖ ସହଯୋଗୀ ହେଉଛନ୍ତି ସାହିଦ ଖାକାନ ଅୱାସୀ । ଯେଉଁ ସମୟରେ ପାକ୍ ସୁପ୍ରିମକୋର୍ଟ ଶରିଫଙ୍କୁ ଜେଲ ପଠାଇଥିଲେ, ସେହି ସମୟରେ ସାହିଦ ଖାକାନ ଓବେସୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ  । ସାହିଦ ଖାକାନଙ୍କ ପାଖରେ ରହିଛି ଅଭିଜ୍ଞ ରାଜନୈତିକ ନେତୃତ୍ୱ  । ସଠିକ ଗୋଟିଚାଳନା ଏବଂ ପରିଣାମଦର୍ଶୀ ନେତୃତ୍ୱ ହିଁ ତାଙ୍କୁ ନୱାଜଙ୍କ ନିକଟତର କରିଥିଲା  ।

ବିଲାବଲ ଭୁଟ୍ଟୋ ଜରଦାରୀ

ତାଲିକାର ଅନ୍ତିମ ବା ଚତୁର୍ଥ ନମ୍ବରରେ ରହିଛନ୍ତି ବିଲାବଲ୍ଲ ଭୁଟ୍ଟୋ ଜରଦାରୀ  । ଏକ ଆକ୍ଟିଭ ରାଜନୀତିକ ପରିବାରରୁ ଆସନ୍ତି ଏହି ନେତା  । ବାପା ଥିଲେ ରାଷ୍ଟ୍ରପତି ଏବଂ ମାଆ ରହିଆସିଛନ୍ତି ପ୍ରଧାନମନ୍ତ୍ରୀ  । ମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋ ଏବଂ ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲ୍ଲି ଜରଦାରୀଙ୍କ ପୁଅ ହେଉଛନ୍ତି  ବିଲାବଲ୍ଲ ଭୁଟ୍ଟୋ ଜରଦାରୀ   । ପାକିସ୍ତାନ ପିପୁଲ୍ସ ପାର୍ଟି ତରଫରୁ ନେତୃତ୍ନ ନେଉଛନ୍ତି ଏହି ନେତା  । ପାକିସ୍ତାନ  ଯୁବ ଭୋଟରଙ୍କ ମଧ୍ୟରେ ବେସ କ୍ରେଜ ରଖିଛନ୍ତି ବିଲାବଲ୍ଲ ଭୁଟୋ  । ରାଜନୀତିକ ଅନୁଭବ କମ ରହବିଥିବା ସ୍ୱତ୍ତେ ପ୍ରଧାନମନ୍ତ୍ରୀ ହେବା ନେଇ ଅଧିକ ଚର୍ଚ୍ଚା ହେଉଛି  । ତେବେ ଆସନ୍ତା ଦିନକୁ ଅପେକ୍ଷା  । କିଏ ବସୁଛି ଇମ୍ରାନଙ୍କ ସ୍ଥାନରେ  । ବିରୋଧି ଦଳ କେଉଁ ନେତାଙ୍କ ଉପରେ କରୁଛନ୍ତି ଭରସା  ।