ଗିରଫ ହେଲେ କୁବେର ଯନ୍ତ୍ରୀଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନ

ଭୁବନେଶ୍ୱର: ଗିରଫ ହେଲେ କୁବେର ଯନ୍ତ୍ରୀଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନ । କଳ୍ପନାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଯନ୍ତ୍ରୀ ସ୍ୱାମୀଙ୍କ ବେଆଇନ ଟଙ୍କା କାରବାରରେ ସ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । କଳ୍ପନା ପ୍ରଧାନଙ୍କୁ ଗିରଫ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ଗତକାଲି ଯାଞ୍ଚ ବେଳେ ପଚରାଉଚରାରୁ ଭଉଣୀ ଘରେ ଟଙ୍କା ସୁନା ଥିବା କଥା ଖୁଲାସା କରିଥିଲେ କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା । ସାଲିଆ ସାହି ସ୍ଥିତ ଘରୁ ୧ କୋଟି ୪୧ ଲକ୍ଷ ୬୨ ହଜାର ୪ଶହ ଟଙ୍କା ଜବତ ହୋଇଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ ବେଳେ କର୍ତ୍ତିକେଶ୍ବରଙ୍କର ମୋଟ୍ ୩ କୋଟି ୪୧ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି । ଯାହା ଭିଜିଲାନ୍ସ ରେଡ୍ ଇତିହାସରେ ରେକର୍ଡ ଟଙ୍କା ଜବତ ହୋଇଛି । ଏହା ସହ ୩୬୦ ଗ୍ରାମ୍ ସୁନା ଓ ଏକ କିଲୋରୁ ଅଧିକ ରୁପା ମଧ୍ୟ ଜବତ ହୋଇଛି । ସେହିପରି ପୋଖରୀପୁଟରେ ଥିବା ଟ୍ରିପ୍ଲେକ୍ସର ଦାମ ୭୮ ଲକ୍ଷ ୫୦ ହାଜର ଟଙ୍କା ବୋଲି ଜାଣିବାକୁ ପାଇଛି ଭିଜିଲାନ୍ସ ।