ଅସଲି କନେଷ୍ଟବଳ ଖୋଲିଥିଲେ ନକଲି ମଦ ଫ୍ୟାକ୍ଟ୍ରି

Ganjam Police Arrested Constable In Connection Of Duplicate Wine Factory

ବ୍ରହ୍ମପୁର: ଓଡ଼ିଆରେ ଗୋଟିଏ ଢଗ ରହିଛି ବାଡ଼ ଯେବେ ଫସଲ ଖାଏ । ଅର୍ଥାତ୍ ରକ୍ଷକ ଯଦି ଭକ୍ଷକ ସାଜେ ତ କହିବେ କାହାକୁ । ଠିକ୍ ସେହିଭଳି ଆଇନ୍ ଶୃଙ୍ଖଳା ରକ୍ଷା ହେଉଛି ପୋଲିସର କାମ । କିନ୍ତୁ ଏଠି ପୋଲିସ କର୍ମଚାରୀ ନିଜ କର୍ତ୍ତବ୍ୟ ଭୁଲି ପଦବୀର ଅପବ୍ୟବହାର କରୁଛନ୍ତି । ତାହା ପୁଣି ବିଷାକ୍ତ ନକଲି ମଦ ଫ୍ୟାକ୍ଟ୍ରି କରି । ଗଞ୍ଜାମ ପୋଲିସ ଜଣେ କନେଷ୍ଟବଳଙ୍କ ସହ ୩ ଜଣଙ୍କୁ ଗିରଫ କରିଛ । ଗିରଫ କନେଷ୍ଟବଳ ଜଣଙ୍କ ଚିନିମିନି ବାରିକ । ସେ ରିଜର୍ଭ ପୋଲିସର ବୋମା ସ୍କ୍ୱାଡରେ କାମ କରନ୍ତି ।

Ganjam Police Arrested Constable In Connection Of Duplicate Wine Factory

ଦିଗପହଣ୍ଡି ଥାନା ଲଙ୍ଗଳଦେଇ ହନୁମାନ ନଗରରେ ନକଲି ମଦ କାରଖାନା ପୋଲିସ ରେଡ୍ କରି ଏମାନଙ୍କୁ ଗିରଫ କରିଛି । ଶୁକ୍ରବାର ଏକ ଅଟୋରେ କିଛି ନକଲି ବିଦେଶୀ ମଦ ଯାଉଥିବା ନେଇ ବଡ଼ବଜାର ପୋଲିସ ଖବର ପାଇ ଯାଞ୍ଚ କରିଥିଲା । ପୋଲିସ ନକଲି ମଦ ଜବତ କରିବା ସହ ଡ୍ରାଇଭରକୁ ପଚରାଉଚରା କରିଥିଲା । ଜବତ ମଦ ପୋଲିସ ବାବୁ ବାରିକ ସାରଙ୍କ କହିବା ସହ ପୋଲିସକୁ ନଦଲି ମଦ କରାଖାନା ଦେଇଥିଲାଇ । ପୋଲିସ ସେଠାରେ ଚଢ଼ାଉ କରି ଚିନିମିନି ବାରିକଙ୍କ ଫାର୍ମ ହାଉସରୁ ବିପୁଳ ମଦ ଜବତ କରିଛି ।

Ganjam Police Arrested Constable In Connection Of Duplicate Wine Factory

୪୦୪ଟି ନକଲି ବିଦେଶୀ  ଖାଲି ମଦ ବୋତଲ, ୨ ଲିଟର ସ୍ପିରିଟ୍, ଗୋଟିଏ ଲିଟର ପୋଚ, ୬୦ଟି ବିଭିନ୍ନ ବ୍ରାଣ୍ଡର ଲେବୁଲ ଜବତ କରାଯାଇଛି । ମାମଲାରେ ପୋଲିସ ଡ୍ରାଇଭର ରନୋଜ ଦାସ, ମଦ ଫ୍ୟାକ୍ଟ୍ରିର କର୍ମଚାରୀ ବାବୁ ସାହୁଙ୍କୁ ମଧ୍ୟ ଗିରଫ କରିଛି । ତେବେ କନେଷ୍ଟବଳ ଜଣଙ୍କ କେବେଠାରୁ ନକଲି ମଦ କାରଖାନା ଚଳାଇଛନ୍ତି ? ଏଥିରେ ତାଙ୍କ ସହ ଆଉ କିଏ କିଏ ସମ୍ପୃକ୍ତ ? ସେସବୁର ତଦନ୍ତ କରାଯାଉଥିବା କହିଛନ୍ତି ଏସଡିପିଓ ବିଷ୍ଣୁ ପ୍ରସାଦ ପତି ।