ବାଇକ୍‌ର ମାଇଲେଜ୍‌ କମ୍‌ ଆସୁଥିଲେ କ’ଣ କରିବେ ?

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ଲଗାତାର ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ସମସ୍ତେ ଚାହାଁନ୍ତି ଯଦି ଗାଡ଼ିର ମାଇଲେଜ୍‌ ଭଲ ଆସନ୍ତା ତେବେ ଟଙ୍କା ବଞ୍ଚନ୍ତା । ଆପଣ ମଧ୍ୟ ସେହି ମଧ୍ୟରୁ ଜଣେ ହୋଇଥିବେ । ଯଦି ଆପଣ ମଧ୍ୟ ମୋଟର ସାଇକେଲ ଚଲାନ୍ତି ଏବଂ ଆପଣଙ୍କ ବାଇକ୍‌ କମ୍‌ ମାଇଲେଜ୍‌ ଦେଖାଉଛି, ତେବେ କ’ଣ କଲେ ମାଇଲେଜ୍‌ ବଢ଼ିବ ଆସନ୍ତୁ ଆଲୋଚନା କରିବା ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେଯେ, ଯଦି ଆପଣ ବାଇକକୁ ଠିକ୍‌ ଭାବରେ ପରିଷ୍କାର କରୁନାହାଁନ୍ତି, ତେବେ ଗାଡ଼ିର ମାଇଲେଜ୍‌ ଉପରେ ପ୍ରଭାବ ପଡ଼େ ।

ଚେନକୁ ପରିଷ୍କାର ରଖନ୍ତୁ: ଗାଡ଼ିକୁ ଠିକ୍‌ ରଖିବା ପାଇଁ ଗ୍ରୀସିଂର ଆବଶ୍ୟକତା ରହିଛି । କିଛି ଦିନ ପରେ ଏହି ଗ୍ରୀସିଂକୁ ସଫା ନ କଲେ ଚେନରେ ମଇଳା ଜମିଯାଏ । ଏହା ସହିତ ଚେନ୍‌ ଛିଣ୍ଡିବାର ସମ୍ଭାବନା ମଧ୍ୟ ଥାଏ । ଅପରିଷ୍କାର ହେତୁ ଚେନ୍‌ ଇଞ୍ଜିନ୍‌ ଉପରେ ମଧ୍ୟ ପ୍ରଭାବ ପକାଏ । ଯାହାଦ୍ୱାରା ମୋଟର ସାଇକେଲର ମାଇଲେଜ୍‌ କମିଯାଏ ।

କେବଳ ଚେନ୍‌ କାହିଁକି ଟାୟାର୍ସକୁ ଯଦି ଧ୍ୟାନ ନ ଦିଅନ୍ତି ତେବେ ଗାଡ଼ିର ମାଇଲେଜ୍‌ କମ୍‌ ହୋଇଯିବ । ଟାୟାରରେ ମାଟି କାଦୁଅ ଲାଗି ରହିବା ବା ଟାୟାର ପୁରୁଣା ହୋଇ ଯାଇଥିଲେ ମଧ୍ୟ ଗାଡ଼ିର ବେଗ ଇଞ୍ଜିନ୍‌ ଉପରେ ପ୍ରଭାବ ପକାଏ । ତେଣୁ ଟାୟାରକୁ ପରିଷ୍କାର ରଖିବା ସହ ଠିକ୍‌ ସମୟରେ ବଦଳାଇବା ଦ୍ୱାରା ଗାଡ଼ିର ମାଇଲେଜ୍‌ ବଢ଼ିଥାଏ ।

ମୋଟର ସାଇକେଲର ଏୟର ଫିଲ୍ଟରରେ ମଇଳା ଜମିଗଲା ସ୍ୱଚ୍ଛ ବାୟୁ ଇଞ୍ଜିନ୍‌ ପର୍ଯ୍ୟନ୍ତ ପହଞ୍ଚିପାରେ ନାହିଁ ।  ଯେଉଁଥିପାଇଁ ଇଞ୍ଜିନ୍‌ ଠିକ୍‌ ଭାବରେ କାମ କରେ ନାହିଁ । କିଛି ସପ୍ତାହ ମଧ୍ୟରେ ମାଇଲେଜ୍‌ କମ୍‌ ହୋଇଯାଏ ।

ଗାଡ଼ିର ଚେନ୍‌ କଭର ଏବଂ ମଡ୍‌ ଗାର୍ଡ଼ ଉପରେ ମଇଳା ଜମିଯାଏ । ଯଦି ଠିକ୍‌ ସମୟରେ ଏହାକୁ ସଫା କରାଯାଏ ତେବେ କୌଣସି ପ୍ରଭାବ ପଡ଼ିବ ନାହିଁ  ଏବଂ ଆପଣଙ୍କ ମୋଟର ସାଇକେଲ ବେଶ୍‌ ଭଲ ମାଇଲେଜ୍‌ ଦେଖାଇବ ।