spot_img
Home Blog Page 4540

ବାରବାଟୀକୁ ପୁଣି ଫେରିଲା ଟି-୨୦, ଜୁନ୍ ୯ରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ

କଟକ: ବାରବାଟୀକୁ ପୁଣି ଫେରିଲା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ । ଜୁନ୍ ୯ରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ ଖେଳାଯିବ । ଏନେଇ ବିସିସିଆଇ ଘୋଷଣା କରିଛି । ଭାରତ-ଦକ୍ଷିଣ ଆଫ୍ରିକା ବିପକ୍ଷରେ କେଳାଯିବାକୁ ଥିବା ଥିବା ଏହି ମ୍ୟାଚ ପ୍ରଥମେ ବେଙ୍ଗାଲୁରୁରେ ଖେଳାଯିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଓଡ଼ିଶା କ୍ରିକେଟ ଆସୋସିଏସନର ସମ୍ପାଦକ ସଞ୍ଜୟ ବେହେରା ଏହି ମ୍ୟାଚକୁ ବାରବାଟୀ ଷ୍ଟାଡିୟମକୁ ଦେବାକୁ ବିସିସିଆଇକୁ ଅନୁରୋଧ କରିଥିଲେ । ଓସିଏର ଅନୁରୋଧ ପରେ ଏହି ମ୍ୟାଚକୁ ରିସିଡ୍ୟୁଲ କରାଯାଇ ଏହି ମ୍ୟାଚକୁ ବାରବାଟୀ ଷ୍ଟାଡିୟମକୁ ଦିଆଯାଇଥିଲା ।

ଏହା ପୂର୍ବରୁ ମଧ୍ୟ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ କଟକକୁ ମିଳିଥିଲା । ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହୋଇଥିବା ଟି-୨୦ ସିରିଜର ଏକ ମ୍ୟାଚ ବାରବାଟୀକୁ ମିଳିଥିଲା । କିନ୍ତୁ କରୋନା ମହାମାରୀ ପାଇଁ ଏହାକୁ କୋଲକତାର ଇଡେନ ଗାର୍ଡେନକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏବେ ପୁଣି ଥରେ ବାରବାଟୀକୁ ଆଉ ଏକ ମ୍ୟାଚ ମିଳିଥିବାରୁ ବେଶ୍ ଉତ୍ସାହିତ ଅଛନ୍ତି କ୍ରିକେଟ ପ୍ରେମୀ ।

 

ଆକ୍ରମଣରୁ ରକ୍ଷା ପାଇବା ପାଇଁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ରକ୍ଷାକବଚ କରୁଛି ୟୁକ୍ରେନ

କିଭ୍: ୟୁକ୍ରେନର ଖାର୍କିବରେ ଶତାଧିକ ଭାରତୀୟ ଛାତ୍ରଛାତ୍ରୀ ପଣବନ୍ଦୀ । ସେମାନଙ୍କୁ ହ୍ୟୁମାନ ସିଲ୍ଡ ଭାବେ ବ୍ୟବହାର କରାଯାଉଛି ।  ଏହି ବିସ୍ଫୋରକ ତଥ୍ୟ ଦେଇଛି ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ । ଯୁଦ୍ଧର ବିଭୀଷିକା ଦିନକୁ ଦିନ ଘନୀଭୂତ ହେଉଥିବା ବେଳେ, ଋଷର ଏହି ବୟାନ ଭାରତକୁ ଅଧିକ ଚିନ୍ତିତ କରିଛି । ଋଷ ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ, ୟୁକ୍ରେନ ସୀମା ଛାଡି ବେଲଗୋରୋଡ ଯାଉଥିବା ବେଳେ, ଅନେକ ଭାରତୀୟ ଛାତ୍ରଙ୍କୁ ୟୁକ୍ରେନ କର୍ତ୍ତୃପକ୍ଷ ବଳପୂର୍ବକ ପଣବନ୍ଦୀ କରି ନେଇଛନ୍ତି ।

ଏହି ଆକ୍ରମଣରୁ ରକ୍ଷା ପାଇବା ଲାଗି ୟୁକ୍ରେନ ବାହିନୀ ଭାରତୀୟ ଛାତ୍ରଛାତ୍ରୀଙ୍କୁ ରକ୍ଷାକବଚ ଭାବେ ବ୍ୟବହାର କରୁଛନ୍ତି । ଭାରତୀୟ ନାଗରିକଙ୍କୁ ଯେପରି ନିରାପଦରେ ଉଦ୍ଧାର କରାଯାଇ ଭାରତ ଫେରାଯାଇପାରିବ ସେଥିପାଇଁ ଋଷ ସଶସ୍ତ୍ରବାହିନୀ ପଦକ୍ଷେପ ନେଉଛି ବୋଲି ସେ କହିଛନ୍ତି । ଭାରତୀୟ ବିମାନ କିମ୍ବା ଋଷର ସାମରିକ ପରିବହନକାରୀ ବିମାନରେ ସେମାନଙ୍କୁ ପଠାଯିବା ବ୍ୟବସ୍ଥା କରାଯିବ । ବର୍ତ୍ତମାନ ବି ଅନେକ ଛାତ୍ର ଖାର୍କିବରେ ଫସି ରହିଛନ୍ତି ଏବଂ ସେମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳୁନାହିଁ । ଖାର୍କିବ ଉପରେ ପ୍ରାୟତଃ ଋଷ ନିଜର ନିୟନ୍ତ୍ରଣ ଜାରି କରିଥିବା ବେଳେ ଅନେକ ଭାରତୀୟ ଛାତ୍ରୀଙ୍କୁ ୟୁକ୍ରେନର ପଶ୍ଚିମାଞ୍ଚଳ ସୀମାକୁ ଟ୍ରେନରେ ପଠାଇ ଦିଆଯାଇଛି । ଛାତ୍ରଙ୍କୁ ଉଦ୍ଧାର କରିବା ଲାଗି ପ୍ରୟାସ ଜାରି ରହିଥିବା ଜଣାଯାଇଛି ।

ସେହିପରି ଗତକାଲି ରେଳ ଷ୍ଟେସନରେ ଫସିଥିବା ଛାତ୍ରଛାତ୍ରୀମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରାଯାଇଥିଲା । ଅନେକ ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ ଯେ, ଷ୍ଟେସନରେ ସେମାନଙ୍କୁ ଆକ୍ରମଣ କରାଯିବା ସହ ଟ୍ରେନରେ ଚଢିବାକୁ ଦିଆଯାଇ ନଥିଲା । ଫଳରେ ସେମାନେ ଚାଲିଚାଲି ବିଭିନ୍ନ ସ୍ଥାନକୁ ଯାଇଥିଲେ । ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାର୍କିବରେ ଏବେ ଜୋରଦାର ହମଲା ଜାରି ରହିଛି । ଏହାସହ ଗୁଳିଗୋଳା ସହ କ୍ଷେପଣାସ୍ତ୍ର ମାଡରେ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ଖେରସନ ସହରକୁ ସମ୍ପୂର୍ଣ୍ଣ କବଜା କରିଥିଲେ ଋଷ ବାହିନୀ ।

ପୁଟିନଙ୍କ ସହ ପୁଣି କଥା ହେଲେ ମୋଦି, କୂଟନୈତିକ ମାଧ୍ୟମରେ ସମାଧାନ କରିବାକୁ ଦେଲେ ପ୍ରସ୍ତାବ

କିଭ୍: ୟୁକ୍ରେନରେ ଲଗାତାର ଭାବେ ମିଜାଇଲ ଏବଂ ଗୁଳିମାଡ ଜାରି ରଖିଛି ଋଷ । ଏହାରି ମଧ୍ୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପୁଣି ଥରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବାକୁ ନେଇ ପୁଟିନଙ୍କ ସହ ଆଲୋଚନା କରିଛନ୍ତି । ଋଷର ଘନଘନ ଆକ୍ରମଣ ମଧ୍ୟରେ ଭାରତୀୟଙ୍କୁ ସେଠାରୁ ଫେରାଇ ଆଣିବା କେନ୍ଦ୍ର ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇଛି । ପୂର୍ବରୁ ମଧ୍ୟ ୟୁକ୍ରେନ୍-ଋଷ ଯୁଦ୍ଧ ଏବଂ ଭାରତୀୟଙ୍କୁ ସେଠାରୁ ଫେରାଇଆଣିବା ପାଇଁ ୫ ଥର ଉଚ୍ଚ ସ୍ତରୀୟ ବୈଠକ ହୋଇସାରିଛି । ଏବେ ପୁଣି ଥରେ ପୁଟିନଙ୍କ ସହ ଫୋନ ଯୋଗେ କଥା ହେବାପରେ ପିଏମଓରେ ମଧ୍ୟ ବୈଠକ ହୋଇଛି ।

ୟୁକ୍ରେନ୍ ଉପରେ ଆକ୍ରମଣ ଘଟଣାକୁ ନେଇ କୂଟନୈତିକ ମାଧ୍ୟମରେ ସମାଧାନ କରିବାକୁ ପୁଟିନଙ୍କୁ ପ୍ରସ୍ତାବ ଦେଇଥିଲେ ପ୍ରଧାନମନ୍ତ୍ରୀ । ଏପଟେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ ମଧ୍ୟ ମୋଦି ମଧ୍ୟ ଆଲୋଚନା କରିଥିବା ଜଣାପଡିଛି । ସେପଟେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଭୋଟିଂରେ ଭାରତ ପୁଣି ଥରେ ଅନୁପସ୍ଥିତ ରହିଛି । ଋଷ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ଆମେରିକାର ପ୍ରସ୍ତାବ ଉପରେ ଭୋଟିଂ ବେଳେ ୩୫ଟି ଦେଶ ଓହରିଥିଲେ । ୧୪୧ଟି ଭୋଟ୍ ପ୍ରସ୍ତାବ ସମର୍ଥନରେ ପଡିଥିବା ଜଣାପଡିଛି । ୫ ଟି ଦେଶ ପ୍ରସ୍ତାବ ବିରୋଧରେ ଭୋଟ ଦେଇଥିଲେ ।

ୟୁପିରେ ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ, ୫୭ ଆସନ ପାଇଁ ହେଉଛି ଭୋଟ ଗ୍ରହଣ

ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶରେ ଚାଲିଛି ଷଷ୍ଠ ପର୍ଯ୍ୟାୟ ମତଦାନ । ହଟ୍ ସିଟ୍ ଗୋରଖପୁର ଆସନ ସମେତ ୫୭ଟି ଆସନ ପାଇଁ ଆରମ୍ଭ ହୋଇଛି ଭୋଟିଂ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ମନ୍ତ୍ରୀ, ବାହୁବଳୀ ନେତା ଏବଂ ସମାଜବାଦୀ ପାର୍ଟିର ବହୁ ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଭୋଟର । ରାଜନୈତିକ ଦୃଷ୍ଟିକୋଣରୁ ଗୋରଖପୁର ସିଟ୍ ଅତ୍ୟଧିକ ଗୁରତ୍ବପୂର୍ଣ୍ଣ ହୋଇଥିବାବେଳେ, ଏହି ସିଟରୁ ପ୍ରଥମ କରି ନିର୍ବାଚନ ଲଢ଼ୁଛନ୍ତି ଯୋଗୀ ଆଦିତ୍ୟନାଥ । ଯୋଗୀଙ୍କୁ ଟକ୍କର ଦେଉଛନ୍ତି ସମାଜବାଦୀ ପାର୍ଟିର ବିଧାୟକ ପ୍ରାର୍ଥୀ ଶୁଭାବତୀ ଶୁକ୍ଳା । ଭୀମ ଆର୍ମୀ ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ମଧ୍ୟ ମଇଦାନରେ ଅଛନ୍ତି । ସମାଜବାଦୀ ପାର୍ଟି ନେତା ରାମଗୋବିନ୍ଦ ଚୌଧୁରୀ, କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁ, ବିଏସପି ବିଧାନମଣ୍ଡଳ ନେତା ଅଧ୍ୟକ୍ଷ ଉମାଶଙ୍କର ସିଂହ ପ୍ରମୁଖ ନେତା ଆଜି ଅଗ୍ନିପରୀକ୍ଷା ଦେଇଛନ୍ତି ।

ଅନ୍ୟପକ୍ଷରେ ଯୋଗୀ ସରକାରରେ ମନ୍ତ୍ରୀ ଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଏଥର ଦଳ ବଦଳ କରି ସମାଜବାଦୀ ଟିକେଟରେ ଫାଜିଲନଗରରୁ ନିର୍ବାଚନ ଲଢୁଛନ୍ତି । ତାହା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି । ପଥରଦେବା ସିଟରେ କୃଷି ମନ୍ତ୍ରୀ ସୂର୍ଯ୍ୟପ୍ରତାପ ସାହୁ, ସିଦ୍ଧାର୍ଥନଗରର ବାଂଶୀ ସିଟରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଜୟପ୍ରତାପ ସିଂ, ବାଲିଆର ଫେଫନା ସିଟରୁ ମନ୍ତ୍ରୀ ଉପେନ୍ଦ୍ର ତିଓ୍ବାରୀ, ଇଟଓ୍ୱାରୁ ମନ୍ତ୍ରୀ ସତୀଶ ଚନ୍ଦ୍ର ଦ୍ୱିବେଦୀ, ବେରିୟର ଆସନରୁ ଆନନ୍ଦ ସ୍ବରୂପ ଶୁକ୍ଳା, ଚୋରିଚୋରା ଆସନରୁ ମନ୍ତ୍ରୀ ଜୟପ୍ରକାଶ ନିଷାଦ ମଧ୍ୟ ନିର୍ବାଚନୀ ମଇଦାନରେ ଅଛନ୍ତି ।

ଏହି ରାଶିର ବ୍ୟକ୍ତିମାନଙ୍କ ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ମେଷ : ରବିବାର ହେତୁ ଆପଣ ବିଶ୍ରାମ ନେବା ସହ ବନ୍ଧୁ ପରିଜନଙ୍କ ସହ ସମୟ ଅତିବାହିତ କରିବେ । ଏହି ରାଶିର ବ୍ୟକ୍ତି ଆତ୍ମବିଶ୍ୱାରର ସହ କାମ କରନ୍ତୁ ଦେଖିବେ ନିଶ୍ଚିତ ଭାବେ ଆପଣଙ୍କୁ କୌଣସି ନୂତନ ପ୍ରୋଜେକ୍ଟ ମିଳିପାରେ । ସନ୍ଧ୍ୟା ସୁଦ୍ଧା ଆପଣଙ୍କ ବ୍ୟବସାୟରେ କୌଣସି ଶୁଭ ଖବର ଆସିପାରେ । ପର କଥାରେ ଚିନ୍ତାଗ୍ରସ୍ତ ରହିପାରନ୍ତି ।

ବୃଷ : ମନ ବିଚଳିତ ରହିବ । କାର୍ଯ୍ୟରେ ସମ୍ପୂର୍ଣ୍ଣ ଧ୍ୟାନ ଲାଗିବ ନାହିଁ । ଆଇନଗତ ମାମଲାରେ ବିଜୟୀ ହେବାର ସମ୍ଭାବନା ରହିଛି । ପରିବାରରେ ସୁଖ-ସମୃଦ୍ଧି ବୃଦ୍ଧି ହେବା ସହ କର୍ମକ୍ଷେତ୍ରରେ ଅନୁକୂଳ ବାତାବରଣ ବଜାୟ ରହିବ । ଏଥିସହ କୌଣସି ବନ୍ଧୁର ସହାୟତା ଲାଭ କରିବେ ।

ମିଥୁନ : ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ । କଳା ସମ୍ପର୍କିତ କୌଣସି ଅଧା ପନ୍ତରିଆ କାମ ପୁରା ହେବ । ନିଜ ମନ ପସନ୍ଦର କାମ କରିବାକୁ ସୁଯୋଗ ପାଇବେ । ଘରେ ବିଶ୍ରାମ ନେବା ସହ ବ୍ୟବସାୟରେ ଉନ୍ନତି ପାଇଁ ନୂଆ ଯୋଜନା ଚିନ୍ତା କରିପାରନ୍ତି । ବରିଷ୍ଠ ବ୍ୟକ୍ତିଙ୍କ ସାହାଯ୍ୟ ନିଅନ୍ତୁ ।

କର୍କଟ : ଆଜିର ଦିନ ଭଲରେ କଟିବ । ମନଧ୍ୟାନରେ କୌଣସି କାମ କଲେ ନିଶ୍ଚିତ ଫଳ ପ୍ରାପ୍ତି ହେବ । ଅଧା ରହିଥିବା କାମ ଶେଷ କରିବା ସହ କର୍ମକ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ମିଳିବ । ସନ୍ଧ୍ୟା ସମୟରେ କୌଣସି ବିବାହ ଉତ୍ସବରେ ଯୋଗ ଦେବାର ସମ୍ଭାବନା ରହିଛି ।

ସିଂହ : ଦିନଟି ବ୍ୟସ୍ତତା ଭିତରେ କଟିପାରେ । ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ କିଛି ସମୟ ବାହାର କରନ୍ତୁ । କର୍ମକ୍ଷେତ୍ରରେ କୌଣସି ବରିଷ୍ଠ ଅଧିକାରୀ ବାଧା ସୃଷ୍ଟି କରପାରନ୍ତି । ସନ୍ଧ୍ୟା ସମୟରେ ଶୁଭ କାର୍ଯ୍ୟରେ ଯୋଗ ଦେବେ ।

କନ୍ୟା : ନିଜ ବ୍ୟବହାରରେ ସଂଯମତା ଏବଂ ଶାଳୀନତା ରକ୍ଷା କରନ୍ତୁ । କୌଣସି ଶୁଭ କାର୍ଯ୍ୟର ଆରମ୍ଭ କରିପାରନ୍ତି । ଭାଗ୍ୟ ଉପରେ ଭରସା ରଖିବା ସହ ଆତ୍ମବିଶ୍ୱାସର ସହ କାମ କରନ୍ତୁ । ସନ୍ଧ୍ୟା ସମୟରେ ସ୍ଥିତିରେ ଅଧିକ ସୁଧାର ଆସିପାରେ ।

ତୁଳା : ଆଜିର ଦିନ ଆପଣଙ୍କ ପାଇଁ ଲାଭଦାୟକ । ଅନ୍ୟ କାହା ସହ ଆପଣଙ୍କ ବ୍ୟବହାର ପାଇଁ ପୂର୍ବରୁ ହୋଇଥିବା ମନୋମାଳିନ୍ୟ ସୁଧୁରିପାରେ । କୌଣସି ନୂତନ କାର୍ଯ୍ୟର ଆରମ୍ଭ କରିପାରନ୍ତି । ଜମିପଟ୍ଟା ମାମଲାକୁ ନେଇ ପରିବାରରେ ବିବାଦ ଉପୁଜିପାରେ ।

ବିଛା : ଆଜି ଆପଣ ଲାଭବାନ ହେବା ସହ ଦିନଟି କର୍ମଶୀଳ ରହିବ । ପରିବାରରେ ସୁଖ-ଶାନ୍ତି ବଜାୟ ରହିବ । ଚାକିରି କିମ୍ୱା ବ୍ୟବସାୟରେ ନୂତନ ଯୋଜନା କରିପାରନ୍ତି । କର୍ମକ୍ଷେତ୍ରରେ ଉନ୍ନତି ଆସିପାରେ ।

ଧନୁ : ରବିବାର ସତର୍କତାର ସହ ଚଳିବେ । ବ୍ୟବସାୟ କ୍ଷେତ୍ରରେ ଭାବିଚିନ୍ତି ନିଷ୍ପତ୍ତି ନେଲେ ଲାଭବାନ ହେବେ । ଦୈନିକ କାର୍ଯ୍ୟରୁ ନିବୃତ୍ତ ରହି କିଛି ନୂତନ କାର୍ଯ୍ୟର ଆରମ୍ଭ କରନ୍ତୁ । ସମ୍ପର୍କୀୟଙ୍କୁ ଟଙ୍କା ଧାର ଦେଇପାରନ୍ତି । ନୂତନ ସୁଯୋଗ ଆସିପାରେ ।

ମକର : ସହଭାଗୀ ବ୍ୟବସାୟରେ ଲାଭବାନ ହୋଇପାରନ୍ତି । ସନ୍ତାନସନ୍ତତିକୁ ନେଇ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି । ସଚ୍ଚୋଟତାର ସହ କାମ କରନ୍ତୁ । ଗୋଟିଏ ସମୟରେ ଏକାଧିକ କାମ କରନ୍ତୁ ନାହିଁ । କୌଣସି କାମକୁ ସମୟ ଦେବାରେ ସମସ୍ୟା ଉପୁଜିବ ଓ କାମ ବିଗିଡ଼ିବାର ସମ୍ଭାବନା ରହିଛି ।

କୁମ୍ଭ : ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପାଗ ପରିବର୍ତ୍ତନ ପ୍ରଭାବରେ ଅସୁସ୍ଥ ହୋଇପାରନ୍ତି । ଖାଦ୍ୟପେୟରେ ଆଦୌ ଅବହେଳା କରନ୍ତୁ ନାହିଁ । ବ୍ୟବସାୟ ପାଇଁ ଦିନଟି ଭଲ । ହଠାତ୍ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । କୌଣସି କାମ କରିବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ ।

ମୀନ : ଆଜିର ଦିନରେ ଲାଭବାନ ହେବେ । କାର୍ଯ୍ୟକୁ ନେଇ ଚିନ୍ତାଶୀଳ ରହିପାରନ୍ତି । ନିଜ ବୁଦ୍ଧିର ସଠିକ୍ ପ୍ରୟୋଗ କରି ଆପଣଙ୍କ ପାଖରେ ଅଭାବ ଥିବା ସମସ୍ତ ଜିନିଷ ପାଇପାରିବେ । ବିପଦରେ ପଡ଼ିଥିବା କୌଣସି ବ୍ୟକ୍ତିଙ୍କୁ ସାହାଯ୍ୟ କଲେ ଶୁଭ ।

 

 

 

ଗଞ୍ଜାମରେ ବିଜୟ ଶୋଭାଯାତ୍ରା ବେଳେ ବୋମାମାଡ଼, ୪ ଆହାତ

ଦିଗପହଣ୍ଡି: ପଞ୍ଚାୟତ ନିର୍ବାଚନ ପରେ ଗଞ୍ଜାମ ଅଶାନ୍ତ । ବିଜୟ ଶୋଭାଯାତ୍ରା ବେଳେ ଥରିଲା ଚିକିଟି । ଚିକିଟି ବ୍ଲକ ପିତାତଳି ଗାଁରେ ଏକାଧିକ ବୋମାମାଡ଼ ହୋଇଛି । ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇଥିବା ଗୋଟିଏ ଗୋଷ୍ଠୀ ବିଜୟ ଶୋଭାଯାତ୍ରା ବେଳେ ଅନ୍ୟ ଗୋଷ୍ଠୀ ସହ ଗଣ୍ଡଗୋଳ ହୋଇଥିଲା । ପରେ ପରାଜିତ ପ୍ରାର୍ଥୀ କେ. ନରସିଂହ ମୂର୍ତ୍ତିଙ୍କ ଘର ନିକଟରେ ବିଜୟ ପ୍ରାର୍ଥୀ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି ।

Post Panchayat Elections Violence In Ganjam

ପ୍ରାୟ ୧୦ରୁ ଅଧିକ ବୋମା ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ନେଇଛି । ଏଥିରେ ପ୍ରାୟ ୪ ଜଣ ଆହାତ ହୋଇଛନ୍ତି । ପ୍ରଥମେ ସେମାନଙ୍କୁ ଚିକିଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

କଂଗ୍ରେସ, ବିଜେପି ଛାଡ଼ି ବିଜେଡିରେ ମିଶିଲେ ପୂର୍ବତନ କାଉନସିଲର ଓ କର୍ମୀ

ଢେଙ୍କାନାଳ: ପୌର ନିର୍ବାଚନ ପୂର୍ବରୁ ବଢ଼ୁଛି ବିଜେଡିର ବଳ । ଢେଙ୍କାନାଳରେ କଂଗ୍ରେସ ଓ ବିଜେପି ଛାଡ଼ି ବିଜେଡିରେ ସାମିଲ୍ ହେଲେ ବହୁ ପୂର୍ବତନ କାଉନସିଲର ଓ କର୍ମୀ । ବିଧାୟକ ସୁଧୀର କୁମାର ସାମଲ ଓ ଢେଙ୍କାନାଳ ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ଉପସ୍ଥିତିରେ ସେମାନେ ଦଳରେ ଯୋଗ ଦେଇଛନ୍ତି । ବିଜେଡିରେ ବିଜେପିର ଢେଙ୍କାନାଳ ଟାଉନ ନଗର ସଭାପତି ଅଜୟ ଭଞ୍ଜ, କଂଗ୍ରେସର ଜିଲ୍ଲା ଉପସଭାପତି ତଥା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ପ୍ରକାଶ ଚନ୍ଦ୍ର କୁଅଁର ମିଶିଛନ୍ତି ।

Ahead Of Municipal Elections BJP, Congress Leader Joins BJD

ସେହିଭଳି ବିଜେପି ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଅନିମା ନାୟକ, ବିଜେପିର ନଗର ସମ୍ପାଦକ ବ୍ରହ୍ମାନନ୍ଦ ସାହୁ, କଂଗ୍ରେସର ପୂର୍ବତନ କାଉନସିଲର ପ୍ରକାଶ ଚନ୍ଦ୍ର କୁଅଁରଙ୍କ ସହ ବହୁ କର୍ମୀ ବିଜେଡିରେ ସାମିଲ୍ ହୋଇଛନ୍ତି । ଦଳରେ ଦୀର୍ଘଦିନ ଧରି କୋଣଠେସା ହୋଇ ରହିଥିବାରୁ ସେମାନେ ଦଳ ଛାଡ଼ିଥିବା କହିଛନ୍ତି । ଆଗକୁ ପୌର ନିର୍ବାଚନ ଥିବାରୁ ଏହି ମିଶ୍ରଣ ପର୍ବ ଦଳକୁ ଆହୁରି ମଝଭୁତ୍ କରିବ ବୋଲି କହିଛନ୍ତି ବିଜେଡି ବିଧାୟକ ।

ଆସନ୍ତା ସପ୍ତାହରେ ବଢ଼ିପାରେ ପେଟ୍ରୋଲ୍ ଓ ଡିଜେଲ ଦର, ୨୦୧୪ ପରେ ଅଶୋଧିତ ତୈଳ ମୂଲ୍ୟ ସର୍ବାଧିକ

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶରେ ବଢ଼ିବ ତୈଳଦର । ଆସନ୍ତା ସପ୍ତାହରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ସହ ବଢ଼ିପାରେ ପେଟ୍ରୋଲ ଓ ଡିଜେଲ୍ ଦାମ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୧୦୦ ଡଲାର ଡେଇଁଛି । ଯେଉଁଥିପାଇଁ ତୈଳ କମ୍ପାନୀ ସାମାନ୍ୟ ଲାଭ ପାଇବା ପାଇଁ ପେଟ୍ରୋଲ-ଡିଜେଲ ଲିଟର ପିଛା ୯ ଟଙ୍କା ଲେଖାଏ ବଢ଼ାଇ ପାରନ୍ତି ।

ଋଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଋଷରୁ ଅଶୋଧିତ ତୈଳ ଆମଦାନୀ ବାଧାପ୍ରାପ୍ତ ଆଶଙ୍କା ରହିଛି । ଏହାରି ଭିତରେ ଅଶୋଧିତ ତୈଳ ଦର ୨୦୧୪ ପରେ ପ୍ରଥମ ଥର ପାଇଁ ବ୍ୟାରେଲ୍ ପିଛା ୧୧୦ ଡଲାର ରହିଛି । ଭାରତ କିଣୁଥିବା ଅଶୋଧିତ ତୈଳଦର ମାର୍ଚ୍ଚ ୧ରେ ବ୍ୟାରେଲ ପିଛା ୧୦୨ ଡଲାରରୁ ଅଧିକ ରହିଛି । ଯାହାର ମୂଲ୍ୟ ୨୦୧୪ ଅଗଷ୍ଟରେ କିଣା ଯାଇଥିବା ଅଶୋଧିତ ତୈଳଦର ଠାରୁ ଅଧିକ ।

 5 State Elections Petrol Diesel Rate May Hike In Next Week Russia

ଗତବର୍ଷ ତୈଳଦର ହୁ ହୁ ହୋଇ ବଢ଼ିବା ପରେ ନଭେମ୍ବରରେ ଦର ଉପରେ ଲଗାମ ଲାଗିଥିଲା । ସେତେବେଳେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୮୧.୫ ଡଲାର ଥିଲା । ବ୍ରୋକରେଜ କମ୍ପାନୀ ଜେ.ପି. ମାର୍ଗନ ଅନୁସାରେ, ଆସନ୍ତା ସପ୍ତାହରେ ୫ ରାଜ୍ୟ ନିର୍ବାଚନ ସରିବ । ଏଥିସହ ପ୍ରତିଦିନ ପେଟ୍ରୋଲ, ଡିଜେଲ୍ ଦାମ ବଢ଼ି ବଢ଼ି ଚାଲିବ ।

ଉତ୍ତରପ୍ରଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ଲାଗି ମାର୍ଚ୍ଚ ୭ରେ ମତଗ୍ରହଣ ହେବ । ମାର୍ଚ୍ଚ ୧୦ରେ ସମସ୍ତ ୫ଟି ରାଜ୍ୟର ଭୋଟ୍ ଗଣତି ହେବ । ଅଶୋଧିତ ତୈଳଦର ବଢ଼ିଥିବାରୁ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଲିଟର ପିଛା ୫.୭ ଟଙ୍କା କ୍ଷତି ସହୁଛନ୍ତି । ଏହି କ୍ଷତିକୁ ଭରଣା କରିବା ସହ ଲାଭ ଲାଗି ଲିଟର ପିଛା ୯ ଟଙ୍କା ଅଥବା ୧୦ ପ୍ରତିଶତ ଦର ବଢ଼ିପାରେ ବୋଲି ଅନୁମାନ କରିଛି ଜେ.ପି. ମାର୍ଗନ ।

ଭିଜିଲାନ୍ସ ଜାଲରେ ବିଇଓ, ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ନେଉଥିଲେ ଲାଞ୍ଚ

ଗୁଣପୁର: ଭିଜିଲାନ୍ସ ଜାଲରେ ବ୍ଲକ ଶିକ୍ଷା ଅଧିକାରୀ । ଗୁଣପୁର ବ୍ଲକ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବେହେରା ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଛନ୍ତି ଅନ୍ତର୍ଯ୍ୟାମୀ । ବିଇଓଙ୍କ ଠାରୁ ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Gunpur BEO Antrayami Behera In Vigilance Net

ସୂଚନା ଅନୁସାରେ, ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ବକେୟା ଦେବା ଓ ସର୍ଭିସ୍ ବୁକ୍ ଫାଇନାଲାଇଜେସନ୍ ପାଇଁ ବିଇଓ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଉ ପୂର୍ବ ଯୋଜନା ମୁତାବକ ବିଇଓ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଧରିଥିଲା । ଏନେଇ କୋରାପୁଟ ଭିଜିଲାନ୍ସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଏଥର ଗ୍ରୀଷ୍ମରେ ହେବନି ଗରମ, ତାତିକୁ ନିୟନ୍ତ୍ରଣରେ ରଖିବ କାଳବୈଶାଖୀ ପାଗ

ଭୁବନେଶ୍ୱର: ଏଥର ଗ୍ରୀଷ୍ମରେ ହେବନି ଗରମ । ଉପାନ୍ତରୁ ଉପକୂଳ ସବୁଠି ରହିବ ସ୍ୱଭାବିକ ତାପମାତ୍ରା । ମାର୍ଚ୍ଚ ପରେ ତାତିବ କମ୍ ବର୍ଷିବ ବେଶୀ । ଏଭଳି ଆଶ୍ୱସ୍ତିକର ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଏବେ ଓଡ଼ିଶା ଉପରେ ଲା-ନିନା ସକ୍ରିୟ ରହିଥିବାରୁ ମାର୍ଚ୍ଚରୁ ମେ’ଓଡ଼ିଶା ତାପମାତ୍ରା ବିଶେଷ ବଢ଼ିବନି । ଏହି ୩ ମାସରେ ରାଜ୍ୟରେ ଅଧିକ ବର୍ଷା ସମ୍ଭାବନା ରହିଛି । ତେବେ ମାର୍ଚ୍ଚ ଶେଷ ବେଳକୁ ରାଜ୍ୟର କିଛି ଜିଲ୍ଲାରେ ସ୍ୱଭାବିକ କିମ୍ବା ତା’ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଚୈତ୍ରରେ ତାତିବ, ବୈଶାଖରେ ବର୍ଷିବ । ଏଥର ଖରା କମ୍, ବର୍ଷା ଅଧିକ । ଗ୍ରୀଷ୍ମ ଋତୁ ସାରା ସ୍ୱଭାବିକ ଠାରୁ କମ୍ ରହିବ ରାତିର ତାପମାତ୍ରା । ମାର୍ଚ୍ଚକୁ ଛାଡ଼ିଦେଲେ ଏପ୍ରିଲ ଏବଂ ମେ’ ମାସରେ ଅଧିକ ତାତି ବା ହିଟୱେଭ୍ କଣ୍ଡିସନ ସୃଷ୍ଟି ହେବ ନାହିଁ । ଏନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଲା-ନିନାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହେବ । ବିଶେଷ କରି ଉପକୂଳ ଏବଂ ଉତ୍ତର ଓଡ଼ିଶା ଜିଲ୍ଲା ଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ହେବ । ବର୍ଷା ପରେ ବାୟୁ ମଣ୍ଡଳରେ ଜଳୀୟ ବାଷ୍ପର ପରିମାଣ ବୃଦ୍ଧି ହେବ । ଯାହା ବର୍ଦ୍ଧିତ ତାପମାତ୍ରାକୁ ନିୟନ୍ତ୍ରଣ କରିବ ।

Odisha Summer Weather March Rain

ମାର୍ଚ୍ଚ ମାସରେ ବର୍ଷା ସମ୍ଭାବନା ନଥିବାରୁ ଉପରମୁହାଁ ହେବ ପାରଦ । ଗତ ଦୁଇ ଦିନ ହେବ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୩୬ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ମାସ ଶେଷ ବେଳକୁ ୪୦ ଡିଗ୍ରୀ ଟପିପାରେ । ବିଶେଷ କରି ମାଲକାନଗିରି, ସୋନପୁର, ବୌଦ୍ଧ ଏବଂ କଳାହାଣ୍ଡିରେ ତାପମାତ୍ରା ଅଧିକ ରହିବା ନେଇ ଆଇଏମଡି ଆକଳନ କରିଛି । ସେପଟେ ଓଡ଼ିଶାକୁ ବାୟୁ ମଣ୍ଡଳର ତଳ ଭାଗରୁ ଗରମ ପବନ ପ୍ରବାହିତ ହେଉଥିବା ବେଳେ ଉପର ଭାଗ ୧୨ କିଲୋମିଟରରେ ଥଣ୍ଡା ପବନ ପ୍ରବାହିତ ହେଉଛି ।

ତେଣୁ ତାହା ତାପମାତ୍ରା ବୃଦ୍ଧି କରିବାକୁ ଦେଉନି । ଫଳରେ ରାଜ୍ୟରେ ଗ୍ରୀଷ୍ମ ଋତୁରେ କାଳବୈଶାଖୀ ବର୍ଷା ପାଇଁ ତାତି ନିୟନ୍ତ୍ରଣରେ ରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଗତବର୍ଷ ମାର୍ଚ୍ଚ ମାସରେ ଭୁବନେଶ୍ୱର ୪୪.୨ ଡିଗ୍ରୀ ତାପମାତ୍ରା ସହ ଦେଶର ସବୁଠୁ ଉତ୍ତପ୍ତ ସହର ଭାବରେ ରେକର୍ଡ କରିଥିଲା । କିନ୍ତୁ ଏବର୍ଷ ତାତିରୁ ତ୍ରାହି ମିଳିବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।