spot_img
Home Blog Page 4539

ଓଡ଼ିଶାରେ ପଡ଼ିଲା ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ, ୩୦ ଟଙ୍କା ବଢ଼ିଲା ପାମୋଲିନ୍ ତୈଳ ଦର

ଭୁବନେଶ୍ୱର: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଲଢ଼େଇ । ୟୁକ୍ରେନ ରାଜଧାନୀ କିଭକୁ କବ୍ଜା କରିବାକୁ ଭୟଙ୍କର ଆକ୍ରମଣ କରିବାରେ ଲାଗିଛି ଋଷ । ତେବେ ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ପ୍ରଭାବ ଓଡ଼ିଶାରେ ପଡ଼ିଛି । ଯୁଦ୍ଧ ଫଳରେ ରାଜ୍ୟରେ ତୈଳ ଦର ବୃଦ୍ଧି ପାଇଛି । ଲିଟର ପିଛା ୩୦ ଟଙ୍କା ବଢ଼ିଛି ପାମୋଲିନ୍ ତେଲ । ସେହିପରି ସନଫ୍ଲାଓ୍ୱାର ତେଲ ଦର ବି ଆକାଶ ଛୁଆଁ ରହିଛି । ତେବେ ରାଜ୍ୟରେ ଯେତିକି ପରିମାଣର ତେଲ ଗଚ୍ଛିତ ଅଛି ତାହା ସପ୍ତାହକ ମଧ୍ୟରେ ଶେଷ ହୋଇଯିବ । ଏପରି ସ୍ଥିତିରେ ଯଦି ତୈଳ ଆମଦାନୀ ନହୁଏ ତେବେ ସ୍ଥିତି ସଙ୍ଗୀନ ହେବ ।

ସୂଚନା ଅନୁସାରେ ଓଡ଼ିଶାକୁ ଦୈନିକ ଦେଢ଼ ହଜାରରୁ ୨ ହଜାର ଟନ୍ ତେଲ ଆମଦାନୀ ହୁଏ । ସେହିପରି ବାର୍ଷିକ ୬ ଲକ୍ଷ ଟନ୍ ତୈଳ ଓଡ଼ିଶାକୁ ଆସିଥାଏ । ଯଦି ଭାରତ କଥା କହିବା ତାହାଲେ ଭାରତକୁ ବାର୍ଷିକ ୧.୯୦ କୋଟି ଟନ୍ ତୈଳ ଆବଶ୍ୟକତା ରହିଛି । ସେଥିରୁ ୧.୩୦ କୋଟି ଟନ୍ ହିସାବରେ ୭୦ ପ୍ରତିଶତ ଆମଦାନୀ ହୋଇଥାଏ । ସେଥି ମଧ୍ୟରୁ ୫୦ ପ୍ରତିଶତ ପାମୋଲିନ୍, ୨୦ ପ୍ରତିଶତ ସନଫ୍ଲାଓ୍ବାର ତୈଳ ଆମଦାନୀ ହୋଇଥାଏ । ଆମଦାନୀ ହେଉଥିବା ମୋଟ ତୈଳରୁ ୨୩ ଲକ୍ଷ ଟନ ସନଫ୍ଳାଓ୍ବାର, ୨୪ ଲକ୍ଷ ଟନ୍ ପାମୋଲିନ୍ କେବଳ ୟୁକ୍ରେନରୁ ଆସିଥାଏ । କିନ୍ତୁ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ କାରଣରୁ ଆମଦାନୀରେ ବ୍ୟାଘାତ ସୃଷ୍ଟି ହୋଇଛି । ଯଦି ସରକାର ଏଥିପ୍ରତି ଦୃଷ୍ଟି ନଦେବେ ତେବେ ଆସନ୍ତା ସପ୍ତାହକ ମଧ୍ୟରେ ତୈଳ ଦର ୫୦ ଟଙ୍କା ବୃଦ୍ଧି ପାଇବ ବୋଲି କହିଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା ।

 

ଖାର୍କିବରେ କୌଣସି ବି ଭାରତୀୟ ପଣବନ୍ଦୀ ନାହାଁନ୍ତି

କିଭ୍: ୟୁକ୍ରେନ ଉପରେ ଆକ୍ରମଣ ମଧ୍ୟରେ ଖାର୍କିବରେ ଶତାଧିକ ଭାରତୀୟ ଛାତ୍ରଛାତ୍ରୀ ପଣବନ୍ଦୀ ଥିବା କହିଥିଲା ଋଷ । ଏବେ ଏହା ଉପରେ ଜବାବ ରଖିଛି ଭାରତ । ଋଷ ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ମୁଖପାତ୍ର କହିଥିଲେ ଯେ, ୟୁକ୍ରେନ ସୀମା ଛାଡି ବେଲଗୋରୋଡ ଯାଉଥିବା ବେଳେ, ଅନେକ ଭାରତୀୟ ଛାତ୍ରଙ୍କୁ ୟୁକ୍ରେନ କର୍ତ୍ତୃପକ୍ଷ ବଳପୂର୍ବକ ପଣବନ୍ଦୀ କରି ନେଇଛନ୍ତି ।

Russia Ukraine War One Indian Student Dead In Kharkiv

ତେବେ ଏହାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚି କହିଛନ୍ତି ୟୁକ୍ରେନରେ ଭାରତ ଛାତ୍ରଛାତ୍ରୀଙ୍କି ପଣବନ୍ଦୀ କରାଯାଇଥିବା କୌଣସି ସୂଚନା ମିଳିନାହିଁ । ସେ କହିଛନ୍ତି ଯେ ଭାରତୀୟଙ୍କୁ ପଠାଇବା ପାଇଁ ୟ୍ରୁକ୍ରେନ କର୍ତ୍ତୃପକ୍ଷଙ୍କ ଠାରୁ ଯଥେଷ୍ଟ ସାହାଯ୍ୟ ମିଳୁଛି । ଯୁଦ୍ଧଗ୍ରସ୍ତ ଦେଶରେ ଥିବା ଭାରତୀୟଙ୍କ ସହ ବୈଦେଶିକ ମନ୍ତ୍ରଣାଳୟ ଯୋଗାଯୋଗରେ ରହିଛି । ଏବଂ କୌଣସି ବି ବିଦ୍ୟାର୍ଥୀଙ୍କ ବିଷୟରେ ପଣବନ୍ଦୀ ହେବାର ଭଳି କୌଣସି ସୂଚନା ନାହିଁ । ଆମେ ୟୁକ୍ରେନ ଅଧିକାରୀଙ୍କୁ ବିଶେଷ ଟ୍ରେନର ବ୍ୟବସ୍ଥା କରିବାକୁ କହିଛୁ, ଯେମିତି କି ବିଦ୍ୟାର୍ଥୀମାନଙ୍କୁ ଖାର୍କିବରୁ ଦେଶର ପଶ୍ଚିମ ସୀମାରେ ଥିବା ଦେଶକୁ ନିଆଯାଇପାରିବ ।

ଏହାପୂର୍ବରୁ ଋଷ ସେନା ପ୍ରବକ୍ତା କହିଥିଲା ଯେ, ୟୁକ୍ରେନ ଭାରତୀୟ ଛାତ୍ରଛାତ୍ରୀଙ୍କୁ ପଣବନ୍ଦୀ କରି ରଖିଛି  । ଏବଂ ଋଷ ସେନା ସେମାନଙ୍କୁ ସୁରକ୍ଷିତ ଦେଶକୁ ଫେରିବାକୁ ସବୁ ପ୍ରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛି । ସେମାନେ ଋଷର ବିମାନ କିମ୍ବା ଭାରତ ବିମାନ ସାହାଯ୍ୟରେ ଛାତ୍ରଛାତ୍ରୀ ଭାରତକୁ ଆଣିବେ ।

Ukraine Banned 18 To 60 Years Old Male To Leave Country During War

ଋଷର ଏହି ଦାବିର କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁତିନ ବର୍ତ୍ତାଳପ କରିଥିଲେ ଏବଂ ପୂର୍ବ ୟୁକ୍ରେନର ଖାର୍କିବର ପରିସ୍ଥିତି ଉପରେ ଚର୍ଚ୍ଚା କରିଥିଲେ । ତେବେ ଖାର୍କିବରେ ଏକ ହଜାରରୁ ଅଧିକ ଭାରତୀୟ ଫସିଥିବା କୁହାଯାଉଥିଲା ।

ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ବିଳମ୍ବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଢ଼େଙ୍କାନାଳ ସାଂସଦ

ଅନୁଗୁଳ: ଶେଷ ହେବାର ନାଁ ଧରୁନି କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ । ସଂପ୍ରସାରଣ କାର୍ଯ୍ୟ ବିଳମ୍ବକୁ ନେଇ ତେଜିଛି ଅସନ୍ତୋଷ । ଏହି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଢ଼େଙ୍କାନାଳ ସାଂସଦ ମହେଶ ସାହୁ । ବଅଁରପାଳଠାରେ ଜାତୀୟ ରାଜପଥ ଅବରୋଧ କରିବା ସହିତ ଢ଼େଙ୍କାନାଳର ଶ୍ୟାମାଚରଣପୁରରେ ମାଲବାହୀ ଟ୍ରେନ ଚଳାଚଳକୁ ରୋକାଯାଇଛି । ସେହିପରି ୫୫ ନମ୍ବର ଜାତୀୟ ରାଜପଥ ମଧ୍ୟ ଅବରୋଧ କରାଯାଇଛି ।

ଜାତୀୟ ରାଜପଥକୁ ଅବରୋଧ କରିବା ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି । ତୁରନ୍ତ ଜାତୀୟ ରାଜପଥ କାମ ସମ୍ପୂର୍ଣ୍ଣ କରିବାକୁ ଦାବି ହୋଇଛି । ଏହି ଆନ୍ଦୋଳନରେ ବଜାର କମିଟି ସହ ତାଳଚେର ଓ ଅନୁଗୁଳର ଶତାଧିକ ଲୋକ ସାମିଲ ହୋଇଛନ୍ତି । ରାଜ୍ୟ ସରକାର ରାଜପଥ ପ୍ରଶସ୍ତିକରଣ ପାଇଁ ଜମି ଯୋଗାଇ ଦେଇଛନ୍ତି । କାମ ପାଇଁ ଟଙ୍କା ମଧ୍ୟ ଆସିସାରିଛି । କିନ୍ତୁ ଠିକା ସଂସ୍ଥାର ଅବହେଳା ପାଇଁ ଲକ୍ଷ ଲକ୍ଷ ଲୋକ ସମସ୍ୟା ଭୋଗୁଛନ୍ତି । ଅନୁଗୁଳ ଓ ଢେଙ୍କାନାଳ ମଧ୍ୟରେ ରାଜପଥର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି । ଦୁର୍ଘଟଣାରେ ଅନେକ ଲୋକଙ୍କର ଜୀବନ ମଧ୍ୟ ଯାଉଛି । ଏଣୁ ତୁରନ୍ତ ଏହି ଜାତୀୟ ରାଜପଥ କାମ ସାରିବାକୁ ଦାବି ହୋଇଛି ।

ଶହେ ଟେଷ୍ଟରେ ଇତିହାସ ରଚିବେ କୋହଲି, ସଚିନ-ଦ୍ରାବିଡଙ୍କ ସହ ହେବେ ସମକ୍ଷକ

ମୋହାଲି: ଆସନ୍ତାକାଲିଠାରୁ ମୋହାଲୀଠାରେ ଆରମ୍ଭ ହେବାକୁ ଯାଉଛି ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ । ଏହି ମ୍ୟାଚ ଟିମ୍ ଇଣ୍ଡିଆନର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଏକ ଐତିହାସକ ଅଟେ । କାହିଁକି ନା ଏହି ମ୍ୟାଚ ବିରାଟଙ୍କ ପାଇଁ ୧୦୦ ତମ ଟେଷ୍ଟ ମ୍ୟାଚ । ଯେଉଁଥି ପାଇଁ ଏହି ମ୍ୟାଚ ବିରାଟଙ୍କ ଐତିହାସକ ମ୍ୟାଚ ଅଟେ । ତେବେ ଏହି ମ୍ୟାଚରେ ଆଉ ଏକ ରେକର୍ଡ କରିବାରେ ସୁଯୋଗ ରହିଛି । ମୋହାଲି ଟେଷ୍ଟରେ ୮ ହଜାର ରନ କ୍ଲବରେ ସାମିଲ ହୋଇପାରନ୍ତି ବିରାଟ କୋହଲି । ବିରାଟ କୋହଲି ୮ ହଜାର ରନ କ୍ଲବରେ ସାମିଲ ହେବା ପାଇଁ ମାତ୍ର ୩୮ ରନ ଆବଶ୍ୟକ । ବିରାଟଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ସୁନୀଲ ଗାଭାସ୍କର, ବିରେନ୍ଦ୍ର ସେହେଓ୍ୱାଗ ଓ ଭିଭିଏସ ଲକ୍ଷ୍ମଣ ଏହି ସଫଳତା ହାସଲ କରିସାରିଛନ୍ତି ।

ତେବେ ଯଦି ବିରାଟ କୋହଲି ମୋହାଲି ଟେଷ୍ଟରେ ୩୮ ରନ୍ କରନ୍ତି ତେବେ ସବୁଠାରୁ ଦ୍ରୁତ ୮ ହଜାର ରନ୍ କରିଥିବା ପଞ୍ଚମ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇପାରିବେ । ବିରାଟ ୧୬୮ ପାଳିରେ ଏହି ସଫଳତା ହାସଲ କରିବେ । ଏହା ପୂର୍ବରୁ ସଚିନ ତେନ୍ଦୁଲକର ୧୫୪ଟି ପାଳିରେ ୮୦୦୦ ରନ୍ ପୂରଣ କରିଥିଲେ । ସଚିନଙ୍କ ପରେ ରାହୁଲ ଦ୍ରାବିଡ ୧୫୮, ବିରେନ୍ଦ୍ର ସେହଓ୍ୱାଗ ୧୬୦, ସୁନୀଲ ଗାଭାସ୍କର ୧୬୬ ପାଳିରେ ଏହି କାରନାମା କରିଥିଲେ । ଶ୍ରୀଲଙ୍କା ବିପକ୍ଷରେ ବିରାଟ କୋହଲିଙ୍କ ରେକର୍ଡ ଦମଦାର ରହିଛି । ଶ୍ରୀଲଙ୍କା ଯେତେବେଳେ ଶେଷ ଥର ପାଇଁ ଭାରତ ଗସ୍ତ ଆସିଥିଲା ସେତେବେଳେ ବିରାଟ ୩ଟି ମ୍ୟାଚରେ ୬୧୦ ରନ୍ କରିଥିଲେ ।

 

ୟୁକ୍ରେନ ପାସପୋର୍ଟ ବଞ୍ଚାଇଲା ୧୬ବର୍ଷ ବାଳକ ଜୀବନ, ଜାଣନ୍ତୁ କେମିତି…

କିଭ୍:  ୟୁକ୍ରେନରେ ଜାରି ରହିଛି ଋଷର ଆକ୍ରମଣ । ୟୁକ୍ରେନ ବଡ଼ ବଡ଼ ସହର ଉପରେ କବଜା କରିବାକୁ ଋଷର ସୈନ୍ୟ ଘନ ଘନ ମିସାଇଲ ମାଡ଼ ଚଳାଇଛନ୍ତି । ପୂର୍ବରୁ ଋଷ କହିଥିଲା ​​ଯେ ୟୁକ୍ରେନର ସାମରିକ ବେସକୁ ଟାର୍ଗେଟ କରାଯାଇଛି, କିନ୍ତୁ ବର୍ତ୍ତମାନ ଋଷ ସୈନିମାନେ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଗୁଳି ଚଳାଉଛନ୍ତି । ଏଭଳି ଏକ ଆକ୍ରମଣରୁ ୟୁକ୍ରେନର ଜଣେ ୧୬ ବର୍ଷର ବାଳକର ଜୀବନ ବଞ୍ଚିଯାଇଛି । ତେବେ ଏନେଇ ୟୁକ୍ରେନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ପାସପୋର୍ଟର ଫଟୋ ଦିଆଯାଇ କୁହାଯାଇଛି ଯେ, ପକେଟରେ ଥିବା ଏହି ପାସପୋର୍ଟ କାରଣରୁ ୟୁକ୍ରେନର ଜଣେ ୧୬ ବର୍ଷ ବାଳକର ଜୀବନ ବଞ୍ଚିଯାଇଛି। ସେ ଲେଖିଛନ୍ତି, ‘ବନ୍ଧୁକର ଗୁଳିର ଏକ ଖଣ୍ଡ ୟୁକ୍ରେନର ପାସପୋର୍ଟରେ ଅଟକି ଯାଇଥିଲା। ଯେଉଁଥି ପାଇଁ ୧୬ ବର୍ଷ ବାଳକର ଜୀବନ ବଞ୍ଚିଯାଇଛି । ତେବେ ଆହତ ବାଳକକୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି ଯେଉଁଠାରେ ତାଙ୍କୁ ଅପରେସନ୍ କରାଯାଉଛି।

ସୂଚନା ଅନୁଯାୟୀ, ଏହି ଘଟଣା ୟୁକ୍ରେନର ମାରିୟୁପୋଲ ସହରରୁ ଆସିଛି । ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ଋଷର ସେନା ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛି ଏବଂ ସେମାନଙ୍କ ଉପରେ ଗୁଳି ମାଡ଼ କରୁଛି । ଉଲ୍ଲେଖନୀୟ ବିଷୟ ହେଉଛି, ଋଷର ସୈନ୍ୟମାନେ ୟୁକ୍ରେନ ସହର ଉପରେ ଆକ୍ରମଣ ଜାରି ରଖିବା ସହ ୟୁକ୍ରେନର ଅନେକ ସହରକୁ କାବୁ କରିଥିବାର ଦାବି କରୁଛନ୍ତି।

ବିଗ୍ ବି’ଙ୍କ ଫିଲ୍ମ ‘ଝୁଣ୍ଡ’ ଦେଖି କାନ୍ଦିପକାଇଲେ ଅମିର

ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଝୁଣ୍ଡ’ ୪ ମାର୍ଚ୍ଚରେ ରିଲିଜ ହେବାକୁ ଯାଉଛି । କିନ୍ତୁ ଫିଲ୍ମ ରିଲିଜ ପୂର୍ବରୁ ଗୋଟିଏ ପ୍ରାଇଭେଟ ସ୍କ୍ରିନିଂ କରାଯାଇଛି । ଆଉ ଏହି ସ୍କ୍ରିନିଂରେ ବଲିଉଡ଼ ବଡ଼ ବଡ଼ ଚେହାରା ସାମିଲ ଥିଲେ । ଆଉ ଏଥରେ ମିଷ୍ଟର ପ୍ରଫେକ୍ସନିଷ୍ଟ ଅମିର ଖାନ ମଧ୍ୟ ଥିଲେ । ଏହି ଫିଲ୍ମ ଦେଖିବା ପରେ ଅମିର କାନ୍ଦିପକାଇଥିଲେ ଯାହାର ଭିଡ଼ିଓ ଭାଇରାଲ ହୋଇଛି । ଏହି  ଭିଡ଼ିଓଟିରେ ଅମିର ଲୁହ ପୋଛୁଥିବାର ନଜର ଆସିଛନ୍ତି ।

ଏନେଇ ଅମିର କହିଛନ୍ତି ଯେ, ଏମିତି ପ୍ରଥମ ଥର ହୋଇଛି ଯେଉଁ ଫିଲ୍ମକୁ ପ୍ରାଇଭେଟ ସ୍କ୍ରିନିଂରେ ଷ୍ଟାଡିଂ ଓବେସନ ମିଳିଛି । ଏହି ଫିଲ୍ମ ଦେଖିବା ପରେ ମୋ ପାଖରେ କହିବାକୁ ଶବ୍ଦ ନାହିଁ । ଏଥିରେ ଆମ ଦେଶର ଯୁବପିଢିଙ୍କ ଭାବନାକୁ ଫିଲ୍ମରେ ଦେଖା ଯାଇଛି ତାହା ଅଦ୍ଭୁତ ଏବଂ ଯେମିତି ପିଲାମାନେ ଏଥିରେ କାମ କରିଛନ୍ତି ତାହା  ମଧ୍ୟ ବିଶ୍ୱସନୀୟ । ଅମିର ଏହାକୁ ବିଗ୍ ବି ଙ୍କ ମହାନ ଫିଲ୍ମାମାନଙ୍କ ମଧ୍ୟରୁ ଗୋଟିଏ ବୋଲି କହିଛନ୍ତି ।

ତେବେ ଏହା ପ୍ରଥମ ଥର  ନୁହେଁ ଯେଉଁ ଫିଲ୍ମ ଦେଖି ଅମିର କାନ୍ଦିଛନ୍ତି । ଏହା ପୂର୍ବରୁ ଇରଫାନ ଓ କଙ୍ଗନାଙ୍କ କଟ୍ଟି ବଟ୍ଟି,ସଲମାନ ଓ କରିନାଙ୍କ ବଜରଙ୍ଗୀ ଭାଇଜାନ ଦେଖି ମଧ୍ୟ ଅମିର କାନ୍ଦି ପକାଇଥିଲେ । ସୂଚନା ଅନୁସାରେ ଫିଲ୍ମ ଝୁଣ୍ଡ ‘କୁ ସେରାଟର ନିର୍ଦ୍ଦେଶକ ନାଗରାଜ ପୋପଟରାଓ ମଁଜଲେ ନର୍ଦେଶନା ଦେଇଛନ୍ତି । ଏବଂ ସେ ସବୁବେଳେ ବିଷୟ ପ୍ରଧାନ ଫିଲ୍ମ ହିଁ କରନ୍ତି ।

ପୁଣି ଜୋରଦାର ହେଲା ’ଅପରେସନ ପିଙ୍କ ଡାକ୍ତର’, ରିମାଣ୍ଡରେ ଆସିବ ନକଲି ଡାକ୍ତର ରମେଶ

ଭୁବନେଶ୍ୱର: ପୁଣି ଜୋରଦାର ହେଲା ଅପରେସନ ପିଙ୍କ ଡାକ୍ତର । ନକଲି ଡାକ୍ତର ରମେଶ ବିରୋଧରେ ବଢ଼ିଲା ଠକେଇ ଅଭିଯୋଗ ସଂଖ୍ୟା । ପୁଣି ଥରେ ରିମାଣ୍ଡରେ ଆସିବ ଠକ ରମେଶ ସ୍ୱାଇଁ । ଗୌହାଟୀ ମହିଳାଙ୍କୁ ଵିଵାହ ନାମରେ ୨୧ ଲକ୍ଷ ଠକେଇ ମାମଲାରେ ପୋଲିସ ରିମାଣ୍ଡରେ ଆଣିବ । ଆଜି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ୭ ଦିନ ରିମାଣ୍ଡ ପାଇଁ ଆବେଦନ କରିବ ପୋଲିସ । ପୂର୍ବରୁ ୨ଟି ପର୍ଯ୍ୟାୟରେ ୮ ଦିନିଆ ରିମାଣ୍ଡରେ ଆସିଥିଲା ଏକାଧିକ ବିବାହ କରିଥିବା ରମେଶ । ସେପଟେ ପାହାଳରେ ବାଉଣ୍ଡରୀ ବୁଲେଇବାକୁ କହି ଠିକାଦାରଙ୍କୁ ୭୦ ହଜାର ଠକିଥିବା ପାହାଳ ଥାନାରେ ଅଭିଯୋଗ କରିଛନ୍ତି ଠିକାଦାର । ରମେଶ ନିଜ ଜମିରେ ୩ ମହଲା କୋଠା କରିବା କଥା ଠିକାଦାରଙ୍କୁ କହିଥିଲା । ଠିକାଦାର ଅଭିଯୋଗ କରିବା ପରେ ସେ ଜାଗାର ମାଲିକାନା ଯାଂଚ କରିଛି ପୋଲିସ । ଏବେ ସୁଦ୍ଧା ଓଡ଼ିଶାରେ ବିଭିନ୍ନ ଥାନାରେ ରମେଶଙ୍କ ନାଁରେ ୧୫ଟି ମାମଲା ରୁଜୁ ହୋଇଛି ।

 

ଋଷ ତାର ସ୍ପେସ୍ ରକେଟରୁ ହଟାଇଲା ଆମେରିକା, ଜାପାନ ଓ ବ୍ରିଟେନର ପତାକା

ମସ୍କୋ: ୟୁକ୍ରେନ ଉପରେ ଋଷର ଆକ୍ରମଣ ଧିରେ ଧିରେ ଭୟଙ୍କର ହେବାରେ ଲାଗିଛି । ଏବେ ଏହାକୁ ନେଇ ସ୍ପେସ ଇଣ୍ଡଷ୍ଟ୍ରିରେ ମଧ୍ୟ ଘମାଘଟ ଆରମ୍ଭ ହୋଇଛି । ଏବଂ ହୁଏତ ଏହା ଇତିହାସରେ ପ୍ରଥମ ଯେ ପୃଥିବୀର ଯୁଦ୍ଧ ଏବେ ମହାକାଶରେ ଅନୁଭୂତ ହୋଇଛି । ବୁଧବାରଦିନ ଋଷ ଏକ ସାଟେଲାଇଟ ଲଞ୍ଚ କରୁଥିବା ରକେଟରୁ କିଛି ଦେଶର ପତାକାକୁ ହଟାଇ ଦେଇଛି । ଏହି ସମ୍ପୂର୍ଣ୍ଣ ଘଟଣାର ଭିଡ଼ିଓ ଋଷର ସ୍ପେସ୍ ଏଜେନ୍ସିର ମୁଖ୍ୟ ଦିମିଟ୍ରି ରୋଗୋଜିନ୍ ସେୟାର କରିଛନ୍ତି।

https://twitter.com/Rogozin/status/1499043075586469900?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1499043075586469900%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.opindia.com%2F2022%2F03%2Frussia-removes-us-uk-and-japan-flags-from-rocket-but-keeps-indian-flag%2F

ତେବେ ଏହି ଭିଡିଓ ସେୟାର କରି ସେ ଲେଖିଛନ୍ତି ଯେ, ବାଇକୋନୁରରେ ଆମର ଦଳ ନିଷ୍ପତ୍ତି ନେଇଛନ୍ତି ଯେ ଆମର ରକେଟ୍ କିଛି ଦେଶର ପତାକା ବିନା ଭଲ ଦେଖାଯିବ । ଭିଡିଓରେ ଏହା ଦେଖିବାକୁ ମିଳେ ଯେ ରକେଟରେ ଭାରତୀୟ ପତାକା ଲଗାଯାଇଥିବାବେଳେ ଆମେରିକା, ଜାପାନ, ବ୍ରିଟେନର ପତାକାକୁ ହଟାଇ ଦିଆଯାଇଛି। ଏହି ପତାକା କାଜାକିସ୍ତାନର ବାଇକୋନୁରରେ ଋଷର ଲଞ୍ଚ ପ୍ୟାଡରୁ ସ୍ପେସ୍ ରକେଟରୁ ଏହିସବୁ ଦେଶର ପତାକା ହଟାଯାଇଛି ।

ଅପରେସନ ଗଙ୍ଗା, ୨୦୦ ଛାତ୍ରଙ୍କୁ ନେଇ ଭାରତ ଫେରିଲା C-17 ଗ୍ଳୋବମାଷ୍ଟର

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ପ୍ରଥମ ସି-୧୭ ଗ୍ଲୋବମାଷ୍ଟର ବିମାନ ରୋମାନିଆରୁ ଭାରତ ଫେରିଛି । ଏହି ବିମାନରେ ପ୍ରାୟ ୨୦୦ ଭାରତୀୟ ନାଗରିକ ଫେରିଛନ୍ତି । ବାୟୁସେନାର C-17 ଗ୍ଲୋବମାଷ୍ଟର ବିମାନ ତା’ର ହୋମ ବେସ୍ ହିଣ୍ଡନରେ ଅବତରଣ କରିଛି । C-17 ଗ୍ଲୋବମାଷ୍ଟରରେ ଆସିଥିବା ଭାରତୀୟଙ୍କୁ ସ୍ୱାଗତ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଅଜୟ ଭଟ୍ଟ ହିଣ୍ଡନ ଏୟାରବେସରେ ପହଞ୍ଚିଥିଲେ ।

https://twitter.com/ANI/status/1499119807308124160?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1499119807308124160%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.aajtak.in%2Findia%2Fdelhi%2Fstory%2Foperation-ganga-first-c-17-returning-to-india-tonight-200-indian-students-romania-ntc-1420853-2022-03-02

ନ୍ୟୁଜ୍ ଏଜେନ୍ସି ANIର ସୂଚନା ଅନୁସାରେ ପ୍ରତିରକ୍ଷା ରଜ୍ୟମନ୍ତ୍ରୀ ଅଜୟ ଭଟ୍ଟ କହିଛନ୍ତି କି ୟୁକ୍ରେନର ପଡୋଶୀ ଦେଶକୁ ଚାରି ଜଣ ମନ୍ତ୍ରୀ ପଠାଇଛନ୍ତି । ଯେ ପର୍ଯ୍ୟନ୍ତ ଭାରତୀୟ ନାଗରିକ ସେଠାରୁ ଆସିନାହାନ୍ତି ସେ ପର୍ଯ୍ୟନ୍ତ ବାୟୁ ସେନାର ବିମାନ ଉଦ୍ଧାର କାର୍ଯ୍ୟ ଜାରି ରଖିବ । ଏହା ସହ ସେ ଆହୁରି କହିଛନ୍ତି ଯେ ଭାରତ ସରକାର ୟୁକ୍ରେନରେ ଫସିଥିବା ନାଗରିକଙ୍କ ପାଇଁ ଖାଦ୍ୟ, ଔଷଧ, କପଡ଼ା ଓ କମ୍ବଳର ବ୍ୟବସ୍ଥା ମଧ୍ୟ କରିଛି ।

ସେହିପରି ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ମଧ୍ୟ ମୁମ୍ବାଇରେ ପହଞ୍ଚିଛି । ଏହି ବିମାନରେ ୧୮୩ ଭାରତୀୟ ମୁମ୍ବାଇରେ ପହଞ୍ଚିଛି । ଏହି ବିମାନ ଆସିବା ପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଟ୍ୱିଟ୍ କରି ସୂଚନା ଦେଇଥିଲେ କି ଭାରତୀୟ ବାୟୁସେନା ସମେତ ୯ ବିମାନ ଆଜି ହେଙ୍ଗରୀ, ରୋମାନିଆ ଓ ପୋଲାଣ୍ଡରୁ ଦିଲ୍ଲୀ ପହଞ୍ଚିବେ । ଏହା ବ୍ୟତୀତ ଆଉ ୬ଟି ବିମାନ ମଧ୍ୟ ବହୁତ ଶୀଘ୍ର ଭାରତରେ ପହଞ୍ଚିବ । ସେ ଟ୍ୱିଟରେ କହିଛନ୍ତି କି ଏବେ ଆଉ ୩ ହଜାର ଭାରତୀୟଙ୍କୁ ୟୁକ୍ରେନରୁ ଆଣିବା ବାକି ରହିଛି ।

ଯୁଦ୍ଧରେ ଋଷର ୪୯୮ ସୈନ୍ୟ ନିହତ ହୋଇଥିବା ମାନିଲା ଋଷ

ନୂଆଦିଲ୍ଲୀ: ଋଷ ଦାବି କରିଛି ଯେ ସେ ୟୁକ୍ରେନର ସହର ଖେରସନକୁ ସମ୍ପୂର୍ଣ୍ଣ ଭାବେ କବଜା କରିଛି । କିନ୍ତୁ ସହରର ମେୟର ଏହାକୁ ପ୍ରତ୍ୟାଖାନ କରି କହିଛନ୍ତି ଯେ ଖେରସନ ୟୁକ୍ରେନ ପାଖରେ ରହିଛି ଋଷ ଅଧୀନରେ ନୁହେଁ । ଯଦିଓ ଋଷ ୟୁକ୍ରେନରେ ତାର ଧ୍ୱଂସ ଲୀଳା ଜାରି ରଖିଛି ।  ଏବଂ ବର୍ତ୍ତମାନ ସୁଧା ଏହି ଦେଶର ଅନେକ ସହରକୁ ଧ୍ୱଂସ କରିବାରେ ବ୍ୟସ୍ତ ରହିଛି । ତେବେ ଏହି ଯୁଦ୍ଧରେ ଋଷର  ୪୯୮ ସୈନିକ ନିହତ ହୋଇଥିବା କହିଛି ଋଷ । ପ୍ରଥମ ଥର ପାଇଁ ରୁଷ ତାର ସୈନିକ ନିହତ ନେଇ ସୂଚନା ଦେଇଛି ।

ତେବେ ଏନେଇ ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ କହିଛନ୍ତି ଯେ ଯଦି ଏହି ତୃତୀୟ ବିଶ୍ୱଯୁଦ୍ଧ ହୁଏ ତେବେ ଏଥିରେ ପରମାଣୁ ଅସ୍ତ୍ର ସାମିଲ ହେବ ଏବଂ ଏହା ବିନାଶକାରୀ ହେବ । ଋଷର ସରକାରୀ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ଲାବରୋ ଏକ ସାକ୍ଷାତକାରରେ କହିଛନ୍ତି ଯେ ତୃତୀୟ ବିଶ୍ୱଯୁଦ୍ଧ ବିନାଶକାରୀ ପରମାଣୁ ଯୁଦ୍ଧ ହେବ । ଏଥି ସହିତ, ଲାବରୋ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ଏହି ମନ୍ତବ୍ୟ ଉପରେ ଗୁରୁତ୍ୱାରୋପ କରିଛନ୍ତି ଯେ ମସ୍କୋ ବିରୋଧରେ ୱାଶିଂଟନ୍‌ର କଠୋର ପ୍ରତିବନ୍ଧକ ପାଇଁ ତୃତୀୟ ବିଶ୍ୱଯୁଦ୍ଧ ଏକ ବିକଳ୍ପ ହେବ।

ଅନ୍ୟପଟେ ଆଜି ଯୁଦ୍ଧର ଅଷ୍ଟମ ଦିନରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବର୍ତ୍ତମାନ ଭୟଙ୍କର ରୂପ ନେଇଛି । ଋଷର ସୈନ୍ୟବାହିନୀ ୟୁକ୍ରେନର ରାଜଧାନୀ କିଭକୁ ଚାରିଆଡ଼ୁ ଘେରିଛନ୍ତି । ଏବଂ ଋଷର ସେନା ୟୁରୋପର ବୃହତ୍ତମ ଆଣବିକ ଶକ୍ତି କେନ୍ଦ୍ର ଆଡକୁ ଆଗଉଛି । ତେବେ ୟୁକ୍ରେନରୁ ଋଷର ସୈନ୍ୟ ପ୍ରତ୍ୟାହାର ପାଇଁ ମିଳିତ ଜାତିସଂଘରେ ପ୍ରସ୍ତାବ ପାରିତ କରିଛି । ଏହି ସମୟରେ ଦୁଇ ଦେଶ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହେବାକୁ ଯାଉଛି ।