’ଇ-ଲାଇବ୍ରେରୀ’ ପ୍ରକଳ୍ପ ଛାତ୍ରଛାତ୍ରୀଙ୍କୁ ଦୁନିଆ ସହ ଯୋଡ଼ିବ: ଆକାଶ ଦାସନାୟକ

1 min read

ଭୁବନେଶ୍ଵର: ଭୁବନେଶ୍ୱର ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ନୂଆ କରି ନିର୍ମାଣ କରାଯାଇଥିବା ସାଇକେଲ ଓ ବାଇକ୍ ଷ୍ଟାଣ୍ଡର ଲୋକାର୍ପଣ କରାଯାଇଛି । ଶନିବାର ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଉପସ୍ଥିତିରେ ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ ଏହାର ଉଦଘାଟନ କରିଛନ୍ତି ।

ସେହିପରି ମୋ କଲେଜ ଅଭିଯାନ ଅଧୀନରେ ରାଜା ମଧୁସୂଦନ ଦେବ କଲେଜ ପରିସରରେ ‘ଇ-ଲାଇବ୍ରେରି’ ନିର୍ମାଣ କରାଯାଉଛି । ବିଧାୟକ ସୁଶାନ୍ତ ରାଉତ ଏବଂ ମୋ କଲେଜ ଅଭିଯାନ ଅଧ୍ୟକ୍ଷ ଆକାଶ ଦାସନାୟକ ଏହି ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରିବା ସହିତ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଧାୟକ ଏବଂ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ବର୍ତ୍ତମାନର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, କଲେଜ ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀମାନଙ୍କୁ ମୋ କଲେଜ ଅଭିଯାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।

“ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିନବ ପରିକଳ୍ପନା ହେଉଛି ମୋ କଲେଜ ଅଭିଯାନ । ଏହି ଅଭିଯାନ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ପରିଚାଳନା ଢାଞ୍ଚାକୁ ବଦଳାଇ ଦେଇଛି । ଏହା ଅଧୀନରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଯୋଡ଼ି ଏବେ ବିଭିନ୍ନ କଲେଜର ସାମଗ୍ରିକ ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ତେଣୁ ସମସ୍ତେ ଏଥିରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ସୁଶାନ୍ତ କୁମାର ରାଉତ ।

ସେହିପରି ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସନାୟକ କହିଛନ୍ତି ଯେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ଜ୍ଞାନ ଭୂମି ରୂପେ ବିବେଚନା କରାଯାଇଥାଏ । ଛାତ୍ରଛାତ୍ରୀମାନେ ଏହିଠାରୁ ଜ୍ଞାନ ଆହରଣ କରି ନିଜ ସ୍ୱପ୍ନ ଓ କ୍ୟାରିଅରକୁ ନୂଆ ଉଚ୍ଚତାକୁ ନେବା ସହ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ପାଇଥାନ୍ତି । ତେଣୁ ଏହି ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନିଜର ପ୍ରିୟ ଉଚ୍ଚଶିନୁଷ୍ଠାନ ସହ ଯୋଡ଼ିବା ଲାଗି ‘ମୋ କଲେଜ’ ଅଭିଯାନ ଏକ ସୁଯୋଗ ଆଣିଛି । ଏହି ଅବସରରେ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରରୁ ୧୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ  ‘ମୋ କଲେଜ’ ସଂଯୋଜକ ଡକ୍ଟର ପ୍ରବୀଣ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।