IPL ୨୦୨୨: ପ୍ରଥମ ମ୍ୟାଚରେ କୋଲକାତାକୁ ଭେଟିବ ଦିଲ୍ଲୀ, ଦ୍ୱିତୀୟ ମ୍ୟାଚରେ ଲକ୍ଷ୍ନୌ- ରାଜସ୍ଥାନ ଟକ୍କର

ମୁମ୍ବାଇ: ଆଜି ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳାଯିବ ଦୁଇଟି ମ୍ୟାଚ । ଆଜି ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚ ମୁମ୍ବାଇର ବର୍ବଣ୍ଣ ଷ୍ଟାଡିୟମରେ ଅପରାହ୍ମ ୩ଟା ୩୦ରେ ଖେଳାଯିବ । ଏହି ମ୍ୟାଚରେ ବିଜୟ ଲାଭ କରି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ନିଜ ସ୍ଥାନ ସଦୃଢ଼ କରିବାକୁ ଚେଷ୍ଟା କରିବ କେକେଆର ।

ଚଳିତ ସିଜିନର ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ କେକେଆର ୪ଟି ମ୍ୟାଚରୁ ୩ଟିରେ ବିଜୟ ଲାଭ କରି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ଏହି ମ୍ୟାଚ ପୂର୍ବରୁ କୋଲକାତା ନାଇଟ ରାଇଡର୍ସ ଲଗାତର ଦୁଇଟି ମ୍ୟାଚରେ ବିଜୟ ଲାଭ କରିଛି । ତେଣୁ ଆଜିର ମ୍ୟାଚରେ ହ୍ୟାଟ୍ରିକ ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ଚେଷ୍ଟା କରିବ କେକେଆର । ଅନ୍ୟପକ୍ଷରେ ଦିଲ୍ଲୀ କଥା ଯଦି କହିବା ତାହାଲେ ଦିଲ୍ଲୀ ଏହି ମ୍ୟାଚ ପୂର୍ବରୁ ଖେଳିଥିବା ଦୁଇଟି ମ୍ୟାଚରେ ପରାଜୟ ବରଣ କରିଛି । ତେଣୁ ଆଜିର ମ୍ୟାଚରେ ଦିଲ୍ଲୀ ବିଜୟ ଲାଭ କରି ଚଳିତ ସିଜିନର ଦ୍ୱିତୀୟ ବିଜୟ ଲାଭ କରିବାକୁ ଚେଷ୍ଟା କରିବ ଦିଲ୍ଲୀ କ୍ୟାପିଟାଲ୍ସ ।

ଅନ୍ୟପଟେ ଆଜିର ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ଦଳ ପ୍ରଥମ ମ୍ୟାଚରେ ପରାଜୟ ପରେ ଦ୍ୱିତୀୟ ମ୍ୟାଚ ପରଠାରୁ ଦମଦାର କମବ୍ୟାକ୍ କରିଛି । ଲକ୍ଷ୍ନୌ ୪ଟି ମ୍ୟାଚ ଖେଳି ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ତେଣୁ ଆଜିର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ପଏଣ୍ଟ ଟେବୁଲର ଉପରକୁ ଉଠିବାକୁ ଚେଷ୍ଟା କରିବ ଲକ୍ଷ୍ନୌ ।

ସେହିପରି ଆଇପିଏଲର ଚଳିତ ସିଜିନରେ ଦମଦାର ପ୍ରଦର୍ଶନ କରୁଛି ରାଜସ୍ଥାନ ରୟାଲ୍ସ । ରାଜସ୍ଥାନ ୩ଟି ମ୍ୟାଚ ଖେଳି ଦୁଇଟିରେ ବିଜୟ ଲାଭ କରି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ତେଣୁ ଆଜିର ମ୍ୟାଚରେ ରାଜସ୍ଥାନ ମଧ୍ୟ ବିଜୟ ଲାଭ କରି ପଏଣ୍ଟ ଟେବୁଲର ଉପରକୁ ଯିବା ପାଇଁ ଚେଷ୍ଟା କରିବ ।