ୟୁକ୍ରେନ ବିପକ୍ଷ ଯୁଦ୍ଧ ପାଇଁ ନୂଆ ସେନାମୁଖ୍ୟଙ୍କୁ ନିଯୁକ୍ତ କଲା ଋଷ

ମସ୍କୋ: ନୂଆ ସେନା ମୁଖ୍ୟଙ୍କୁ ନିଯୁକ୍ତ କଲା ଋଷ । ୟୁକ୍ରେନ ବିପକ୍ଷ ଯୁଦ୍ଧକୁ ଅଧିକ ଫଳପ୍ରଦ କରିବା ପାଇଁ ନୂଆ ସେନା ମୁଖ୍ୟଙ୍କୁ ନିଯୁ୍କ୍ତି ଦିଆଯାଇଛି । ଋଷ ଦକ୍ଷିଣାଞ୍ଚଳ ସାମରିକ ଜିଲ୍ଲାର  ନେତୃତ୍ୱ ନେବାକୁ ଜେନେରାଲ ଆଲେକ୍ସଜେଣ୍ଡର ଡ୍ରୋରନିକୋଭ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି । ସେନା କିବ୍‌ ଅଧିକାର କରିବାରେ ବିଫଳ ହେବାରୁ ୟୁକ୍ରେନ୍‌ରେ ଚାଲିଥିବା ଯୁଦ୍ଧରେ ନେତୃତ୍ବ ନେବା ପାଇଁ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।

After Kyiv failure, Vladimir Putin appoints new army-general to lead  Ukraine war | World News | Zee News

ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ ୟୁକ୍ରେନ୍‌ରେ ଚାଲିଥିବା ରୁଷ୍‌ର ସାମରିକ ଅଭିଯାନର ‘ଥିଏଟର୍‌ କମାଣ୍ଡର୍‌’ଭାବେ ଡ୍ରୋରନିକୋଭ୍‌ଙ୍କୁ ନାମିତ କରାଯାଇଛି । ମେ’ ୯ ତାରିଖରେ ଋଷ ‘ବିଜୟ ଦିବସ’ ପାଳନ କରିବାକୁ ଯାଉଥିବା ବେଳେ ଏହା ପୂର୍ବରୁ ୟୁକ୍ରେନ ବିପକ୍ଷ ଯୁଦ୍ଧ ନେଇ କିଛି ଭଲ ଖବର ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ୍‌ଙ୍କୁ ଦେବେ ବୋଲି ଆଶା କରାଯାଉଛି ।

Report: Russia appoints new warlord in Ukraine

ସୂଚନାଯୋଗ୍ୟ, ଦ୍ବିତୀୟ ବିଶ୍ବଯୁଦ୍ଧରେ ଜର୍ମାନି ଉପରେ ସୋଭିଏତ୍‌ ଦେଶର ବିଜୟ ବାର୍ଷିକୀ ଅବସରରେ ମେ ୯ ତାରିଖକୁ ଋଷରେ ‘ବିଜୟ ଦିବସ’ ଭାବେ ପାଳନ କରାଯାଏ। ଅନ୍ୟପକ୍ଷରେ ୟୁକ୍ରେନ୍‌ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ ଶନିବାର ଦିନ ରୁଷ୍‌ର ୧୩ଟି ବିମାନ ଘାଟିକୁ ଧ୍ବଂସ କରାଯାଇଛି। ଏଥିରେ ରୁଷ୍‌ ୫ଟି ‘ୟୁ‌ଏଭି’, ୪ଟି କ୍ଷେପଣାସ୍ତ୍ର, ୩ଟି ବିମାନ ଏବଂ ଗୋଟିଏ ହେଲିକପ୍ଟର୍‌ ହରାଇଛି।

ଏହାଛଡ଼ା, ଶନିବାର ଦିନ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଅଚାନକ କିବ୍‌ ଯାଇ ୟୁକ୍ରେନୀୟ ରା‌ଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କୁ ଭେଟିଛନ୍ତି। ଯୁଦ୍ଧବିଧ୍ବସ୍ତ କିଭ୍ ସହର ପରିଦର୍ଶନ କରିବା ସହ ପ୍ରସ୍ତୁତ କରିଛନ୍ତି ରଣନୀତି । ଏହାସହ ଆର୍ଥିକ ଓ ସାମରିକ ସହାୟତା ଯୋଗାଇବା ଲାଗି ଦେଇଛନ୍ତି ପ୍ରତିଶ୍ରୁତି । କିଭ ସହର ପରିଦର୍ଶନ ବେଳେ ସେ ଜେଲେନସ୍କିଙ୍କ ସହ ବୁଲିବା ସହ କେତେକ ନାଗରିକଙ୍କ ସହ ଆଲୋଚନା କରିଥିଲେ । ୟୁକ୍ରେନକୁ ସବୁପ୍ରକାର ସହାୟତା ଦେବା ଲାଗି ସେ ଦେଇଛନ୍ତି ପ୍ରତିଶ୍ରୁତି ।

ଏଥିସହିତ ପଢ଼ନ୍ତୁ: ୟୁକ୍ରେନକୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସରପ୍ରାଇଜ ଭିଜିଟ, ଋଷ ବିରୋଧରେ ହୋଇପାରେ…