spot_img
Home Blog Page 4538

ଘର ଇଣ୍ଟରିଅର ମିସ୍ତ୍ରୀଙ୍କୁ ନିର୍ମମ ହତ୍ୟା, କାରଣ ଖୋଜୁଛି ପୋଲିସ ?

କଟକ: ଘର ଇଣ୍ଟରିଅର ମିସ୍ତ୍ରୀଙ୍କୁ ନିର୍ମମ ହତ୍ୟା । କଟକ ବିଡାନାସୀ ନଦୀ ପଠାରୁ ମିଳିଲା ମୃତଦେହ। ମୃତଦେହ ନିକଟରୁ ତାଙ୍କ ବାଇକକୁ ଜବତ କଲା ବିଡାନସୀ ଥାନା ପୋଲିସ । ସୂଚନା ମୁତାବକ ମୃତ ବ୍ୟକ୍ତିଙ୍କ ନାମ ଆଜାଦ ୟାଦବ । ଘର ବିହାର ଚିକିତ୍ସା ବୋଲି ଜଣାପଡିଛି । ୨୫ତାରିଖ ଦିନ କଟକ ଆସିଥିଲେ କାମ କରିବା ପାଇଁ । ସେବେଠୁ ସେ ନିଖୋଜ ରହିଥିଲେ ।

ଦୀର୍ଘ ଦିନ ଧରି ନିଖୋଜ ରହିବା ପରେ ତାଙ୍କ ସମ୍ପର୍କୀୟ ୨୬ ତାରିଖରେ ଭୁବନେଶ୍ୱର ସହିଦନଗର ଥାନାରେ ଏତଲା ଦେଇଥଲେ । ସେପଟେ ଘଟଣା ସ୍ଥଳରେ କଟକ ଡ଼ିସିପି ଓ ସାଇଣ୍ଟିଫିକ୍‌ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କେମିତି ଓ କେଉଁ ସ୍ଥିତିରେ ତାଙ୍କୁ ହତ୍ୟା କରାଗଲା ତାହାର କାରଣ  ଖୋଜୁଛି ପୋଲିସ  ।

ତେବେ ଆଜାଦଙ୍କ ଆଜି ମୃତଦେହ ଠାବ ପରେ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ଚିହ୍ନଟ କରିଥିଲେ । ଘଟଣା ସ୍ଥଳରେ କଟକ ଡ଼ସିପି ଓ ସାଇଣ୍ଟିଫିକ୍‌ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।ତଦନ୍ତରେ ସହାୟତା କରିଥିଲା ଓଡିଶା ପୋଲିସ ରେ ନୂତନ କରି ସାମିଲ ହୋଇଥିବା ସନ୍ଧାନୀ କୁକୁର ଓଲା । କୁକୁର ଘଟଣା ସ୍ଥଳରେ ପହଁଚି ପ୍ରଥମେ ମୃତକଙ୍କ ପିନ୍ଧା ହେଲମେଟକୁ ଶୁଙ୍ଘିବା ପରେ ଜଙ୍ଗଲ ଭିତରୁ ଗୋଟିଏ ପରେ ଗୋଟିଏ ଜିନିଷକୁ ପୋଲିସ ନଜରକୁ ଆଣିଥିଲା ।

ମିଛ ପରିଚୟରେ ସତ ଲୁଟ୍, ରାଜଧାନୀରେ ନକଲି CBI ଅଫିସର

ଭୁବନେଶ୍ୱର: ରାଜଧାନୀରୁ ନକଲି ସିବିଆଇ ଅଫିସର ଗିରଫ । ନକଲି ସିବିଆଇ ଅଧିକାରୀ ନିଖିଳ ସ୍ବାଇଁକୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ । ନିରୀହ ଲୋକଙ୍କୁ ମିଛ ପରିଚୟ ଦେଇ ଠକୁଥିଲା ଏହି ଠକ । ସୂଚନା ମୁତାବକ ନିଖିଳ ଜଣେ ଭିନ୍ନକ୍ଷମ ବୋଲି ଜଣା ପଡ଼ିଛି । ଜଣେ ମୋବାଇଲ ଦୋକାନୀଙ୍କୁ ତାଙ୍କ ଝିଅର ଚିକିତ୍ସା କରାଇ ଦେବାକୁ କହି 30 ହଜାର ଠକି ନେଇଥିଲା ଠକ ।

ପରବର୍ତ୍ତୀ ସମୟରେ ଏୟାରପୋର୍ଟ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ସେକ୍ରେଟେରିଏଟ ଚାକିରୀ ଦେବାକୁ କହି ୪୦  ହଜାର ଟଙ୍କା ଠକି ନେଇଥିଲା । ଏମିତି କିଛି ଅଭିଯୋଗ ପାଇବା ପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା  । ଶେଷରେ  ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ତମାଣ୍ଡୋ ପୋଲିସ  । ଗିରଫ ପରେ ଅଭିଯୁକ୍ତକୁ  କୋର୍ଟ ଚାଲାଣ କରାଯାଇଛି  ।

 

ପ୍ୟାରିସ ମ୍ୟୁଜିୟମରୁ ହଟିଲା ପୁଟିନଙ୍କ ପ୍ରତିମା

ପ୍ୟାରିସ: ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରି ରାଷ୍ଟ୍ରପତି ବ୍ଲାଦମିର ପୁତିନ ଦୁନିଆ ଆଖିରେ ଭିଲିଆନ ହୋଇଯାଇଛନ୍ତି । ତେଣୁ ପଶ୍ଚିମ ଦେଶ ଗୁଡ଼ିକ ଋଷ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି । ଆମେରିକା, ୟୁରୋପରେ ପୁତିନଙ୍କ ବିରୋଧରେ ପ୍ରତିବାଦ ଚାଲିଛି । କିଛି ପୋଷ୍ଟରରେ ପୁତିନଙ୍କୁ ୨୧ତମ ହିଟଲର ବୋଲି ମଧ୍ୟ କୁହାଯାଉଛି । ଏବେ ଫ୍ରାନ୍ସର ରାଜଧାନୀ ପ୍ୟାରିସ ସ୍ଥିତ ଗୋବିନ ମ୍ୟୁଜିୟମ ମଧ୍ୟ ପୁତିନଙ୍କ ତୁଳନା ହିଟଲର ସହ କରିଛି ।

ଏଠାରେ ପୁତିନଙ୍କ ପ୍ରତିମାକୁ ହଟାଇ ଦିଆଯାଇଛି । ଋଷ ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ମ୍ୟୁଜିୟମର ନିର୍ଦ୍ଦେଶକ କହିଛନ୍ତି ଯେ, ଆମେ ପୁତିନ ଭଳି ହିଟଲରଙ୍କ ମୂର୍ତ୍ତି ଗୋବିନ ମ୍ୟୁଜିୟମରେ ରଖିବାକୁ ଚାହୁଁନାହୁଁ ।

ପୁତିନଙ୍କ ବିରୋଧରେ ପ୍ରଦର୍ଶନ କରୁଥିବା ପିଲାମାନେ ମଧ୍ୟ ଗିରଫ 

ପୁତିନଙ୍କୁ ଋଷରେ ମଧ୍ୟ ବିରୋଧର ସାମ୍ନା କରିବାକୁ ପଡ଼ିଛି । ଯୁଦ୍ଧ ବିରୋଧରେ ପ୍ରଦର୍ଶନ କରୁଥିଲା ସ୍କୁଲ ପଢା ପିଲାଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ ଋଷର ୫୦ ସହରରେ ଯୁଦ୍ଧ ବିରୋଧୀ ପ୍ରଦର୍ଶନ ଆରୋପରେ ୭ହଜାର ଲୋକଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରୁ ଅନେକ ସ୍କୁଲ ପଢା ପିଲାମାନେ ମଧ୍ୟ ଅଛନ୍ତି । ଏହି ପିଲାମନଙ୍କ ଦୋଷ  ହେଉଛି ସେମାନ ଯୁଦ୍ଧ ବିରୋଧରେ ପୋଷ୍ଟର ଓ ବ୍ୟାନର ଦେଖାଇଥିଲେ । ତେଣୁ ସେମାନଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗିରଫ କରାଯାଇଛି ।

ଋଷ ରାସ୍ତାରେ ଚୀନ୍, ୟୁକ୍ରେନ ଯୁଦ୍ଧ ପରେ ତାଇଓ୍ୱାନ ଉପରେ ଆକ୍ରମଣ କରିପାରେ ଚୀନ

ମସ୍କୋ: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ଫେବ୍ରୁଆରୀ ୨୪ରେ ଆରମ୍ଭ ହୋଇଥିବା ଲଢ଼େଇ ଏବେ ଭୟଙ୍କର ହେବାରେ ଲାଗିଛି । ଋଷର ମିଜାଇଲ ମାଡ଼ରେ ଥରୁଛି ୟୁକ୍ରେନ । ଋଷ, ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ନିଜ କବଜ୍ଜାକୁ ନେବାରେ ଲାଗିଛି । ବିଭିନ୍ନ ସହରକୁ ଭୟଙ୍କର ଆକ୍ରମଣ କରି ଛାରଖାର କରିବା ପରେ ଏବେ ପୁଟିନଙ୍କ ଟାର୍ଗେଟରେ ୟୁକ୍ରେନ ରାଜଧାନୀ କିଭ୍ । କିଭକୁ ଦଖଲ କରିବା ପାଇଁ ଜୋରଦାର ଆକ୍ରମଣ ଜାରି ରଖିଛି ଋଷ । ତେବେ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ କେବଳ ଏହି ଦୁଇ ଦେଶ ମଧ୍ୟରେ ସୀମିତ ରହି ନାହିଁ । ୟୁକ୍ରେନ ଉପରେ ଏହି ଋଷର ଏହି ଆକ୍ରମଣ ପରେ ଏବେ ବିଶ୍ୱର ବିଭିନ୍ନ ଦେଶର ଆକାଶରେ ଖେଳିଯାଇଛି ଯୁଦ୍ଧର କଳା ବାଦଲ ।

ୟୁକ୍ରେନ ପାଲଟିଛି ଯୁଦ୍ଧ କ୍ଷେତ୍ର, ହେଲେ ଭୟର ବାତାବରଣ ତାଇଓ୍ୱାନରେ । ବର୍ତ୍ତମାନ ସ୍ଥିତିରେ ବିପଦ କେବଳ ୟୁକ୍ରେନ ପାଇଁ ନୁହେଁ, ବରଂ ସାରା ବିଶ୍ୱର ସୁରକ୍ଷା ବିପଦରେ । କାରଣ ଯଦି ଏକା ଢ଼ଙ୍ଗରେ ଚୀନ ତାଇଓ୍ୱାନ ଉପରେ ଆକ୍ରମଣ କରେ ତେବେ ଏହା ସାରା ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧ ମୁଁହକୁ ଟାଣି ଆଣିବ । ୟୁକ୍ରେନ ପରେ ତାଇଓ୍ୱାନ ଆକାଶରେ ଖେଳିଯାଇଛି ଯୁଦ୍ଧର କଳା ବାଦଲ । ପୁଟିନ୍ ୟୁକ୍ରେନକୁ ଦଖଲ କରିବା ପରେ ତାଇଓ୍ୱାନ ଉପରେ ଆକ୍ରମଣ କରିପାରେ ଚୀନ । ପୂର୍ବରୁ ବାରମ୍ବାର ତାଇଓ୍ୱାନକୁ ନିଜ ଦେଶର ଅଂଶ ବୋଲି ଦର୍ଶାଇଛି ଚୀନ । ତେବେ ଋଷ ୟୁକ୍ରେନକୁ ଦଖଲ କରିବା ପରେ ତାଇଓ୍ୱାନକୁ ଦଖଲ କରିବା ପାଇଁ ବଡ଼ ଧରଣର ଆକ୍ରମଣ କରିପାରେ ଚୀନ ।

ତାଇଓ୍ୱାନ ମଧ୍ୟ ନିଜକୁ ଅସୁରକ୍ଷିତ ଭାବିବାରେ ଲାଗିଛି । ଋଷ-ୟୁକ୍ରେନ ଯୁଦ୍ଧ ଆଳରେ ଚୀନ ଆକ୍ରମଣ କରିପାରେ ବୋଲି ତାଇଓ୍ବାନ ଆଶଙ୍କା ଦେଖାଇ ସାରିଛି । ଫେବ୍ରୁଆରୀ ୨୪, ଯେଉଁଦିନ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ଠିକ ସେହିଦିନ ଚୀନର ୯ଟି ଲଢ଼ୁଆ ବିମାନ ତାଇଓ୍ୱାନ ଏୟାର ସ୍ପେସରେ ପ୍ରବେଶ କରିଥିଲେ । ଯାହାକୁ ନେଇ ତାଇଓ୍ବାନରେ ଭୟ ଖେଳିଯାଇଛି । ଚୀନ ତାଇଓ୍ୱାନ ଉପରେ ଆକ୍ରମଣର ସମ୍ଭାବନାକୁ ଦୃଷ୍ଟିରେ ରଖି ତାଇଓ୍ୱାନ ସେନାକୁ ମଧ୍ୟ ସତର୍କ ରଖିଛନ୍ତି ରାଷ୍ଟ୍ରପତି ତାଇ ଇଙ୍ଗ-ଓ୍ୱେନ୍ ।
ଚୀନ-ତାଇଓ୍ୱାନ ସଙ୍କଟ ମଧ୍ୟରେ ଆମେରିକାକୁ ଧମକ ଦେଇଛି ଚୀନ । ମଙ୍ଗଳବାର ଚୀନ ଆମେରିକା ଚେତାବନୀ ଦେଇ କହିଛି କି ଯଦି ତାଇଓ୍ୱାନକୁ ସମର୍ଥନ କର ତେବେ ଏହାର ପରିଣାମ ଭୟଙ୍କର ହେବ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଇପୋଏକୁ ଏକ ପ୍ରତିନିଧି ମଣ୍ଡଳୀ ପଠାଇଥିଲେ । ତେବେ ଆମେରିକାର ପ୍ରତିନିଧି ମଣ୍ଡଳୀ ତାଇଓ୍ୱାନ ଆସିବା ପରେ ରକ୍ତମୁଖା ହୋଇପଡ଼ିଛି ଚୀନ । ଯାହା ଫଳରେ ଆମେରିକାକୁ ଧମକ ଦେଇଛି ଚୀନ । ଏହା ପୂର୍ବରୁ ଯେତେବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିପକ୍ଷରେ ସେନା ଅପରେସନ ପାଇଁ ନିର୍ଦ୍ଦେଶ ଦେଇଥିଲେ ସେ ସମୟରେ ମଧ୍ୟ ବିଶ୍ୱକୁ ଧମକ ଦେଇଥିଲେ ପୁଟିନ୍ । ପୁଟିନ୍ କହିଥିଲେ ଯଦି ୟୁକ୍ରେନକୁ ଏହି ଯୁଦ୍ଧରେ କୌଣସି ରାଷ୍ଟ୍ର ସାହାଯ୍ୟ କରେ ତେବେ ତାହାର ପରିଣାମ ଅତ୍ୟନ୍ତ ଭୟଙ୍କର ହେବ । ଋଷର ଏହି ଆଭିମୁଖ୍ୟକୁ ଏବେ ଆପଣେଇଛି ଚୀନ ।

ଭୂମିକମ୍ପରେ ଥରିଲା ନବରଙ୍ଗପୁର ଓ କଳାହାଣ୍ଡି

ନବରଙ୍ଗପୁର: ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ । ଉମରକୋଟ, ଚନ୍ଦାହାଣ୍ଡି, ଝରିଗାଁରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର ବିଶ୍ୱାସ । ୩ ରୁ ୪ ସେକେଣ୍ଡ ପର୍ଯ୍ୟନ୍ତ ଭୂପୃଷ୍ଠ ଥରିଥିବା ସୂଚନା ।  ଦିନ ୧୧ ଟା ୨୯ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଝରିଗାଁ  ଅଞ୍ଚଳରେ ଲୋକେ ଭୟରେ ଘରୁ ବାହାରି ଯାଇଥିଲେ । ଉମରକୋଟରେ ମଧ୍ୟ କିଛି ସ୍ଥାନରେ ସାମାନ୍ୟ ଭାବରେ ମାଟି ଥରି ଥିବା ଅନୁଭୂତ ହୋଇଛି । ଚନ୍ଦାହାଣ୍ଡିରେ କେତେକ ଘରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରହିଥିଲା । ଏହା ଭୂମିକମ୍ପ ଚନ୍ଦାହାଣ୍ଡିରେ କେନ୍ଦ୍ରୀଭୂତ ହୋଇଥିଲା ।

ମାର୍ଚ୍ଚ ୮ ପରେ ଦେଶରେ ୧୩ ଟଙ୍କା ବୃଦ୍ଧି ପାଇପାରେ ତୈଳ ଦର

ଭୁବନେଶ୍ୱର: ଋଷ-ୟୁକ୍ରେନ ମଧ୍ୟରେ ଜାରି ଘମାଘୋଟ ଯୁଦ୍ଧ । ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି ସତ କିନ୍ତୁ ଏହା ଦ୍ୱାରା ସାରା ବିଶ୍ୱରେ ଦରଦାମ ବୃଦ୍ଧି ପାଇବାରେ ଲାଗିଛି । ଏହି ଯୁଦ୍ଧ ଫଳରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଅଶୋଧିତ ତୈଳ ଦର । ଦୀର୍ଘ ସାତବର୍ଷ ପରେ ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୧୦୦ ଡଲାର ଟପିଛି । ବର୍ତ୍ତମାନ ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୧୦୯ ଡଲାର ରହିଛି ।

ଋଷ-ୟୁକ୍ରେନ ଯୁଦ୍ଧ ପୂର୍ବରୁ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୯୦ ଡଲାର ରହିଥିଲା । କିନ୍ତୁ ଯୁଦ୍ଧ ଆରମ୍ଭ ହେବା ପରେ ଏହା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଗତ ୭ ଦିନ ମଧ୍ୟରେ ଅଶୋଧିତ ତୈଳ ଦରରେ ୧୯ ଡଲାର ବୃଦ୍ଧି ପାଇଛି । ତେବେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ଫଳରେ ଦେଶରେ ବୃଦ୍ଧି ପାଇପାରେ ତୈଳଦର । ଦେଶରେ ପାଞ୍ଚଟି ରାଜ୍ୟରେ ନିର୍ବାଚନ ଚାଲୁଥିବାରୁ ତୈଳ ଦର ବୃଦ୍ଧିରେ ରୋକ ଲାଗିଛି । ତେବେ ମାର୍ଚ୍ଚ ୮ରେ ନିର୍ବାଚନ ଶେଷ ହେଉଥିବାବେଳେ ତୈଳଦର ମାର୍ଚ୍ଚ ୮ ପରେ ୧୩.୫୦ ପଇସା ବଢିପାରେ । ଏନେଇ ସୂଚନା ଦେଇଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ ।

ଖାରକିବରୁ ଭାରତୀୟଙ୍କୁ ସୁରକ୍ଷିତ ବାହାର କରିବାକୁ ୬ ଘଣ୍ଟା ପାଇଁ ଯୁଦ୍ଧ ବନ୍ଦ କରିବ ଋଷ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ଦେଶରୁ ଭାରତୀୟଙ୍କୁ ଫେରାଇ ଆଣିବାକୁ ଚାଲିଛି ପ୍ରୟାସ । ଏଥିରେ ବାୟୁସେନାର ସାହାଯ୍ୟ ମଧ୍ୟ ନିଆଯାଇଛି । ଏବଂ ଭାରତୀୟଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସରକାର ଋଷ ସହ ଆଲୋଚନା କରିଛନ୍ତି । ଖାରକିବରୁ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଆଣିବାକୁ ଋଷ ୬ଘଣ୍ଟା ପର୍ଯ୍ୟନ୍ତ ଯୁଦ୍ଧ ରୋକିବାକୁ ସହମତ ହୋଇଛି । ଏହି ସମୟ ମଧ୍ୟରେ ଭାରତୀୟଙ୍କୁ ସୁରକ୍ଷିତ ଭାବେ ୟୁକ୍ରେନର ଆଖପାଖ ଦେଶର ବର୍ଡକୁ ଅଣାଯାଇପାରିବ ।

ୟୁକ୍ରେନର ସହର ଖାରକିବରେ ଏବେ ବି ହଜାରରୁ ଅଧିକ ଭାରତୀୟ ଫସି ରହିଛନ୍ତି । କୁହାଯାଉଥିଲା ଯେ, ଭାରତୀୟଙ୍କୁ ସେଠାରୁ ବାହାରିବାକୁ ଦିଆଯାଉନାହିଁ । ପ୍ରଧାନମନ୍ତ୍ରୀ ମୋଦି ବୁଧବାର ରାତିରେ ଋଷ ରାଷ୍ଟ୍ରପତି ବ୍ଲାଦମିର ପୁତିନଙ୍କ ସହ ଆଲୋଚନା କରିଥିଲେ । ଏବଂ ଏହି ସମୟରେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଦେଶକୁ ଆଣିବା କଥା ଉଠାଇଥିଲେ । ଉତ୍ତରରେ ପୁତିନ କହିଥିଲେ ଋଷ ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିଛି ।

ବ୍ଲାଦମୀର ପୁତିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା ସମୟରେ ଭାରତୀୟ ଛାତ୍ରଙ୍କୁ ୱାରଜୋନରୁ ସୁରକ୍ଷିତ ଭାରତକୁ ଆଣିବାକୁ ସବୁ ପ୍ରକାର ଜରୁରୀ ନିର୍ଦ୍ଦେଶ ଦିଆଯାଉଛି । ଏବଂ ପୁତିନ ଭାରତୀୟ ଛାତ୍ରଙ୍କୁ ତୁରନ୍ତ ସୁରକ୍ଷା ଦେବାକୁ ଏହାସହ ଖାରକିବରୁ ଋଷ ପର୍ଯ୍ୟନ୍ତ ଏକ ସୁରକ୍ଷିତ କରିଡର ତିଆରି କଥା ମଧ୍ୟ କହିଥିଲେ । ଏହାର ପରଦିନ ହିଁ ଋଷ ୬ ଘଣ୍ଟା ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ ହୋଇଛି ।

ଋଷକୁ ମାତ ଦେବ କି ୟୁକ୍ରେନର ନୂଆ ଯୋଜନା ?

କିଭ୍: ଋଷ ବିରୋଧରେ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି ସାଇବର ଆର୍ମି । ଯୁଦ୍ଧର ୮ମ ଦିନରେ ଘନ ଘନ ମିସାଇଲ, ଗୁଳିଗୋଳା ମାଡ କରି ଚାଲିଛି ଋଷ୍ ।  ନ୍ୟୁକ୍ଲିଅର ପରେ ଆଲର୍ଟରେ ଏସ-୪୦୦ ମିସାଇଲ୍‌ ସିଷ୍ଟମ୍‌ । ରାଜଧାନୀ କିଭ ଦଖଲ ପାଇଁ ନିର୍ଣ୍ଣାୟକ ଲଢ଼େଇ । ରେଳ ଷ୍ଟେସନ, ଚର୍ଚ୍ଚ ଓ ସ୍କୁଲରେ ରକେଟ୍ ମାଡ଼ । ଖାରକିବ, ମିକୋଲିବରେ ଋଷ୍‌ର ଜୋରଦାର ଏୟାରଷ୍ଟ୍ରାଇକ୍ । ୟୁକ୍ରେନର ଇଜମେଲ ସହର ଉପରେ ଆକ୍ରମଣ କରୁଛି ମସ୍କୋ । ୟୁକ୍ରେନକୁ ସମୁଦ୍ର ପଥରେ ଘେରିବାକୁ ବ୍ଲାକ ସିରେ ଋଷ ନୌସେନା ଚଳାଇଛି ପ୍ରସ୍ତୁତି । ଉତ୍ତରରେ ଋଷ ବିରୋଧରେ ଲଢ଼େଇ ପାଇଁ ସାଇବର ଆର୍ମି ପ୍ରସ୍ତୁତ କରୁଛି ୟୁକ୍ରେନ ।

America Vs Russia Which country is supporting whom in Ukraine Crisis

ଖାରକିବସ୍ଥିତ ପ୍ରତିରକ୍ଷା ବିଭାଗ ମୁଖ୍ୟାଳୟ ଉପରେ ଆକ୍ରମଣ କରୁଥିବା ବେଳେ ଋଷ ବିରୋଧରେ ଲଢ଼େଇ ପାଇଁ ୟୁକ୍ରେନ ସାଇବର ଆର୍ମି ପ୍ରସ୍ତୁତ କରୁଥିବା ସୂଚନା ମିଳିଛି । ଦେଶବାସୀ IT ଆର୍ମିରେ ସାମିଲ ହେବାକୁ ୟୁକ୍ରେନ ଊପ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଆହ୍ୱାନ ଦେଇଛନ୍ତି  । ଏହାସହ ଋଷ ବିରୋଧରେ ଯୁଦ୍ଧ ଲାଗି ୟୁକ୍ରେନକୁ ୨୭୦୦ ମିସାଇଲ ଦେବାକୁ ଘୋଷଣା କରିଛି ଜର୍ମାନୀ ।

ୟୁକ୍ରେନ ଓ ଋଷ ଯୁଦ୍ଧରେ ଆଇଟି ଆର୍ମି

ୟୁକ୍ରେନ ଓ ଋଷ ଯୁଦ୍ଧରେ ଟେକ କମ୍ପାନୀ ଗୋଟିଏ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ୟୁକ୍ରେନ ଋଷକୁ ମାତ ଦେବାକୁ ନୂଆ ଯୋଜନା କରୁଛି ଯେଉଁଥିରେ ଟେକ୍ କମ୍ପାନୀ ସାମିଲ ରହିଛି । ଏହାସହ ୟୁକ୍ରେନର ୨.୫ଲକ୍ଷରୁ ଅଧିକ  ଲୋକ ଋଷକୁ ଟାର୍ଗେଟ କରୁଥିବା କହିଛି ୟୁକ୍ରେନର ଡିଜିଟାଲ ମନ୍ତ୍ରାଳୟ । ସୂଚନା ଯୋଗ୍ୟ ଯେ, ୟୁକ୍ରେନର ଆଇଟି ଆର୍ମି ପ୍ରସ୍ତୁତ କରିଛି,  ଯେଉଁଥିରେ  ପ୍ରାୟ ଅଢେଇ ଲକ୍ଷ ଲୋକ ସାମିଲ ଅଛନ୍ତି । ଏଥିରେ ସାମିଲ ଥିବା କର୍ମଚାରୀମାନେ ଏକ ସଂଗଠିତ ଉପାୟରେ କାର୍ଯ୍ୟ କରୁଛନ୍ତି, ଯାହାଫଳରେ ଋଷର ଆକ୍ରମଣ ବନ୍ଦ ହୋଇପାରିବ ।

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ୟୁକ୍ରେନରୁ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀ

ଭୁବନେଶ୍ୱର: ୟୁକ୍ରେନରେ ଜାରି ରହିଛି ଘମାଘୋଟ ଲଢ଼େଇ । ଯୁଦ୍ଧକ୍ଷେତ୍ରରୁ ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ରହିଛି ସ୍ୱତନ୍ତ୍ର ଅପରେସନ ଗଙ୍ଗା । ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରୁ ୟୁକ୍ରେନରୁ ଫେରୁଥିବା ଓଡିଆ ଡକ୍ତରୀ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଫେରାଇଆଣିବାକୁ କରିଥିବା ଉଦ୍ୟମକୁ ମଧ୍ୟ ସେମାନେ ପ୍ରଶଂସା କରିଛନ୍ତି । ୟୁକ୍ରେନରୁ ଫେରୁଥିବା ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ନିଜସ୍ୱ ଖର୍ଚ୍ଚରେ ଦିଲ୍ଲୀରେ ରହିବା ଓ ଖାଇବାର ବ୍ୟବସ୍ଥା କରିଛନ୍ତି । ଯୁଦ୍ଧ ସମୟରେ ମାନସିକ ଚାପରେ ଥିବା ଛାତ୍ରଛାତ୍ରୀମାନେ ସୁରକ୍ଷିତ ନିଜ ମାଟିକୁ ଫେରିଆସିଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଦିଲ୍ଲୀରେ ଅବସ୍ଥାପିତ ରେସିଡେଣ୍ଟ କମିଶନର ରବିକାନ୍ତଙ୍କୁ ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଥିବା ବେଳେ ବିମାନବନ୍ଦରରେ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବାକୁ ମଧ୍ୟ ସ୍ୱତନ୍ତ୍ର ଟିମ ନିୟୋଜିତ ହୋଇଛନ୍ତି ।

ବଞ୍ଚିଛି ମାନବିକତା: ଥକି ପଡ଼ିଥିବା ଋଷ ସୈନ୍ୟକୁ ଖାଦ୍ୟ ଦେଲେ ୟୁକ୍ରେନ ବାସିନ୍ଦା

କିଭ୍: ଋଷର ଘନ ଘନ ମିସାଇଲ ମାଡ଼ରେ ଧ୍ୱଂସ ହୋଇଛି ୟୁକ୍ରେନର ଅନେକ ସହର । ଛାରଖାର ହୋଇଛି ବିରାଟ ବିରାଟ ଅପାର୍ଟମେଣ୍ଟ । ମିସାଇଲ ମାଡ଼ରେ ଥରୁଛି  କିବ୍, ଖାରକିବ । ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ଉପରେ କବଜା କରିବାକୁ ମାଡ଼ି ଚାଲିଛନ୍ତି ଋଷ ସେନା । ସରକାରୀ ବିଲ୍ଡିଂ ଓ ଜନବସତି ଉପରେ ମଧ୍ୟ ଆକ୍ରମଣ କରୁଛନ୍ତି ଋଷ୍ ସେନା । ହେଲେ ଶତ୍ରୁ ରାଷ୍ଟ୍ରର ସୈନ୍ୟଙ୍କୁ ମାନବିକତାର ଶିକ୍ଷା ଶିଖାଇ ଦେଇଛନ୍ତି ୟୁକ୍ରେନବାସୀ ।

ଫେବ୍ରୁଆରୀ ୨୪ରୁ ପୁତିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ଋଷ ସେନାଙ୍କ ଆକ୍ରମଣ ଲଗାତାର ଭାବେ ଜାରି ରହିଛି । ଦିର୍ଘ ଅଷ୍ଟମ ଦିନରେ ଲଗାତାର ଭାବେ ଋଷ ସେନା ଜାରି ରଖିଛି ଗୁଳି ଓ ମିସାଇଲ ମାଡ଼ । ଏଭଳି ପରିସ୍ଥିତିରେ ଜଣେ ଋଷ ସୈନଙ୍କ ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଠି ୟୁକ୍ରେନ ବିରୋଧରେ ଯୁଦ୍ଧ କରି ଥକି ପଡ଼ିଥିବା ଜଣେ ଋଷ ସୈନ୍ୟଙ୍କୁ ୟୁକ୍ରେନବାସୀ ଖାଦ୍ୟ ଓ ଚା’ ଦେବା ପରେ ଭାବପ୍ରବଣ ହୋଇପଡ଼ିଛନ୍ତି ସୈନ୍ୟ ଜଣଙ୍କ । ଖାଉଥିବା ବେଳେ ତାଙ୍କ ଆଖିରୁ ଲୁହ ଝରି ପଡୁଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କେବଳ ସେତିକି ନୁହେଁ ପାଖରେ ଥିବା ମହିଳା ଜଣଙ୍କ ସୈନିକଙ୍କ ମାଆଙ୍କ ସହ କଥାମଧ୍ୟ କରାଇଦେଇଥିଲେ । ଏବେ ବି ଏଠି ମାନବିକତା ବଞ୍ଚିଛି ବୋଲି ଅନେକ ୟୁଜର୍ସ କହିଛନ୍ତି ।

ସୂତନା ଅନୁଯାୟୀ, ଋଷର ସୈନ୍ୟବାହିନୀ ୟୁକ୍ରେନର ରାଜଧାନୀ କିଭକୁ ଚାରିଆଡ଼ୁ ଘେରିଛନ୍ତି । ଏବଂ ଋଷର ସେନା ୟୁରୋପର ବୃହତ୍ତମ ଆଣବିକ ଶକ୍ତି କେନ୍ଦ୍ର ଆଡକୁ ଆଗଉଛି । ତେବେ ୟୁକ୍ରେନରୁ ଋଷର ସୈନ୍ୟ ପ୍ରତ୍ୟାହାର ପାଇଁ ମିଳିତ ଜାତିସଂଘରେ ପ୍ରସ୍ତାବ ପାରିତ କରିଛି । ଏହି ସମୟରେ ଦୁଇ ଦେଶ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହେବାକୁ ଯାଉଛି ।