ଶାହାବାଜ୍ ସରିଫ୍ ହେଲେ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

ଇସ୍‌ଲାମାବଦ୍: ଶାହାବାଜ ପାକିସ୍ତାନ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନିଯୁକ୍ତ । ଶାହାବାଜ ସରିଫ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଛନ୍ତି । ସରିଫଙ୍କ ପ୍ରାର୍ଥିତ୍ବ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ଆସନ୍ତାକାଲି ସଂସଦରେ ନିର୍ବାଚିତ ହେବା ସମ୍ଭାବନା ।

୭୦ ବର୍ଷିୟ ଶାହାବାଜ ପୂର୍ବରୁ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି । ସବୁଠୁ ବଡ କଥା ହେଲା ଯେ, ସେନା ସହ ଶାହାବାଜଙ୍କ ସଂପର୍କ ଭଲ ରହିଛି , ଯାହା କି ତାଙ୍କ ବଡ ଭାଇ ନଓ୍ବାଜଙ୍କ ସହ ନ ଥିଲା । ପାକିସ୍ତାନର ନୂଆ ସରକାର ୨୦୨୩ ମସିହା ଅକ୍ଟୋବର ଯାଏଁ ଦାୟିତ୍ବରେ ରହିବ । ପରବର୍ତ୍ତୀ ସାଧାରଣ ନିର୍ବାଚନ ହେବା ଯାଏଁ ଦାୟିତ୍ବରେ ରହିବ ନୂଆ ସରକା ।

ସୂଚନା ଯୋଗ୍ୟ ଯେ, ବିରୋଧୀଙ୍କ ବାଉନସରରେ ଇମ୍ରାନ ଖାଁ କ୍ଲିନ ବୋଲ୍ଡ  ହୋଇଛନ୍ତି । ପାକିସ୍ତାନ ଇତିହାସର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଅନାସ୍ଥା ଭୋଟରେ ହାରିଛନ୍ତି ଇମ୍ରାନ । ଏଥିସହ ପାକିସ୍ତାନରେ ସାଢେ ତିନି ବର୍ଷର ଇମ୍ରାନ ଖାଁ ସରକାରଙ୍କ ପତନ ହୋଇଛି । ହାଇଡ୍ରାମା ମଧ୍ୟରେ ମଧ୍ୟରାତିରେ ସଂସଦରେ ଇମ୍ରାନ ସରକାର ବିରୋଧରେ ଗୃହୀତ ହୋଇଥିଲା ଅନାସ୍ଥା ଭୋଟ୍ । ପ୍ରସ୍ତାବ ସପକ୍ଷରେ ୧୭୪ ଭୋଟ୍ ପଡିଥିବା ବେଳେ ଇମ୍ରାନଙ୍କ ଦଳର ସାଂସଦ ଅନୁପସ୍ଥିତ ରହିଥିଲେ । ଅନାସ୍ଥା ଭୋଟ୍ ପୂର୍ବରୁ ବାଚସ୍ପତି ଆସଦ କାଇଜର ଇସ୍ତଫା ଦେଇଥିଲେ । ଉପବାଚସ୍ପତି କାସିମ ସୁରି ବି ଦେଇଥିଲେ ଇସ୍ତଫା । ଅସ୍ଥାୟୀ ବାଚସ୍ପତିଙ୍କ ଜରିଆରେ ହୋଇଥିଲା ଭୋଟିଂ । ପାକିସ୍ତାନ ଇତିହାସରେ ପ୍ରଥମ ଥର ପାଇଁ କୌଣସି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସଫଳ ରହିଛି । ଅନାସ୍ଥା ଭୋଟ୍ ପୂର୍ବରୁ ଇମ୍ରାନ ଖାଁ କ୍ୟାବିନେଟ ବୈଠକ ଡାକିଥିଲେ । ଇସ୍ତଫା ପରିବର୍ତ୍ତେ ଅନାସ୍ଥା ଭୋଟର ସମ୍ମୁଖୀନ ହେବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ପରାଜୟ ସୁନିଶ୍ଚିତ ଜାଣି ନିଜର ସରକାରୀ ବାସଭବନ ଛାଡିଥିଲେ ଇମ୍ରାନ ।

ଏଥିସହିତ ପଢ଼ନ୍ତୁ: ଖେଳାଳୀରୁ ପ୍ରଧାନମନ୍ତ୍ରୀ ! କେମିତି ଥିଲା ଇମ୍ରାନଙ୍କ କ୍ୟାରିୟର ଜାଣନ୍ତୁ