୧୫ ବର୍ଷ ପରେ ରମଜାନ୍‌ ପାଇଁ ଏହି ନିୟମ ବଦଳାଇଲା ସାଉଦି

ନୂଆଦିଲ୍ଲୀ: ସାଉଦି ଆରବରେ ରମଜାନ ଦିନ ସମସ୍ତ ସ୍କୁଲ ଖୋଲିବ । ଏଭଳି ନିଷ୍ପତ୍ତି ନେଇଛି ସାଉଦି ଶିକ୍ଷା ମନ୍ତ୍ରଣାଳୟ । ସରକାରଙ୍କ ଏହି ନିଷ୍ପତ୍ତି କିନ୍ତୁ ଲୋକଙ୍କୁ ପସନ୍ଦ ଆସିନାହିଁ । ଯେଉଁଥିପାଇଁ ଲୋକେ ନାରାଜ ହୋଇ ଯାଇଥିବା ଦେଖିବାକୁ ମିଳିଛି । ତେବେ ସୋସିଅଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଛାତ୍ର ରମଜାନରେ ସ୍କୁଲ ବନ୍ଦ ରଖିବାକୁ ଶିକ୍ଷାମନ୍ତ୍ରୀଙ୍କୁ କହୁଛନ୍ତି । ତେବେ ସାଉଦି ଆରବରେ ଏଭଳି ଘଟଣା ୧୫ ବର୍ଷ ପରେ ଘଟିଛି, ଯେତେବେଳେ ରମଜାନରେ ସ୍କୁଲ ଖୋଲିବ ।

ରମଜାନ ପୂର୍ବରୁ ସାଉଦି ଶିକ୍ଷା ମନ୍ତ୍ରଣାଳୟ ସ୍କୁଲ ଖୋଲିବା ଏବଂ ସମୟରେ ପରିବର୍ତ୍ତନ କରିବାକୁ ନେଇ ସୂଚନା ଦେଇଥିଲେ । କିନ୍ତୁ ସ୍କୁଲ କେବେଠାରୁ ଆରମ୍ଭ ହେବ ଏହାକୁ ନେଇ ନିଷ୍ପତ୍ତି ନେବାର ଅଧିକାର ସମସ୍ତ ଶିକ୍ଷା ବିଭାଗକୁ ଦିଆଯାଇଛି ।

ତେବେ କିଛି ଲୋକ ରମଜାନରେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସମର୍ଥନ କରୁଥିବାବେଳେ କିଛି ଲୋକ ଏହାକୁ ବିରୋଧ କରୁଛନ୍ତି । କାରଣ ସେମାନଙ୍କ କହିବା ହେଉଛି ଏହି ଦିନ ସ୍କୁଲ ସ୍କୁଲ ଖୋଲିଲେ ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ଉପରେ ପ୍ରଭାବ ପଡ଼ିବ । ଏହାକୁ ନେଇ ପୁନର୍ବାର ବିଚାର କରାଯାଉ ବୋଲି କିଛି ଲୋକ ସୋସିଅଲ ମିଡିଆରେ ଦାବି କରୁଛନ୍ତି ।