ଚୀନରେ ଲକଡାଉନ୍‌,  ଘରେ ଚିତ୍କାର କରୁଛନ୍ତି ଲୋକେ

1 min read

ନୂଆଦିଲ୍ଲୀ:  ‘ଜିରୋ କୋଭିଡ ପଲିସି’ ପାଳନ କରୁଛି ଚୀନ୍‌ । ଚୀନର ସବୁଠାରୁ ବଡ଼ ସହର ସଂଘାଇରେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଚୀନର କମ୍ୟୁନିଷ୍ଟ ପାର୍ଟିର ସରକାର ସମଗ୍ର ସହରରେ ଲକଡାଉନ ଲାଗୁ କରିଛନ୍ତି ।  ନିୟକ କଡ଼ାକଡ଼ି ହେତୁ ଲୋକେ ନାରାଜ ହୋଇ ଯାଇଛନ୍ତି । ଯେଉଁମାନଙ୍କର ଭିଡ଼ିଓ ସୋସିଅଲ ମିଡିଆରେ ଭାଇରାଲ ହେଉଛି ।  ଲକାଡାଉନରେ ନାରାଜ ହୋଇ ଲୋକେ ଘର ମଧ୍ୟରେ ଚିତ୍କାର କରୁଛନ୍ତି ।  କେବଳ ସେତିକି ନୁହେଁ ସ୍ଥାନୀୟ ଅଧିକାରୀଙ୍କ ସହିତ ଝଗଡ଼ା କରୁଥିବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି ।  ତେବେ ଏତେ ନିୟମ କଡ଼ାକଡ଼ି କଲେ ଏହାର ପରିଣାମ ଭୋଗିବାକୁ ପଡ଼ି ବୋଲି ଲୋକେ ଚେତାବନୀ ଦେଉଛନ୍ତି ।

ଚୀନରେ କରୋନା ସଂକ୍ରମଣକୁ ରୋକିବା ପାଇଁ ୫ ଅପ୍ରେଲରୁ ସଂଘାଇରେ ଲକଡାଉନ୍‌ ଲାଗୁ ହୋଇଛି । ତାହା ମଧ୍ୟ ନିୟମ କଡ଼ାକଡ଼ି ।  ତେବେ ସହରର ୨୬ କୋଟି ଲୋକ ଘର ମଧ୍ୟରେ ଏବେ ବ

ନ୍ଦୀ ।

 

ଆମେରିକାର ପ୍ରସିଦ୍ଧ ସ୍ୱାସ୍ଥ୍ୟ ବିଶେଷଜ୍ଞ ସୋସିଅଲ ମିଡିଆରେ କିଛି ଭିଡ଼ିଓ ଶେୟାର କରିଛନ୍ତି ।  ଯେଉଁଥିରେ ସଂଘାଇର ଲୋକଙ୍କୁ ଘର ମଧ୍ୟରେ ଚିତ୍କାର କରୁଥିବାର ଦେଖିବାକୁ ମିଳିଛି । ତେବେ ଲୋକେ କହୁଛନ୍ତି ସେମାନଙ୍କୁ ଅଧିକ ଦିନ ଏଭଳି ବନ୍ଦୀ କରି ରଖାଯାଇପାରିବ ନାହିଁ । ଯାହାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଟ୍ୱିଟରରେ ଶେୟାର କରିଛନ୍ତି । ଡାକ୍ତର ଏରିକ୍‌ ଏହା ମଧ୍ୟ ଲେଖିଛନ୍ତି ଲୋକଙ୍କ କ୍ରୋଧର ପ୍ରଭାବ ଖୁବଶୀଘ୍ର ନଜର ଆସିପାରେ ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହା ମଧ୍ୟ କହିଛନ୍ତିଯେ, ସଂଘାଇରେ ହୁ ହୁ ହୋଇ ସଂକ୍ରମଣ ବଢ଼ୁଛି ଏବଂ BA.2 ଆହୁରି ଅଧିକ ବଢ଼ିବ ।

ସଂଘାଇରେ ଲକଡାଉନ ହେତୁ ଲୋକଙ୍କ ନିକଟରେ ଖାଦ୍ୟାଭାବ ମଧ୍ୟ ଦେଖାଦେଲାଣି । ସୂଚନା ଅନୁସାରେ ରବିବାର ସଂଘାଇରେ ୨୫ ହଜାର ନୂଆ ମାମଲା ସାମ୍ନାକୁ ଆସିଥିଲା ।