ଉଠବସ୍ କରାଇଲେ ଶିକ୍ଷକ: ଗୁରୁତର ଅବସ୍ଥାରେ ମେଡିକାଲରେ ଛାତ୍ରୀ ଭର୍ତ୍ତି

ବଲାଙ୍ଗୀର: ଉଠବସରୁ ଅସୁସ୍ଥ । ୭ଛାତ୍ରୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି । ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସୁନାମୁଦି ଗାଁ ବାପୁଜୀ ହାଇସ୍କୁଲରେ । ସକାଳୁଆ ସ୍କୁଲ ହୋଇଥିବା ବେଳେ କିଛି ଛାତ୍ରଛାତ୍ରୀ ବିଳମ୍ବରେ ଆସିଥିଲେ । ପ୍ରାର୍ଥନା ପରେ ସେମାନଙ୍କୁ ଶିକ୍ଷକ ଦଣ୍ଡ ସ୍ଵରୂପ ଶହେ ଥର ଉଠବସ କରାଇଥିଲେ । ଉଠବସ ଯୋଗୁ କିଛି ଛାତ୍ରୀ ଅସୁସ୍ଥତା ଅନୁଭବ କରିବା ସହ ଜଣେ ଅଚେତ୍ ହୋଇ ପଡ଼ିଥିଲେ ।

ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକମାନେ ଅସୁସ୍ଥ ଛାତ୍ରୀଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ୬ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ବେଳେ ଜଣେ ଛାତ୍ରୀ ଗୁରୁତର ଥିବା ଜଣାପଡ଼ିଛି । ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।