ଏହି ୩ଟି ଜିନିଷକୁ ସର୍ବଦା ନିଜ ଖାଦ୍ୟରେ ସାମିଲ କରୁଥିଲେ ବିଶ୍ୱର ଦୀର୍ଘାୟୁ ମହିଳା

ନୂଆଦିଲ୍ଲୀ: ଦୀର୍ଘାୟୁ ହେବାକୁ କିଏ ଚାହେଁ ନାହିଁ । କିନ୍ତୁ ଏହା ପଛର ବାସ୍ତବ କାରଣ କ’ଣ ଜାଣିଲେ ହିଁ ଏହା ହୁଏତ ସମ୍ଭବ ହୋଇପାରିବ ।  ୟୁକେ ସ୍ଥିତ ସବିଡି କମ୍ପାନୀ ଇଡେନ ଗେଟ୍‌ ବିଶ୍ୱର ସବୁଠାରୁ ବୟସ୍କ ଲୋକଙ୍କ ଉପରେ ନିକଟରେ ଏକ ଅଧ୍ୟୟନ କରି ସେମାନଙ୍କ ଜୀବନ ସିକ୍ରେଟ୍‌ ବିଷୟରେ ସୂଚନା ସଂଗ୍ରହ କରିଛି । ସେମାନଙ୍କ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁର କାରଣ ଜାଣିବା ପାଇଁ ଗବେଷକ ୧୦୦ ବର୍ଷରୁ ଅଧିକ ଦିନ ବଞ୍ଚିଥିବା ଲୋକଙ୍କ ଉପରେ ଗବେଷଣା କରିଥିଲେ ।  ତେବେ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁ ହେବାର ଚାରୋଟି ପ୍ରମୁଖ କାରଣ ଖୋଜି ପାଇଲେ ଗବେଷକ । ସେଗୁଡ଼ିକ ହେଲା ମୁଭମେଣ୍ଟ, ସୋସିଓ ଇକୋନୋମିକ୍‌ ଷ୍ଟାଟସ୍‌, ଷ୍ଟ୍ରେସ ଲେଭଲ ଏବଂ ଡାଇଟ୍‌ ।  ଏଥିରେ ଡାଇଟର କିନ୍ତୁ ଏକ ପ୍ରମୁଖ ଭୂମିକା ରହିଛି ।

ବିଜ୍ଞାନ କହେ ଦୁନିଆରେ ଏକାଧିକ ଜିନିଷ ରହିଛି ଯାହା ମଣିଷକୁ ଦୀର୍ଘାୟୁ କରିପାରେ । ଯେପରିକି ବାଦାମ, ବେରିଜ୍ ଏବଂ ମାଛ । ଏଥିରୁ ମିଳୁଥିବା ପୋଷଣ  ସୁସ୍ଥ ହୃତପିଣ୍ଡ ପଛର ଏକ ମୁଖ୍ୟ କାରଣ ।ଏହା ସହିତ ରୋଗ ପ୍ରିତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ ।

ଗବେଷଣାରେ  ୧୨୨ ବର୍ଷୀୟ ଲୁଇସ୍‌ କାଲମେଣ୍ଟଙ୍କ ଡାଇଟକୁ ନଜର ଦିଆଗଲା । ସେ ହେଉଛନ୍ତି ବିଶ୍ୱରେ ସବୁଠାରୁ ଅଧିକ ବର୍ଷ ବଞ୍ଚିଥିବା ବ୍ୟକ୍ତିତ୍ୱ ।  କିନ୍ତୁ ୧୯୭୭ରେ ତାଙ୍କର ଦେହାନ୍ତ ହୋଇଥିଲା ।


ଲୁଇସଙ୍କ ଡାଇଟରେ ତିନୋଟି ବିଶେଷ ଜିନିଷ ପାଇଲେ ଗବେଷକ । ତାଙ୍କ ଡାଇଟର ପ୍ରଥମ ସିକ୍ରେଟ୍‌ ଥିଲା ଅଲିଭ୍‌ ତେଲ । ହେଲ୍ଥ ଲାଇନର ରିପୋର୍ଟ ଅନୁସାରେ ଅଲିଭ୍‌ ତେଲ ହେଲଦି ଫ୍ୟାଟ୍‌, ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି ଇନଫ୍ଲାମେଟୋରି ପ୍ରପର୍ଟିଜରେ ଭରପୂର । ଏହା ହୃଦରୋଗ ବା ହାର୍ଟ ଆଟାକ୍‌ ଏବଂ ହାର୍ଟ ଷ୍ଟ୍ରୋକ୍‌ ଆଶଙ୍କାକୁ କମ୍‌ କରିଦିଏ ।