ବନ୍ଧା ହେଲେ ପୋଲିସ ପୁଅକୁ ଯୌନ ନିର୍ଯାତନା ଦେଇଥିବା ୩ ଅଭିଯୁକ୍ତ

ଭୁବନେଶ୍ବର: ଭୁବନେଶ୍ବରରେ ଆୟୋଜିତ ଷ୍ଟେଟ୍‌ ଆଥଲେଟିକ ମିଟ୍‌ରେ ଜୁନିୟର ଖେଳାଳିଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ବନ୍ଧା ହେଲେ ୩ ଅଭିଯୁକ୍ତ । ଜଣେ ପୋଲିସଙ୍କ ପୁଅ ତଥା ଖେଳାଳିଙ୍କୁ ଏମାନେ ଯୌନ ନିର୍ଯାତନା ଦେଇଥିବା ହୋଇଥିଲା ଅଭିଯୋଗ । ଇନଫୋସିଟ ଥାନାରେ ଏତଲା ପରେ ଅଭିଯୁକ୍ତ ଖେଳାଳିଙ୍କୁ ବାନ୍ଧିଲା ପୋଲିସ ।

ଅଭିଯୋଗ ଅନୁସାରେ ଷ୍ଟେଟ୍‌ ଆଥଲେଟିକ ମିଟକୁ ଆସିଥିବା ଜୁନିଅର ଖେଳାଳିଙ୍କୁ ସିନିୟର ଖେଳାଳିଙ୍କ ରାଗିଂ କରିଥିବା ଅଭିଯୋଗ ହୋଇଥିଲା । ରବିବାର ସକାଳ ପ୍ରାୟ 9ଟା ସମୟରେ ଘଟିଥିଲା ଏହି ଘଟଣା । ଇନଫୋସିଟି ଥାନାରେ ଏନେଇ ନାବାଳକଙ୍କ ପରିବାର ଅଭିଯୋଗ ହୋଇଥିଲା । ଅଭିଯୋଗକାରୀ ହେଉଛନ୍ତି ରାଉଲକେଲାର ଦଶମ ଶ୍ରେଣୀର ଛାତ୍ର । ସେ ଲଙ୍ଗଜମ୍ପ ପ୍ରତିଯୋଗିତା ପାଇଁ ଆସିଥିଲେ । 8 ତାରିଖରୁ 10ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଆଥଲେଟିକ ମିଟ୍ ।

4 ଜଣ ପିଲାଙ୍କୁ ଉଲଗ୍ନ କରି ଯୌନ ନିର୍ଯାତନା ଦେବା ସହ ଭିଡିଓ କଲ କରି ସାଥୀ ଖେଳାଳିଙ୍କୁ ଦେଖାଇଥିବା ଅଭିଯୋଗ ହୋଇଥିଲା । ଲଞ୍ଚ କୁପନ ଦେବା ବାହାନାରେ ଯୌନ ଶୋଷଣ ଅଭିଯୋଗ ହୋଇଥିଲା । ପ୍ରଦର୍ଶନ ଖରାପ କରିବାରୁ ଗାଳି କରିବା ସହ ଏଭଳି ରାଗିଂ ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ