spot_img
Home Blog Page 4512

ବିଜେପିର ବିଜୟ ପରେ ୫ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ

ନୂଆଦିଲ୍ଲୀ:  ୪ ରାଜ୍ୟରେ ବିଜେପିର ବିଜୟ ପରେ ବିଜେପି ଶିବିରରେ ଉତ୍ସାହ । ଉତ୍ତରପ୍ରଦେଶରେ ବିଜେପିର ବିପୁଳ ବିଜୟ ପୁଣି ଥରେ ବିଜେପିକୁ ମଜଭୁତ କରିଛି  ।  ଏକପାଖିଆ ବିଜୟ ସହ ମଣିପୁର, ଗୋଆ, ଉତ୍ତରାଖଣ୍ଡରେ ବିଜେପି ମାରିଛି ବାଜିମାତ । କାମ କରିଛି ନିର୍ବାଚନ ଇସ୍ତାହାରର ପ୍ରଭାବ । ଏହାକୁ ନେଇ ଦଳୀୟ କର୍ମୀଙ୍କୁ ଖୁସି ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀ କାର୍ଯ୍ୟାଳୟରେ ସଂନ୍ଧ୍ୟାରେ ପହଁଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପଢୌକନ ପ୍ରଦାନ କରି ସ୍ୱାଗତ କରିଥିଲେ  । ପୁଷ୍ପ ବର୍ଷା କରିଥିଲେ ଉପସ୍ଥିତ କାର୍ଯ୍ୟକର୍ତ୍ତା ତଥା ଶୁଭେଛୁ  ।

ଭୋଟରଙ୍କ ବିପୁଳ ସମର୍ଥନ ପାଇବା ପରେ ୪ ରାଜ୍ୟରେ ସରକାର ଗଢିଛି ବିଜେପି  । ୩୧ ବର୍ଷ ପରେ କୌଣସି ଏକ ଦ୍ୱିତୀୟ ଥର ପାଇଁ ସରକାର ଗଢିବାକୁ ଯାଉଛି  । ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ବିଜେପିକୁ ବହୁମତ ଦେଇଥିବା ସମସ୍ତ ରାଜ୍ୟକୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ  । ଦେଶର ଦୃଢ ନେତୃତ୍ୱ  ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି  । ବିକାଶ ଓ ପ୍ରଗତୀଶୀଳ କାର୍ଯ୍ୟ ହିଁ ଜନାଦେଶକୁ ନିଜ ସପକ୍ଷକୁ ଆଣିବାରେ ସଫଳ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଉତ୍ତରପ୍ରଦେଶରେ ମାଫିଆରାଜ, ଗୁଣ୍ଡାରାଜ ଶେଷ ସୀମାରେ ଥିଲା  । ରୋଡ ଠାରୁ ରେଳ ଭିତ୍ତିଭୂମି ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରେର ପଛରେ ରହିଯାଇଥିଲା ୟୁପି  । କିନ୍ତୁ ୨୦୧୭ରେ ଭାଜପା ସରକାର ଗଠନ କରିବା ପରେ ଯୁପିର ଦଶା ଓ ଦିଶାରେ ପରିବର୍ତ୍ତନ ଘଟିଥିଲା  । ସାଧାରଣ ଲୋକଙ୍କ ବିଶ୍ୱାସକୁ ବିକାଶରେ ପରିଣତ କରାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ  ।

ଉତ୍ତର ପ୍ରଦେଶରୁ ଉତ୍ତରାଖଣ୍ଡରେ ବିଜେପିର ହାଇ ଜୋସ  । ଗୋଆ ମଣିପୁରରେ ପଦ୍ମରାଜ  । ୫ ରାଜ୍ୟରୁ ୪ ରାଜ୍ୟରେ ବିଜେପିର ଗ୍ରାଣ୍ଡ ଭିକ୍ଟରି । ପଞ୍ଜାବ ବ୍ୟତୀତ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ଚାଲିବ ଗୈରିକରାଜ୍ । ଉତ୍ତରପ୍ରଦେଶରେ ପ୍ରଥମ ଥର ଲାଗି ଜଣେ ମୁଖ୍ୟମନ୍ତ୍ରୀ ଲଗାତାର ଦୁଇ ଥର କ୍ଷମତାସୀନ ହେବାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରିଛନ୍ତି ରେକର୍ଡ । ରାଜ୍ୟରେ ବାହୁବଳୀଙ୍କ ବଦଳରେ ଆସିଲା ବଜରଙ୍ଗୀବାଲୀଙ୍କ ଶାସନ । ତେବେ ଗତଥର ତୁଳନାରେ ବିଜେପିର ଆସନ ସଂଖ୍ୟା କମ୍ ହୋଇଛି । ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି ପ୍ରାୟ ଦୁଇଗୁଣ ଅଧିକ ଆସନ ହାସଲ କରିଛି । କଣ ରହିଲା ବିଜେପିର ଉଇନିଂ ଫାକ୍ଟର? ଠାକୁର ବା ରାଜପୁତ, ବ୍ରାହ୍ମଣ ଓ ବଣିଆଙ୍କ ଭୋଟ ହେଲାନି ହାତଛଡ଼ା ।

ଏପରିକି ଜାଠ୍ ଭୋଟ ବି ହାତେଇବାରେ ସକ୍ଷମ ହେଲା ପଦ୍ମଦଳ । କୋଭିଡର ଦୁଃସ୍ଥିତି ଚିତ୍ରକୁ ନେଇ ବିଜେପି ନିନ୍ଦିତ ହୋଇଥିଲେ ବି ଏହାକୁ ଅସ୍ତ୍ର କରିବାରେ ବି ବିଫଳ ହେଲେ ବିରୋଧୀ । ଏହା ସହ ମାଗଣା ବିଜୁଳି, ଗହମ ଓ ଧାନ ଲାଗି ଏମଏସପି, ମାଗଣା ସ୍କୁଟର ତଥା କୃଷକଙ୍କ ଲାଗି ଯୋଜନା ବି ବିଜେପିକୁ ଦେଲା ସାଥ୍ । କଂଗ୍ରେସର ଦୁର୍ବଳ ନେତୃତ୍ବ, ଦଳିତ ବର୍ଗଙ୍କ ସହ ଗୋପନ ବୁଝାମଣା ବିଜେପିକୁ ପିନ୍ଧାଇଲା ମୁକୁଟ । ସମସ୍ତ ଚେଷ୍ଟା ସତ୍ତ୍ବେ ମୂଳପୋଛ ଅବସ୍ଥାକୁ ଆସିଛି କଂଗ୍ରେସ । ମାତ୍ର ୪ ମାସରେ ୩ ଜଣ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଥିବା ଉତ୍ତରାଖଣ୍ଡରେ ପୁଣି ବିଜେପି ମାରିଲା ବାଜିମାତ୍ । ଯଦିଓ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପରାଜିତ ହୋଇଛନ୍ତି ତେବେ କଣ ରହିଲା ଦଳର ବିଜୟର କାରଣ? ଅବକି ବାର୍ ୬୦ ପାର୍ ସ୍ଲୋଗାନର ସଫଳତା ମୂଳରେ କାରଣ କ’ଣ? ବିଜେପିର ଡବଲ ଇଞ୍ଜିନ ସ୍ଲୋଗାନ, ମାଗଣା ରେସନ, ସଫଳ କୋଭିଡ ପରିଚାଳନା, କଲ୍ୟାଣ ଯୋଜନା ହିଁ ବିଜେପିକୁ ପିନ୍ଧାଇଲା ମୁକୁଟ । କଂଗ୍ରେସ ନେତା ହରିଶ ରାଓ୍ବତଙ୍କ ଦୁର୍ବଳ ନିର୍ବାଚନ ପରିଚାଳନା ବି ବିଜେପିକୁ ହେଲା ସହାୟ ।

ସେହିପରି ମଣିପୁରରେ ପୁଣି ବିଜେପି ଲାଗି ମୂଲ୍ୟବାନ ସାବ୍ୟସ୍ତ ହୋଇଛି ବିବାଦୀୟ ଆଫପ୍ସା ପ୍ରସଙ୍ଗ । କେନ୍ଦ୍ରରେ ବିଜେପି ଶାସନ ଥିବାରୁ ଏହି ଆଇନକୁ ହଟାଇବା ଲାଗି ରାଜ୍ୟରେ ବିଜେପି ସରକାର ଦରକାର ବୋଲି ବିଚାର କରିଛନ୍ତି ରାଜ୍ୟବାସୀ । ଏହା ସହ ରାଜ୍ୟର ବିକାଶ ଲାଗି ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରରୁ ଅଧିକ ପାଣ୍ଠି ଆସିବା ନେଇ ରାଜ୍ୟବାସୀ ବାନ୍ଧିଲେ ଆଶା । ଏହା ସହ ପାର୍ବତ୍ୟାଞ୍ଚଳକୁ ଯାଅ ସ୍ଲୋଗାନକୁ ଲୋକେ କରିଛନ୍ତି ପସନ୍ଦ । ପାର୍ବତ୍ୟାଞ୍ଚଳ ଓ ଉପତ୍ୟକା ଅଞ୍ଚଳରେ ବିଶେଷ ସଫଳତା ଲାଭ କରିଛି ବିଜେପି । ଗୋଆରେ କାମ କଲା ପ୍ରମୋଦ ସାଓ୍ବନ୍ତଙ୍କ କ୍ଲିନ ଇମେଜ । ବିଜେପି ଗଡଫାଦର ମନୋହର ପାରିକରଙ୍କ ପୁଅଙ୍କ ବିଦ୍ରୋହ ସତ୍ତ୍ବେ ଗୋଆରେ ଚାଲିଲା ପଦ୍ମରାଜ୍ । ଏହା ସହ ସମସ୍ତ ଗାଁରେ ଘର ଯୋଜନା, ସ୍ବଳ୍ପ ସୁଧ ହାରରେ ଋଣ, ପ୍ରତି ପରିବାରକୁ ମାଗଣା ଏଲପିଜି ସ୍ଲୋଗାନ ବି ବିଜେପିକୁ ପିନ୍ଧାଇଲା ସଫଳତାର ମାଳ । ବିରୋଧୀ କଂଗ୍ରେସର ଭୁଲ ଗୋଟିଚାଳନା, ସଫଳ ନେତୃତ୍ବର ଅଭାବ, ଛୋଟ ଦଳ ସହ ନିର୍ବାଚନ ବୁଝାମଣାର ଅଭାବ ହିଁ ହେଲା ବିଜେପି ବିଜୟର ମୂଳ କାରଣ ।

ବିଜୟ ପରେ ବିଜେପିର ଶୀର୍ଷ ନେତା ଦିଲ୍ଲୀ କାର୍ଯ୍ୟାଳୟରେ ପହଁଚିଥିଲେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ଗୃହମନ୍ତ୍ରୀ ରାଜନାଥ ସିଂ, ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ ଉପସ୍ଥିତ ରହିଥିଲେ । ଅନ୍ୟାନ ବରିଷ୍ଠ ନେତା ମଧ୍ୟ ବିଜେପି କାର୍ଯ୍ୟାଳୟରେ ଉପସ୍ଥିତ ରହିଥିଲେ  । ସେପଟେ ଲକ୍ଷ୍ନୌରେ ପ୍ରଦେଶ କାର୍ଯ୍ୟାଳୟରେ ଯୋଗୀ ଆଦିତ୍ୟ ନାଥ ଏବଂ ଉତ୍ତର ପ୍ରଦେଶ ବିଜେପିର ଅନ୍ୟାନ ବରିଷ୍ଠ ନେତା ବିଜୟ ଉତ୍ସବ ପାଳନ କରିଥିଲେ  । ଯୋଗୀ ଆଦିତ୍ୟନାଥ ରାଜ୍ୟବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ  । ପୁନର୍ବାର ଉତ୍ତର ପ୍ରଦେଶର ବିକାଶ ପକ୍ରିୟା କାର୍ଯ୍ୟକ୍ଷମ କରିବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ପ୍ରଦାନ କରିଥିଲେ  ।

ପଞ୍ଜାବରେ ବୁଲିଲା ଆପ୍ ଝାଡୁ: ୧୧୭ରୁ ୯୨ ଆସନରେ ବିଜୟୀ

ଅମୃତସର: ଆପ୍ ଝାଡୁରେ ପଞ୍ଜାବରେ ସଫା ହୋଇଗଲା କଂଗ୍ରେସ । ବିଜେପି ଓ ଅକାଳୀ ଦଳ ବି ଅଳିଆ ଭଳି ଚାଲିଗଲେ ଭୋଟରଙ୍କ ନଜରରୁ । ୧୧୭ ଆସନରୁ ୯୨ ଆସନରେ ଜିତି ଭଗବନ୍ତ ମାନଙ୍କ ନେତୃତ୍ବରେ ସରକାର ଗଠନ କରିବାକୁ ଯାଉଛି ଆମ ଆଦମୀ ପାର୍ଟି ।

ସରକାରରେ ଥିବା କଂଗ୍ରେକୁ ମାତ୍ର ୧୮ଟି ଆସନରେ ସନ୍ତୁଷ୍ଠ ହେବାକୁ ପଡିଛି । ପଞ୍ଜବାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚରଣଜିତ୍ ଚନ୍ନୀ ଦୁଇଟି ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିବାବେଳେ ଉଭୟ ଆସନରୁ ପରାସ୍ତ ହୋଇଛନ୍ତି  । ସେହିପରି ପଞ୍ଜାବ କଂଗ୍ରେସରେ ବିସ୍ଫୋରଣ ପରିସ୍ଥିତି ସୃଷ୍ଟି କରିଥିବା ନବଜ୍ୟୋତ ସିଂ ସିଦ୍ଧୁ ମଧ୍ୟ ହାରିଯାଇଛନ୍ତି  । କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ପାର୍ଟି ମୁଖ୍ୟ କ୍ୟାକଟେନ ଅମରିନ୍ଦର ସିଂ ଏବଂ ଅକାଳୀ ଦଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ଆପ ଯାଦୁରେ ଝଡ଼ି ପଡିଛନ୍ତି ।

ବିଜେପିକୁ ୨ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି । ଗତ ନିର୍ବାଚନରେ ଦଳ ୩ଟି ଆସନ ଜିତିଥିବା ବେଳେ ଚଳିତଥର ଗୋଟିଏ ଆସନ ହରାଇଛି । ଅକାଳୀ ଦଳ ୩ଟି ଆସନରେ ଜିତିଥିବା ବେଳେ ବିଏସପି ଏବଂ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି ।

ବିଜେପିର ଗୋଆ ଦଖଲ

ପାଣାଜୀ: ବିଜେପିର ଗୋଆ ମିଶନ ସଫଳ । ୪୦ରୁ ୨୦ ଆସନରେ ବିଜୟୀ । ସମ୍ପୂର୍ଣ୍ଣ ଫଳାଫଳ ଆସି ସାରିଥିବା ବେଳେ ବହୁମତଠାରୁ ଗୋଟିଏ ଆସନ ପଛରେ ରହିଛି ବିଜେପି । ତେବେ ୩ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥନ ବିଜେପିକୁ ଥିବା ଦଳ ତରଫରୁ ସ୍ପଷ୍ଟ କରାଯାଇଛି । ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଏହା ସ୍ପଷ୍ଟ କରିଥିବା ବେଳେ ଶୀଘ୍ର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବେ ବୋଲି କହିଛନ୍ତି ।

କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ଏହା ଗୋଆ ଫଳାଫଳରୁ ମଧ୍ୟ ଦେଖିବାକୁ ମିଳିଛି । ଦଳ ମାତ୍ର ୧୧ ଆସନ ହାତେଇବାକୁ ସକ୍ଷମ ହୋଇଛି ।

ଅନ୍ୟପକ୍ଷରେ ଗତ ନିର୍ବାଚନରେ ଖାତା ଖୋଲି ପରି ନଥିବା ଆମ ଆଦମୀ ପାର୍ଟି ଚଳିତ ନିର୍ବାଚନରେ ୨ଟି ଆସନ ଜିତିବାକୁ ସକ୍ଷମ ହୋଇଛି । ଅନ୍ୟମାନଙ୍କ ଖାତାକୁ ୭ଟି ଆସନ ଯାଇଛି ।

ୟୁକ୍ରେନ ଉପରେ ଜୈବିକ ଅସ୍ତ୍ର ପ୍ରୟୋଗ କରିବ ଋଷ !

କିଭ୍: ୟୁକ୍ରେନ ଉପରେ ଋଷର ଆକ୍ରମଣ ଥମିବାର ନାଁ ନେଉନି ।  ଦିନ ଗଢିବା ସହ ଅଧିକ ଜଟିଳ ହେବାର ଲାଗିଛି ଯୁଦ୍ଧ ସ୍ଥିତି । ତେଣେ ବିଜୟ ହାସଲ ଲାଗି ଋଷ ୟୁକ୍ରେନରେ ରାସାୟନିକ କିମ୍ବା ଜୈବିକ ଅସ୍ତ୍ର ପ୍ରୟୋଗ କରିପାରେ ବୋଲି ସତର୍କ କରାଇଛି ଆମେରିକା । ଏହି ଅସ୍ତ୍ର ଯଦି ପ୍ରୟୋଗ କରାଯାଏ ତେବେ ବ୍ୟାପକ ଜୀବନ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ବର୍ତ୍ତମାନ ସୁଦ୍ଧା ୟୁକ୍ରେନର ଅଧିକାଂଶ ସହରରେ ଧ୍ବଂସଲୀଳା ଜାରି ରହିଥିବାବେଳେ କେତେକ ସହର ଲାଗି ଜାରି ରହିଛି ଛକାପଞ୍ଝା । ସେପଟେ ଯୁଦ୍ଧ ଟାଳିବା ଲାଗି ପ୍ରଥମ ଥର ଲାଗି ତୁର୍କୀରେ ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଓ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ଆଲୋଚନା କରିଛନ୍ତି । ଯୁଦ୍ଧ ବନ୍ଦ ଲାଗି ଋଷ ନିକଟରେ ୟୁକ୍ରେନ ଅନୁରୋଧ କରିଥିବା ସୂଚନା ମିଳିଛି । ବୈଠକରେ ତୁର୍କୀ ବୈଦେଶିକ ମନ୍ତ୍ରୀ ମେଭଲୁଟ କାବୁସୋଲୁ ମଧ୍ୟ ଉପସ୍ଥିତ ଥିଲେ ।

ନାଟୋର ସଦସ୍ୟ ଥାଇ ସୁଦ୍ଧା ତୁର୍କୀ ମଧ୍ୟସ୍ଥି ଭୂମିକା ଗ୍ରହଣ କରିଛି । ୟୁକ୍ରେନେବାସୀଙ୍କ ଲାଗି ମାନବିକତା ପ୍ରଦର୍ଶନ କରିବା ସହ ଏକ ଶାନ୍ତି ପ୍ରକ୍ରିୟା ଦିଗରେ ଅଭିମୁଖୀ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି କୁଲେବା । ଆଲୋଚନା ଜାରି ରହିଥିବାବେଳେ ମାରିଓପୋଲରେ ଜାରି ରହିଛି ଋଷର ଏୟାରଷ୍ଟ୍ରାଇକ । ଏକ ମାତୃକାଳୀନ ହସ୍ପିଟାଲରେ ଏୟାରଷ୍ଟ୍ରାଇକ ହେବା ଯୋଗୁଁ ପ୍ରାଣ ହରାଇଛନ୍ତି ଜଣେ ଶିଶୁଙ୍କ ସମେତ ୩ ଜଣ । ଆହତ ହୋଇଛନ୍ତି ୧୫ରୁ ଅଧିକ ଲୋକ । ଏହା ଏକ ଯୁଦ୍ଧ ଅପରାଧ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।

ସେପଟେ ଋଷ ଅଧିକୃତ ଦେହାହାଚି ଓ ଖାର୍କିବକୁ ପୁଣି ନିଜ ହାତକୁ ଆଣିଥିବା ଦାବି କରିଛି ୟୁକ୍ରେନ । ତେବେ ଏହି ଦୁଇ ସହର ଚାରିପାଖକୁ ଋଷ ସୈନ୍ୟ ଘେରି ରହିଥିବା ସୂଚନା ମିଳିଛି । ୧୦ଟି ସହରରେ ଅସ୍ଥାୟୀ ଅସ୍ତ୍ରବିରତି ଲାଗୁ ପାଇଁ ଋଷକୁ ଅନୁରୋଧ କରିଛି ୟୁକ୍ରେନ । ତୁରନ୍ତ ସୁମି, ମାରିଓପୋଲ, ଭୋଲନଭାଖା, ଇଜୁମ, ଖାରକିବ, ଓବଲାସ୍ତ, ବୁଚା, ବୋରୋଦିୟାଙ୍କା, ଇରପିନ ଆଦି ସହରରେ ଅସ୍ତ୍ରବିରତି ଲାଗି ଅନୁରୋଧ କରିଛି ୟୁକ୍ରେନ । ବର୍ତ୍ତମାନ ସୁଦ୍ଧା ୧୨ ହଜାରରୁ ଅଧିକ ଋଷ ସୈନ୍ୟ ପ୍ରାଣ ହରାଇଛନ୍ତି ବୋଲି ଦାବି କରିଛି ୟୁକ୍ରେନ । ଏହା ସହ ୮୧ଟି ସାମରିକ ହେଲିକପ୍ଟର ଓ ୩୩୫ ଟ୍ୟାଙ୍କ, ୧,୧୦୫ ସାମରିକ ଗାଡ଼ି, ୨୯ଟି ବିମାନ ବିଧ୍ବଂସୀ ଅସ୍ତ୍ର, ୫୬ଟି ରକେଟ ଲଞ୍ଚର, ୬୦ଟି ଇନ୍ଧନ ଟ୍ୟାଙ୍କକୁ ଧ୍ବଂସ କରାଯାଇଛି ବୋଲି ୟୁକ୍ରେନ ଦାବି କରିଛି ।

ଯୁଦ୍ଧ ସଙ୍କଟ ଭିତରେ ୟୁକ୍ରେନରୁ ବର୍ତ୍ତମାନ ୨୦ ଲକ୍ଷ ଲୋକ ପଡୋଶୀ ସୀମାକୁ ଚାଲିଯାଇଥିବା କହିଛି ଜାତିସଂଘ । ସେମାନଙ୍କ ମଧ୍ୟରୁ ପୋଲାଣ୍ଡକୁ ୧୨ ଲକ୍ଷ, ହଙ୍ଗେରୀକୁ ୧ ଲକ୍ଷ ୯୧ ହଜାର, ସ୍ଲୋଭାକିଆକୁ ୧ ଲକ୍ଷ ୪୦ ହଜାର, ମୋଲଡୋଭାକୁ ୮୨ ହଜାର ଲୋକ ପଳାୟନ କରିଛନ୍ତି ବୋଲି ଜାତିସଂଘ କହିଛି ।

ସିଂହାସନ ଖୋଜୁଛନ୍ତି ‘ଟିପୁ’, ସୁଲତାନ କରାଇଦେଲେନି ଯୋଗୀ

ନନ୍ଦିଘୋଷ ବ୍ୟୁରୋ: ଟିପୁ  ହୋଇପାରିଲେନି ସୁଲତାନ । ଦୀର୍ଘ ପାଞ୍ଚ ବର୍ଷ ହେବ ସିଂହାସନରୁ ଦୂରେଇ ଯାଇଛନ୍ତି, ପୁନର୍ବାର ସୁଲତାନ ହେବାର ସ୍ୱପ୍ନ ଦେଖିଥିଲେ  । ପାରଜୟକୁ ଭୁଲି ନୂତନ ଦିଶା ଏବଂ ଦଶା ନେଇ ଆଗେଇ ଯାଇଥିଲେ  । କିନ୍ତୁ ପୁଣିଥରେ ଲୋକେ ପରାଜୟ ଅଭିମୁଖେ ଅଗ୍ରସର କରିଦେଇଛନ୍ତି  । ଅର୍ଥାତ ଟିପୁଙ୍କ ସୁଲତାନ ହେବାର ସ୍ୱପ୍ନକୁ ଧୁଳିସାତ କରିଦେଇଛନ୍ତି ଭୋଟର  । ଆପଣ ଭାବୁଥିବେ ନିର୍ବାଚନର ପରାଜୟ ଏବଂ ବିଜୟ ଭିତରେ ଏ ଟିପୁ କେଉଁଠୁ ଆସିଲେ  । ହଁ, ଟିପୁ ଉତ୍ତରପ୍ରଦେଶ ନିର୍ବାଚନ ଲଢୁଥୁଲେ  । କେବଳ ଲଢୁନଥିଲେ ୟୁପି ରାଜଗାଦୀରେ ବସିବା ନେଇ ମଧ୍ୟ ଘୋଷଣା କରିଥିଲେ  । ଉତ୍ତରପ୍ରଦେଶର ୪୦୩ ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ଦୋଇଥିଲେ, ରାଜ୍ୟବ୍ୟାପୀ ପ୍ରଚାର କରିଥିଲେ  । କିନ୍ତୁ ଶେଷରେ ଗାଦି ଚାଲିଗଲା  । ଆଉ ଟିପୁଙ୍କ ସୁଲତାନ ସ୍ୱପ୍ନ କେବଳ ସ୍ୱପ୍ନରେ ହିଁ ରହିଗଲା  ।

ସମାଜବାଦୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ହେଉଛନ୍ତି ସେହି ‘ଟିପୁ’  । ଅଖିଳେଶଙ୍କୁ ପରିବାର ଲୋକ ଟିପୁ ବୋଲି ଡାକିଥାନ୍ତି  । ଟିପୁ ଦୀର୍ଘଦିନ ହେବ ସୁଲତାନ ହୋଇପାରି ନାହାଁନ୍ତି  । ଯଦିବା ପୂର୍ବରୁ ସିଂହାସନରେ ଅଭିସିକ୍ତ ହୋଇଥିଲେ  । କିନ୍ତୁ ବାବା ମଝିରେ ସବୁକିଛି ଗୋଳମାଳ କରିଦେଲେ  । ଯୋଗୀ ଆଦିତ୍ୟନାଥ ୨୦୧୭ ମସିହାରେ ଉତ୍ତରପ୍ରଦେଶରେ ସଂଖ୍ୟାଗରିଷ୍ଠତା ହାସଲ କରିବା ସହ ସତ୍ତା ଛଡ଼ାଇନେଇଥିଲେ  । ପରାଜୟକୁ ସ୍ୱୀକାର କରି ପୁଣି ଥରେ ସିଂହାସନ ଛଡାଇ ଆଣିବା ନେଇ ସଂକଳ୍ପବ୍ଧ ହୋଇଥିଲେ ଟିପୁ  । ପାଞ୍ଚବର୍ଷ ଅହରହ ପରିଶ୍ରମ କରିଥିଲେ  । ପ୍ରତିପକ୍ଷ ଦଳ ବିଜେପିର ଅନେକ ନେତାଙ୍କୁ ନିଜ ଦଳରେ ମିଶ୍ରଣ କରିଥିଲେ  । ଶେଷରେ କିନ୍ତୁ ୟୁପିବାସୀ ସୁଲତାନ ହେବାରୁ ବଞ୍ଚାଇଦେଲେ  ।

ଅର୍ଥାତ ଆଜି ଘୋଷଣା ହୋଇଥିବା ଉତ୍ତର ପ୍ରଦେଶ ନିର୍ବାଚନ ଫଳରେ ସଂଖ୍ୟାଗରିଷ୍ଠତା ହାସଲ କରିଛି ବିଜେପି  । ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଯୋଗୀ ଆଦିତ୍ୟନାଥ  । ଦଳ ୨୭୩  ଆସନରେ ବିଜୟ ହାସଲ କରି ସରକାର ଗଢିବାକୁ ଯାଉଛି  ।  ଏବଂ ସପା ୧୨୫ରେ ଅଟକିଯାଇଛି  । ସେପଟେ ଖୋଦ ଟିପୁ ଅର୍ଥାତ ଅଖିଳେଶ ଯାଦବ ଉତ୍ତରପ୍ରଦେଶର ମୈନପୁର ଜିଲ୍ଲାର କଲହରପୁର ଆସନରୁ ପ୍ରାର୍ଥୀ ହୋଇଥିଲେ  । ୧୪୮୧୯୬ ଖଣ୍ଡ ଭୋଟ ପାଇ ପ୍ରତିପକ୍ଷ ପ୍ରାର୍ଥୀ ବିଜେପିର ଏସପି ବଘେଲଙ୍କୁ ପରାଜିତ କରିଛନ୍ତି  । ସେପଟେ ପ୍ରତିପକ୍ଷ ପ୍ରାର୍ଥୀ ୮୦୪୫୫ ୱଖଣ୍ଡ ଭୋଟ ପାଇଥିବା ସୂଚନା ମିଳିଛି  । ଏହି ଆସନରେ ତୃତୀୟ ପର୍ଯ୍ୟାୟ ଅର୍ଥାତ ୨୦ ଫେବୃୟାରୀରେ ମତଦାନ ହୋଇଥିଲା  ।

ଚଳିତ ନିର୍ବାଚନରେ ସମାଜବାଦୀ ପାର୍ଟି ପୂର୍ଣ୍ଣବହୁମତ ସହ ସରକାର ଗଢିବା ନେଇ ଘୋଷଣା କରିଥିଲା  । ରାଜ୍ୟବ୍ୟାପୀ ପ୍ରଚାର ପ୍ରସାର ଜୋରଦାର ହୋଇଥିଲା  । ଏମିତିକି ୨୦୦ରୁ ଅଧିକ ଆସନରେ ଦଳୀୟ ପ୍ରାର୍ଥୀ ବିଧାୟକ ଭାବେ ନିର୍ବାଚିତ ହେବେ ବୋଲି ଦଳର ରାଜନୈତିକ ଗଣିତଜ୍ଞ ଅଙ୍କ କଷି ସାରିଥିଲେ  । ଟିପୁ ପାଞ୍ଚ ବର୍ଷପରେ ସିଂହାସନକୁ ଫେରିବା ନେଇ ମଧ୍ୟ ମନବଳାଇ ସାରିଥିଲେ  । ସବୁସ୍ୱତେ ବଦଳିଗଲା ୟୁପିର ଗଣିତ କାରଣ ଉତ୍ତରପ୍ରଦେଶରେ ପ୍ରତି ପାଞ୍ଚ ବର୍ଷରେ ସରକାର ପରିବର୍ତ୍ତନ ହୋଇଥାଏ  । ଭାଜପା ଶାସନ ପରେ ବିରୋଧୀ ଦଳରେ ଥିବା ସପା କେମିତିବା ମନ ବଳାଇ ନଥାନ୍ତା  । ତେବେ ଦୀର୍ଘ ୩୧ ବର୍ଷର ଇତିହାସରେ ବ୍ରେକ ଲଗାଇଦେଲା ଚଳିତ ନିର୍ବାଚନ  । ଦ୍ୱିତୀୟ ଥର ପାଇଁ ସରକାର ଗଢିଥିଲା ବିଜେପି  । ଏବଂ ଟିପୁଙ୍କ ସୁଲତାନ ସ୍ୱପ୍ନ ଧୂଳିସାତ ହୋଇଗଲା  ।

କଳାସାଆନ୍ତଙ୍କ କାମରେ କୁଚକ୍ରୀ କିଏ ?

ପୁରୀ: ବଡ଼ଦେଉଳ ବିକାଶରେ କିଏ ସାଜିଛି ଭିଲେନ ? ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାମକୁ ମିଳିଛି ନୋ ଅବଜେକ୍ସନ ସାର୍ଟିଫିକେଟ । ହାତେ ହାତେ ଦସ୍ତାବିଜ ପ୍ରମାଣପତ୍ର । ତଥାପି ଶ୍ରୀକ୍ଷେତ୍ର ଐତିହାସିକ କରିଡରକୁ ରୋକିବାକୁ ଏତେ ଆଗ୍ରହ କାହିଁକି ? ଅଧା ମୋଡ଼ା ଚିଠିର ଖୋଲିଲା ଗୁମର ।

ନନ୍ଦିଘୋଷ ଟିଭି ହାତରେ ଲାଗିଛି ସମ୍ପୂର୍ଣ୍ଣ ଚିଠିର ଏକ୍ସକ୍ଲୁସିଭ ଦସ୍ତାବିଜ । ଏହି ସମ୍ପୂର୍ଣ ଚିଠିରେ ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା କରିଡରର ନିର୍ମାଣକୁ ନେଇ ଏନଓସି ମିଳିଛି । ଯାହାକୁ ନେଇ କିଛି କୁଚକ୍ରୀ ବିଭ୍ରାନ୍ତି କର ମନ୍ତବ୍ୟ ଦେବା ସହ ଉନ୍ନତିମୂଳକ କାର୍ଯ୍ୟ କରାଇ ନଦେବାକୁ କରିଥିବା ଯୋଜନା ଏବେ ଫସର ଫାଟିଛି । ରାଜ୍ୟ ଏଏସଆଇର ବରିଷ୍ଠ ଅଧିକାରୀ ଅରୁଣ ମଲ୍ଲିକ ଶ୍ରୀମନ୍ଦିର ଉନ୍ନତି ପାଇଁ କଳା ପାହାଡ଼ ସାଜିଥିବା ବେଳେ ପରୋକ୍ଷରେ ବିରୋଧୀଙ୍କ ମୁଖପାତ୍ର ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି ପୁରୀବାସୀ । ଏଭଳି ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ନାନାଦି ପ୍ରଶ୍ନ ଉଠୁଥିବା ବେଳେ ମହାପ୍ରଭୁଙ୍କ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ଅବଦାନ ଓ ପ୍ରଚେଷ୍ଟାକୁ ସେବାୟତ ଓ ପୁରୀବାସୀ ପ୍ରଶଂସା କରିଛନ୍ତି ।

ଶ୍ରୀକ୍ଷେତ୍ରକୁ ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ଅବିସ୍ମରଣୀୟ ଉଦ୍ୟମ । ଏହାକୁ ବିରୋଧ କରିବା ନିନ୍ଦନୀୟ କାର୍ଯ୍ୟ । ପୁରୀ ବାସିନ୍ଦା, ସେବାୟତ ଓ ଶ୍ରୀଜଗନ୍ନାଥ ପ୍ରେମୀ ମହାପ୍ରଭୁଙ୍କ ନିମିତ୍ତ ବହୁ ତ୍ୟାଗ ଓ କଷ୍ଟ ସହିଛନ୍ତି । ତେବେ ପ୍ରକଳ୍ପ ନିର୍ମାଣକୁ ନେଇ ଉଠୁଥିବା ଚର୍ଚ୍ଚା ପଛରେ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀଙ୍କ ହାତ ରହିଛି । ତେଣୁ ମହାପ୍ରଭୁଙ୍କ କାର୍ଯ୍ୟରେ ବାଧା ନଦେବାକୁ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ମତ ଦେଇଛନ୍ତି ।

ଶ୍ରୀମନ୍ଦିର ପ୍ରକଳ୍ପ କାମର ପରିଦର୍ଶନ କରି ଏଏସଆଇ ଡିଜି ପଜିଟିଭ ପ୍ରତିକ୍ରିୟା ଦେଇଛନ୍ତି । ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷ ଏନଓସି ଦେଇଛନ୍ତି । ହେଲେ ରାଜ୍ୟ ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଏହା ଜାଣି ମଧ୍ୟ ବିଭ୍ରାନ୍ତିକର ମନ୍ତବ୍ୟ ଦେବା କେତେ ଦୂର ଠିକ ? ନନ୍ଦିଘୋଷ ଟିଭି ପକ୍ଷରୁ ତାଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିବା ବେଳେ ସେ କୌଣସି ମନ୍ତବ୍ୟ ଦେବାକୁ ମନା କରିବା ପରେ ତାଙ୍କ କାର୍ଯ୍ୟକଳାପ ନେଇ ସାଧାରଣରେ ସନ୍ଦେହ ବଢିଛି ।

ପୌର ନିର୍ବାଚନ: ଦଳ ପାଇଁ କଣ୍ଟା ସ୍ବାଧୀନ ପ୍ରାର୍ଥୀ

ଭୁବନେଶ୍ବର: ଔପଚାରିକ ଭାବେ ପୌର ନିର୍ବାଚନ ଲଢିବାକୁ ଆଜି ଚିହ୍ନ ପାଇଛନ୍ତି ପ୍ରାର୍ଥୀ । ଦଳୀୟ ଚିହ୍ନ ପାଇଥିବା ପ୍ରାର୍ଥୀଙ୍କ ପାଇଁ କଣ୍ଟା ସାଜିଛନ୍ତି ସେହି ଦଳର ସ୍ବାଧୀନ ପ୍ରାର୍ଥୀ । ବିଜେଡି ଏଭଳି ପ୍ରାର୍ଥୀଙ୍କୁ ବୁଝାସୁଝା କରିବ । ନମାନିଲେ କାର୍ଯ୍ୟାନୁଷ୍ଠାନ ନେଇ ଦଳ ତରଫରୁ ଚେତାବନୀ । ସେପଟେ ରାଜ୍ୟର ବିଭିନ୍ନ ଓ୍ବାର୍ଡରେ ପ୍ରାର୍ଥୀ ଦେବାରେ ଅସମର୍ଥ ହେବାରୁ କଂଗ୍ରେସରେ ବଢୁଛି କନ୍ଦଳ । ସେହିପରି ପ୍ରାର୍ଥୀ ଚୟନ ବିବାଦ ବିଜେପି ପାଇଁ ଆଣିପାରେ ଟେନସନ୍ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଯୋଗୁଁ ବିଜେଡି ଟିକେଟ ପାଇଁ ଲାଗିଥିଲା ଭିଡ଼ । ଏକାଧିକ ଆଶାୟୀ ବିଜେଡି ଟିକେଟକୁ ଅନାଇ ବସିଥିଲେ । ପ୍ରାର୍ଥୀ ତାଲିକା ମିଳିବା ପରେ ଅନେକ ସ୍ବାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ପଦାକୁ ଆସିଛି । ହାତରେ ମାତ୍ର ତିନି ଦିନ, ମାର୍ଚ୍ଚ ୧୪ ଯାଏଁ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ରହିଛି। ଗୋଟାଏ ଓ୍ବାର୍ଡରେ ବିଜେଡିର ଏକାଧିକ ପ୍ରାର୍ଥୀ ବିଭିନ୍ନ ଚିହ୍ନରୁ ଯେପରି ନ ଲଢନ୍ତି, ସେଥିପାଇଁ ଦଳ ଭିତରେ ମାନସମନ୍ଥନ ଚାଲିଛି । ଦଳୀୟ ନେତା ସେମାନଙ୍କୁ ବୁଝାସୁଝା କରୁଛନ୍ତି । ଅଧିକାଂଶ ଶୃଙ୍ଖଳିତ କର୍ମୀ ଭାବେ ନାମାଙ୍କନ ପ୍ରତ୍ୟାହାର କରିବାକୁ ରାଜି ହୋଇଛନ୍ତି । ସେମାନଙ୍କୁ ଦଳର ଅନ୍ୟ କାମ ଓ ଗୁରୁତ୍ବପୂର୍ଣ୍ଣ ପଦ ପଦବୀ ଦିଆଯାଇପାରେ । ହେଲେ ଦଳୀୟ ଅନୁଶାସନକୁ ବାଦ୍ ଦେଇ ନିର୍ବାଚନ ଲଢିଲେ ହାଇକମାଣ୍ଡ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ।

ସେପଟେ ପଞ୍ଚାୟତ ପରି ପୌର ନିର୍ବାଚନରେ ବି କଂଗ୍ରେସରେ ପ୍ରାର୍ଥୀ ମରୁଡ଼ି । ସବୁ ଓ୍ବାର୍ଡରେ ମିଳିଲେନି ପ୍ରାର୍ଥୀ । ଆଉ କିଛି ଓ୍ବାର୍ଡରେ ସ୍ଥାନୀୟ କଂଗ୍ରେସ ନେତାଙ୍କ ଚକ୍ରାନ୍ତ ଯୋଗୁଁ ପ୍ରାର୍ଥୀ ଦିଆଯାଇପାରିନି । ଏପରି ସ୍ଥିତିରେ ବିଶୃଙ୍ଖଳିତ ନେତାଙ୍କୁ ଦଳରୁ ବିଦା କରିବା ପାଇଁ ଏଆଇସିସିକୁ ନିବେଦନ କରିଛନ୍ତି ଦଳର ହେଭିଓ୍ବେଟ୍ ନେତା । ପିସିସି ସଭାପତିଙ୍କ ନେତୃତ୍ବକୁ ଏହା କାଠଗଡ଼ାକୁ ଟାଣିଛି ।

ବିଜେପିର ପଞ୍ଚାୟତ ପରାଜୟ ପଛରେ ପ୍ରାର୍ଥୀ ଚୟନ ବିବାଦ କାରଣ ଥିବା କୁହାଯାଉଛି । ପୌର ପ୍ରାର୍ଥୀ ଚୟନ ନେଇ ଭବାନୀପାଟଣା ପରି ଅନେକ ସ୍ଥାନରେ ଗଣ୍ଡଗୋଳ ବି ହୋଇଛି । ହେଲେ ବାହସ୍ଫୋଟ ମାରିବା ବନ୍ଦ କରିନି ବିଜେପି।

ପୌର ନିର୍ବାଚନ ସଂପୂର୍ଣ୍ଣ ଭାବେ ଦଳୀୟ ଚିହ୍ନରେ ଲଢାଯାଏ । ତେଣୁ ପୂରା ଦଳ ଏକାଠି ହୋଇ କାମ ନକଲେ, ଭୋଟ୍‌ ପ୍ରଭାବିତ ହୋଇଥାଏ ।

କାଲିଠୁ ଗ୍ରାମାଞ୍ଚଳ ନେତାଙ୍କ ପରୋକ୍ଷ ପରୀକ୍ଷା: କ୍ଲିନ୍ ସୁଇପ ଲକ୍ଷ୍ୟରେ ବିଜେଡି

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ କାଲିଠାରୁ ପରୋକ୍ଷ ନିର୍ବାଚନ । ଆସନ୍ତାକାଲି ନାଏବ ସରପଞ୍ଚ ପାଇଁ ନିର୍ବାଚନ ହେବ, ୧୨ ତାରିଖରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ, ଜିଲ୍ଲା ପରିଷଦ ସଭାପତି ପାଇଁ ୧୩ ତାରିଖରେ ନିର୍ବାଚନ । ଯେଉଁ ପଞ୍ଚାୟତରେ ସରପଞ୍ଚ ଓ ଅଧାରୁ ଅଧିକ ୱାର୍ଡ ମେମ୍ବର ନିର୍ବାଚିତ ହୋଇଛନ୍ତି ସେଠାରେ ହେବ ନାଏବ ସରପଞ୍ଚ ନିର୍ବାଚନ । ଏହି ନିର୍ବାଚନ ପ୍ରକ୍ରିୟାରେ କୋରମର ବ୍ୟବସ୍ଥା ଅଛି । ନାଏବ ସରପଞ୍ଚ ପାଇଁ ସକାଳ ୧୦ଟାରୁ ୧୧ଟା ଭିତରେ ପ୍ରାର୍ଥିପତ୍ର ଦାଖଲ ହେବ । ସରପଞ୍ଚ ପୁରୁଷ ହୋଇଥିଲେ ନାଏବ ସରପଞ୍ଚ ମହିଳା ହେବେ । ସରପଞ୍ଚ ମହିଳା ଥିଲେ ନାଏବ ସରପଞ୍ଚ ରହି ପାରିବେ ମହିଳା ।  ବ୍ଲକ ଅଧ୍ୟକ୍ଷ ପାଇଁ ପ୍ରାର୍ଥିପତ୍ର ୧୦ଟା ୩୦ରୁ ୧୧ଟା ୩୦ ଭିତରେ ଦାଖଲ କରିବେ । ୧୧ଟା ୩୦ରୁ ୧୨ଟା ୩୦ ଭିତରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ । ୧୨ଟା ୩୦ ପରେ ହେବ ଭୋଟ୍‌ । ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ବେଳେ ଏଥର ଦଳ ବଦଳ ନିରୋଧ ଆଇନ ଲାଗୁ ହେବ ।

ତେବେ ସବୁ ଦଳର ନଜର ରହିଛି ବ୍ଲକ ଅଧ୍ୟକ୍ଷ ପଦ ଉପରେ । ବ୍ଲକ କାହା ଦଖଲକୁ ଯିବ ? କିଏ ହେବେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ତାକୁ ନେଇ ବିଧାୟକମାନେ ରଣନୀତି ପ୍ରସ୍ତୁତ କରୁଛନ୍ତି । ୩୧୪ ବ୍ଲକରୁ ବିଜେଡି ସର୍ବାଧିକ ବ୍ଲକ ଦଖଲ କରିବ ବୋଲି କହିଛି । ପଞ୍ଚାୟତ ନିର୍ବାଚନରେ ଧୂଳି ଚାଟିଥିବା ବିରୋଧୀ ବିଜେପି ଓ କଂଗ୍ରେସ କିଛି ଜାଗାରେ ବ୍ଲକ ଦଖଲ କରିବାକୁ ଅଣ୍ଟା ଭିଡ଼ିଛନ୍ତି ।

ବିଜେଡି ଜିଲ୍ଲା ପରିଷଦରେ ପ୍ରାୟ ସବୁ ଜିଲ୍ଲାରେ କ୍ଲିନ ସୁଇପ୍ କରିଥିବାରୁ ବ୍ଲକ ଗଠନରେ ବିଜେଡିର ଦବଦବା ରହିବ ବୋଲି ଜଣାପଡ଼ୁଛି । ଜିଲ୍ଲା ପରିଷଦରେ ବିରୋଧୀଙ୍କ ସବୁ ଆକଳନ ଭୁଲ୍ ହୋଇଥିବାରୁ ବିଜେପି ଓ କଂଗ୍ରେସ ସଂଖ୍ୟା ନକହି କିଛି ବ୍ଲକ ଦଖଲ କରିବାକୁ ବଳ କଷୁଛନ୍ତି ।

୫ରୁ ୪ ରାଜ୍ୟରେ ପଦ୍ମରାଜ

ଭୁବନେଶ୍ବର: ୟୁପିରେ ପୁଣି ଚାଲିବ ଯୋଗୀ ରାଜ୍ । ପାୱାର ରେସରେ ପଛରେ ରହିଗଲା ଅଖିଳେଶଙ୍କ ସାଇକେଲ । ଉତ୍ତରାଖଣ୍ଡରେ ବିଜେପିର ହାଇ ଜୋଷ । ଗୋଆ ମଣିପୁରରେ ପଦ୍ମରାଜ୍ । ୫ ରାଜ୍ୟରୁ ୪ଟିରେ ବିଜେପିର ବୃହତ ବିଜୟ । ପଞ୍ଜାବ ବ୍ୟତୀତ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ଚାଲିବ ଗୈରିକରାଜ୍ ।

ବୁଲଡୋଜର ବାବାଙ୍କ ଉପରେ ୟୁପିର ଭରସା

ଉତ୍ତରପ୍ରଦେଶରେ ପ୍ରଥମ ଥର ଲାଗି ଲଗାତାର ଦୁଇ ଥର କ୍ଷମତାସୀନ ହେବାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରିଛନ୍ତି ରେକର୍ଡ । ରାଜ୍ୟରେ ବାହୁବଳୀଙ୍କ ବଦଳରେ ଆସିଲା ବଜରଙ୍ଗୀବାଲୀଙ୍କ ଶାସନ । ତେବେ ଗତଥର ତୁଳନାରେ ବିଜେପିର ଆସନ ସଂଖ୍ୟା କମ୍ ହୋଇଛି । ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି ପ୍ରାୟ ଦୁଇଗୁଣ ଅଧିକ ଆସନ ହାସଲ କରିଛି । ହେଲେ ମୁଖ୍ୟମନ୍ତ୍ରୀ ଚୌକିଠାରୁ ବହୁ ଦୂରରେ ରହିଯାଇଛି ।

ତେବେ କ’ଣ ରହିଲା ବିଜେପିର ଉଇନିଂ ଫାକ୍ଟର ? ଠାକୁର ବା ରାଜପୁତ, ବ୍ରାହ୍ମଣ ଓ ବଣିଆଙ୍କ ଭୋଟ ହେଲାନି ହାତଛଡ଼ା । ଏପରିକି ଜାଠ୍ ଭୋଟ ବି ହାତେଇବାରେ ସକ୍ଷମ ହେଲା ପଦ୍ମଦଳ । କୋଭିଡର ଦୁଃସ୍ଥିତି ଚିତ୍ରକୁ ନେଇ ବିଜେପି ନିନ୍ଦିତ ହୋଇଥିଲେ ବି ଏହାକୁ ଅସ୍ତ୍ର କରିବାରେ ବି ବିଫଳ ହେଲେ ବିରୋଧୀ । ଏହା ସହ ମାଗଣା ବିଜୁଳି, ଗହମ ଓ ଧାନ ଲାଗି ଏମଏସପି, ମାଗଣା ସ୍କୁଟର ତଥା କୃଷକଙ୍କ ଲାଗି ଯୋଜନା ବି ବିଜେପି ପାଇଁ ହେଲା ବରଦାନ । କଂଗ୍ରେସର ଦୁର୍ବଳ ନେତୃତ୍ବ, ଦଳିତ ବର୍ଗଙ୍କ ସହ ଗୋପନ ବୁଝାମଣା ବିଜେପିକୁ ପିନ୍ଧାଇଲା ମୁକୁଟ । ସମସ୍ତ ଚେଷ୍ଟା ସତ୍ତ୍ବେ ମୂଳପୋଛ ଅବସ୍ଥାକୁ ଆସିଛି କଂଗ୍ରେସ ।

ଉତ୍ତରାଖଣ୍ଡରେ ବିଜେପି ରିଟର୍ଣ୍ଣସ୍

ସେପଟେ ଉତ୍ତରାଖଣ୍ଡ କଥା ଦେଖିଲେ, ମାତ୍ର ୪ ମାସରେ ୩ ଜଣ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଥିବା ବିଜେପି ମାରିଲା ବାଜିମାତ୍ । ଯଦିଓ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ପରାଜିତ ହୋଇଛନ୍ତି, ହେଲେ ଦଳ ଉତ୍ତରାଖଣ୍ଡ ଇତିହାସରେ ନୂଆ ଫର୍ଦ୍ଦ ଜୋଡିବାକୁ ସମକ୍ଷମ ହୋଇଛି । ରାଜ୍ୟ ଗଠନ ପରେ ଏଠାରେ ପ୍ରଥମ ଥର ପାଇଁ କୌଣସି ଦଳ ଲଗାତର ଦ୍ବିତୀୟ ଥର ପାଇଁ ସରକାର ଗଢିବାକୁ ଯାଉଛି ।

ତେବେ କ’ଣ ରହିଲା ଦଳର ବିଜୟର କାରଣ ? ଅବକି ବାର୍ ୬୦ ପାର୍ ସ୍ଲୋଗାନର ସଫଳତା ମୂଳରେ କାରଣ କ’ଣ ? ବିଜେପିର ଡବଲ ଇଞ୍ଜିନ ସ୍ଲୋଗାନ, ମାଗଣା ରାସନ, ସଫଳ କୋଭିଡ ପରିଚାଳନା, କଲ୍ୟାଣ ଯୋଜନା ହିଁ ବିଜେପିକୁ ପିନ୍ଧାଇଲା ମୁକୁଟ । କଂଗ୍ରେସ ନେତା ହରିଶ ରାଓ୍ବତଙ୍କ ଦୁର୍ବଳ ନିର୍ବାଚନ ପରିଚାଳନା ବି ବିଜେପିକୁ ହେଲା ସହାୟ ।

ବିବାଦୀୟ ଆଫପ୍ସା ହେଲା କି ମଣିପୁର ବିଜେପପିକୁ ସହାୟ ?

ମଣିପୁରରେ ପୁଣି ବିଜେପି ଲାଗି ମୂଲ୍ୟବାନ ସାବ୍ୟସ୍ତ ହୋଇଛି ବିବାଦୀୟ ଆଫପ୍ସା ପ୍ରସଙ୍ଗ । କେନ୍ଦ୍ରରେ ବିଜେପି ଶାସନ ଥିବାରୁ ଏହି ଆଇନକୁ ହଟାଇବା ଲାଗି ରାଜ୍ୟରେ ବିଜେପି ସରକାର ଦରକାର ବୋଲି ବିଚାର କରିଛନ୍ତି ରାଜ୍ୟବାସୀ । ଏହାସହ ରାଜ୍ୟର ବିକାଶ ଲାଗି ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରରୁ ଅଧିକ ପାଣ୍ଠି ଆସିବା ନେଇ ରାଜ୍ୟବାସୀ ଆଶା ରଖି ଭୋଟ ଦେଇଛନ୍ତି । ବିଜେପିର ପାର୍ବତ୍ୟାଞ୍ଚଳକୁ ଯାଅ ସ୍ଲୋଗାନକୁ ମଧ୍ୟ ଲୋକେ ପସନ୍ଦ କରିଛନ୍ତି । ଏହି କାରଣରୁ ପାର୍ବତ୍ୟାଞ୍ଚଳ ଓ ଉପତ୍ୟକା ଅଞ୍ଚଳରେ ବିଶେଷ ସଫଳତା ଲାଭ କରିଛି ବିଜେପି ।

ପ୍ରମୋଦଙ୍କ କ୍ଲିନ୍ ଇମେଜ ଦେଲା ଗୋଆ

ଗୋଆରେ କାମ କଲା ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତଙ୍କ କ୍ଲିନ୍ ଇମେଜ୍ । ବିଜେପି ଗଡଫାଦର ମନୋହର ପାରିକରଙ୍କ ପୁଅଙ୍କ ବିଦ୍ରୋହ ସତ୍ତ୍ବେ ଗୋଆରେ ଚାଲିଲା ପଦ୍ମରାଜ୍ । ଏହାସହ ସମସ୍ତ ଗାଁରେ ଘର ଯୋଜନା, ସ୍ବଳ୍ପ ସୁଧ ହାରରେ ଋଣ, ପ୍ରତି ପରିବାରକୁ ମାଗଣା ଏଲପିଜି ସ୍ଲୋଗାନ ବି ବିଜେପିକୁ ପିନ୍ଧାଇଲା ସଫଳତାର ମାଳ ।

ଅନ୍ୟପକ୍ଷରେ ବିରୋଧୀ କଂଗ୍ରେସର ଭୁଲ ଗୋଟି ଚାଳନା, ସଫଳ ନେତୃତ୍ବର ଅଭାବ, ଛୋଟ ଦଳ ସହ ନିର୍ବାଚନ ବୁଝାମଣାର ଅଭାବ ହିଁ ବିଜେପି ବିଜୟର ମୂଳ କାରଣ ବୋଲି ରାଜେନୖତିକ ବିଶେଷଜ୍ଞ ମତ ଦେଉଛନ୍ତି ।

ପଞ୍ଜାବରେ ଆପର ବିଜୟ, ସୋସିଆଲ ମିଡିଆ ଟ୍ରେଣ୍ଡରେ ଜେଲେନସ୍କି

ଅମୃତସର: ଆମ୍ ଆଦମୀ ପାର୍ଟିର ଝାଡୁରେ ସଫା ହୋଇଗଲେ ପଞ୍ଜାବରେ ବିରୋଧୀ । ହରିଲେ କଂଗ୍ରେସର ତୁଙ୍ଗ ନେତା । ଆଜି ଭୋଟ୍ ଗଣତି ଆରମ୍ଭ ହେବା ମାତ୍ରେ କ୍ଷମତାଶୀନ କଂଗ୍ରେସ ଶିବିରରେ ଖେଳି ଯାଇଥିଲା ନୈରାଶ୍ୟ । ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭାରେ ୯୨ ଆସନରେ ଆଗୁଆ ଆପ୍ । ବିଶେଷ କରି ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମାନଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ଚର୍ଚ୍ଚା ଆପର ବୃହତ ବିଜୟକୁ ନେଇ ନୁହେଁ, ବରଂ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ନେଇ । ଭଗବନ୍ତ ଏବଂ ଜେଲେନସ୍କିଙ୍କୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ସୋସିଆଲ ମିଡିଆ ୟୁଜର୍ସ ଆପ୍ ମୁଖ୍ୟମନ୍ତ୍ରୀ ଫଷସ ଭଗବନ୍ତଙ୍କୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ତୁଳନା କରାଯାଉଛି । ଏମିତି ହେବାର କାରଣ ମଧ୍ୟ ରହିଛି । କାରଣଟି ହେଲା, ଜେଲେନସ୍କି ମଧ୍ୟ ଭଗବନ୍ତ ମାନଙ୍କ ଭଳି କେବେ ହାସ୍ୟ ଅଭିନେତା (କମେଡିଆନ) ଥିଲେ ।

ୟୁକ୍ରେନର ଲୋକପ୍ରିୟ କମେଡି ଶୋ’ KVNରେ ଆସୁଥିଲେ । ୨୦୦୩ ପର୍ଯ୍ୟନ୍ତ ସେ ଏହି କମେଡି ଶୋ’ର ଅଂଶ ଥିଲେ । ଟିଭି ବ୍ୟତୀତ ଜେଲେନସ୍କି ଫିଲ୍ମ ୮ ଫାର୍ଷ୍ଟ ଡେଟ୍ସ (୨୦୧୨) ଓ ୮ ନ୍ୟୁ ଡେଟ୍ସ (୨୦୧୫)ରେ କାମ କରିଛନ୍ତି ।

ସେହିପରି ଭଗବନ୍ତ ମାନ ରାଜନୀତିକୁ ଆସିବା ପୂର୍ବରୁ ନ୍ୟାସନାଲ ଚ୍ୟାନେଲ ଟିଭି ଚ୍ୟାନେଲ ସହ ଏକାଧିକ କମେଡି ଶୋରେ କାମ କରିସାରିଛନ୍ତି । ତାଙ୍କ ଶୋ’ ‘ଜୁଗନୁ ମସ୍ତ ମସ୍ତ’ ବହୁତ ଲୋକପ୍ରିୟ ହୋଇଥିଲା ।

ତଳେ ଦେଖନ୍ତୁ ଭଗବନ୍ତ ମାନ ଏବଂ ଜେଲେନସ୍କିଙ୍କୁ ନେଇ ହୋଇଥିବା କିଛି ଟ୍ବିଟ୍…