ସମୁଦ୍ରରେ ବୁଢ଼ି ପର୍ଯ୍ୟଟକ ନିଖୋଜ, ଅଗ୍ନିଶମ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି

1 min read

ପୁରୀ: ପୁଅ ଆଗରେ ଭାସିଗଲେ ବାପା । ପୁରୀ ସମୁଦ୍ର ୯ ନମ୍ବର ସେକ୍ଟର ଅଞ୍ଚଳରେ ଜଣେ ପର୍ଯ୍ୟଟକ ନିଖୋଜ । ସମୁଦ୍ର ସ୍ନାନ କରୁଥିବାବେଳେ ନିଖୋଜ ହୋଇଯାଇଛନ୍ତି । ନିଖୋଜ ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ବାଲେଶ୍ୱର ସାଚିନା ଅଞ୍ଚଳର ବଂଶୀଧର ବେହେରା । ପରିବାର ସହ ସେ ପୁରୀ ବୁଲିବାକୁ ଆସିଥିବା ବେଳେ ବାପ-ପୁଅ ମିଶି ସମୁଦ୍ରରେ ଗାଧୋଉଥିଲେ । ସମୁଦ୍ରରେ ସ୍ନାନ କରୁଥିବାବେଳେ ହଠାତ୍ ପୁଅ ଆଗରେ ଲହଡ଼ିରେ ଭିଡି ହୋଇ ଭିତରକୁ ଚାଲିଗଲେ ବାପା । ଏହି ଘଟଣା ପରେ  ଅଗ୍ନିଶମ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । କିନ୍ତୁ ଏପର୍ଯ୍ୟନ୍ତ ବଂଶୀଧରଙ୍କର କୌଣସି ପତ୍ତା ମିଳିପାରି ନାହିଁ । ତେବେ ଆଜ ପୁରୀ ସମୁଦ୍ରରେ ଆଉ ଦୁଇ ଜଣ ଝାଡଖଣ୍ଡର ପର୍ଯ୍ୟଟକ ବୁଢ଼ି ଯାଇଥିଲେ । କିନ୍ତୁ ଏହି ଦୁଇ ଝାଡଖଣ୍ଡର ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଲାଇଫ ଗାର୍ଡ ।