spot_img
Home Blog Page 4510

ମେଲବର୍ଣ୍ଣରେ ପହଞ୍ଚିଲା ଶେନ୍ ଓ୍ୱାର୍ଣ୍ଣଙ୍କ ପାର୍ଥିବ ଶରୀର, MCGରେ ଦିଆଯିବ ଅନ୍ତିମ ବିଦାୟ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଦିବଙ୍ଗତ ସ୍ପିନର ଶେନ ଓ୍ୱାର୍ଣ୍ଣଙ୍କ ପାର୍ଥିବ ଶରୀର ଗୁରୁବାର ଏକ ପ୍ରାଇଭେଟ ଜେଟରେ ମେଲବର୍ଣ୍ଣରେ ପହଞ୍ଚିଛି । ଓ୍ୱାର୍ଣ୍ଣଙ୍କ ମୃତଦେହ ଅଷ୍ଟ୍ରେଲିଆ ଜାତୀୟ ପତାକାରେ ଆବୃତ ଏକ କଫିନରେ ମେଲବର୍ଣ୍ଣ ଅଣାଯାଇଥିଲା । ପ୍ରାଇଭେଟ ଜେଟରେ ଓ୍ୱାର୍ଣ୍ଣଙ୍କ ପାର୍ଥିବ ଶରୀର ସ୍ଥାନୀୟ ସମୟ ୮.୩୦ରେ ମେଲବର୍ଣ୍ଣରେ ପହଞ୍ଚିଥିଲା । ଶେନ ଓ୍ୱାର୍ଣ୍ଣଙ୍କ ଶେଷକୃର୍ତ୍ୟ ମାର୍ଚ୍ଚ ୩୦ରେ ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ସଂସ୍କାର ହେବ ।

ସୂଚନା ଅନୁସାରେ ଗତ ଶୁକ୍ରବାର ଥାଇଲଣ୍ଡରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ ଶେନ ଓ୍ୱାର୍ଣ୍ଣ । ସେ ତାଙ୍କ ସାଙ୍ଗମାନଙ୍କ ସହ ଛୁଟି ମନାଇବାକୁ ଥାଇଲାଣ୍ଡ ଯାଇଥିଲେ । ତେବେ ଏବେ ମେଲବର୍ଣ୍ଣରେ ତାଙ୍କ ପାର୍ଥିବ ଶରୀର ପହଞ୍‌ଚିବା ପରେ ମାର୍ଚ୍ଚ ୩୦ରେ ଅନ୍ତିମ ସଂସ୍କାର ହେବ । ଶେନଙ୍କ ମୃତ୍ୟୁ ପରେ ଭିକ୍ଟୋରିଆ ପ୍ରଧାନମନ୍ତ୍ରୀ ଡାନିଏଲ ଆଣ୍ଡ୍ର୍ୟୁସ  ସୋସିଆଲ ମିଡିଆରେ ଲେଖିଥିଲେ କି ଓ୍ୱାର୍ଣ୍ଣଙ୍କୁ ଏମସିଜି ବ୍ୟତୀତ ଅନ୍ୟ କୌଣସି ଗ୍ରାଉଣ୍ଡରେ ଭଲ ବିଦାୟ ଦେଇପାରିବ ନାହିଁ । ଏମସିଜି ଗ୍ରାଉଣ୍ଡରେ ଓ୍ୱାର୍ଣ୍ଣ ୧୯୯୪ ଆସେସରେ ହାଟ୍ରିକ ନେଇଥିଲେ ଏବଂ ୨୦୦୬ ବକ୍ସିଂ ଡେ’ ଟେଷ୍ଟରେ ୭୦୦ ଓ୍ୱିକେଟ ହାସଲ କରିଥିଲେ । ସେ ତାଙ୍କ କ୍ୟାରିୟରରେ ୧୪୫ ମ୍ୟାଚ ଖେଳି ୭୦୮ ଓ୍ୱିକେଟ ଅକ୍ତିଆର କରିଥିଲେ ।

ଜୈବିକ ଅସ୍ତ୍ରଶସ୍ତ୍ର ନିର୍ମାଣକୁ ଖଣ୍ଡନ କଲେ ୟୁକ୍ରେନ ରାଷ୍ଟ୍ରପତି, କହିଲେ- ମୁଁ ବି ଜଣେ ବାପା…

କିଭ୍: ୟୁକ୍ରେନରେ କୗେଣସି ପ୍ରକାର ରାସାୟନିକ ତଥା ଜୖେବିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରାଯାଇନଥିବା କହିଛନ୍ତି ରାଷ୍ଟ୍ରପତି ଜେଲେନସ୍କି। ଏହାଛଡା ଋଷ ଯଦି ଦେଶରେ ରାସାୟନିକ ଶସ୍ତ୍ର ପକାଏ ତାହେଲେ ଋଷ ଉପରେ ଅଧିକ ପ୍ରତିବନ୍ଧକ ଲାଗିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ଶୁକ୍ରବାର ଦିନ ଏକ ଭିଡ଼ିଓ ଜାରି କରି ଜେଲେନସ୍କି କହିଛନ୍ତି ଯେ, ମୁଁ ଏକ ଭଲ ଦେଶ ଓ ଦାୟିତ୍ୱବାନ ରାଷ୍ଟ୍ରର ରାଷ୍ଟ୍ରପତି । ମୁଁ ଦୁଇ ସନ୍ତାନଙ୍କ ବାପା ମଧ୍ୟ । ମୋ ମାଟି ଉପରେ କୗେଣସି ରାସାୟନିକ ଅସ୍ତ୍ରଶସ୍ତ୍ର କିମ୍ବା ନରସଂହାର ପାଇଁ ହତିଆର ବନା ହୋଇନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାରା ଦୁନିଆ ଜାଣିଛି, ଆପଣମାନେ ବି ଜାଣିଛନ୍ତି। ଯଦି ଋଷ ଆମ ବିରୋଧରେ ଏଭଳି କିଛି କରିବ ତେବେ ଜବାବରେ କଠୋର ପ୍ରତିବନ୍ଧକ ଲଗାଇବୁ।


ଗୁରୁବାର ଦିନ ଏକ ସାକ୍ଷାତକାରରେ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଆଇଗର କୋନାଶେଙ୍କୋଭ କହିଛନ୍ତି ଯେ ଆମେରିକା ପକ୍ଷରୁ କରାଯାଇଥିବା ରିସର୍ଚ୍ଚର ଉଦ୍ଦେଶ୍ୟ ଥିଲା ଜୈବିକ ହତିଆର ତିଆରି କରିବା । ସେ ଆହୁରି ମଧ୍ୟ କହିଛନ୍ତି, ଆମେରିକା ୟୁକ୍ରେନରେ ଜୈବିକ ଅସ୍ତ୍ରଶସ୍ତ୍ର ତିଆରି କରୁଥିବା ସମ୍ପର୍କିତ ଦସ୍ତାବିଜ୍ ମନ୍ତ୍ରଣାଳୟକୁ ମିଳିଛି ।

ଆମେରିକା ପକ୍ଷୀ, ବାଦୁଡି ଓ ସରୀସୃପ ସହିତ ଆଫ୍ରିକା ସ୍ୱାଇନ୍ ଫ୍ଲୁ ଓ ଆଥ୍ଥ୍ରାକ୍ସ ଉପରେ ଗବେଷଣା କରିବାକୁ ଯୋଜନା ଚଳାଇଛି । ଏହି ଗବେଷଣାକୁ ଆମେରିକୀୟ ଅଧିକାରୀ ଗୁପ୍ତ ଭାବେ କରୁଥିବା ସେମାନେ ଦାବି କରିଛନ୍ତି।

ଏଭଳି ଦାବିକୁ ୟୁକ୍ରେନ୍ ଖଣ୍ଡନ କରିଥିବା ବେଳେ ଆମେରିକା ମଧ୍ୟ ମନା କରିଛି। ଆମେରିକା ପକ୍ଷରୁ କୁହାଯାଇଛି ଯେ, ଆମେ କୌଣସି ପ୍ରକାର ଜୈବିକ ହତିଆର ପାଇଁ ୟୁକ୍ରେନକୁ ସହଯୋଗ କରୁନୁ। ଖାଲି ଏତିକି ନୁହେଁ ସୋଭିଏତ୍ ସଂଘର ଅଂଶ ଥିବା ଜର୍ଜିଆରେ ଆମେରିକା ଗୁପ୍ତ ଭାବେ ଜୈବିକ ପ୍ରଣାଳି ପ୍ରୟୋଗ କରୁଥିବା ଋଷ ଦାବି କରିଛି ।

ପୌର ପାଇଁ ଜମୁଛି ପ୍ରଚାର, ଜୋରଦାର କ୍ୟାମ୍ପେନିଂ କରୁଛନ୍ତି ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା

ଭୁବନେଶ୍ୱର: ଜୋରଦାର ହେଲାଣି ପୌର ଫାଇଟ୍ । ଏବେଠୁ ଜମିଲାଣି ପ୍ରଚାର । ପ୍ରାର୍ଥୀଙ୍କ ସହ ନେତା ବି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଆସନ୍ତା ୧୪ ତାରିଖରେ ଆସିବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆସିବା ପୂର୍ବରୁ ଭୁବନେଶ୍ବର ମହାନଗର ନିଗମରେ ଜୋରସୋରରେ ଚାଲିଛି ପ୍ରଚାର । ପ୍ରାର୍ଥୀଙ୍କ ଟାର୍ଗେଟରେ ଚା ଖଟି, ପାର୍କ ଏବଂ ମାର୍କେଟ । ଆଜି ସକାଳୁ ସକାଳୁ ବିଜେଡି ଭୁବନେଶ୍ୱର ମେୟର ପ୍ରାର୍ଥୀ ସୁଲୋଚନା ଦାସ ୪ ନମ୍ବର ମାଛ ମାର୍କେଟ, ପରିବା ମାର୍କେଟ ଆଦି ବୁଲି ଭୋଟ ଭିକ୍ଷା କରିଛନ୍ତି । ଭୁବନେଶ୍ୱର ସ୍ମାର୍ଟ ସିଟିକୁ ଏକ ନମ୍ବର ସିଟି ଭାବରେ ଆଗେଇ ନେବା ପାଇଁ ଏବଂ ସବୁ ବର୍ଗର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ କରିଥିବା ମାଷ୍ଟର ପ୍ଲାନର ସଫଳ ରୂପାୟନ କରିବାକୁ ବିଜେଡି ମେୟର ଏବଂ କର୍ପୋରେଟର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନିବେଦନ କରିଛନ୍ତି ।

ସେପଟେ ଆଜି ଭୁବନେଶ୍ୱର ମହାନଗର ନିଗମ ୨୯ ନମ୍ବର ଓ୍ୱାର୍ଡର ପୂର୍ବତନ କର୍ପୋରେଟର ଶେଖ ନିଜ୍ଜାମୁଦ୍ଦିନ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଛନ୍ତି । ବିଜେଡି ଟିକେଟ ପାଇଁ ଆଶାୟୀ ଥିବାବେଳେ ଚଳିତ ଥର ଟିକେଟରୁ ବଞ୍ଚିତ ହୋଇଛନ୍ତି ନିଜାମ । ନିଜାମଙ୍କ ସ୍ଥାନରେ ତାଙ୍କ ସହଯୋଗୀ ଏ.ରାଜୁଙ୍କୁ ମିଳିଛି ଦଳୀୟ ଟିକେଟ । ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ନିଜାମ ଆଜି ନିଜ ପ୍ରାର୍ଥୀ ପତ୍ର ପ୍ରତ୍ୟାହର କରିଛନ୍ତି । ଅନ୍ୟପଟେ ୨୯ ନମ୍ବର ୱାର୍ଡରୁ ବିଜେଡି ଟିକେଟ ପାଇଥିବା ଚାହା ଦୋକାନୀ ଏ.ରାଜୁଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ନିଜାମଙ୍କୁ ଗୁରୁ ମାନୁଥିବା ରାଜୁଙ୍କ ଉପରେ ନିଜାମଙ୍କ ସମର୍ଥନ ଓ ଆଶୀର୍ବାଦ ରହିଛି ସେ ନିଶ୍ଚିତ ବିପୁଳ ଭୋଟରେ ଜିତିବେ ବୋଲି କହିବା ସହ ନିଜ ସମର୍ଥକଙ୍କ ସହ ପ୍ରଚାରକୁ ଜୋରଦାର କରିଛନ୍ତି ।

 

ୟୁକ୍ରେନ କବଜା ପାଇଁ ଅତି ଘାତକ ଭାକ୍ୟୁମ ବମ୍ ବ୍ୟବହାର କରୁଛି ଋଷ

କିଭ୍: ୟୁକ୍ରେନରେ ଧ୍ୱଂସଲୀଳା ଜାରି । ୟୁକ୍ରେନର ରାଜଧାନୀ କିଭ ଉପରେ ସମ୍ପୂର୍ଣ୍ମ କବଜା କରିବାକୁ ସହରର ଦୁଇପାର୍ଶ୍ୱରୁ ଘେରୁଛନ୍ତି ଋଷ ସୈନ୍ୟ । ପୂର୍ବରୁ ଦେଇଥିବା ଧମକକୁ ସତ ପ୍ରମାଣିତ କରିବାକୁ ପ୍ରୟାସ ଜାରି ରଖିଛି ମସ୍କୋ । ୟୁକ୍ରେନ କବଜା ପାଇଁ ଅତି ଘାତକ ଭାକ୍ୟୁମ ବମ୍ ବ୍ୟବହାର କରୁଛି ଋଷ । ପୂର୍ବରୁ ୟୁକ୍ରେନ ଏ ନେଇ ଅଭିଯୋଗ ଆଣିଥିବା ବେଳେ ଏବେ ଏହାକୁ ସ୍ୱୀକାର କରିଛି ଋଷ ।

ଋଷ ପ୍ରତିରକ୍ଷା ବିଭାଗ ଏହାକୁ ସ୍ୱୀକାର କରିଛି ବୋଲି ବ୍ରିଟେନ ପ୍ରତିରକ୍ଷା ବିଭାଗ ଟ୍ୱିଟ କରିଛି । ୟୁକ୍ରେନ ଉପରେ ଆକ୍ରମଣରେ TOS-1A ବ୍ୟବହାର କରୁଛନ୍ତି ଋେ ସେନା । ଭାକ୍ୟୁମ ବୋମା ହେଉଛି ଏକ ଭୟଙ୍କର ବୋମା ଯାହା ବାହ୍ୟମଣ୍ଡଳରୁ ଅକ୍ସିଜେନକୁ ଖାଲି କରିଦିଏ ଏବଂ ଅତ୍ୟଧିକ ଉତ୍ତାପ ସୃଷ୍ଟି କରିଦିଏ । ଏହାର ପ୍ରଭାବରେ ଶବଗୁଡିକ ବାୟୁମଣ୍ଡଳରେ ମିଳାଇଯାଇଥାଏ ।

ସୁମି, ଖେରସନ କବ୍‌ଜା କରିବା ପରେ ଅନ୍ୟ ବଡ଼ ସହର କବଜା ପାଇଁ ଅଗ୍ରସର ହୋଇଛନ୍ତି  ଋଷ୍ । ମାନବୀୟ କରିଡର ପାଇଁ ଉଭୟ ଦେଶ ସହମତ ହୋଇଥିଲେ ବି ସମ୍ପୂର୍ଣ୍ଣ ଯୁଦ୍ଧ ବିରତି ପାଇଁ ବାହାରି ପାରୁନି ବାଟ। ଋଷ ସୈନ୍ୟଙ୍କ ଘନ ଘନ ଆକ୍ରମଣ, ମିସାଇଲ ମାଡ଼ରେ ଅନେକ ସହର ମାଟିରେ ମିଶିଛି । ଏବେ ବି ଗୁଳି ଗୋଳା ଶବ୍ଦରେ ଥରୁଛି ଅନେକ ଅଞ୍ଚଳ ।

ଚଳିତ ଥର ଅଫଲାଇନରେ ହେବ ମାଟ୍ରିକ ପରୀକ୍ଷା, ୩ଟି ପଦ୍ଧତିରେ ନିର୍ଦ୍ଧାରଣ ହେବ ପରୀକ୍ଷା ଫଳ

ଭୁବନେଶ୍ୱର: ରାଜ୍ୟରେ ଚଳିତ ବର୍ଷ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷାକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଅଫଲାଇନରେ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ଏଥି ସହ ତିନୋଟି ପଦ୍ଧତିରେ ମୂଲ୍ୟ ନିର୍ଦ୍ଧାରଣ ହେବ ବୋଲି ସୁରେଶ ମହାପାତ୍ର କହିଛନ୍ତି । ସେ କହିଛନ୍ତି କି କରୋନା ମହାମାରୀ ଗତ ଦୁଇ ବର୍ଷ ସାରା ବିଶ୍ୱରେ ଲାଗି ରହିଛି । କରୋନା ମହାମାରୀ ପାଇଁ ଗତବର୍ଷ ମାଟ୍ରିକ୍ ପରୀକ୍ଷା ମଧ୍ୟ ହୋଇପାରିନଥିଲା । ନୂଆ ମୂଲ୍ୟାୟନ ପଦ୍ଧତିରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ।

ତେବେ ଚଳିତ ବର୍ଷ କରୋନା ମହାମରୀରେ କିଛି ଟା ସୁଧାର ଆସିଛି । ଯାହା ଫଳରେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ନେଇ ରାଜ୍ୟ ସରକାର ଆଲୋଚନା କରିଥିଲେ । ଏପ୍ରିଲ ଶେଷ ସପ୍ତାହରେ ସମ୍ମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷା ସବୁ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ହେବ । ଏପ୍ରିଲ୍ ୨୯ରୁ ମେ’ ୬ ମଧ୍ୟରେ ଶେଷ ହେବ ମାଟ୍ରିକ ପରୀକ୍ଷା । ଯଥା ସମ୍ଭବ ନିଜ ସ୍କୁଲରେ ହେବ ମାଟ୍ରିକ ପରୀକ୍ଷା । ଯଦି ନିଗଜ ସ୍କୁଲରେ ପରୀକ୍ଷା ନହୋଇପାରିଲେ, ନିକଟବର୍ତ୍ତୀ ସ୍କୁଲରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ତେବେ ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲ ଶିକ୍ଷକ ନିଯୁକ୍ତି ହେବେ । ତେବେ ଚଳତି ବର୍ଷ ମାଟ୍ରିକ ପରୀକ୍ଷାରେ ୩ଟି ପଦ୍ଧତିରେ ପରୀକ୍ଷା ଫଳ ନିର୍ଦ୍ଧାରଣ ହେବ । ଯେଉଁ ଆସେସମେଣ୍ଟରେ ସର୍ବାଧିକ ନମ୍ବର ଥିବା ତାହା ଚୂଡ଼ାନ୍ତ ହେବ ବୋଲି ଆଜି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ତେବେ ଆସନ୍ତୁ ଜାଣିବା ଏହି ତିନୋଟି ମୂଲ୍ୟାୟନ ପଦ୍ଧତି ବିଷୟରେ…

ପ୍ରଥମ ମୂଲ୍ୟାୟନ ପଦ୍ଧତି

ସମ୍ମେଟିଭ୍ ଆସେସମେଣ୍ଟ-୧ ଓ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା । ଏହି ଦୁଇଟି ପରୀକ୍ଷା ମୂଲ୍ୟକୁ ଦୁଇ ଗୁଣା କରି ପରୀକ୍ଷା ଫଳ ପ୍ରକାଶ ପାଇବ ।

ଦ୍ବିତୀୟ ମୂଲ୍ୟାୟନ ପଦ୍ଧତି

ସମ୍ମେଟିଭ୍ ଆସେସମେଣ୍ଟ-୨ ଆଧାରରେ ହେବ ମୂଲ୍ୟାୟନ । ମୋଟ ମାର୍କର ମୂଲ୍ୟ ଦୁଇ ଗୁଣା ହୋଇ ପରୀକ୍ଷା ଫଳ  ପ୍ରକାଶ ପାଇବ ।

ତୃତୀୟ ମୂଲ୍ୟାୟନ ପଦ୍ଧତି

ତୃତୀୟ ମୂଲ୍ୟାୟନ ପଦ୍ଧତିରେ ଇଣ୍ଟରନାଲ ଆସେସମେଣ୍ଟରୁ ୨୦ ପ୍ରତିଶତ ମାର୍କ । ପ୍ରଥମ ସମ୍ମେଟିଭ ପରୀକ୍ଷାରୁ ୩୦ ପ୍ରତିଶତ ମାର୍କ ଏବଂ ଦ୍ୱିତୀୟ ସମ୍ମେଟିଭ୍ ପରୀକ୍ଷାରୁ ୫୦ ପ୍ରତିଶତ ମାର୍କ ମିଶି ପରୀକ୍ଷା ଫଳ ପ୍ରକାଶ ପାଇବ ।

ଏପ୍ରିଲ ୩୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଏହି ୪ ରାଶି ଉପରେ ପଡିବ ଭଲ ପ୍ରଭାବ

ଭୁବନେଶ୍ୱର: ବର୍ଷ ୨୦୨୨ରେ ଦୁଇ ଦୁଇଟି ସୂର୍ଯ୍ୟ ପରାଗ ହେବ। ତେବେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୩୦ରେ ହେବ। ଏହା ଆଂଶିକ ସୂର୍ଯ୍ୟ ପରାଗ ହୋଇଥିବା ବେଳେ ଅକ୍ଟୋବର ୨୫ରେ ଦ୍ୱିତୀୟ ସୂର୍ଯ୍ୟ ପରାଗ ହେବ।  ଏପ୍ରିଲ ୩୦ରେ ହେବାକୁ ଥିବା ସୂର୍ଯ୍ୟ ପରାଗ ମଧ୍ୟରାତ୍ରି ୧୨.୧୫ରୁ ଆରମ୍ଭ ହେବ ଏବଂ ମେ ୧ ସକାଳ ୪ଟା ୭ ପର୍ଯ୍ୟନ୍ତ ଚାଲିବ।

Rahu Gochar-2022 May Give Good Profit To 4 Zodiac Signs

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ପରାଗର ଅନେକ ମହତ୍ତ୍ୱ ରହିଛି। ଗ୍ରହ ଆମ ଜୀବନରେ ଗଭୀର ପ୍ରଭାବ ପକାଇଥାଏ। ସୂର୍ଯ୍ୟ ହେଉଛନ୍ତି ସମସ୍ତ ଗ୍ରହମାନଙ୍କର ରାଜା, ପିତା ଏବଂ ଆତ୍ମାର କାରକ। ବିଶ୍ୱାସ କରାଯାଏ ଯେ, ଯେତେବେଳେ ସୂର୍ଯ୍ୟ ପରାଗ ହୁଏ ସେତେବେଳେ ସୂର୍ଯ୍ୟଙ୍କର ଶୁଭଫଳ କମିଯାଏ। ବିଭିନ୍ନ ରାଶି ଉପରେ ଏହାର ନକରାତ୍ମକ ପ୍ରଭାବ ବି ପଡ଼ିଥାଏ। କିନ୍ତୁ କିଛି ରାଶି ଉପରେ ଏହାର ଭଲ ପ୍ରଭାବ ବି ପଡ଼େ। ତେବେ ଏପ୍ରିଲ ୩୦ରେ ହେବାକୁ ଥିବା ସୂର୍ଯ୍ୟ ପରାଗର ୪ ଟି ରାଶି ଉପରେ ବେଶ ଭଲ ପ୍ରଭାବ ପଡ଼ୁଛି ।  ଆସନ୍ତୁ ଜାଣିବା ସେହି ୪ ରାଶି ବିଷୟରେ…

ବୃଷ: ଏହି ସୂର୍ଯ୍ୟ ପରାଗ ବୃଷ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ। ଆପଣଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ଅଛି। ଅନେକ ଦିନରୁ ପଡ଼ି ରହିଥିବା କାର୍ଯ୍ୟ ସରିଯିବ। ଗ୍ରହଣ ଲାଗିବା ସମୟରେ କରାଯାଇଥିବା ସମସ୍ତ କାମ ସଫଳ ହେବ। ଏହି ସମୟରେ କରାଯାଇଥିବା ସମସ୍ତ ଯାତ୍ରା ବି ଲାଭଦାୟୀ ହେବ। ସୂର୍ଯ୍ୟପରାଗ ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ଶୁଭ ଫଳ ଆଣିବ। ବୃଷ ରାଶି ଲୋକମାନେ ଏହିଦିନ କୌଣସି ସମ୍ପତ୍ତିରେ ବିନିଯୋଗ କଲେ ଲାଭଦାୟକ ହେବ।

କର୍କଟ: ଏହି ସୂର୍ଯ୍ୟ ପରାଗ କର୍କଟ ରାଶି ପାଇଁ ମଧ୍ୟ ଶୁଭ ରହିଛି। ଆପଣ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ର ଏବଂ ସମାଜରେ ଆପଣଙ୍କର ଖ୍ୟାତି ବୃଦ୍ଧି ପାଇବ। ଏହି ସୂର୍ଯ୍ୟ ପରାଗ ଆପଣଙ୍କ ଭାଗ୍ୟକୁ ଆହୁରି ଦୃଢ଼ କରିପାରେ। ନିଜ ଯୋଗ୍ୟତାକୁ ବିଶ୍ୱାସ କରି ଆପଣ ଏହି ସୂର୍ଯ୍ୟପରାଗ ସମୟରେ କୌଣସି ବି ନୂଆ କାମ ଆରମ୍ଭ କରିପାରିବେ ବା ନୂଆ ଚ୍ୟାଲେଞ୍ଜ ନେଇପାରିବେ। ଏହି ସମୟରେ ଆପଣଙ୍କୁ କିଛି ଉଚ୍ଚ ପଦାଧିକାରୀଙ୍କ ସହଯୋଗ ମଧ୍ୟ ମିଳିପାରେ।

Rahu Gochar-2022 May Give Good Profit To 4 Zodiac Signs

ତୁଳା- ଏହି ସୂର୍ଯ୍ୟ ପରାଗ ତୁଳା ରାଶିର ଲୋକଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଶୁଭ ହେବ। କର୍ମକ୍ଷେତ୍ରରେ ଲାଭବାନ ହେବାର ସମ୍ଭାବନା ଅଛି। ଚାକିରିରେ ଆପଣଙ୍କର ପଦୋନ୍ନତି ବି ହୋଇପାରେ। ସହଭାଗିତା କାର୍ଯ୍ୟରେ ବି ମୋଟା ଅଙ୍କର ଲାଭ ମିଳିପାରେ । ଏହି ସମୟରେ ଆପଣ ନିଜ କର୍ମକ୍ଷେତ୍ରରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବେ ।

ଧନୁ- ଆପଣଙ୍କର ଆର୍ଥିକ ଅବସ୍ଥା ବହୁତ ଉନ୍ନତି ହେବ। ସରକାରୀ ଚାକିରି କରୁଥିବା ଲୋକଙ୍କ ପାଇଁ ମଧ୍ୟ ଏହି ସୂର୍ଯ୍ୟ ପରାଗ ବେଶ ଭଲ।  ବିଦେଶରେ ଚାକିରି ସୁଯୋଗ ବି ମିଳିପାରେ। ସୂର୍ଯ୍ୟ ପରାଗ ସମୟରେ ଯଥାସମ୍ଭବ ଭଗବାନଙ୍କ ଆରାଧନା କରନ୍ତୁ। ବ୍ୟବସାୟୀମାନେ ଏହି ସମୟରେ କିଛି ନୂଆ ନୀତି ପ୍ରସ୍ତୁତ କରନ୍ତୁ ଏବଂ ସେଗୁଡିକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରନ୍ତୁ ।  ବ୍ୟବସାୟରେ ଭଲ ଫଳ ମିଳିବ।

 

 

ପଞ୍ଜାବରେ ଆପର ବୃହତ ବିଜୟ ପରେ ଆଜି ବସିପାରେ ବିଧାୟକ ଦଳ ବୈଠକ

ଚଣ୍ଡିଗଡ଼: ପଞ୍ଜାବରେ ଆପର ପ୍ରଚଣ୍ଡ ବିଜୟ ପରେ ଆଜି ବସିପାରେ ବିଧାୟକ ଦଳ ବୈଠକ । ଚଳିତ ନିର୍ବାଚନରେ ବହୁମତ ପାଇ ପଞ୍ଜାବରେ ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି ଆମ ଆଦମୀ ପାର୍ଟି । ଆଜି ବିଧାୟକ ଦଳ ବୈଠକରେ ସରକାର ଗଠନ ନେଇ ଆଲୋଚନା ହୋଇପାରେ । ତେବେ ପଞ୍ଜାବରେ ସରକାର ଗଠନ ନେଇ ଆସନ୍ତାକାଲି ଗଭର୍ନର ବନଓ୍ୱରଲାଲ ପୁରୋହିତଙ୍କୁ ଭେଟିବେ ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ବନ୍ତ ମାନ୍ । ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବା ପାଇଁ ଆଲୋଚନା କରିବେ ଭଗଓ୍ୱନ୍ତ ମାନ୍ ।

ଦେଶର ୫ ରାଜ୍ୟରେ ହୋଇଥିବା ନିର୍ବାଚନରେ ଗତକାଲି ଫଳାଫଳ ପ୍ରକାଶ ପାଇଛି । ଗତକାଲି ପଞ୍ଜାବରେ ଯେଉଁଭଳି ଫଳାଫଳ ହୋଇଛି ତାହା ସମସ୍ତଙ୍କୁ ଚକିତ କରିଛି । ପଞ୍ଜାବର ମୋଟ ୧୧୭ ଆସନରୁ ଆମ୍ ଆଦମୀ ପାର୍ଟି ୯୨ ଆସନରେ ବିଜୟ ଲାଭ କରିଛି । ପଞ୍ଜାବରେ କଂଗ୍ରେସ ୧୮ଟି ଓ ଭାରତୀୟ ଜନତା ପାର୍ଟି ୨ଟି ଆସନରେ ବିଜୟ ଲାଭ କରିଛି । ପଞ୍ଜାବର ବହୁ ହେଭିଓ୍ୱେଟ ନେତାଙ୍କୁ ଆପ୍ ପ୍ରାର୍ଥୀ ପରାସ୍ତ କରିଛନ୍ତି । କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ, ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି, ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ୫ ଥରର ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ମଧ୍ୟ ପରାଜୟର ସ୍ୱାଦ ଚାଖିଛନ୍ତି ।

କୋହଳ ହେବ କଟକଣା, ଏଣିକି ଟ୍ରେନରେ ଯାତ୍ରୀଙ୍କୁ ମିଳିବ ଚାଦର ଓ କମ୍ବଳ

ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ପୁଣିଥରେ ମିଳିବ ଚାଦର, କମ୍ବଳ ଏବଂ ପରଦା । ଟ୍ରେନ୍ ଭିତରେ ଯାତ୍ରୀ ମାନଙ୍କ ପାଇଁ ଚାଦର, କମ୍ବଳ ଏବଂ ପରଦା ଯୋଗାଣ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ରେଳବାଇ ତୁରନ୍ତ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି । କରୋନା ମହାମାରୀ ପୂର୍ବରୁ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଏହି ସବୁ ସୁବିଧା ରେଳବାଇ ପକ୍ଷରୁ ଦିଆଯାଉଥିଲା । କିନ୍ତୁ କରୋନା ମହାମାରୀ ବିଶ୍ୱକୁ ଗ୍ରାସ କରିବା ପରଠାରୁ ଏହି ସେବାକୁ ବନ୍ଦ କରାଯାଇଥିଲା ।

ତେବେ ପୁଣି ଥରେ ଏହି ସେବାକୁ ଆରମ୍ଭ କରିବାକୁ ରେଳବାଇ ନିଷ୍ପତ୍ତି ନେଇଛି । କୋଭିଡ୍ ପୂର୍ବ ଅବଧି ସମୟରେ ପ୍ରଯୁଜ୍ୟତା ଅନୁଯାୟୀ ସମାନ ଯାତ୍ରୀ ପରିସେବା ପ୍ରଦାନ କରାଯାଇପାରେ । କୋଭିଡ୍ ମହାମାରୀ ଏବଂ କୋଭିଡ୍ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ଟ୍ରେନ୍ ଦ୍ୱାରା ଯାତ୍ରୀଙ୍କ ସୁବିଧା ପାଇଁ ଏସଓପି ଜାରି କରାଯାଇଥିଲା । ଯାହା ଦ୍ୱାର ଟ୍ରେନ୍ ଭିତରେ ଯାତ୍ରୀ ମାନଙ୍କ ପାଇଁ ଚାଦର, କମ୍ବଳ ଏବଂ ପରଦା ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଏବେ ସେ ପ୍ରତିବନ୍ଧକ ଉଠିଯିବ ।

 

ଫେସବୁକ ଋଷ ବିରୋଧରେ ଆଉ ଏକ ନିୟମରେ କଲା ପରିବର୍ତ୍ତନ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ପରଠାରୁ ବିଶ୍ୱର ସମସ୍ତ ଦେଶ ତଥା କମ୍ପାନୀରୁ ଋଷ ଉପରେ ଚାପ ପ୍ରୟୋଗ ପ୍ରକ୍ରିୟା ଜାରି ରହିଛି। ଆମେରିକା ଏବଂ ତା ସହଯୋଗୀ ଦେଶଗୁଡ଼ିକ ଋଷ ଉପରେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଇଛନ୍ତି । ଏହାସହ, ଅନେକ ବଡ ବଡ କମ୍ପାନୀ ଋଷ ସହିତ ବ୍ୟବସାୟ ବନ୍ଦ କରିଦେଇଥିବାବେଳେ ଏହି କମ୍ପାନୀଗୁଡ଼ିକ ୟୁକ୍ରେନକୁ ସମର୍ଥନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ଏହି ପର୍ଯ୍ୟାୟରେ, ଫେସବୁକ୍ ଆଉ ପାଦେ ଆଗକୁ  ବଢିଛି । ରିପୋର୍ଟ ଅନୁଯାୟୀ ଫେସବୁକ, ଋଷୀୟ ଆକ୍ରମଣକାରୀଙ୍କ’ ବିରୁଦ୍ଧରେ ହିଂସାତ୍ମକ ଭାଷଣ ଦେବାକୁ ଅନୁମତି ଦେବା ନିୟମରେ କୋହଳ କରିଛି ।

ଫେସବୁକରେ ଏପରି ଭାଷଣ ଦେବାର ଅନୁମତି ନାହିଁ

ଫେସବୁକର ନିୟମ ଅନୁଯାୟୀ, ଏହି ପ୍ଲାଟଫର୍ମରେ କୌଣସି ପ୍ରକାର ଘୃଣ୍ୟ ଭାଷଣ, ହିଂସାତ୍ମକ ଭାଷଣ କିମ୍ବା ଆପତ୍ତିଜନକ ଭାଷଣ ଅନୁମତି ନଥାଏ । ଫେସବୁକରେ ଏଭଳି ଜିନିଷ ଉପରେ ପ୍ରତିବନ୍ଧକ ଲଗାଯାଇଛି, କିନ୍ତୁ ୟୁକ୍ରେନକୁ ସମର୍ଥନ କରିବା ପାଇଁ ଫେସବୁକ ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରିଛି । ଏହା ସହିତ ଲୋକମାନେ ଖୋଲାଖୋଲି ଭାବରେ ଋଷ ବିରୁଦ୍ଧରେ କହିପାରିବେ ଏବଂ ବିରୋଧ କରିବେ ।

କିଛି ଦିନ ପୂର୍ବରୁ ଋଷ ଫେସବୁକ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା

ସୂଚନା ଅନୁଯାୟୀ, ଫେସବୁକ ଋଷରେ ଅନେକ ପ୍ରତିବନ୍ଧକ ଲଗାଇଥିଲା । ଋଷ ଫେସବୁକ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ​​ଏବଂ ଫେସବୁକକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଥିଲା । ଋଷର ସେନ୍ସରସିପ୍ ଏଜେନ୍ସି ରସକୋମନାଡଜୋର ଫେସବୁକକୁ ଋଷର ଗଣମାଧ୍ୟମ ସହ ଭେଦଭାବ କରୁଥିବା ଅଭିଯୋଗ କରିଛି।

ଭିଜିଲାନ୍ସ ଜାଲରେ ଟାଟା ପାଓ୍ବାର ପଶ୍ଚିମ ଓଡ଼ିଶା ଡିଭିଜନର ଜିଏମ, ଏକକାଳୀନ ୩ଟି ସ୍ଥାନରେ ରେଡ୍

ସମ୍ବଲପୁର: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ । ଭିଜିଲାନ୍ସ ଜାଲରେ ଟାଟା ପାଓ୍ୱାର ଜେନେରାଲ ମ୍ୟାନେଜର । ଟାଟା ପାଓ୍ୱାର ପଶ୍ଚିମ ଓଡ଼ିଶା ଡିଭିଜନର ଜେନେରାଲ ମ୍ୟାନେଜର ସନ୍ତୋଷ ଦର୍ଜିଙ୍କ ଘରେ ରେଡ୍‌ । ଏକକାଳୀନ ୩ଟି ସ୍ଥାନରେ ଜାରି ରହିଛି ରେଡ୍ । TPWODLର ଜେନେରାଲ ମ୍ୟାନେଜରଙ୍କ ସମ୍ବଲପୁର ପ୍ରଧାନପଡାସ୍ଥିତ ଘର, ବୁର୍ଲା ଅଫିସ କାର୍ଯ୍ୟାଳୟ ଏବଂ ବରଗଡ଼ ଅତାବିରାରେ ଥିବା ପୈତୃକ ଘରେ ଭିଜିଲାନ୍ସର ଚଢ଼ାଉ ଜାରି ରହିଛି । ଏ ପର୍ଯ୍ୟନ୍ତ ୬ ଲକ୍ଷ ୨୮ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଥିବା ସୂଚନା ମିଳିଛି । ଚଢାଉରେ ଜଣେ ଡିଏସପି, ୬ ଇନ୍ସେପକ୍ଟର, ୨ଜଣ ଏଏସଆଇ ସାମିଲ ଅଛନ୍ତି । ଭିଜିଲାନ୍ସର ଏହି ଚଢ଼ାଉରେ ଜଣେ ଡିଏସପି, ୬ ଜଣ ଇନସ୍ପେକ୍ଟର, ଦୁଇ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି ।