ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଲା ଋଷିଆ

ନୂଆଦିଲ୍ଲୀ: ଋଷ୍‌ ୟୁକ୍ରେନ୍‌ ସହିତ ଯୁଦ୍ଧ ମଧ୍ୟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଓ ଦେଶର ଶୀର୍ଷ ଅଧିକାରୀଙ୍କୁ ଋଷ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି । ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଶନିବାର ଏକ ରିପୋର୍ଟ ଜାରି କରି କହିଛିଯେ, ୟୁକ୍ରେନ ସହିତ ଯୁଦ୍ଧକୁ ନେଇ ଏହି ନେତାମାନଙ୍କର ଆଶ୍ଚର୍ଯ୍ୟଜନକ ଶତ୍ରୁତା କାର୍ଯ୍ୟାନୁଷ୍ଠାନ ପାଇଁ ଋଷ୍‌ ଏଭଳି ପଦକ୍ଷେପ ନେଇଛି ।

ଜାରି ହୋଇଥିବା ରିପୋର୍ଟ ଅନୁସାରେ, ବ୍ରିଟେନ ପକ୍ଷରୁ ଋଷକୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ  ବିଛିନ୍ନ କରିବା ପାଇଁ ଚଲା ଯାଇଥିବା ରାଜନୈତିକ ଗୋଟିର ପ୍ରତିକ୍ରିୟାରେ ଏଭଳି ନିଷ୍ପତ୍ତି ନିଆଯାଇଛି ।  ଏହା ମଧ୍ୟ କୁହାଯାଇଛିଯେ, ଏହି ଅଭିଯାନ ଆମ ଦେଶର ଘରୋଇ ଅର୍ଥବ୍ୟବସ୍ଥାକୁ ଦୁର୍ବଳ କରିବା ପାଇଁ ଆରମ୍ଭ ହୋଇଛି ।

ମସ୍କୋ ପକ୍ଷରୁ ଜାରି ହୋଇଥିବା ତଥାକଥିତ ତାଲିକାରେ ୧୩ ଜଣ ବ୍ରିଟିଶ୍‌ ରାଜନେତାଙ୍କ ନାଁ ସାମିଲ ରହିଛି ।  ଏଥିରେ ଭାରତୀୟ ବ୍ରିଟେନ୍‌ ଅର୍ଥମନ୍ତ୍ରୀ ଋଷି ସୁନକ ଏବଂ ଗୃହମନ୍ତ୍ରୀ ପ୍ରୀତି ପଟେଲଙ୍କ ବ୍ୟତୀତ  ଉପ ପ୍ରଧାନମନ୍ତ୍ରୀ ଡୋମିନିକ ରାଓ, ବୈଦେଶିକ ମନ୍ତ୍ରୀ ଲିଜ୍‌ ଟ୍ରୁସ୍‌ ଏବଂ ପ୍ରତିରକ୍ଷାମନ୍ତ୍ରୀ ବେନ୍‌ ବାଲାସ ମଧ୍ୟ ସାମିଲ ଅଛନ୍ତି ।