ମିଥ୍ୟା ଅଭିଯୋଗ କରି ସ୍ୱାର୍ଥ ହାସଲ ପ୍ରୟାସ, ଢିଙ୍କିଆକୁ ପୁଣି ଅଶାନ୍ତ କରିବାକୁ ଚକ୍ରାନ୍ତ

Conspiracy Against JSW Project In Jagatsinghpur Dhinkia

ପାରାଦୀପ: ଢିଙ୍କିଆରେ ଜେଏସଡବ୍ଲୁ ପ୍ରକଳ୍ପକୁ ନେଇ ଚାଲିଛି ଚକ୍ରାନ୍ତ । ଗାଁରେ ଭାଇଚାରା ନଷ୍ଟ କରୁଛନ୍ତି ଚକ୍ରାନ୍ତକାରୀ । କମ୍ପାନୀ ନାଁରେ ମିଥ୍ୟା ଅଭିଯୋଗ କରି ନିଜ ସ୍ୱାର୍ଥ ହାସଲ କରିବାକୁ ପ୍ରୟାସ ଚଳାଇଛନ୍ତି । ଲୋକଙ୍କ ଠାରୁ ଜାଲ ଦସ୍ତଖତ ନେଇ କମ୍ପାନୀ ବିରୋଧରେ ମାମଲା କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

Conspiracy Against JSW Project In Jagatsinghpur Dhinkia

ସ୍ୱାର୍ଥ ପାଇଁ ତଳକୁ ଖସୁଛନ୍ତି ଚକ୍ରାନ୍ତକାରୀ ଗୋଷ୍ଠୀ । ଗାଁରେ ଭାଇଚାରା ନଷ୍ଟ କରିବାକୁ ପ୍ଲାନ୍ । ସାମ୍ବାଦିକ ସମ୍ମିଳନୀରେ ଏଭଳି କହି ଚକ୍ରାନ୍ତକାରୀ ଗୋଷ୍ଠୀଙ୍କ ମୁଖା ଖୋଲି ଦେଇଛି ଜଗତସିଂହପୁର ଜିଲ୍ଲା ଢିଙ୍କିଆ ଗାଁ କମିଟି । ଗାଁରେ ଥରୁଟେ ବି ପାଦ ରଖି ନଥିବା ଲୋକଙ୍କର ଗାଁ ପ୍ରତି ଏତେ ଦରଦ କ’ଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି । ଜାନୁଆରୀ ୧୪ ପରେ ଗାଁକୁ ଫେରିଛି ଭାଇଚାରା । ପ୍ରଶାସନ ଗାଁରେ ପହଞ୍ଚି ଲୋକଙ୍କ ସୁବିଧା ଅସୁବିଧା କଥା ବୁଝିବା ସହିତ କମ୍ପାନୀ ପ୍ରତିଷ୍ଠା ନେଇ ଆଲୋଚନା କରିଛି । ପାନ ବରଜ ପାଇଁ ସମସ୍ତଙ୍କୁ କ୍ଷତିପୂରଣ ମିଳିଛି । ଜେଏସଡବ୍ଲୁର ବୃହତ ପ୍ରକଳ୍ପ ପ୍ରତିଷ୍ଠା ହେଲେ ଅଞ୍ଚଳର ବିକାଶ ସାଙ୍ଗକୁ ଗ୍ରାମବାସୀଙ୍କୁ ନିଯୁକ୍ତି ମିଳିବ ବୋଲି କହିଛନ୍ତି ଗାଁ କମିଟି ସଦସ୍ୟ ମୁଖ୍ୟ ।

Conspiracy Against JSW Project In Jagatsinghpur Dhinkia

କମ୍ପାନୀକୁ ବିରୋଧ କରିବା ନାଁରେ ଚାଲିଛି ସୁଚିନ୍ତିତ ଷଡ଼ଯନ୍ତ୍ର । ଚକ୍ରାନ୍ତକାରୀ ଗୋଷ୍ଠୀ ହାଇକୋର୍ଟରେ ଦାଖଲ କରିଥିବା ପିଆଇଏଲରେ ଚଞ୍ଚକତା କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେମାନଙ୍କ ଆଧାରକାର୍ଡ ନେଇ ଅଦାଲତରେ ଦାଖଲ କରିଛନ୍ତି । ଏଥିସହିତ ଲୋକଙ୍କ ଠାରୁ ଜାଲ ଦସ୍ତଖତ ନେଇ ପ୍ରଶାସନ ଗାଁରେ ଦମନ ଚଳାଇଛି ବୋଲି ମିଥ୍ୟା ଅଭିଯୋଗ କରିଛନ୍ତି । ଏପରିକି କିଛି ମହିଳାଙ୍କ ସ୍ୱାମୀ ବଞ୍ଚିଥିବା ବେଳେ ତାଙ୍କର ସ୍ୱାମୀ ମୃତ ବୋଲି ଦର୍ଶାଯାଇଛି । ସେହିପରି ନିଜ ସ୍ୱାର୍ଥ ପାଇଁ ଅବିବାହିତ ଯୁବତୀଙ୍କ ସ୍ୱାମୀ ନାଁ ପକାଇ ମିଛି କେସ୍ ଦିଆଯାଉଛି ବୋଲି ଅଭିଯୋଗ ହୋଇଛି ।

Conspiracy Against JSW Project In Jagatsinghpur Dhinkia

ଗୋଟିଏ ପଟେ ଗ୍ରାମବାସୀ ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ସହଯୋଗ କରୁଥିବା ବେଳେ ଅନ୍ୟପଟେ ଚକ୍ରାନ୍ତକାରୀ ଗୋଷ୍ଠୀ ନିଜ ସ୍ୱାର୍ଥ ପାଇଁ ଗାଁରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ଯାହାକୁ ବିରୋଧ କରି ଗ୍ରାମବାସୀ ଏକଜୁଟ୍ ହେବା ସହିତ ଗାଁର ବିକାଶ ଓ ନିଜ ପିଲାଙ୍କ ଭବିଷ୍ୟତ ପାଇଁ ଅଣ୍ଟା ଭିଡ଼ିଛନ୍ତି ।